ସାଇବର ଅପରାଧର କାୟା ବିସ୍ତାର

ନଗେନ୍ଦ୍ର ନାଥ ପଟ୍ଟନାୟକ

ପ୍ରଯୁକ୍ତିଗତ ଜ୍ଞାନକୌଶଳ ତଥା ବୈଷୟିକ କ୍ଷେତ୍ରରେ ଏତେ ଭୌତିକ ବିକାଶ ଘଟିଛି ଯେ ଆଜିକାଲିର ଦୁନିଆକୁ ଆମେ କମ୍ପ୍ୟୁଟର ଯୁଗ ବୋଲି ଅଭିହିତ କରୁଛେ। ତେବେ ଆଉ ପାଦେ ଆଗେଇ ଯାଇ ପୁଣି ଦୁଇଟି ଶବ୍ଦ ଯୋଡିଦେଇ ଆମେ ଦୃଢତାର ସହ କହିପାରିବା ଯେ, ମୋବାଇଲ ବିଶେଷତଃ ଇଣ୍ଟରନେଟ ହେଉଛି ଏବକା ଯୁଗରେ ଏକମାତ୍ର ଭର୍ଚ୍ୟୁଆଲ ଦୁନିଆ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆମ ହାତମୁଠାରେ ଥିବା ଗୋଟିଏ ମୋବାଇଲରେ ଏତେ ଅଧିକ ପ୍ରୋଗ୍ରାମ ଖଞ୍ଜା ହୋଇଥାଏ ଯେ ଆମେ ଚଲାବୁଲା କରୁଥିବାବେଳେ ମଧ୍ୟ ସବୁକିଛି କାର୍ଯ୍ୟ ନିର୍ବିଘ୍ନରେ ନିଷ୍ପାଦନ କରିପାରିବା। ଆତ୍ମୀୟସ୍ବଜନ,ବନ୍ଧୁପରିଜନ, ଜ୍ଞାତିକୁଟୁମ୍ବଙ୍କ ସହିତ ବାର୍ତ୍ତାଳାପଠୁ ଆରମ୍ଭକରି ଘରର ଏସି (ଶୀତତାପ ନିୟନ୍ତ୍ରିତ) ଯନ୍ତ୍ର ଅଥବା କ୍ୟାମେରା ପର୍ଯ୍ୟନ୍ତ ସବୁକିଛି ଆମେ ମୋବାଇଲରୁ ହିଁ ଅପରେଟ କରିପାରିବା। କେବଳ ସେତିକି ନୁହେଁ,ଏଇ ମାମୁଲି ଯନ୍ତ୍ରଟି ଦ୍ୱାରା ଆମେ ନିଜ ବ୍ୟାଙ୍କ ଜରିଆରେ ଦେଣନେଣ କାର୍ଯ୍ୟକୁ ଅନାୟାସରେ ସମ୍ପନ୍ନ କରିବାରେ ସକ୍ଷମ ହୋଇପାରିବା। ତେବେ ଏକଥା ବି ସତ୍ୟ ଯେ ଆବଶ୍ୟକତାଠୁ ଯଥେଷ୍ଟ ଅଧିକ ସୁବିଧା ହାତେଇବା ଓ ଖୁବ୍‌ ସୁବିଧାଭୋଗୀ ହେବାର ପ୍ରବଣତା ଆମକୁ ବଡ ଅକଳରେ ପକାଇଦେଇଛି। ଯେତେବେଳେ ଆମେ ମୋବାଇଲରୁ ନିଜର ଆକାଉଣ୍ଟ ବା ଜମା ଅର୍ଥରାଶିର ସବିଶେଷ ତଥ୍ୟ କେହି ଜଣେ ଚୋରାଇ ନେଇଯାଏ ଅଥବା ଆମର ଏଟିଏମ୍‌କୁ କ୍ଲୋନିଂ କରି ପାସୱାର୍ଡ ବଦଳାଇ ଆମର ଟଙ୍କା-ପଇସାତକ ବାହାର କରି ଚମ୍ପଟ-ଛୁ ମାରେ ଆମେ ତାକୁ ସାଇବର ଠକ ବା ଅପରାଧୀ ବୋଲି ଆଖ୍ୟା ଦେଉଥାଉ। ଏତଦ୍‌ବ୍ୟତୀତ ଆମ ମୋବାଇଲକୁ ଆସୁଥିବା ବେନାମୀ ତଥା ଅବାଞ୍ଛିତ କଲ୍‌ ସବୁ ଉପାର୍ଜିତ ଜମା ଟଙ୍କା-ପଇସାକୁ ଉଡାଇ ନେଇଯାଏ ବ୍ୟାଙ୍କ ଖାତାରୁ। ଏ ପ୍ରକାର ଚାଞ୍ଚଲ୍ୟକର ତଥ୍ୟକୁ ସାଇବର ଅପରାଧ ଉପରେ ଗବେଷଣା କରୁଥିବା ବିଶେଷଜ୍ଞମାନେ ଖୁଲାସା କରିବାରେ ସଫଳ ହୋଇଥିବା ଦାବି କରନ୍ତି। ତେଣୁ ଆଜିକାଲି ମୋବାଇଲ ଜରିଆରେ ବ୍ୟାଙ୍କ କାରବାର ଏବଂ ଏଟିଏମ୍‌ରୁ ପଇସା ଉଠାଇଲା ସମୟରେ ବେଶ୍‌ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ। ଆମେ ସୋସିଆଲ ମିଡିଆକୁ( ସାମାଜିକ ଗଣମାଧ୍ୟମ) ମାତ୍ରାଧିକ ଦୁରୁପଯୋଗ କରୁଥିବାରୁ ପରିସ୍ଥିତି ଏବେ ଆମ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ଏଣୁ ମୋବାଇଲ ବିଶେଷକରି ଇଣ୍ଟରନେଟ ଉପଯୋଗ କରିବାବେଳେ ଆମକୁ ଖୁବ୍‌ ସଜାଗ ଓ ସାବଧାନତାର ସହିତ କରିବାକୁ ପଡିବ।
ନିକଟରେ ଖାସ୍‌କରି ରାଜଧାନୀ ଦିଲ୍ଲୀରେ ଶହେରୁ ଅଧିକ ଲୋକ ସାଇବର ଅପରାଧ ବିଭାଗରେ ଅତି ସାଂଘାତିକ ଅଭିଯୋଗ କରୁଛନ୍ତି ଯେ ସେମାନଙ୍କ ମୋବାଇଲରେ ଅଲଗା ଅଲଗା ବ୍ୟାଙ୍କ ଆଡୁ ଆଲର୍ଟ ବା ସାବଧାନ ରହିବାକୁ ଫୋନ କଲ ଆସୁଛି। ଆଉ ଥୋକାଏ ନିଜ ବ୍ୟାଙ୍କ କାରବାରକୁ ନେଇ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗୁଗଲରେ ବ୍ୟାଙ୍କ କଷ୍ଟମର କେୟାର ନମ୍ବର ଖୋଜାଖୋଜି ପ୍ରକ୍ରିୟାରେ ସେମାନେ ଯୋଉ ନମ୍ବର ସେଠୁ ପାଉଛନ୍ତି ତାହା ହେଉଛି ସାଇବର ଠକଙ୍କର। ସାଧାରଣତଃ ସାଇବର କ୍ରାଇମରେ ସଂଲିପ୍ତ ସାଇବର ଚୋରଙ୍କ ସେହି କଷ୍ଟମର କେୟାର ନମ୍ବରରୁ ଉତ୍ତର ଆସିଥାଏ ଆମେ ଅମୁକ ବ୍ୟାଙ୍କକୁ କହିଛୁ ଆକାଉଣ୍ଟକୁ ଡିଲିଟ କରିଦେବାକୁ ବୋଲି। ପ୍ରକୃତରେ ସାଇବର ସଂକ୍ରାନ୍ତ ଠିକ୍‌ ବିବରଣୀ ବା ବିବୃତିକୁ ଯାଞ୍ଚ କରିବା ବାହାନାରେ ଆଇ ପି ଲଗ୍‌ ଜାଣି ତଦ୍ଦ୍ବାରା ଖୋଦ ବ୍ୟାଙ୍କ ଜମାଖାତା ଅପରେଟ କରି ମନଇଚ୍ଛା ଯେତିକି ପଇସା ଚାହେଁ ସେତିକି ସେଥିରୁ ବାହାର କରିନିଏ। ସାଇବର କ୍ରାଇମ ବିଶେଷଜ୍ଞଙ୍କ କହିବା କଥା ହେଲା ଏଭଳି ଅପରାଧୀ ପୃଥକ ପୃଥକ ବ୍ୟାଙ୍କ ନାମରେ ଖୁବ୍‌ ଚତୁରତାର ସହ ଫୋନ ନମ୍ବରକୁ ହାତେଇ ନେଇଥାଏ ଏବଂ ଲୋକଙ୍କୁ ନିଜ ସହିତ ଯୋଡିକରି ଆଲର୍ଟ ବା ସାବଧାନ ରହିବା କଥା କହି ବିଶ୍ୱାସ ଜନ୍ମାଏ ଯେ ସେ ବ୍ୟାଙ୍କକୁ ଏକଥା ବହୁ ଆଗରୁ ଜଣାଇଦେଇଛି। ଏକ ସଂଗିନ ଅଭିଯୋଗ ଅନୁସାରେ ଯେଉଁ କୁଖ୍ୟାତ ଦଳକୁ ଦିଲ୍ଲୀ ପୋଲିସ କାବୁ କରିନେଇଛନ୍ତି ସେଥିରୁ ଯେଉଁ ଛ’ ଜଣ ଏବେ ଗିରଫ ହୋଇସାରିଲେଣି ସେମାନେ ସମସ୍ତେ ହରିୟାଣା ଜିଲାର ବାସିନ୍ଦା। ଖାଲି ସେତିକି ନୁହେଁ ଏମାନଙ୍କ ଜାଲ ଝାଡଖଣ୍ଡ ରାଜ୍ୟର ଏକ ଇଲାକା ଜାମତାଡା ପର୍ଯ୍ୟପ୍ତ ପରିବ୍ୟାପ୍ତ। ଯେତେବେଳେ ସାଇବର ବିଶେଷଜ୍ଞ ଏହି ଛଅ ଲୋକଙ୍କର ମୋବାଇଲ ଆପ୍‌କୁ ନିରୀକ୍ଷଣ କରିବାକୁ ଲାଗିଲେ ଜାଣିବାକୁ ପାଇଲେ ଯେ ସମସ୍ତଙ୍କ ନମ୍ବର ଜାମତାଡାରୁ ଅପରେଟ ହୋଇଛି। ଏହି ସାଇବର ଠକମାନେ ଅତିକମରେ ଏକ ଲକ୍ଷରୁ ଅଧିକ ଲୋକଙ୍କ ମୋବାଇଲକୁ ଡାଏଲ କରିଛନ୍ତି। ଏମାନଙ୍କ ଠକାମିର ଶିକାର ପାଲଟିଯାଇଛନ୍ତି ପାଞ୍ଚ ହଜାରରୁ ଊର୍ଦ୍ଧ୍ୱ ଲୋକ। ବିସ୍ମୟକର କଥା ହେଉଛି ଏମାନଙ୍କଠାରୁ ୭୦ଟି ଏଟିଏମ୍‌ କାର୍ଡ, ତିନି ଲକ୍ଷରୁ ଅଧିକ ଟଙ୍କା ପଇସା ଓ ଦୁଇ ହଜାରରୁ ଊର୍ଦ୍ଧ୍ୱ ଚେକବୁକ, ସ୍ବାଇପ୍‌ ମେଶିନ, ଫିଙ୍ଗର ପ୍ରିଣ୍ଟ ଓ ବହୁ ବ୍ଲାଙ୍କଚେକ ଜବତ ହୋଇଛି। ଏମାନେ ନିଜସ୍ବ ମୋବାଇଲରୁ ନେଟବ୍ୟାଙ୍କିଙ୍ଗ୍‌ ଦ୍ୱାରା ଯେକୌଣସି ଲୋକର ବ୍ୟାଙ୍କ ଆକାଉଣ୍ଟକୁ ଅନ୍‌ କରିବାରେ ବେଶ୍‌ ସକ୍ଷମ। ବିଶେଷଜ୍ଞଙ୍କ କହିବା କଥାହେଲା ମୋବାଇଲରେ ଯଦି କାହାର କଲ ଆସୁଛି ଆଉ ସେହି ବ୍ୟକ୍ତିଜଣକ ହ୍ୟାଲୋ ବୋଲି କହିଦେଇଛି ତେବେ ସେଇ ଠକମାନେ ଠକେଇର ନୂଆ ନୂଆ କୌଶଳ ଅବଲମ୍ବନ କରି ଆପଣଙ୍କର ନମ୍ବରରୁ ତଥ୍ୟ ସଂଗ୍ରହ କରି ତଦନୁସାରେ ଆଧାର କାର୍ଡ ପର୍ଯ୍ୟନ୍ତ ପ୍ରବେଶ କରିପାରୁଛନ୍ତି। ପୁଣି ସେଠୁ ସବିଶେଷ ତଥ୍ୟସବୁକୁ ଚୋରେଇ ନେବାରେ ସକ୍ଷମ ହେଉଛନ୍ତି। ଆକାଉଣ୍ଟ ହୋଲଡର ଜବାବ ଦେବାକ୍ଷଣି ଏଇ ସାଇବର ଅପରାଧୀମାନେ ଟିକିନିଖି ବିବରଣୀ ହାତେଇ ନେଇଥାନ୍ତି। ବିଶେଷଜ୍ଞ ଏକଥା ବି ସ୍ବୀକାର କରିଛନ୍ତି ଯେ ଏହି କୁଖ୍ୟାତ ଦଳ ଜାମତାଡାରୁ ସେମାନଙ୍କ କାର୍ଯ୍ୟକାଳକୁ ଚାଲୁ ରଖିଛନ୍ତି। ଦିଲ୍ଲୀରେ ଏମାନେ ଏବେ ମଧ୍ୟ ବେଶ୍‌ ସକ୍ରିୟ। ଏଣୁ ଅବାଞ୍ଛିତ କଲରୁ ଦୂରେଇ ରହି ବ୍ୟାଙ୍କ ନାଆଁରେ ଆସୁଥିବା କଲ ସମ୍ପର୍କରେ କୌଣସି ସୂଚନା ନ ଦେବାଟା ବିଜ୍ଞତାର ପରିଚାୟକ ତେବେ ଏଥିପାଇଁ ଆମକୁ ବେଶ୍‌ ସଜାଗ ରହିବାକୁ ପଡିବ।
ଏକଥା ଅବଶ୍ୟ ସ୍ବୀକାର୍ଯ୍ୟ ଯେ, ଜଣେ ସାଧାରଣ ଲୋକ କୌଣସି ବ୍ୟାଙ୍କ ନାଁରେ ମୋବାଇଲ ନମ୍ବର କିପରି ନେଇପାରୁଛି ଚଟାପଟ ମୋବାଇଲ ବିକ୍ରି କରୁଥିବା ଲୋକ ଯିଏ କି ସାଇବର କେଫ୍‌ରେ ବସିଥାଏ କିମ୍ବା ଆଉ କୋଉଠି ମୋବାଇଲ ବିକୁଥାଏ ସେଇ ଲୋକ ଏକଲା ଅନ୍ୟ କୌଣସି ଲୋକକୁ ତାହା କୌଣସି ବ୍ୟାଙ୍କ ନାମରେ ନମ୍ବର କିପରି ଆଲର୍ଟ (ସତର୍କ )କରିପାରେ ବୈଷୟିକ ତଥା ପ୍ରଯୁକ୍ତିଗତ ଜ୍ଞାନକୌଶଳ କ୍ଷେତ୍ରରେ ପ୍ରଭୂତ ଅଗ୍ରଗତି ହାସଲ ହୋଇଥିଲେ ମଧ୍ୟ ସାଇବର ଅପରାଧୀ ବି ବ୍ୟାପକ ଭାବେ ତା’ର କାୟା ବିସ୍ତାର କରିଚାଲିଥିବାବେଳେ ଅଧିକରୁ ଅଧିକ ଲୋକ ଏହାଦ୍ୱାରା ଠକାମିର ଶିକାର ବନିଯାଉଛନ୍ତି। ମୋବାଇଲରେ ନମ୍ବର ବ୍ୟାଙ୍କମାନଙ୍କ ନାମରେ ଯଦି କୌଣସି ବ୍ୟକ୍ତି ହାସଲ କରିନିଏ ତେବେ ବୁଝିବାକୁ ହେବ ଯେ ଆମ ନିୟମ ଅନୁପାଳନରେ ଖିଆଲି ମନୋବୃତ୍ତିକୁ ଆପଣାଉଛେ ଅଥବା ଠକଙ୍କ ଚାଲାଖିର ଶିକାର ହୋଇ ଭକୁଆ ବନିଯାଉଛେ।
ଅତିରିକ୍ତ ଶାସନ ସଚିବ, ଓରେରା, ଭୁବନେଶ୍ୱର
ମୋ-୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri