ଲୋକ ଲଜ୍ଜା: ଆମ୍ବଗଛରେ ରଶି ଲଗାଇ ବିବାହିତ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ବନ୍ତଳା,୧୬।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପୁରୁଣାକୋଟ ଥାନା କୋଠଭୂଇଁ ପଞ୍ଚାୟତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। କୁମୁରି ଗ୍ରାମ ମୁଣ୍ଡରେ ଥିବା ଏକ ଆମ୍ବ ଗଛରେ ଦୁଇ ବିବାହିତ ପ୍ରେମୀଯୁଗଳ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେମାନେ ହେଲେ ଡଲାସିଙ୍ଗା ଗ୍ରାମର ମଧୁ ସାହୁ(୩୫) ଓ କୋଠଭୂଇଁ ଗ୍ରାମର ଶାନ୍ତି ପ୍ରଧାନ (୩୮)। ଉଭୟ ପୂର୍ବରୁ ବିବାହିତ ଥିବା ବେଳେ ସେମାନଙ୍କୁ ଉକ୍ତ ବିବାହରୁ ଦୁଇଟି ଲେଖାଏଁ ସନ୍ତାନ ଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଏକ ବର୍ଷ ପୂର୍ବେ ମଧୁ ଓ ଶାନ୍ତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏ ନେଇ ଶାନ୍ତିଙ୍କ ସ୍ବାମୀ ଜାଣିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ସମାଧାନ ନିମନ୍ତେ ଘଟଣା କୋର୍ଟରେ ପହଞ୍ଚିଥିଲା। ତେବେ ୬ ମାସ ପୂର୍ବେ ମଧୁ ଏବଂ ଶାନ୍ତି କୋର୍ଟରେ ବିବାହ କରି ଘରୁ ପଳାଇ ଆସିଥିଲେ। ଶନିବାର ଉଭୟ ରଜ ଉପଲକ୍ଷେ ଦଲାସିଙ୍ଗା ଗ୍ରାମକୁ ଆସିଥିଲେ। ହେଲେ ଲୋକ ଲଜ୍ଜା ସହି ନ ପାରି ସେମାନେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ସେମାନଙ୍କ ମୃତଦେହ ନିକଟରେ ସ୍କୁଟ ିଟିଏ ରଖାଯାଇଥିବା ଦେଖିବାକୁ ମିଳୁଛି। ଘଟଣା ନେଇ ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଲୋକମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଉଭୟଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri