ରାସ୍ତା ଉପରେ ପଡ଼ିଛି ଟଙ୍କା

ଜୟପୁର: ରାସ୍ତା ଉପରେ ପଡ଼ିଛି ୧୦ ଟଙ୍କିଆ ନୋଟ୍‌। ଲକ୍‌ଡାଉନ ବେଳେ ଏମିତି ଏକ ଖବର ଶୁଣି ଲୋକେ ଭୟଭୀତ ହୋଇ ଯାଇଥିଲେ। ହୁଏତ ନୋଟ୍‌ ମାଧ୍ୟମରେ କେହି କରୋନା ଭାଇରସ୍‌ ସଂକ୍ରମଣ କରାଇବାକୁ ଚାହୁଁଥିବ ଭାବି ସତର୍କ ହୋଇଯାଇଥିଲେ। ଏମିତି ଏକ ଖବରକୁ ନେଇ ଏବେ ଚର୍ଚ୍ଚା ହେଉଛି ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ଚୋପାସନୀ ହାଉସିଂ ବୋର୍ଡ ଥାନା ଅଞ୍ଚଳରେ। ସ୍ଥାନୀୟ ପୋଲିସ ଏଭଳି ଏକ ଖବର ବିଷୟରେ ଜାଣିବା ପରେ ଛାନ୍‌ଭିନ୍‌ ଆରମ୍ଭ କରିଛି। ପ୍ରକୃତ କଥା ହେଉଛି ଲୋକେ ହଠାତ୍‌ ଶୁଣିବାକୁ ପାଇଥିଲେ ଯେ, କିଛିଲୋକଙ୍କ ଘର ବାହାରେ ଥିବା ଚିଠି ବାକ୍ସ ଏବଂ ରାସ୍ତା ଉପରେ ୧୦ ଟଙ୍କିଆ ନୋଟ ସବୁ ପଡ଼ିଛି। ଏହି ଖବର ଶୁଣି ଲୋକେ ଭାବିଥିଲେ ଯେ, କେହିଜଣେ ସମ୍ପୃକ୍ତ ଅଞ୍ଚଳରେ କରୋନା ଭାଇରସ୍‌ ସଂକ୍ରମଣ କରାଇବା ପାଇଁ ଏପରି କରିଛି। ତେଣୁ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ତେଣୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସତର୍କତାର ସହ ନୋଟଗୁଡ଼ିକୁ ଏକତ୍ର କରି ଜଳାଇଦେବାକୁ ଚେଷ୍ଟା କରିଥିଲା। କିନ୍ତୁ ନୋଟ ଜଳାଇବା ବେଳେ ଜଣାପଡ଼ିଥିଲା କି ସେସବୁ ନକଲି ନୋଟ୍‌ ଥିଲା। ତେବେ କିଏ ଏଭଳି କେଉଁ ଉଦ୍ଦେଶ୍ୟରେ କରିଥିଲା ସେନେଇ କିଛି ଜଣାପଡ଼ି ନାହିଁ। ଟଙ୍କା ଜଳାଇବାର ଏଭଳି ଭିଡିଓ ଏବଂ ତଥ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ଝିଅ ସ୍ବାଗତିକାଙ୍କୁ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ ସମ୍ମାନ: ଛୁଟୁଛି ଶୁଭେଚ୍ଛାର ସୁଅ

ପାରଳାଖେମୁଣ୍ଡି,୧ା୮(ଗିରିଧାରୀ ପରିଚ୍ଛା):ଗଜପତି ଜିଲାର ଝିଅ ସ୍ବାଗତିକା ପାଣିଗ୍ରାହୀ ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଆନ୍ତର୍ଜାତିକ ସ୍ତରରେ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ରେ ସ୍ବାଗତିକା ସଫଳତା ସାଉଁଟିଛନ୍ତି।…

ମହାନଦୀରେ ବଡ଼ ବନ୍ୟା ସ୍ଥିତି: ଆଜି ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ରବିନାରାୟଣ ଜେନା)/ ସମ୍ବଲପୁର,(ପ୍ରମୋଦ ବହିଦାର) ୧।୮: ରାଜ୍ୟରେ ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଏବେ ଭୟଙ୍କର ରୂପ ନେଉଛି। କେଉଁଠି ଘରଦ୍ୱାର ଧୋଇ ନେଉଛି…

ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଜୟପୁର,୧ା୮(ପବନ ପାଣିଗ୍ରାହୀ): ସ୍କୁଲରୁ ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଶୁକ୍ରବାର ୨ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ…

ଅବପାତ ଦୁର୍ବଳ: ପୁଣି ବଢିବ ବର୍ଷାର ପରିମାଣ, ଘଡ଼ଘଡ଼ି ବିଜୁଳି ସହିତ…

ଭୁବନେଶ୍ୱର,୧ା୮(ବନ୍ଦନା ସେଠୀ):ରାଜ୍ୟରୁ ଅବପାତର ଭୟ ଦୂରେଇ ଥିବାବେଳେ ବର୍ଷାର ପରିମାଣ ବି କମିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସୂଚନା ଅନୁଯାୟୀ, ପଶ୍ଚିମ ବିଦର୍ଭ ଓ ସଂଲଗ୍ନ…

ଆଜି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ: ପର୍ଯ୍ୟଟକଙ୍କ ମଧ୍ୟରେ ଆନନ୍ଦ

ରାଜନଗର, ୧ା୮(ଭାସ୍କର ରାଉତରାୟ):ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ୩ ମାସ ଧରି ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ତାରିଖ ଶନିବାର ଖୋଲାଯିବ।…

ପାଟଶାଢ଼ିରେ ସମ୍ବଲପୁରୀ ଦିନ୍‌: ଚର୍ଚ୍ଚାରେ ହେମାଞ୍ଚଳ

ସୋନପୁର,୧।୮(ମୃତ୍ୟୁଞ୍ଜୟ ଶତପଥୀ):ସୂକ୍ଷ୍ମ କାରିଗରି ପାଇଁ ସୁବର୍ଣ୍ଣପୁର ଜିଲାର ବୁଣାକାରଙ୍କ ଦେଶ ବିଦେଶରେ ସୁନାମ ରହିଛି। ସେମିତି ଜଣେ ଯୁବ ବୁଣାକାର ହେଲେ ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମର…

ପିଏମ ମୋଦିଙ୍କ ନୂଆ ଭିଡିଓ ବାର୍ତ୍ତା: କହିଲେ-ମୋତେ ଗାଳି ଦେଇଥିବା ପିଲାମାନଙ୍କୁ…

ନୂଆଦିଲ୍ଲୀ,୧।୮: ଜନ୍ତର-ମନ୍ତରରେ ଛାତ୍ର ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଅନେକ ପିଲା ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ, ଯେଉଁଥିପାଇଁ ସେମାନେ ଭାଜପା ସମର୍ଥକଙ୍କ ଟାର୍ଗେଟକୁ…

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri