ସାନଘାଗରାରେ ଜମୁଛି ଭିଡ଼: ବିଭିନ୍ନ ଆଚାରର ଚାହିଦା ଅଧିକ

କେନ୍ଦୁଝର, ୪।୧ (ସ୍ବ.ପ୍ର.)- କେନ୍ଦୁଝର ଜିଲାର ଅନ୍ୟତମ ଆକର୍ଷଣ ସାନଘାଗରା ଜଳପ୍ରପାତରେ ନୂଆବର୍ଷ ଉପଲକ୍ଷେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ସାନଘାଗରା ଜଳପ୍ରପାତ ବୁଲିବା ସହ ଭୋଜିଭାତ କରିବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି। ପ୍ରାକୃତିକ ଜଙ୍ଗଲ ଓ ପରିବେଶର ମନୋରମ ଦୃଶ୍ୟକୁ ବୁଲି ଦେଖିବା ସହ କ୍ୟାମେରାରେ ସମସ୍ତେ ସାଉଁଟି ନେଉଛନ୍ତି ସ୍ମୃତି। ଏହାମଧ୍ୟରେ ବୋଟିଂର ମଜା ଉଠାଉଛନ୍ତି। ତେବେ ଏହାମଧ୍ୟରେ ଦୋକାନ ବଜାର, ମିନାବଜାରରେ ଚାଲିଛି କିଣାବିକା। ଆଚାର, ଚନ୍ଦନକାଠ, ବିଭିନ୍ନ ପ୍ରକାରର ଚଟପଟା ଖାଦ୍ୟ ଆଦି ଏଠାରେ ବିକ୍ରି ହେଉଛି। ବିକ୍ରି ହେଉଥିବା ବିଭିନ୍ନ ପ୍ରକାରର ଜଙ୍ଗଲରୁ ସଂଗୃହୀତ କୋଳି, ଅଁଳା, ଆମ୍ବ, ତେନ୍ତୁଳି, ଆମ୍ବୁଲ ଆଦିରେ ପ୍ରସ୍ତୁତ ଆଚାରର ବଜାର ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏଠାରେ ବିଭିନ୍ନ ଆଚାରର ବେଶ୍‌ ଚାହିଦା ରହିଛି। ଖଟା, ମିଠା, ଲୁଣିଆ ଆଦି ଆଚାର ମିଳୁଛି। ସମସ୍ତେ ବିଭିନ୍ନ ପ୍ରକାର ଆଚାର କିଣି ନେଉଛନ୍ତି। ନଚେତ ଆଚାର ଟିକେ ଖାଇ ସ୍ବାଦ ଚାଖି ଯାଉଛନ୍ତି। ମାଗଣାରେ ଟେଷ୍ଟ କରିବାକୁ ଦିଆଯାଉଛି। ତେବେ ଶହେ ଗ୍ରାମକୁ ୨୦ ଟଙ୍କାରେ ବିକ୍ରି ହେଉଛି। କିଲୋ ଆଚାର ନେଲେ କମ୍‌ ଦାମରେ ଦେଉଛୁ ବୋଲି ଆଚାର ବିକାଳି ପୁରୁଣା ସହରର ବଳିଆ ନାୟକ କହିଛନ୍ତି।
ଏହି ଆଚାର ବହୁବର୍ଷ ହେଲା ବିକ୍ରି କରୁଛନ୍ତି। କେତେକ ଆଚାର ଏଠାରେ ଲୋକଙ୍କ ଆଗରେ ପ୍ରସ୍ତୁତ କରି ବିକୁଛୁ। ଏଥିପାଇଁ ଆବଶ୍ୟକ ମସଲା ପ୍ରସ୍ତୁତ କରି ରଖାଯାଇଛି ବୋଲି ଆଚାର ବିକାଳିମାନେ କହନ୍ତି। ସେମାନେ କହନ୍ତି, କୋଳି, ଅଁଳା ଆଦିକୁ ପ୍ରଥମେ ଧୋଇ ଦିଆଯାଉଛି। ଏହାପରେ ଭିନେଗାରରେ ବତୁରାଇ ରଖାଯାଉଛି। ମସଲା ପକାଇ ଆଚାର ପ୍ରସ୍ତୁତ କରାଯାଉଛି। ବିଶେଷକରି ପର୍ଯ୍ୟଟନ ଋତୁରେ ଏହି ଆଚାର ବହୁ ପରିମାଣରେ ବିକ୍ରି ହୋଇଥାଏ। କେତେକ ଯୁବ ଗୋଷ୍ଠୀ ଏହି ଆଚାର ବ୍ୟବସାୟକୁ ଆଦରି ନେଇ ଭଲ ପଇସା ରୋଜଗାର କରିଥାନ୍ତି। ବର୍ଷତମାମ ଏଠାରେ ଆଚାର ବିକ୍ରି ହୋଇଥାଏ। ପର୍ଯ୍ୟଟନ ଋତୁରେ ଅର୍ଥାତ୍‌ ୬ ମାସ ଭଲ ବ୍ୟବସାୟ ହୋଇଥାଏ। ବିନା ତାଲିମ ଓ ଆର୍ଥିକ ସହାୟତାରେ ଏହି ଯୁବକମାନେ ଆଚାର ପ୍ରସ୍ତୁତ କରି ବିକି ସ୍ବାବଲମ୍ବୀ ହୋଇ ପାରିଥିବାରୁ ଅନେକ ପ୍ରଶଂସା କରିଥାନ୍ତି। ଏହି କାମରେ ପାଖାପାଖି ୨୫/୩୦ ଜଣ ଯୁବକ ଉପକୃତ ହୋଇପାରୁଛନ୍ତି ବୋଲି କୁହାଯାଇଛି। ଆକର୍ଷଣୀୟ ପ୍ୟାକିଂ ବ୍ୟବସ୍ଥା କରାଯାଇପାରିଲେ ଏହାର ଚାହିଦା ଆହୁରି ଅଧିକ ହୋଇପାରିବ ବୋଲି ମତପ୍ରକାଶ ପାଇଛି।
ଏହି ଆଚାର ପ୍ରସ୍ତୁତି ଓ ବିକ୍ରିକୁ ପ୍ରୋତ୍ସାହନ ମିଳିଲେ ଅଧିକ ସ୍ବାଦିଷ୍ଟ ଆଚାର ପ୍ରସ୍ତୁତ ହୋଇପାରନ୍ତା। ବଣଜଙ୍ଗଲରୁ ସଂଗୃହୀତ କୋଳି, ଅଁଳା, ଆମ୍ବ ଆଦିରୁ ପ୍ରସ୍ତୁତ ହେଉଥିବାରୁ ଏହା ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟପକ୍ଷେ ହିତକର। ଏଣୁ ଏହାର ଚାହିଦା ଅଧିକ ରହୁଛି ବୋଲି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ହୋତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କପି କରୁଥିଲେ ପରୀକ୍ଷାର୍ଥୀ: ମାଡ଼ି ବସିଲେ ସ୍କ୍ବାଡ

ପାଟଣା,୧୯।୩(ବୀର କିଶୋର ଦାଶ): ଧରଣୀଧର ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଯୁକ୍ତ ୩ ବିଜ୍ଞାନ ଏବଂ କଳା ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି।...

ପ୍ରାର୍ଥୀଙ୍କୁ ଛାଡ଼ିନାହିଁ ମେଣ୍ଟଭୟ: ପ୍ରଚାର ଛାଡ଼ି ରାଜଧାନୀରେ ଆଶାୟୀ

କେନ୍ଦୁଝର,୧୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲାରେ ବିଜେଡି ଓ ଭାଜପା ଦଳର ଆଶାୟୀ ପ୍ରାର୍ଥୀଙ୍କ ମେଣ୍ଟଭୟ ଛାଡ଼ିନାହିଁ। ମେଣ୍ଟ ହେଲେ କେଉଁ ସିଟ୍‌ କେଉଁ ଦଳ ଭାଗରେ...

ବ୍ୟାଙ୍କ ଷ୍ଟ୍ରଙ୍ଗ ରୁମ୍‌ କାଟିବାରେ ବିଫଳ, ହତାଶ ହୋଇ ଫେରିଗଲେ ଲୁଟେରା

ବଡ଼ବିଲ,୧୮ା୩(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ସବ୍‌ଡିଭିଜନ୍‌ ଅଫିସରଙ୍କ କାର୍ଯ୍ୟାଳୟରୁ ମାତ୍ର ୧ଶହ ମିଟର ଦୂର ଏଲଆଇସି ବିଲ୍ଡିଂର ତଳ ମହଲାରେ ଥିବା ୟୁକୋ...

୨୪ ଘଣ୍ଟିଆ ଚକାବନ୍ଦ ଆନ୍ଦୋଳନ: ରାଜପଥରେ ଅଟକି ରହିଛି ଶହଶହ ଗାଡି

ପାଟଣା,୧୮।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଟ୍ରକ୍‌ ମାଲିକ ସଂଘ ସୋମବାର ଓଏମ୍‌ସି ଶୁଆକାଟିରୁ ଗୁହାଳଡିହିକୁ ରେଳ ସଂଯୋଗୀକରଣ ଓ ଟ୍ରେନ୍‌ ଯୋଗେ ଲୁହାପଥର ପରିବହନକୁ...

ଆଜି କେନ୍ଦୁଝର ବନ୍ଦ, ଗଡ଼ିବନି ଟ୍ରେନ୍‌-ବସ୍‌

କେନ୍ଦୁଝର,୧୮ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଧନ ଖଣିରୁ ଗୁହାଳଡିହି ସାଇଡିଂକୁ ରେଳ ସଂଯୋଗ ପ୍ରତିବାଦରେ କେନ୍ଦୁଝର ଜିଲା ଟ୍ରକ୍‌ ମାଲିକ ସଂଘର ୨୪ ଘଣ୍ଟିଆ କେନ୍ଦୁଝର...

ସହରରେ ବଢୁଛି ଟ୍ରାଫିକ ସମସ୍ୟା, ଲୋକେ ହନ୍ତସନ୍ତ

କେନ୍ଦୁଝର,୧୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଦିନକୁ ଦିନ କେନ୍ଦୁଝର ସହରରେ ଲୋକସଂଖ୍ୟା ବହୁଳ ମାତ୍ରାରେ ବଢ଼ିବାରେ ଲାଗିଛି।  ସହର ଭିତରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟ,...

ମେଣ୍ଟ ଚର୍ଚ୍ଚା ମଧ୍ୟରେ ଝାନ୍‌ସୀରାଣୀଙ୍କ ପ୍ରଥମ ସଭା: ପ୍ରମାଦ ଗଣିଲେଣି ବିରୋଧୀ

ଆନନ୍ଦପୁର,୧୭।୩(ସୁଶାନ୍ତ କୁମାର ସାହୁ): ସମାଜସେବୀ ତଥା ଆଇନଜୀବୀ ଝାନ୍‌ସୀରାଣୀ ଦାସ ଭାଜପାରେ ସାମିଲ ହେବା ପରେ ରବିବାର କଣ୍ଟିପାଳ ପଞ୍ଚାୟତ ରାଇପାଳ ଖେଳପଡ଼ିଆରେ ପ୍ରଥମ ଥର...

କେନ୍ଦୁଝର ଜିଲାରେ ୧୩ ଲକ୍ଷ ୭୧ ହଜାର ୬୬୧ ଭୋଟର, ୧୭୨୦ ବୁଥ୍‌ରେ କରିବେ ମତଦାନ

କେନ୍ଦୁଝର,୧୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶରେ ୧୮ତମ ସାଧାରଣ ନିର୍ବାଚନ ଲାଗି ଭାରତ ନିର୍ବାଚନ ଆୟୁକ୍ତଙ୍କ ଦ୍ୱାରା ତାରିଖ ଘୋଷଣା ହୋଇଥିବା ପରିପ୍ରେକ୍ଷୀରେ ରବିବାର ଜିଲାର ନିର୍ବାଚନୀ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri