ରାସ୍ତା ଉପରେ ପଡ଼ିଛି ଟଙ୍କା

ଜୟପୁର: ରାସ୍ତା ଉପରେ ପଡ଼ିଛି ୧୦ ଟଙ୍କିଆ ନୋଟ୍‌। ଲକ୍‌ଡାଉନ ବେଳେ ଏମିତି ଏକ ଖବର ଶୁଣି ଲୋକେ ଭୟଭୀତ ହୋଇ ଯାଇଥିଲେ। ହୁଏତ ନୋଟ୍‌ ମାଧ୍ୟମରେ କେହି କରୋନା ଭାଇରସ୍‌ ସଂକ୍ରମଣ କରାଇବାକୁ ଚାହୁଁଥିବ ଭାବି ସତର୍କ ହୋଇଯାଇଥିଲେ। ଏମିତି ଏକ ଖବରକୁ ନେଇ ଏବେ ଚର୍ଚ୍ଚା ହେଉଛି ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ଚୋପାସନୀ ହାଉସିଂ ବୋର୍ଡ ଥାନା ଅଞ୍ଚଳରେ। ସ୍ଥାନୀୟ ପୋଲିସ ଏଭଳି ଏକ ଖବର ବିଷୟରେ ଜାଣିବା ପରେ ଛାନ୍‌ଭିନ୍‌ ଆରମ୍ଭ କରିଛି। ପ୍ରକୃତ କଥା ହେଉଛି ଲୋକେ ହଠାତ୍‌ ଶୁଣିବାକୁ ପାଇଥିଲେ ଯେ, କିଛିଲୋକଙ୍କ ଘର ବାହାରେ ଥିବା ଚିଠି ବାକ୍ସ ଏବଂ ରାସ୍ତା ଉପରେ ୧୦ ଟଙ୍କିଆ ନୋଟ ସବୁ ପଡ଼ିଛି। ଏହି ଖବର ଶୁଣି ଲୋକେ ଭାବିଥିଲେ ଯେ, କେହିଜଣେ ସମ୍ପୃକ୍ତ ଅଞ୍ଚଳରେ କରୋନା ଭାଇରସ୍‌ ସଂକ୍ରମଣ କରାଇବା ପାଇଁ ଏପରି କରିଛି। ତେଣୁ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ତେଣୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସତର୍କତାର ସହ ନୋଟଗୁଡ଼ିକୁ ଏକତ୍ର କରି ଜଳାଇଦେବାକୁ ଚେଷ୍ଟା କରିଥିଲା। କିନ୍ତୁ ନୋଟ ଜଳାଇବା ବେଳେ ଜଣାପଡ଼ିଥିଲା କି ସେସବୁ ନକଲି ନୋଟ୍‌ ଥିଲା। ତେବେ କିଏ ଏଭଳି କେଉଁ ଉଦ୍ଦେଶ୍ୟରେ କରିଥିଲା ସେନେଇ କିଛି ଜଣାପଡ଼ି ନାହିଁ। ଟଙ୍କା ଜଳାଇବାର ଏଭଳି ଭିଡିଓ ଏବଂ ତଥ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri