ସ୍କୁଲରେ ରନ୍ଧାଖାଦ୍ୟ ଦେବ ଏସ୍‌ଏଚ୍‌ଜି

ଜୟପୁର,୮ା୧(ଡି.ଏନ୍‌.ଏ.)- ଏସ୍‌ଏଚ୍‌ଜି ପ୍ରସ୍ତୁତ କରିବେ ସ୍କୁଲ ମଧ୍ୟାହ୍ନଭୋଜନ। କୋରାପୁଟ ଜିଲା ଜୟପୁର ବ୍ଲକର ୬୫ ଓ ପୌରସଂସ୍ଥାର ୨୦ଟି ବିଦ୍ୟାଳୟରେ ସେମାନେ ମଧ୍ୟାହ୍ନଭୋଜନ ଦେବା ପାଇଁ ନିଷ୍ପତ୍ତି ହୋଇଛି। ସ୍ବୟଂ ସହାୟକ ଗୋଷ୍ଠୀ ଏନେଇ ଆବେଦନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଜୟପୁର ବ୍ଲକ ରଣ୍ଡାପାଲୀସ୍ଥିତ କେନ୍ଦ୍ରୀୟ ରୋଷେଇ ଶାଳ ଘରୋଇ ସଂସ୍ଥା ୨୦୧୬ରୁ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରୁଥିଲା। ଏଠାରୁ ଜୟପୁର ବ୍ଲକ ସମେତ ପୌରସଂସ୍ଥା, କୋରାପୁଟ, ସୁନାବେଡ଼ା ଓ କୋଟପାଡ଼ ଏନ୍‌ଏସିରେ ଥିବା ବିଦ୍ୟାଳୟକୁ ମଧ୍ୟାହ୍ନଭୋଜନ ଯୋଗାଣ ହେଉଥିଲା। ତେବେ ବିଭିନ୍ନ ସମୟରେ ସିଝା ଅଣ୍ଡାରୁ ପୋକ, ଡାଲିରୁ ଗୋଡ଼ି ଓ ଭାତରୁ ମଲା ଝିଟିପିଟି ବାହାରିବା ପରେ ଗ୍ରାମବାସୀ ଓ ଅଭିଭାବକମାନେ କେନ୍ଦ୍ରିୟ ରୋଷେଇ ଶାଳ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ନିମ୍ନମାନର ଓ ଅପମିଶ୍ରିତ ବୋଲି ଅଭିଯୋଗ କରିଥିଲେ। ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଏହାକୁ ଉପସ୍ଥାପନ କରାଯାଇ ପୂର୍ବଭଳି ସ୍ଥାନୀୟ ଏସ୍‌ଏଚ୍‌ଜିକୁ ମଧ୍ୟାହ୍ନଭୋଜନ ରନ୍ଧନ ଓ ବଣ୍ଟନ ଦାୟିତ୍ୱ ଦେବାକୁ ଦାବି କରାଯାଇଥିଲା। ଜିଲା ପ୍ରଶାସନର ନିଷ୍ପତ୍ତି କ୍ରମେ ବିଜ୍ଞପ୍ତି ବାହାରିବା ପରେ ଏସ୍‌ଏଚ୍‌ଜିଗୁଡ଼ିକ ଏଥିପାଇଁ ଆବେଦନ କରିବେ। ଶହେରୁ ଅଧିକ ଛାତ୍ରୀଛାତ୍ର ଥିବା ବିଦ୍ୟାଳୟ ପାଇଁ ଏସ୍‌ଏଚ୍‌ଜି ରନ୍ଧାଖାଦ୍ୟ ଯୋଗାଇବ। ମାନଦଣ୍ଡ ଓ ନିୟମାବଳୀ ଅନୁଯାୟୀ ସେମାନଙ୍କୁ ଚୟନ କରାଯିବ। ଏଥିପାଇଁ ଥିବା ଚୟନ କମିଟିରେ ବିଡିଓ, ବ୍ଲକ ଶିକ୍ଷାଧିକାରୀ, ସିଡିପିଓ ଓ ମିଶନ ଶକ୍ତିର କୋର୍ଡିନେଟର ଚୟନକର୍ତ୍ତା ଭାବେ ରହିବେ ବୋଲି ସିଡିପିଓ ପ୍ରତିମାରାଣୀ ତ୍ରିପାଠୀ କହିଛନ୍ତି। ଆବେଦନର ଅନ୍ତିମ ଦିବସ ମଙ୍ଗଳବାର ଥିବାବେଳେ ଆସନ୍ତା ସପ୍ତାହରେ ଚୟନ କରାଯିବ। ଉଲ୍ଲେଖଯୋଗ୍ୟ, ଜୟପୁର ବ୍ଲକରେ ୧୭୨ ଓ ପୌରାଞ୍ଚଳର ୪୫ଟି ବିଦ୍ୟାଳୟରେ କେନ୍ଦ୍ରିୟ ରୋଷେଇ ଶାଳରୁ ପ୍ରସ୍ତୁତ ମଧ୍ୟାହ୍ନଭୋଜନ ଯୋଗାଇ ଦିଆଯାଉଛି। ୧୬ଟି ଅପହଞ୍ଚ ଓ ଗମନାଗମନ ସୁବିଧା ନ ଥିବା ବିଦ୍ୟାଳୟରେ ସ୍ଥାନୀୟ ଏସ୍‌ଏଚ୍‌ଜି ଦ୍ୱାରା ଖାଦ୍ୟ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri