ଜୟପୁର,୮ା୧(ଡି.ଏନ୍.ଏ.)- ଏସ୍ଏଚ୍ଜି ପ୍ରସ୍ତୁତ କରିବେ ସ୍କୁଲ ମଧ୍ୟାହ୍ନଭୋଜନ। କୋରାପୁଟ ଜିଲା ଜୟପୁର ବ୍ଲକର ୬୫ ଓ ପୌରସଂସ୍ଥାର ୨୦ଟି ବିଦ୍ୟାଳୟରେ ସେମାନେ ମଧ୍ୟାହ୍ନଭୋଜନ ଦେବା ପାଇଁ ନିଷ୍ପତ୍ତି ହୋଇଛି। ସ୍ବୟଂ ସହାୟକ ଗୋଷ୍ଠୀ ଏନେଇ ଆବେଦନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଜୟପୁର ବ୍ଲକ ରଣ୍ଡାପାଲୀସ୍ଥିତ କେନ୍ଦ୍ରୀୟ ରୋଷେଇ ଶାଳ ଘରୋଇ ସଂସ୍ଥା ୨୦୧୬ରୁ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରୁଥିଲା। ଏଠାରୁ ଜୟପୁର ବ୍ଲକ ସମେତ ପୌରସଂସ୍ଥା, କୋରାପୁଟ, ସୁନାବେଡ଼ା ଓ କୋଟପାଡ଼ ଏନ୍ଏସିରେ ଥିବା ବିଦ୍ୟାଳୟକୁ ମଧ୍ୟାହ୍ନଭୋଜନ ଯୋଗାଣ ହେଉଥିଲା। ତେବେ ବିଭିନ୍ନ ସମୟରେ ସିଝା ଅଣ୍ଡାରୁ ପୋକ, ଡାଲିରୁ ଗୋଡ଼ି ଓ ଭାତରୁ ମଲା ଝିଟିପିଟି ବାହାରିବା ପରେ ଗ୍ରାମବାସୀ ଓ ଅଭିଭାବକମାନେ କେନ୍ଦ୍ରିୟ ରୋଷେଇ ଶାଳ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ନିମ୍ନମାନର ଓ ଅପମିଶ୍ରିତ ବୋଲି ଅଭିଯୋଗ କରିଥିଲେ। ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଏହାକୁ ଉପସ୍ଥାପନ କରାଯାଇ ପୂର୍ବଭଳି ସ୍ଥାନୀୟ ଏସ୍ଏଚ୍ଜିକୁ ମଧ୍ୟାହ୍ନଭୋଜନ ରନ୍ଧନ ଓ ବଣ୍ଟନ ଦାୟିତ୍ୱ ଦେବାକୁ ଦାବି କରାଯାଇଥିଲା। ଜିଲା ପ୍ରଶାସନର ନିଷ୍ପତ୍ତି କ୍ରମେ ବିଜ୍ଞପ୍ତି ବାହାରିବା ପରେ ଏସ୍ଏଚ୍ଜିଗୁଡ଼ିକ ଏଥିପାଇଁ ଆବେଦନ କରିବେ। ଶହେରୁ ଅଧିକ ଛାତ୍ରୀଛାତ୍ର ଥିବା ବିଦ୍ୟାଳୟ ପାଇଁ ଏସ୍ଏଚ୍ଜି ରନ୍ଧାଖାଦ୍ୟ ଯୋଗାଇବ। ମାନଦଣ୍ଡ ଓ ନିୟମାବଳୀ ଅନୁଯାୟୀ ସେମାନଙ୍କୁ ଚୟନ କରାଯିବ। ଏଥିପାଇଁ ଥିବା ଚୟନ କମିଟିରେ ବିଡିଓ, ବ୍ଲକ ଶିକ୍ଷାଧିକାରୀ, ସିଡିପିଓ ଓ ମିଶନ ଶକ୍ତିର କୋର୍ଡିନେଟର ଚୟନକର୍ତ୍ତା ଭାବେ ରହିବେ ବୋଲି ସିଡିପିଓ ପ୍ରତିମାରାଣୀ ତ୍ରିପାଠୀ କହିଛନ୍ତି। ଆବେଦନର ଅନ୍ତିମ ଦିବସ ମଙ୍ଗଳବାର ଥିବାବେଳେ ଆସନ୍ତା ସପ୍ତାହରେ ଚୟନ କରାଯିବ। ଉଲ୍ଲେଖଯୋଗ୍ୟ, ଜୟପୁର ବ୍ଲକରେ ୧୭୨ ଓ ପୌରାଞ୍ଚଳର ୪୫ଟି ବିଦ୍ୟାଳୟରେ କେନ୍ଦ୍ରିୟ ରୋଷେଇ ଶାଳରୁ ପ୍ରସ୍ତୁତ ମଧ୍ୟାହ୍ନଭୋଜନ ଯୋଗାଇ ଦିଆଯାଉଛି। ୧୬ଟି ଅପହଞ୍ଚ ଓ ଗମନାଗମନ ସୁବିଧା ନ ଥିବା ବିଦ୍ୟାଳୟରେ ସ୍ଥାନୀୟ ଏସ୍ଏଚ୍ଜି ଦ୍ୱାରା ଖାଦ୍ୟ ଦିଆଯାଉଛି।
Posted inଆମ ଜିଲା ଖବର, କୋରାପୁଟ View All
ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା; ବାଜିଲା ବାଜା, ଗ୍ରାମ ପରିକ୍ରମା କଲେ ଛାତ୍ରୀଛାତ୍ର
କେସିଙ୍ଗା,୩୦ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ପଞ୍ଚାୟତ ଚିଚର୍ଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ନାୟକଙ୍କୁ ବୁଧବାର ଅବସର କାଳୀନ ବିଦାୟ…
ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା
ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…
କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ
ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…
ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି
ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…
ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର
ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…
ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି
ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…
ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….
ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…
ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…
ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍…

