ସବୁଜ ସଙ୍କେତ ଦେଉନାହିଁ କେନ୍ଦ୍ର

ଭୁବନେଶ୍ୱର,୭-୨(ବ୍ୟୁରୋ): ଓଡ଼ିଶାରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଏବଂ ସାମାଜିକ, ଆର୍ଥିକ ପଛୁଆ ବର୍ଗ(ଏସ୍‌ଇବିସି) ସଂଖ୍ୟା ବହୁତ। ହେଲେ ସେମାନଙ୍କ ପ୍ରକୃତ ସଂଖ୍ୟା କେତେ ତାହାର କୌଣସି ସରକାରୀ ହିସାବ ନାହିଁ। ତେଣୁ ୨୦୨୧ ଜନଗଣନାରେ ଏମାନଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରଖାଯାଉ ବୋଲି ରାଜ୍ୟ ସରକାର ବିଚାର କରିଥିଲେ। ସେଥିପାଇଁ କିଛିଦିନ ତଳେ କ୍ୟାବିନେଟ୍‌ ବୈଠକ ଡକାଇ ଏ ସମ୍ପର୍କିତ ସଂକଳ୍ପ ପ୍ରସ୍ତାବ ଗୃହୀତ କରାଇଥିଲେ। ଏହା ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କେନ୍ଦ୍ର କ୍ୟାବିନେଟ୍‌ ସଚିବ ରାଜୀବ ଗୌବଙ୍କୁ ଚିଠି ଲେଖି ଓବିସି/ଏସ୍‌ଇବିସି ଗଣନା ପାଇଁ ବ୍ୟବସ୍ଥା ଲାଗି ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ବିଜେଡି ସଂସଦୀୟ ଦଳ ବୈଠକରେ ଜାତିଭିତ୍ତିକ ଜନଗଣନା ଦାବିକୁ ପାର୍ଲାମେଣ୍ଟରେ ଉଠାଯିବା ନେଇ ମତ ପ୍ରକାଶ ପାଇଥିଲା। ସେହି ଅନୁସାରେ ଲୋକ ସଭାରେ ଏମ୍‌ପି ପିନାକୀ ମିଶ୍ର ଏବଂ ରାଜ୍ୟ ସଭାରେ ସସ୍ମିତ ପାତ୍ର ଏହି ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ହେଲେ ସ୍ବରାଷ୍ଟ୍ର(ରାଷ୍ଟ୍ର) ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଏକ ଉତ୍ତର ଏଭଳି ଜନଗଣନା ନେଇ କେନ୍ଦ୍ର ମନ ବଳାଇ ନ ଥିବା ସ୍ପଷ୍ଟ କରିଥିବା ଜଣାପଡିଛି।
ଗତ ୫ ତାରିଖ ଏମ୍‌ପି ଭି.ବିଜୟସାହି ରେଡ୍ଡୀଙ୍କ ଅଣତାରକା ପ୍ରଶ୍ନ ନଂ. ୩୭୮ର ଉତ୍ତର ଦେଇ ନିତ୍ୟାନନ୍ଦ ରାୟ ଉପରୋକ୍ତ ତଥ୍ୟ ପ୍ରଦାନ କରିଥିଲେ। ବିଜୟସାହି ପ୍ରଶ୍ନ କରିଥିଲେ ଯେ, ସରକାର ୨୦୨୧ ଜନଗଣନାରେ ଓବିସି/ଏସ୍‌ଇବିସିଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ମତ ପ୍ରକାଶ କରିଥିଲେ। ହେଲେ ରେଜିଷ୍ଟ୍ରାର ଅଫ୍‌ ଇଣ୍ଡିଆ ଓବିସି ସମ୍ପର୍କିତ ତଥ୍ୟ ନେବା ପାଇଁ ନିଷ୍ପତ୍ତି ନେଇ ନାହାନ୍ତି କାହିଁକି । ସେହିଭଳି ସରକାର ଜନଗଣନା-୨୦୨୧ରେ ଓବିସିଙ୍କ ତଥ୍ୟ ସଂଗ୍ରହ ନେଇ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେବେ କି ବୋଲି ରେଡ୍ଡୀ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ନିତ୍ୟାନନ୍ଦ କହିଥିଲେ ଯେ, ଗତବର୍ଷ ମାର୍ଚ୍ଚ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ଗେଜେଟ୍‌ ଅନୁଯାୟୀ, ଜନଗଣନା-୨୦୨୧ରେ ଅନୁସୂଚିତ ଜାତି(ଏସ୍‌ସି) ଏବଂ ଅନୁସୂଚିତ ଜନଜାତି(ଏସ୍‌ଟି) ଜନଗଣନା କରାଯିବାର ବ୍ୟବସ୍ଥା ଥିବା କେନ୍ଦ୍ରମନ୍ତ୍ରୀ ଲିଖିତ ଉତ୍ତର ଦେଇଥିଲେ। ହେଲେ ମନ୍ତ୍ରୀଙ୍କ ଉତ୍ତରରେ ଓବିସି/ଏସ୍‌ଇବିସିଙ୍କ ଜନଗଣନା ନେଇ କୌଣସି ସୂଚନା ନାହିଁ। ତେଣୁ ଓଡ଼ିଶାର ଦାବି ସଂକଳ୍ପ ପ୍ରସ୍ତାବରେ ରହିଯିବ ବୋଲି ଧାରଣା ସୃଷ୍ଟି ହୋଇଛି। ଅପରପକ୍ଷରେ କେନ୍ଦ୍ର ଚାହିଁଲେ କ୍ୟାବିନେଟ୍‌ ସଂକଳ୍ପ କିମ୍ବା ପୂର୍ବ ନିୟମରେ ସଂଶୋଧନ କରିପାରିବେ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି। ଆନୁଷ୍ଠାନିକ ଭାବେ ବିଜେଡି କିମ୍ବା ରାଜ୍ୟ ସରକାର ଏହା ଉପରେ କୌଣସି ମତ ରଖିନାହାନ୍ତି। ହେଲେ ବିରୋଧୀମାନେ ଜାତିଭିତ୍ତିକ ଜନଗଣନାକୁ ରାଜ୍ୟ ସରକାରଙ୍କ ପୌରନିର୍ବାଚନୀ ଚାଲ୍‌ ବୋଲି ଅଭିଯୋଗ କରିଛନ୍ତି। ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ଓବିସିଙ୍କ ପାଇଁ ଜନଗଣନା ଦାବି କରୁଥିବା ସରକାର ଦୀର୍ଘଦିନ ଧରି ଏହି ବର୍ଗକୁ ରାଜ୍ୟରେ ଅବହେଳା କରିଆସିିଛନ୍ତି। ସେହିଭଳି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ମଧ୍ୟ ରାଜ୍ୟ ସରକାରଙ୍କ ଦାବିକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିହିତ କରିଛନ୍ତି। ଅପରପକ୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାର ମୂଳତଃ ପଛୁଆବର୍ଗ ବିରୋଧୀ। ନ ହେଲେ ଦୀର୍ଘ ୨ ଦଶନ୍ଧି ରହିବା ପରେ ରାଜ୍ୟ ସରକାର ହଠାତ୍‌ ଏ ସଂକଳ୍ପ ଆଣିଲେ କାହିଁକି। କେନ୍ଦ୍ର ଚାହିଁଲେ ଏହାକୁ କରିପାରିବେ, ହେଲେ ଆନ୍ତରିକତା ନ ଥିବାରୁ ଜାତିଭିତ୍ତିକ ଜନଗଣନା ପୁନର୍ବାର ଶୀତଳ ଭଣ୍ଡାରକୁ ଗଲା ବୋଲି ଶ୍ରୀକାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?