ସଡକ ସୁରକ୍ଷା ନେଇ ସଚେତନ ଶୋଭାଯାତ୍ରା

ବୋଡେନ,୨୨।୯(ଡି.ଏନ.ଏ.)
ନୂଆପଡା ଜିଲା ବୋଡେନ ପୋଲିସ ପକ୍ଷରୁ ଶନିବାର ସଡକ ସୁରକ୍ଷା ସମ୍ପର୍କରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବୋଡେନ ଥାନା ଅଧିକାରୀ ସରୋଜ କୁମାର ମଲ୍ଲିଙ୍କ ନେତୃତ୍ୱରେ ବୋଡେନ ହାଇସ୍କୁଲ ଓ କଲେଜର ଛାତ୍ରୀଛାତ୍ରୀମାନେ ପ୍ଲାକାର୍ଡ ଧରି ବୋଡେନ ହାଇସ୍କୁଲଠାରୁ ବୋଡେନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଶୋଭଯାତ୍ରାରେ ଯାଇଥିଲେ । ଏହି ରାଲିରେ ବୋଡେନ ସରପଞ୍ଚ ନୃପରାଜ ତାଣ୍ଡି, ସମିତି ସଭ୍ୟ ସୌଦାଗର ସାହୁ, ସଚେତନ ନାଗରିକ ମଞ୍ଚ ସମ୍ପାଦକ ପର୍ଶୁରାମ ସେଠୀ, ବିଜୁ ପଟ୍ଟନାୟକ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପକ କିଶୋର କୁମାର କର୍ଣ୍ଣ ଓ ପୋଲିସ କର୍ମଚାରୀ ପ୍ରମୁଖ ଯୋଗଦାନ କରିଥିଲେ। ଏହା ପରେ ବୋଡେନ ଥାନା ଅଧିକାରୀ ଥାନା ପରିସରରେ ସଡକ ସୁରକ୍ଷା ଉପରେ ସମସ୍ତଙ୍କୁ ବୁଝାଇଥିଲେ । ବିନା ହେଲମେଟରେ ଦୁଇ ଚକିଆ ଗାଡି ଚଲାନ୍ତୁ ନାହିଁ, ଗାଡି ଚଳାଇବା ବେଳେ ଫୋନ ବ୍ୟବହାର କରିବା ନାହିଁ, ମଦପିଇ ଗାଡି ଚଲାନ୍ତୁ ନାହିଁ, ଦୁଇ ଚକିଆ ଗାଡିରେ ଦୁଇ ଜଣରୁ ଅଧିକ ବସନ୍ତୁ ନାହିଁ, ଚାରି ଚକିଆ ଗାଡି ଚାଳକ ଓ ଯାତ୍ରୀ ସିଟ ବେଲ୍ଟ ବାନ୍ଧିବା ଆଦି ବିଷୟରେ ବୁଝାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ସୁବିଧାରୁ ବଞ୍ଚିତ ଦିବ୍ୟାଙ୍ଗ ଧନସିଂ: ପରିବାର ଚଳାଇବା…

ନୂଆପଡ଼ା,୧୬ା୫ (ମକାରୁ ବେମାଲ):କେନ୍ଦ୍ର ଓ ରାଜ୍ୟ ସରକାର ଗରିବ, ଅସହାୟ, ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ପ୍ରଶାସନିକ ଅଧିକାରୀ, ନିର୍ବାଚିତ ପ୍ରତିନିଧିଙ୍କ ଆନ୍ତରିକତା…

ସରପଞ୍ଚଙ୍କ ନିଆରା ପ୍ରୟାସ: ଚାରିଆଡ଼ୁ ସାଉଁଟୁଛନ୍ତି ପ୍ରଶଂସା

ନୂଆପଡ଼ା,୧୬ା୫(ମକାରୁ ବେମାଲ):ନୂଆପଡ଼ା ଜିଲାରେ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ନିମନ୍ତେ ଚାଲିଥିବା ଏସ୍‌ୟୁପି ଫ୍ରି ନୂଆପଡ଼ା ଅଭିଯାନ ବର୍ତ୍ତମାନ ଏକ ଜନ ଆନ୍ଦୋଳନରେ…

ସର୍ବସାଧାରଣ ପୋଖରୀ ଜବରଦଖଲ, ଆନ୍ଦୋଳନ ନିଷ୍ପତ୍ତି

ନୂଆପଡ଼ା,୯ା୫ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଚୁଳାଭାଟ ପଞ୍ଚାୟତ ଭଏଁଷାଦାଦର ଗଁାରେ ଥିବା ସର୍ବସାଧାରଣ ପୋଖରୀକୁ କେତେଜଣ ବ୍ୟକ୍ତି ଜବରଦଖଲ କରିଥିବାରୁ ଗ୍ରାମବାସୀ ଏହାକୁ ବିରୋଧ…

ଗମନାଗମନରେ ଘୋଡ଼ାଘାଟ ନଦୀ ସାଜିଛି ବାଧକ: ଲୋକେ ହନ୍ତସନ୍ତ

ନୂଆପଡ଼ା,୭ା୫ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଚୁଲାଭାଟ ପଞ୍ଚାୟତ ଭଇଷାଦାଦର ଗଁାର ବରପଦର ପଡ଼ାବାସୀଙ୍କ ଗମନାଗମନରେ ଘୋଡ଼ାଘାଟ ନଦୀ ବାଧକ ସାଜିଛି। ବରପଦର ପଡ଼ାରେ ୨୦ରୁ ଊର୍ଦ୍ଧ୍ୱ…

ପ୍ରାକୃତିକ ନୁହେଁ, ମନୁଷ୍ୟକୃତ ମରୁଡ଼ି: ଧାନଚାଷ ଉଜୁଡିଯିବା ଘଟଣାରେ…

ନୂଆପଡ଼ା,୬ା୫ (ମକାରୁ ବେମାଲ):ନୂଆପଡ଼ା ଜିଲାର ଜୀବନରେଖା କୁହାଯାଉଥିବା ପତୋରା ଅପରଜୋଙ୍କ ଜଳସେଚନ ପ୍ରକଳ୍ପରେ ପାଣି ଶୁଖି ଧାନଚାଷ ଉଜୁଡିଯିବା ଘଟଣାକୁ ନେଇ ମଙ୍ଗଳବାର ବିଜେଡିର ରାଜ୍ୟସ୍ତରୀୟ ଦଳ…

କଫ୍‌ ସିରପ ଜବତ, ୩ କୋର୍ଟ ଚାଲାଣ

ନୂଆପଡ଼ା,୪ା୫(ମକାରୁ ବେମାଲ):ନୂଆପଡ଼ା ଜିଲା ସଦର ଥାନା ପୋଲିସ ୧୪୩ ବୋତଲ କଫ୍‌ ସିରପ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ମାଟ୍ରିକ ପରୀକ୍ଷା ଫଳ: ପାସ୍‌ ହାରରେ ରାଜ୍ୟରେ ଷଷ୍ଠ ସ୍ଥାନରେ ନୂଆପଡ଼ା, ଜିଲା ଟପ୍ପର ହେଲେ ପୁନମ

ନୂଆପଡ଼ା,୩।୫(ମକାରୁ ବେମାଲ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚଳିତ ଚଳିତ ଶିକ୍ଷା ବର୍ଷର ମାଟ୍ରିକ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ୯୭.୮୭ ପ୍ରତିଶତ ପାସ୍‌…

ଧରିତ୍ରୀ ପ୍ରଭାବ: ଟ୍ରାଫିକ ପୋଷ୍ଟରେ ଛପର ନିର୍ମାଣ

ନୂଆପଡ଼ା,୧ା୫ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଗତ କିଛିଦିନ ହେଲା ପାରଦ ଉପରମୁହାଁ ହେବାରେ ଲାଗିଛି ା ଏପରି ସମୟରେ ସହରର ପ୍ରମୁଖ ଏକତା ଛକଠାରେ ଥିବା ଟ୍ରାଫିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri