ରେଳ ବଜେଟରେ ମୟୂରଭଞ୍ଜକୁ ଅବହେଳା ନେଇ ବିକ୍ଷୋଭ

ବାରିପଦା ଅଫିସ, ୭ା୨- ରେଳବଜେଟରେ ଓଡ଼ିଶାର ବିଭିନ୍ନ ରେଳପ୍ରକଳ୍ପ ଲାଗି ୪୩୭୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଓଡ଼ିଶାର ଅନ୍ୟାନ୍ୟ ରେଳ ପ୍ରକଳ୍ପ ଲାଗି ଟଙ୍କା ମଞ୍ଜୁର ହୋଇଥିବା ବେଳେ ମୟୂରଭଞ୍ଜ ଜିଲାରେ ରେଳପଥର ଉନ୍ନତିକରଣ ପାଇଁ ସେଭଳି ଆଖିଦୃଶିିଆ ଟଙ୍କା ମଞ୍ଜୁର ହୋଇନାହିଁ । ଜିଲାବାସୀ ବିଭିନ୍ନ ନୂତନ ପ୍ରକଳ୍ପ ପାଇଁ ଦାବି କରି ଆସୁଥିଲେ ମଧ୍ୟ ରୂପସା – ବାଙ୍ଗିରିପୋଷି ବିଦ୍ୟୁତିକରଣ ପାଇଁ ମାତ୍ର ୨୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଯାହାକୁ ନେଇ ଜିଲାବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତିି। ଅଣରାଜନୈତିକ ସଂଗଠନ ଭଞ୍ଜସେନା ମଧ୍ୟ ଏହାକୁ ଘୋର ବିରୋଧ କରିଛି। ଭଞ୍ଜସେନା ପକ୍ଷରୁ ଦର୍ଶାଯାଇଛି ଯେ, ମୟୂରଭଞ୍ଜ ଜିଲାର ଉନ୍ନତି ପାଇଁ ବାଙ୍ଗିରିପୋଷି- ଗୋରୁମହିଷାଣୀ ନୂତନ ରେଳପଥର ସଂଯୋଗ, ବୁଢାମରା-ଚାକୁଳିଆ ନୂତନ ରେଳପଥର ସଂଯୋଗ, ବାଦାମପାହାଡ଼-କେନ୍ଦୁଝର ନୂତନ ରେଳପଥର ସଂଯୋଗ, ବାଙ୍ଗିରିପୋଷି-ଭୁବନେଶ୍ୱର ସୁଫରଫାଷ୍ଟ ଏକ୍ସପ୍ରେସ୍‌କୁ ପୁରୀ ସମ୍ପସ୍ରାରଣ କରିବା ଲାଗି ବିଭିନ୍ନ ସମୟରେ ଦାବି ହୋଇ ଆସୁଛି। ହେଲେ ଏହିସବୁ ଗୁରୁତ୍ୱପୂର୍ଣ୍ଣ ଦାବିକୁ ଅଣଦେଖା କରି କେନ୍ଦ୍ର ସରକାର ଚଳିତ ରେଳବଜେଟରେ ଯେଉଁଭଳି ଭାବେ ମୟୂରଭଞ୍ଜ ଜିଲାକୁ ଉପେକ୍ଷା କଲେ ତାହା ନିନ୍ଦନୀୟ। ଏହାର ପ୍ରତିବାଦରେ ଭଞ୍ଜସେନା ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରେଳମନ୍ତ୍ରୀ ପିୟୂଷ ଗୋଏଲ, ମୟୂରଭଞ୍ଜ ଏମ୍‌ପି ଇଂ. ବିଶେଶ୍ୱର ଟୁଡ଼ୁଙ୍କ କୁଶ ପୃତ୍ତଳିକା ଦାହ କରିଥିଲେ। ଆଗାମୀ ଦିନରେ ଏହି ଜିଲା ପାଇଁ ନୂତନ ରେଳ ସଂଯୋଗୀକରଣ ଏବଂ ଉନ୍ନତୀକରଣ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବା ପାଇଁ ସେନା ଦାବି କରିଛି। ଯଦି ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରା ନ ଯାଏ ତାହା ହେଲେ ଜିଲାବାସୀଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ଭଞ୍ଜସେନା ଆନ୍ଦୋଳନତ୍ମାକ ପନ୍ଥା ଆପଣାଇବ ବୋଲି ସୂଚନା ଦେଇଛି। ଭଞ୍ଜ ସେନାର ଜିଲା ସଭାପତି ପିଣ୍ଟୁ ମାଇତିଙ୍କ ସମେତ ଯୁବଛାତ୍ର ସଂଯୋଜକ ରାକେଶ ବେହେରା, ଉପଖଣ୍ଡ ସଭାପତି ସାମନ୍ତ ଶେଖର ପାଲ୍‌, ଉପସଭାପତି ପ୍ରଶାନ୍ତ ମହାକୁଡ, ରାକେଶ ମହାନ୍ତି, ପଙ୍କଜ କରଣ, ସାଫଲ୍ୟ ମିଶ୍ର, ଦୀପକ ସାହୁ, ଅମରେଶ ସିଂ, ମୁକ୍ତିଦତ୍ତ ପରିଡ଼ା, ମନୋରଞ୍ଜନ ସାହୁ, ବିଜୁ ବେହେରା, ଲିପନ୍‌ ପାତ୍ର, ସାନୁ ପାତ୍ର, ବନୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି କରିବାକୁ ଚାଷୀଙ୍କ ଦାବି, ବାକି ଅଛନ୍ତି…

ବଡ଼ଗାଁ,୨୭।୮(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକରେ ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ପ୍ରକ୍ରିୟାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ…

ପୁଣି ବନ୍ଦ ହେଲା ୪ ସ୍ଲୁଇସ ଗେଟ: ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରବାର ୍ଯଯଯାହ୍ନରେ ପୁଣି ୪ଟି ସ୍ଲୁଇସ ଗେଟକୁ ବନ୍ଦ କରି…

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଚରଣ ସିଂ ମୀନା: ସାଇବର ଅପରାଧ ରୋକିବା ହେବ ପ୍ରାଥମିକତା

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ଉତ୍ତରାଞ୍ଚଳ ଡିଆଇଜି ଭାବେ ଆଇପିଏସ ଚରଣ ସିଂ ମୀନା ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ଗୁରୁବାର ସକାଳେ ସର୍ବପ୍ରଥମେ ସେ ସମ୍ବଲପୁରର ଆରାଧ୍ୟ ଦେବୀ ମା’…

ଆମ୍ବଗଛରେ ଝୁଲୁଛି ପୁଷ୍ପାଞ୍ଜଳୀଙ୍କ ମୃତଦେହ, ଦେହରେ….

ପାଟଣା,୨୭ା୮(ବୀର କିଶୋର ଦାଶ): ପାଟଣା ଥାନା ଡାଳପକା ପଞ୍ଚାୟତର ବନବୀର ଗ୍ରାମର ଆମ୍ବଗଛରୁ ଜଣେ ଯୁବତୀଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ…

ଯୁବକ ସଂଘ ପକ୍ଷରୁ ରାସ୍ତା ସଫେଇ ଅଭିଯାନ: ଗ୍ରାମବାସୀଙ୍କ ପ୍ରଶଂସା

କର୍ଲାମୁଣ୍ଡା,୨୭।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ରାଧା ମାଧବ ଯୁବକ ସଂଘ ପକ୍ଷରୁ ଗାଁର ପରିବେଶକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ଲକ୍ଷ୍ୟରେ…

ଯାତ୍ରା ଚାଲିଥିବା ବେଳେ ମଞ୍ଚରେ ପଡିଗଲେ ଅଭିନେତା ପିୟୁଷ, ତାପରେ….

ଦେବଗଡ଼,୨୭ା୮(ଶଶାଙ୍କ ଶେଖର ଝାଙ୍କର): ମୁଣ୍ଡ ବୁଲାଇ ମଞ୍ଚରେ ପଡିଗଲେ ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀ । ବାରକୋଟ ବ୍ଳକ ବାସୁପାଲି ଗାଁରେ ଯାତ୍ରା ପରିବେଷଣ ବେଳେ ଏହି…

ଜମିଛି ଆବର୍ଜନା-ନର୍ଦ୍ଦମାପାଣି: ବଢୁଛି ସଂକ୍ରାମକ ରୋଗ ଭୟ

ବରଗଡ଼,୨୭ା୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ସହରର ଯୁଆଡ଼େ ଦେଖିଲେ କୁଢ଼କୁଢ଼ ମଇଳା, ଆବର୍ଜନା ପଡ଼ିରହିଛି। ସେହିପରି ନିଷ୍କାସନ ବ୍ୟବସ୍ଥା…

୫ମାସ ବିତିଲା, ଅପହୃତାଙ୍କ ପତ୍ତା ମିଳୁନି: ଉଦ୍ଧାର ପାଇଁ ନିବେଦନ କଲେ ଅଜା

ମହାକାଳପଡ଼ା, ୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଥା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ବତୀଘର ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଗତ ମାର୍ଚ୍ଚ ୧୧ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri