ସ୍କୁଲରେ ରନ୍ଧାଖାଦ୍ୟ ଦେବ ଏସ୍‌ଏଚ୍‌ଜି

ଜୟପୁର,୮ା୧(ଡି.ଏନ୍‌.ଏ.)- ଏସ୍‌ଏଚ୍‌ଜି ପ୍ରସ୍ତୁତ କରିବେ ସ୍କୁଲ ମଧ୍ୟାହ୍ନଭୋଜନ। କୋରାପୁଟ ଜିଲା ଜୟପୁର ବ୍ଲକର ୬୫ ଓ ପୌରସଂସ୍ଥାର ୨୦ଟି ବିଦ୍ୟାଳୟରେ ସେମାନେ ମଧ୍ୟାହ୍ନଭୋଜନ ଦେବା ପାଇଁ ନିଷ୍ପତ୍ତି ହୋଇଛି। ସ୍ବୟଂ ସହାୟକ ଗୋଷ୍ଠୀ ଏନେଇ ଆବେଦନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଜୟପୁର ବ୍ଲକ ରଣ୍ଡାପାଲୀସ୍ଥିତ କେନ୍ଦ୍ରୀୟ ରୋଷେଇ ଶାଳ ଘରୋଇ ସଂସ୍ଥା ୨୦୧୬ରୁ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରୁଥିଲା। ଏଠାରୁ ଜୟପୁର ବ୍ଲକ ସମେତ ପୌରସଂସ୍ଥା, କୋରାପୁଟ, ସୁନାବେଡ଼ା ଓ କୋଟପାଡ଼ ଏନ୍‌ଏସିରେ ଥିବା ବିଦ୍ୟାଳୟକୁ ମଧ୍ୟାହ୍ନଭୋଜନ ଯୋଗାଣ ହେଉଥିଲା। ତେବେ ବିଭିନ୍ନ ସମୟରେ ସିଝା ଅଣ୍ଡାରୁ ପୋକ, ଡାଲିରୁ ଗୋଡ଼ି ଓ ଭାତରୁ ମଲା ଝିଟିପିଟି ବାହାରିବା ପରେ ଗ୍ରାମବାସୀ ଓ ଅଭିଭାବକମାନେ କେନ୍ଦ୍ରିୟ ରୋଷେଇ ଶାଳ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ନିମ୍ନମାନର ଓ ଅପମିଶ୍ରିତ ବୋଲି ଅଭିଯୋଗ କରିଥିଲେ। ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଏହାକୁ ଉପସ୍ଥାପନ କରାଯାଇ ପୂର୍ବଭଳି ସ୍ଥାନୀୟ ଏସ୍‌ଏଚ୍‌ଜିକୁ ମଧ୍ୟାହ୍ନଭୋଜନ ରନ୍ଧନ ଓ ବଣ୍ଟନ ଦାୟିତ୍ୱ ଦେବାକୁ ଦାବି କରାଯାଇଥିଲା। ଜିଲା ପ୍ରଶାସନର ନିଷ୍ପତ୍ତି କ୍ରମେ ବିଜ୍ଞପ୍ତି ବାହାରିବା ପରେ ଏସ୍‌ଏଚ୍‌ଜିଗୁଡ଼ିକ ଏଥିପାଇଁ ଆବେଦନ କରିବେ। ଶହେରୁ ଅଧିକ ଛାତ୍ରୀଛାତ୍ର ଥିବା ବିଦ୍ୟାଳୟ ପାଇଁ ଏସ୍‌ଏଚ୍‌ଜି ରନ୍ଧାଖାଦ୍ୟ ଯୋଗାଇବ। ମାନଦଣ୍ଡ ଓ ନିୟମାବଳୀ ଅନୁଯାୟୀ ସେମାନଙ୍କୁ ଚୟନ କରାଯିବ। ଏଥିପାଇଁ ଥିବା ଚୟନ କମିଟିରେ ବିଡିଓ, ବ୍ଲକ ଶିକ୍ଷାଧିକାରୀ, ସିଡିପିଓ ଓ ମିଶନ ଶକ୍ତିର କୋର୍ଡିନେଟର ଚୟନକର୍ତ୍ତା ଭାବେ ରହିବେ ବୋଲି ସିଡିପିଓ ପ୍ରତିମାରାଣୀ ତ୍ରିପାଠୀ କହିଛନ୍ତି। ଆବେଦନର ଅନ୍ତିମ ଦିବସ ମଙ୍ଗଳବାର ଥିବାବେଳେ ଆସନ୍ତା ସପ୍ତାହରେ ଚୟନ କରାଯିବ। ଉଲ୍ଲେଖଯୋଗ୍ୟ, ଜୟପୁର ବ୍ଲକରେ ୧୭୨ ଓ ପୌରାଞ୍ଚଳର ୪୫ଟି ବିଦ୍ୟାଳୟରେ କେନ୍ଦ୍ରିୟ ରୋଷେଇ ଶାଳରୁ ପ୍ରସ୍ତୁତ ମଧ୍ୟାହ୍ନଭୋଜନ ଯୋଗାଇ ଦିଆଯାଉଛି। ୧୬ଟି ଅପହଞ୍ଚ ଓ ଗମନାଗମନ ସୁବିଧା ନ ଥିବା ବିଦ୍ୟାଳୟରେ ସ୍ଥାନୀୟ ଏସ୍‌ଏଚ୍‌ଜି ଦ୍ୱାରା ଖାଦ୍ୟ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ସମସ୍ୟା ପିଇଁ ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଆର,ଉଦୟଗିରି, ୫।୫(ମନୋଜ କୁମାର ପାଢୀ): ପାଣି ପାଇଁ ରାସ୍ତା ରୋକେ କଲେ ଆର,ଉଦୟଗିରି ବ୍ଳକର ଛେଳିଗଡ ଗ୍ରାମବାସୀ। ଗ୍ରାମର ଖ୍ରୀଷ୍ଟିଆନ୍ ସାହି ଲୋକମାନଙ୍କୁ କିଛି ଦିନ...

ମହିଳାଙ୍କ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରି ଦମ୍ପତି ଫେରାର, ପାଟଣା ଥାନାର ଦ୍ୱାରସ୍ଥ ହେଲେ…

ପାଟଣା,୫।୫(ବୀର କିଶୋର ଦାଶ) :କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ମୁଖ୍ୟାଳୟ ଟାଇଁଶିରା ଗ୍ରାମର ୨୩ ଜଣ ମହିଳା ଠକେଇର ଶିକାର ହୋଇଛନ୍ତି।...

ବରୀରେ ଦେବାଶିଷ ନାୟକ ହେଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର, ୫।୫: ରବିବାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ବଦଳିଛି କଂଗ୍ରେସ। ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।...

ପାରାଦୀପରେ ସୁନାମି ସମ୍ଭାବନା, ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଇଲା ମତ୍ସବିଭାଗ

ପାରାଦୀପ,୫।୫(ଶରତ ରାଉତ): ସମ୍ପ୍ରତି ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୫ରୁ ଆସନ୍ତା ୮ ତାରିଖ ମଧ୍ୟରେ ସମୁଦ୍ରରେ ୦.୨ ମିଟରରୁ...

ବୌଦ୍ଧରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ-‘ନିର୍ବାଚନ ଆସିଲେ ବିରୋଧୀ ଟୁରିଷ୍ଟ ଭଳି ଆସିବେ’

ବୌଦ୍ଧ, ୫।୫ ( ଅଜିତ କୁମାର ବାରିକ): ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲାରେ ତ୍ରିମୁଖି ଲଢାଇ ହେବାକୁ ଯାଉଥିବା ବେଳେ ରବିବାର ୫ଟି ଅଧକ୍ଷ୍ୟ...

ଆଗାମୀ ୨୫ବର୍ଷର ଯାତ୍ରା ସ୍ଥିର କରିବୁ, ଏମିତି କାହିଁକି କହିଲେ ଜୟଶଙ୍କର

କଟକ,୫।୫: କଟକରେ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ସେଠାରେ ସେ ବୁଦ୍ଧିଜୀବୀଙ୍କ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ପାଇଁ ଆମକୁ...

କଖଡ଼ି ମହାନଦୀ ଅବବାହିକାରେ ୧୬୫ ପାଣିଚିରି, ୮୨ ଅଣ୍ଡା ଦେଲେ, ୩୫ ଛୁଆ ଫୁଟି ବାହାରିଲେ

ଖୁଣ୍ଟୁଣୀ, ୫।୫(ସଚ୍ଚିଦାନନ୍ଦ ପଣ୍ଡା): ପୃଥିବୀରେ ଇଣ୍ଡିଆନ୍‌ ସ୍କିମର ବା ପାଣିଚିରି ଏକ ବିରଳ ପ୍ରଜାତିର ପକ୍ଷୀ। ବିଶ୍ୱରେ ପକ୍ଷୀ ଗଣନା ଅନୁସାରେ ଏହି ପକ୍ଷୀର ସଂଖ୍ୟା...

ଘରେ ମରାମତି କରୁଥିବା ବେଳେ ଅଘଟଣ: ପୁଅଙ୍କୁ ବିଦ୍ୟୁତ୍‌ ଆଘାତରୁ ବଞ୍ଚାଇବାକୁ ଯାଇ ବାପା ମୃତ, ମା’ ଗୁରୁତର

ଯାଜପୁର,୫।୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ରୋଡ଼ ଥାନା ବେଙ୍ଗପାଟିଆ ଗ୍ରାମରେ ରବିବାର ଅଘଟଣ ଘଟିଛି। ବିଦ୍ୟୁତ୍‌ ଆଘାତରେ ବାପ ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri