ଶତ୍ରୁ ପ୍ରସଙ୍ଗ

ଡ. ବାସୁଦେବ ମିଶ୍ର

ଆମ୍ଭମାନଙ୍କ ମନରେ ଗୋଟିଏ ବଦ୍ଧମୂଳ ଧାରଣା- ବନ୍ଧୁମାନଙ୍କ ଦ୍ୱାରା ଆମର ଯାହାକିଛି ଉନ୍ନତି ହୋଇଥାଏ ଏବଂ ଶତ୍ରୁମାନେ ସର୍ବଦା ଆମର କ୍ଷତି ହିଁ କରିଥାଆନ୍ତି। କିନ୍ତୁ ଏହି କଥାଟି ସମ୍ପୂର୍ଣ୍ଣରୂପେ ସତ୍ୟ ବୋଲି ପ୍ରମାଣିତ ହୋଇପାରେ ନାହିଁ। ବେଳେବେଳେ ଆମେ ବନ୍ଧୁ ପରିଜନଙ୍କ କାରଣରୁ ଯେ କ୍ଷତି ସହୁନା, ତାହା ନୁହେଁ। ଜାଣତରେ ହେଉ ଅବା ଅଜାଣତରେ, ଆମ ପାଖରେ ପହଞ୍ଚତ୍ଥିବା କ୍ଷତି ନିମିତ୍ତ କେହି ଜଣେ ବନ୍ଧୁ ମଧ୍ୟ କେବେକେମିତି କାରଣ ହୋଇପାରନ୍ତି। ଅବଶ୍ୟ ଆମର କ୍ଷତି କଥା ଜାଣିବା ପରେ ସେ ସେଥିପାଇଁ ଦୁଃଖିତ ହେବା ସଙ୍ଗେ ସଙ୍ଗେ ଯେପରି ଏହାର ପୁନରାବୃତ୍ତି ନ ହେବ, ସେଥିପାଇଁ ସେ ସତର୍କ ରହନ୍ତି। ଅନ୍ୟପକ୍ଷରେ ଏକଥା ସତ୍ୟ ଯେ ଶତ୍ରୁଟିଏ ସର୍ବଦା ଆମର କ୍ଷତିହେବା ଇଚ୍ଛା କରେ। ଆମର କିଛି କ୍ଷତି ହେବାକଥା ତା’ କାନରେ ପଡିଲେ ତା’ର ମନ ପୁଲକିତ ହୋଇଉଠେ। କିନ୍ତୁ ଜାଣତରେ, ଅଜାଣତରେ ଅଥବା ବାଧ୍ୟତାରେ ଶତ୍ରୁ ଯେ କେବେ ଆମର କିଛି ଉପକାର କରେନାହିଁ, ଏକଥା ବି ସତ୍ୟ ନୁହେଁ। ଅନେକ ସମୟରେ ଆମର ଶତ୍ରୁ ହିଁ ଆମ ଉପକାରର କାରଣ ହୋଇଥାଆନ୍ତି। ଆମେ ଆମର ବନ୍ଧୁମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରୁ। କିନ୍ତୁ ଏମିତି ଅନେକ ପରିସ୍ଥିତି ଅଛି, ଯେତେବେଳେ ଆମେ ଆମର ଶତ୍ରୁକୁ ହିଁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ଉଚିତ ମନେହୁଏ।
କେହି ଆମ ପ୍ରତି ଶତ୍ରୁ ଭାବରେ କାର୍ଯ୍ୟ କରୁଛି, ଆଉ ସେପରି ଶତ୍ରୁତା ପାଇଁ ସେହି ବ୍ୟକ୍ତି ହିଁ କେବଳ ଦାୟୀ, ଆମର ସେଥିରେ ସାମାନ୍ୟ ଦୋଷ ବି ନାହିଁ, ଏମିତି ହୋଇ ନପାରେ। ଶତ୍ରୁତାର ଭାବ ସୃଷ୍ଟିହେବା କ୍ଷେତ୍ରରେ ଉଭୟଙ୍କର କିଛି ନା କିଛି ଅବଦାନ ଥାଇପାରେ। କଥାଟା ହେଲା- ‘ନିଜ ଆଖିକୁ ଅଙ୍ଗୁଳି ଯାଏନାହିଁ’ ନ୍ୟାୟରେ ଆମେ ନିଜ ଦୋଷକୁ ଦେଖିପାରୁନା। ଦେଖିଲେ ବି ସ୍ବୀକାର କରୁନା। ଅନ୍ୟକୁ ଶତ୍ରୁ ବୋଲି କହି ତା’ର ଦୋଷ ବଖାଣି ବସୁ। ଶ୍ରୋତାର ଆଗରେ ପ୍ରମାଣିତ କରିବାକୁ ଚାହୁଁ ଯେ ସେଇ ଶତ୍ରୁଟା ହିଁ ଭାରି ଖରାପ, ଆଉ ମୁଁ ଭାରି ଭଲ। ନିରୋଳା ସୁନାମୁଣ୍ଡା।
ଗୋଟିଏ ଦୃଷ୍ଟିରୁ ଦେଖିଲେ ଶତ୍ରୁଟିଏ ଯଦି ନ ଥାଆନ୍ତା, ତେବେ ଏ ସଂସାରରେ କାହାର କିଛି ଉନ୍ନତି ହୁଅନ୍ତା ନାହିଁ। ଶତ୍ରୁଟାଏ ଅଛି ବୋଲି ଜାଣିବାପରେ ଆମେ ସତର୍କତାର ସହିତ ବାଟ ଚାଲୁ। ଏମିତି ସତର୍କ ହୋଇ ଚାଲୁଚାଲୁ ତାହା ଆମର ଅଭ୍ୟାସରେ ପରିଣତ ହୋଇଯାଏ। ପ୍ରତିଯୋଗୀଟିଏ ଥିଲେ ପିଲାଟିଏ ତା’ ପାଠରେ ଆଗକୁ ଯିବାପାଇଁ ପ୍ରେରଣା ପାଏ। ପ୍ରତିସ୍ପର୍ଦ୍ଧୀଟିଏ ଥିଲେ କ୍ରୀଡ଼ା କ୍ଷେତ୍ରରେ ସ୍ପର୍ଦ୍ଧୀର ଦକ୍ଷତା ଶାଣିତ ହୁଏ। କର୍ମକ୍ଷେତ୍ରରେ ଶତ୍ରୁଠାରୁ ଆସୁଥିବା ବିପଦକୁ ପ୍ରତିହତ କରିବାର କ୍ଷମତା ଆମେ ହାସଲ କରୁ। କଥାଟି କେବଳ ବ୍ୟକ୍ତି କ୍ଷେତ୍ରରେ ନୁହେଁ, ରାଷ୍ଟ୍ର କ୍ଷେତ୍ରରେ ମଧ୍ୟ ତାହା ହିଁ ଘଟିଥାଏ। ଶତ୍ରୁରାଷ୍ଟ୍ରଠାରୁ ଆକ୍ରମଣର ଆଶଙ୍କା ଉପୁଜିଲେ ଗୋଟିଏ ଦେଶ ତା’ର ପ୍ରତିରକ୍ଷା ଶକ୍ତିକୁ ବୃଦ୍ଧି କରେ। ସୈନ୍ୟବଳ ଓ କୌଶଳକୁ ବହୁଗୁଣିତ କରେ ଏବଂ ଦକ୍ଷତା ବଢ଼ାଏ। ସେ ସମ୍ପର୍କିତ ବୁଦ୍ଧି ଓ ବିଚକ୍ଷଣତାକୁ ଶାଣିତ କରେ। ଶତ୍ରୁର ପ୍ରତି ପଦକ୍ଷେପକୁ ଦୂରରୁ ଲକ୍ଷ୍ୟ କରି ଏବଂ ତା’ର ଉଦ୍ଦେଶ୍ୟ ଜାଣି ସେହିମତେ ନିଜକୁ ପ୍ରସ୍ତୁତ କରେ। ଏସବୁ କ୍ଷେତ୍ରରେ ଶତ୍ରୁ ହିଁ କ୍ଷମତା ବୃଦ୍ଧିରେ ଅନ୍ୟରାଷ୍ଟ୍ରକୁ ସାହାଯ୍ୟ କରେ।
ଆମେ ନିଜର ମୁହଁ ନିଜେ ଦେଖିପାରୁନା। ସେଥିପାଇଁ ଦର୍ପଣଟିଏ ଲୋଡ଼ାହୁଏ। ଠିକ୍‌ ସେମିତି ଆମେ ନିଜର ଦୋଷଗୁଣଗୁଡ଼ିକୁ ଠିକ୍‌ରୂପେ ଜାଣିପାରୁନା। ବନ୍ଧୁଟିଏ ଗୁଣଗୁଡ଼ିକୁ ଦେଖିପାରେ ଏବଂ କହିପାରେ। ସେ କିନ୍ତୁ ଦୋଷ ଦେଖେନା, ଦେଖିଲେ ବି କହିପାରେନା। ସେମିତି ଶତ୍ରୁଟିଏ ଗୁଣ ଓ ଦୋଷ ଉଭୟ ଦେଖେ। କିନ୍ତୁ ଅସୂୟାବଶତଃ ଗୁଣଗୁଡ଼ିକୁ କହି ନ ପାରି କେବଳ ଦୋଷଗୁଡ଼ିକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରେ। ଏଇ କଥାଟିକୁ ଆମେ ସକାରାମତ୍କ ଦୃଷ୍ଟିରେ ଦେଖିପାରୁନା। ଅନ୍ୟମାନଙ୍କ ଆଗରେ ଆମର ଦୋଷ କହିବା କଥା ଆମ କାନରେ ପଡ଼ିଲେ ଆମେ କ୍ରୋଧରେ ଫାଟିପଡୁ। ତା’ର ବିରୁଦ୍ଧାଚରଣ କରୁ। କିନ୍ତୁ ପ୍ରକୃତ କଥାଟାକୁ ଆମେ ହେଜୁନା। କଥାଟା ହେଲା ଆମର ଯେଉଁ ଦୋଷଗୁଡ଼ିକ ସମ୍ପର୍କରେ ଆମେ ଜାଣି ନ ଥିଲୁ କିମ୍ବା ଯାହା କେବେ ଆମର ଦୃଷ୍ଟିରେ ପଡ଼ି ନ ଥିଲା, ବନ୍ଧୁଟିର ଦୃଷ୍ଟିରେ ପଡ଼ିଥିଲେ ମଧ୍ୟ ସେ ଆମ ସମ୍ମୁଖରେ ପ୍ରକାଶ କରିପାରି ନଥିଲା, ସେହି ଦୋଷଗୁଡ଼ିକୁ ସେଇ ଲୋକଜଣକ ତ ଆମ ଆଖି ଆଗକୁ ନେଇ ଆସିଲା। ବର୍ତ୍ତମାନ ଆମେ ସେଗୁଡ଼ିକୁ ସଜାଡ଼ିବା ପାଇଁ ଚେଷ୍ଟା କରିପାରିବା ଏବଂ ସଜାଡ଼ି ନେବା। ତେବେ ଏତେ ବଡ଼ ଉପକାର କରିଥିବା ଲୋକଟି ଆମର ଶତ୍ରୁ ହେଲା କିପରି? ହଁ, ଆମର ଦୋଷଗୁଡ଼ିକୁ ଅନ୍ୟମାନଙ୍କ ସମ୍ମୁଖରେ ବଖାଣିଥିବାରୁ ସେ ଆମର ଶତ୍ରୁ ବୋଲି ମନେହୋଇପାରେ। କିନ୍ତୁ ଟିକିଏ ବିଚାର କରି ଦେଖିଲେ ଆମେ ଜାଣିପାରିବା- ସେ ଆମର ଗୋଟିଏ ପରମ ବନ୍ଧୁ।
‘ଅଜା, ଅମୁକ ଲୋକ ତୁମ ବିରୋଧରେ କେତେ କ’ଣ କହୁଥିଲା। ଏଇପରା ମୁଁ ନିଜେ ଶୁଣିକରି ଆସିଲି।’ ଏତିକି ଶୁଣିବା ପରେ ପାକୁଆ ପାଟିରେ ଖୋଲା ହସଟାଏ ହସି କହିଉଠନ୍ତି ନୂଆଗାଁ ଉଦୟପୁରର ଦାଶରଥି ପଟ୍ଟନାୟକ ଓରଫ ଦାଶିଆ ଅଜା- ‘ଆରେ ହେ, ତୁ ବୋକାଟା ବୁଝିପାରିଲୁନି। ଦି’ଚାରିଟା ଶତ୍ରୁ ରହିବେନି ତ ମୁଁ ଗୋଟାଏ କି ମଣିଷରେ? ବିରୋଧୀ ଲୋକଟାଏ ପାଖରେ ଥିଲେ ସେ ତୁମର ଗୁଣଦୋଷ କହିଦେବ ନା! ନ ହେଲେ ସେଗୁଡ଼ାକ କ’ଣ ଆଖିରେ ପଡ଼େ? ସମସ୍ତେ ବନ୍ଧୁ ହୋଇଯିବେ ତ କେବଳ ତୁମର ପ୍ରଶଂସା କରିବେ। ତୁମେ ତୁମର ଦୋଷଗୁଡ଼ିକୁ ଜାଣିବ କେମିତି? ସେମିତି ହେଲେ ତ ତୁମେ ସ୍ବେଚ୍ଛାଚାରୀ ହୋଇଯିବ। ଯାହା ଇଚ୍ଛା ତାହା କରିଯିବ। ଆଗକୁ ଯିବାପାଇଁ ଠିକ୍‌ ବାଟଟା ତୁମକୁ ଦିଶିବ ନାହିଁ। କାଲି ଯାଇ ମୋ ତରଫରୁ ତାକୁ ଧନ୍ୟବାଦଟାଏ ଦେଇଆସିବୁ।’ ଖୁବ୍‌ ସହଜ ଭଙ୍ଗୀରେ ଏତକ କହି ହସିଦିଅନ୍ତି। ପୁଣି କୁହନ୍ତି- ‘କେହି ତୁମ ବିରୋଧରେ କହେ ବୋଲି ତାକୁ ଘୃଣା କରିବ ନାହିଁ। ତା’ ପ୍ରତି ଦ୍ୱେଷଭାବ ରଖିବ ନାହିଁ। ଜାଣିରଖିବ, ପ୍ରକାରାନ୍ତରେ ସେ ତୁମର ଉପକାର କରେ। ସେମିତି ଲୋକଟିଏ ତୁମପାଇଁ ରଖି ଦେଇଥିବାରୁ ଈଶ୍ୱରଙ୍କୁ ଧନ୍ୟବାଦ ଦେବ। ବିରୋଧୀ ଲୋକ ନ ରହିଲେ ତୁମେ ଉପରକୁ ଉଠିବ କେମିତି? ତୁମ ଚରିତ୍ରରେ ଶୁଦ୍ଧତା ଆସିବ କେମିତି? ନିଆଁରେ ପୋଡ଼ି ନ ହେଲେ ସୁନା ଶୁଦ୍ଧ ହୋଇପାରେ?’
ଈଶ୍ୱର ତାଙ୍କ ସୃଷ୍ଟିରେ ପ୍ରତ୍ୟେକ ପ୍ରାଣୀ ପାଇଁ ଶତ୍ରୁଟିଏ ସୃଷ୍ଟି କରିଛନ୍ତି ବୋଧହୁଏ ତା’ର ଜୀବନଯାପନ ପ୍ରଣାଳୀକୁ ଅଧିକ ସୁଗମ କରିଦେବା ପାଇଁ। ଜୀବନ ବଞ୍ଚତ୍ବା ପାଇଁ ପ୍ରତି ପଦକ୍ଷେପରେ ସତର୍କତା ଯେ ନିହାତି ଜରୁରୀ, ଏଇ କଥାଟିକୁ ମର୍ମେମର୍ମେ ବୁଝାଇ କହିଦେବା ପାଇଁ। ଦଶରଥପୁର, ଯାଜପୁର
ମୋ: ୯୪୩୮୩୨୮୭୫୫


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?