ସଂଯୋଗ ନ ଥାଇ ପହଞ୍ଚିଲା ବିଲ୍‌

ବନ୍ତଳା, ୧୫।୩(ଡ଼ି.ଏନ୍‌.ଏ) – ୪ ବର୍ଷ ହେଲା ଟ୍ରାନ୍ସଫର୍ମର ଚୋରି ହୋଇଯାଇଛି। ସେବେଠାରୁ ନୂଆ ଟ୍ରାନ୍ସଫର୍ମର ଲାଗିନି କି ବିଦ୍ୟୁତ୍‌ ସଂଯୋଗ ହୋଇନି। ତଥାପି ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଚାଷୀଙ୍କ ପାଖକୁ ପଠାଯାଇଛି ବିଲ୍‌। ଏ ନେଇ ଅନୁଗୋଳ ଜିଲା ନୂଆମୌଜା ପଞ୍ଚାୟତ ଶରଧାପୁର ନିକଟ ବଳରାମପୁର-୨ ଅଞ୍ଚଳବାସୀ ଆଶ୍ଚର୍ଯ୍ୟ ହେବା ସହ ବିଭାଗ ନିକଟରେ ପ୍ରତିବାଦ କରିଛନ୍ତି। ସାଧାରଣ ଉପଭୋକ୍ତାଙ୍କୁ ଏପରି ଭାବେ ଲୁଟ୍‌ କରାଯାଉଥିବା ସେମାନେ ଅଭିଯୋଗ କରିିଛନ୍ତି।
ଅଭିଯୋଗରୁ ଜଣାଯାଏ, ଅନୁଗୋଳ ବିଦ୍ୟୁତ୍‌ ଉପଖଣ୍ଡ ସବ୍‌ଷ୍ଟେଶନ ଅଧୀନ ୧ ନମ୍ବର ସେକ୍ସନ ନୂଆମୌଜା ପଞ୍ଚାୟତ ଶରଧାପୁର ନିକଟ ବଳରାମପୁର-୨ରେ ୨୦୧୬ ଜୁନ୍‌ ୧ରେ ଅଞ୍ଚଳକୁ ଚାଷ ପାଇଁ ଲଗାଯାଇଥିବା ୨୫ କେଭିର ଟ୍ରାନ୍ସଫର୍ମରଟି ଚୋରି ହୋଇଯାଇଥିଲା। ଚାଷୀମାନଙ୍କ ଅଭିଯୋଗ ପରେ ୨୦୧୬ ଜୁନ ୨୨ରେ ସେସୁ ୧ ନମ୍ବର ସେକ୍ସନର ଜୁନିୟର ମ୍ୟାନେଜର ତପନ କୁମାର ନାୟକ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଲାଇଥିଲା। ସେବେଠାରୁ ଉକ୍ତ ସ୍ଥାନରେ ନୂତନ ଟ୍ରାନ୍ସଫର୍ମର ଲଗାଯାଇ ନ ଥିବାରୁ ଚାଷୀମାନେ ଚାଷ କାର୍ଯ୍ୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟୁତ ବିଭାଗ ଓ ଏନ୍‌ଜେଏନ୍‌ ପକ୍ଷରୁ ମନମୁଖି କାମ କରାଯାଉଥିବା ଯୋଗୁ ଏପରି ହୋଇଥିବା ଉପଭୋକ୍ତା ଚାଷୀମାନେ ଅଭିଯୋଗ କରିଛନ୍ତି। ୪ ବର୍ଷ ମଧ୍ୟରେ କେବେ ବିଦ୍ୟୁତ ବିଲ୍‌ ଆସି ନ ଥିବାବେଳେ ଗତ ୫ ତାରିଖରେ ହିତାଧିକାରୀ ବଳରାମପୁର-୨ର ଅଶୋକ ରାଏଙ୍କ ନାମରେ ୧୬ ହଜାର ୨୬ ଟଙ୍କାର ଏକ ବିଲ୍‌ ଆସିଛି। ଅଶୋକଙ୍କ ସହିତ ଅନ୍ୟ ୫ ଜଣ ଉପଭୋକ୍ତାଙ୍କ ନିକଟକୁ ମଧ୍ୟ ବିଲ୍‌ ଆସିଛି। ଗୋଟିଏ ବିଲ୍‌ ଫାର୍ମହାଉସ୍‌ ପାଖରେ ଦିଆଯାଇଥିବାବେଳେ ଅନ୍ୟ ଏକ ନକଲ ବିଲ୍‌ ଘରେ ଦିଆଯାଇଛି। ହଠାତ ଏଭଳି ବିଲ୍‌ ଆସିବା ଦେଖି ହିତାଧିକାରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଏ ସମ୍ପର୍କରେ ୧ ନମ୍ବର ବିଦ୍ୟୁତ ସେକ୍ସନ୍‌ର ଜେଇ ତପନ କୁମାର ନାଏକ କହିଛନ୍ତି, ଭୁଲରେ ବିଲ୍‌ ପଳାଇଯାଇଛି। ଅଧିକାରୀଙ୍କୁ କହି କାଟି ଦିଆଯିବ। ଏନ୍‌ଜେନ୍‌ ଏସ୍‌ଡିଓ ସତ୍ୟବ୍ରତ ସାମଲ କହିଛନ୍ତି, ଯଦି ବିଲ୍‌ ପହଞ୍ଚତ୍ଛି ତେବେ ଏହାକୁ ରଦ୍ଦ କରିଦିଆଯିବ। ସେସୁ ଅନୁଗୋଳ ସବ୍‌ଡିଭିଜନ୍‌ ଏସ୍‌ଡିଓ ଶିବ ପ୍ରସାଦ ବଳିୟାରସିଂ କହିଛନ୍ତି, ଏଭଳି ହେବା କଥା ନୁହେଁ। ଏହାର ଅନୁଧ୍ୟାନ କରାଯିବ। ଅନୁଗୋଳ ସେସୁ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ସୁବ୍ରତ ସାହୁ କହିଛନ୍ତି, ଘଟଣାର ତର୍ଜମା କରାଯିବ। ଯଦି ଏଭଳି ହୋଇଛି ତେବେ ଉପଭୋକ୍ତା ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ବିଲ୍‌କୁ ରଦ୍ଦ କରାଯିବ। ନୂତନ ଟ୍ରାନ୍ସଫର୍ମର ପାଇଁ ଅଭିଯୋଗ ପତ୍ର ଦାଖଲ କଲେ ତାହା ମଧ୍ୟ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri