ସାନଘାଗରାରେ ଜମୁଛି ଭିଡ଼: ବିଭିନ୍ନ ଆଚାରର ଚାହିଦା ଅଧିକ

କେନ୍ଦୁଝର, ୪।୧ (ସ୍ବ.ପ୍ର.)- କେନ୍ଦୁଝର ଜିଲାର ଅନ୍ୟତମ ଆକର୍ଷଣ ସାନଘାଗରା ଜଳପ୍ରପାତରେ ନୂଆବର୍ଷ ଉପଲକ୍ଷେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ସାନଘାଗରା ଜଳପ୍ରପାତ ବୁଲିବା ସହ ଭୋଜିଭାତ କରିବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି। ପ୍ରାକୃତିକ ଜଙ୍ଗଲ ଓ ପରିବେଶର ମନୋରମ ଦୃଶ୍ୟକୁ ବୁଲି ଦେଖିବା ସହ କ୍ୟାମେରାରେ ସମସ୍ତେ ସାଉଁଟି ନେଉଛନ୍ତି ସ୍ମୃତି। ଏହାମଧ୍ୟରେ ବୋଟିଂର ମଜା ଉଠାଉଛନ୍ତି। ତେବେ ଏହାମଧ୍ୟରେ ଦୋକାନ ବଜାର, ମିନାବଜାରରେ ଚାଲିଛି କିଣାବିକା। ଆଚାର, ଚନ୍ଦନକାଠ, ବିଭିନ୍ନ ପ୍ରକାରର ଚଟପଟା ଖାଦ୍ୟ ଆଦି ଏଠାରେ ବିକ୍ରି ହେଉଛି। ବିକ୍ରି ହେଉଥିବା ବିଭିନ୍ନ ପ୍ରକାରର ଜଙ୍ଗଲରୁ ସଂଗୃହୀତ କୋଳି, ଅଁଳା, ଆମ୍ବ, ତେନ୍ତୁଳି, ଆମ୍ବୁଲ ଆଦିରେ ପ୍ରସ୍ତୁତ ଆଚାରର ବଜାର ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏଠାରେ ବିଭିନ୍ନ ଆଚାରର ବେଶ୍‌ ଚାହିଦା ରହିଛି। ଖଟା, ମିଠା, ଲୁଣିଆ ଆଦି ଆଚାର ମିଳୁଛି। ସମସ୍ତେ ବିଭିନ୍ନ ପ୍ରକାର ଆଚାର କିଣି ନେଉଛନ୍ତି। ନଚେତ ଆଚାର ଟିକେ ଖାଇ ସ୍ବାଦ ଚାଖି ଯାଉଛନ୍ତି। ମାଗଣାରେ ଟେଷ୍ଟ କରିବାକୁ ଦିଆଯାଉଛି। ତେବେ ଶହେ ଗ୍ରାମକୁ ୨୦ ଟଙ୍କାରେ ବିକ୍ରି ହେଉଛି। କିଲୋ ଆଚାର ନେଲେ କମ୍‌ ଦାମରେ ଦେଉଛୁ ବୋଲି ଆଚାର ବିକାଳି ପୁରୁଣା ସହରର ବଳିଆ ନାୟକ କହିଛନ୍ତି।
ଏହି ଆଚାର ବହୁବର୍ଷ ହେଲା ବିକ୍ରି କରୁଛନ୍ତି। କେତେକ ଆଚାର ଏଠାରେ ଲୋକଙ୍କ ଆଗରେ ପ୍ରସ୍ତୁତ କରି ବିକୁଛୁ। ଏଥିପାଇଁ ଆବଶ୍ୟକ ମସଲା ପ୍ରସ୍ତୁତ କରି ରଖାଯାଇଛି ବୋଲି ଆଚାର ବିକାଳିମାନେ କହନ୍ତି। ସେମାନେ କହନ୍ତି, କୋଳି, ଅଁଳା ଆଦିକୁ ପ୍ରଥମେ ଧୋଇ ଦିଆଯାଉଛି। ଏହାପରେ ଭିନେଗାରରେ ବତୁରାଇ ରଖାଯାଉଛି। ମସଲା ପକାଇ ଆଚାର ପ୍ରସ୍ତୁତ କରାଯାଉଛି। ବିଶେଷକରି ପର୍ଯ୍ୟଟନ ଋତୁରେ ଏହି ଆଚାର ବହୁ ପରିମାଣରେ ବିକ୍ରି ହୋଇଥାଏ। କେତେକ ଯୁବ ଗୋଷ୍ଠୀ ଏହି ଆଚାର ବ୍ୟବସାୟକୁ ଆଦରି ନେଇ ଭଲ ପଇସା ରୋଜଗାର କରିଥାନ୍ତି। ବର୍ଷତମାମ ଏଠାରେ ଆଚାର ବିକ୍ରି ହୋଇଥାଏ। ପର୍ଯ୍ୟଟନ ଋତୁରେ ଅର୍ଥାତ୍‌ ୬ ମାସ ଭଲ ବ୍ୟବସାୟ ହୋଇଥାଏ। ବିନା ତାଲିମ ଓ ଆର୍ଥିକ ସହାୟତାରେ ଏହି ଯୁବକମାନେ ଆଚାର ପ୍ରସ୍ତୁତ କରି ବିକି ସ୍ବାବଲମ୍ବୀ ହୋଇ ପାରିଥିବାରୁ ଅନେକ ପ୍ରଶଂସା କରିଥାନ୍ତି। ଏହି କାମରେ ପାଖାପାଖି ୨୫/୩୦ ଜଣ ଯୁବକ ଉପକୃତ ହୋଇପାରୁଛନ୍ତି ବୋଲି କୁହାଯାଇଛି। ଆକର୍ଷଣୀୟ ପ୍ୟାକିଂ ବ୍ୟବସ୍ଥା କରାଯାଇପାରିଲେ ଏହାର ଚାହିଦା ଆହୁରି ଅଧିକ ହୋଇପାରିବ ବୋଲି ମତପ୍ରକାଶ ପାଇଛି।
ଏହି ଆଚାର ପ୍ରସ୍ତୁତି ଓ ବିକ୍ରିକୁ ପ୍ରୋତ୍ସାହନ ମିଳିଲେ ଅଧିକ ସ୍ବାଦିଷ୍ଟ ଆଚାର ପ୍ରସ୍ତୁତ ହୋଇପାରନ୍ତା। ବଣଜଙ୍ଗଲରୁ ସଂଗୃହୀତ କୋଳି, ଅଁଳା, ଆମ୍ବ ଆଦିରୁ ପ୍ରସ୍ତୁତ ହେଉଥିବାରୁ ଏହା ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟପକ୍ଷେ ହିତକର। ଏଣୁ ଏହାର ଚାହିଦା ଅଧିକ ରହୁଛି ବୋଲି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ହୋତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

ଭାଜପା ମୁହାଁ ନେତା କର୍ମୀ

ହାଟଡିହୀ,୨୦।୯(ଶୁଭକାନ୍ତ ନାୟକ): ଆଗକୁ ପଞ୍ଚାୟତ ନିର୍ବାଚନ। କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସାଙ୍ଗଠନିକ ବୈଠକ,…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ, ଧରାପଡ଼ିଲେ ଅଭିଯୁକ୍ତ

ବଞ୍ଚୋ,୧୭।୯(ପ୍ରଦୋଷ ବିଶ୍ୱାଳ ): ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ କେନ୍ଦୁଝର ଜିଲା ଘସିପୁରା ଥାନା ପୋଲିସ ଗୁରୁବାର ଜଣେ ଯୁବକଙ୍କୁ ଗିରଫ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?