ରାସ୍ତାରେ ଭାସୁଛି ପିଟିସି ନର୍ଦ୍ଦମା ପାଣି: ଦୁର୍ଗନ୍ଧରେ ଫାଟୁଛି ନାକ

ଅନୁଗୋଳ ଅଫିସ, ୨।୬- ଅନୁଗୋଳ ପୌରାଞ୍ଚଳର ୧୬ନଂ. ଓ୍ବାର୍ଡରେ ଥିବା ଗୀତାଗ୍ରାମ ରାସ୍ତାରେ ଭାସୁଛି ପୋଲିସ ଟ୍ରେନିଂ କଲେଜ (ପିଟିସି) ନର୍ଦ୍ଦମା ପାଣି। ପଚାଶଢ଼ା ପାଣି ସହ ଶୌଚାଳୟ ଜଳ ରାସ୍ତାରେ ଜମିଥିବାରୁ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ୁଛି। ଫଳରେ ଯାତାୟାତ ବେଳେ ଗ୍ରାମବାସୀଙ୍କୁ ନାକରେ ରୁମାଲ ଦେଇ ଯିବାକୁ ପଡ଼ୁଛି। ଦୀର୍ଘଦିନ ହେଲା ଏପରି ସ୍ଥିତି ସୃଷ୍ଟି ହୋଇଥିଲେ ବି ପିଟିସି କର୍ତ୍ତୃପକ୍ଷ କୌଣସି ପ୍ରତିକାର କରୁନାହାନ୍ତି। ଗ୍ରାମବାସୀ ଅଭିଯୋଗ କଲେ ‘ପାଣିର ଧର୍ମ ନିମ୍ନଗାମୀ’ କହି କର୍ତ୍ତୃପକ୍ଷ ବିତଣ୍ଡା ଯୁକ୍ତି କରୁଥିବା ଗ୍ରାମବାସୀ କହିଛନ୍ତି। ଏ ନେଇ ପୌରପାଳିକାଠାରୁ ଜିଲାପାଳଙ୍କ ଅଫିସ ଯାଏ ସବୁଠି ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପିଟିସିରେ ଥିବା ହଷ୍ଟେଲର ଗାଧୁଆ ପାଣି ସହ ରୋଷେଇ ଘର ପାଣି ରାସ୍ତାକୁ ଛଡ଼ାଯାଉଛି। ଏପରି କି ହଷ୍ଟେଲ ଶୌଚାଳୟ ପାଇପ୍‌ ଫାଟି ଯାଇଥିବାରୁ ଉକ୍ତ ପାଣି ମଧ୍ୟ ରାସ୍ତା ଉପରକୁ ଚାଲି ଆସୁଛି। ପ୍ରବଳ ଗନ୍ଧ ହେଉଥିଲେ ବି ଗଁା ରାସ୍ତା ହୋଇଥିବାରୁ ଲୋକେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ଏପରି ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ ଗଁାରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବାର ଆଶଙ୍କା କରାଯାଉଛି। ଏ ନେଇ ଅଞ୍ଚଳବାସୀ ପିଟିସି, ପୌର କର୍ତ୍ତୃପକ୍ଷ ଓ ଜିଲାପାଳଙ୍କ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କରିଛନ୍ତି। କିନ୍ତୁ ଘଟଣାର ସମାଧାନ କରାଯାଉ ନାହିଁ। ତେଣୁ ପିଟିସି ଅଧ୍ୟକ୍ଷ ତଥା ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳଙ୍କୁ ଭେଟି ଅଭିଯୋଗ କରିବେ ବୋଲି ଅଞ୍ଚଳର ବୀରଭାନୁ ସିଂହ, କିଶୋର ଚନ୍ଦ୍ର ସାହୁ, ତପନ କୁମାର ଦେହୁରୀ, ମନୋଜ ପଣ୍ଡା, କିଶୋର ଶତପଥୀ, ସତ୍ୟବ୍ରତ ପ୍ରଧାନ, ସସ୍ମିତା ବଳ ପ୍ରମୁଖ ପ୍ରକାଶ କରିଛନ୍ତି। ଘଟଣା ସମ୍ପର୍କରେ ପିଟିସି ଅଧ୍ୟକ୍ଷ ଡିଆଇଜି ଭୋଳ କହିଛନ୍ତି, ଗ୍ରାମବାସୀଙ୍କ ସମସ୍ୟା ବିଷୟରେ ଜାଣିନାହିଁ। ଯଦି ଏପରି କିଛି ହୋଇଥାଏ ତା’ହେଲେ ସମାଧାନ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri