ରାଏଜର ସୁଆର୍‌ଥ ଲାଗି ପଦଯାତ୍‌ରା: ଭଟଲିରେ ପୁହୁଁଚିଲେ ସତ୍ୟବ୍ରତ

ଭଟଲି,୨୦।୧୨ (ଡି.ଏନ୍‌.ଏ.)-ଆଏଜ୍‌କାଲିର ଜୀବନ୍‌ ଶଇଲିରେ ଆମେ ଯେଯାହାର କାମେ ବାଇ ରହୁଛୁଁ। ସଖାଲୁ ଉଠ୍‌ଲା ଖଟୁ ରାତିଥି ଖଟ୍‌କେ ଯିବାର ତକ୍‌ ଆମେ ସଭେ ଛୁଆପିଲାକୁଟୁମ, ବେପାରବନିଜ ଚିନ୍‌ତାରେ ରହୁଛୁଁ। ହେଲେ ଗୁରୁବାର ସଖାଲୁ ବରଗଡ଼-ଭଟଲି ରାସ୍‌ତାରେ ଏନ୍‌ତା ଝନେ ଯୁବକ ସଂଗେ ଭେଟ୍‌ ହେଇଥିଲା ଯେ, ରାଏଜର ହିତ୍‌ ଲାଗି ରାଏଜର ୩୧୪ଟା ବ୍ଲକକେ ପଦଯାତ୍‌ରାଥି ବାହାରିଛନ୍‌। ଇଆଡ଼େ ଶିତୁଆ ସକାଲ, ଲୋକ୍‌ ଖଟ୍‌ ନାଇଁ ଛାଡ଼ିଥିଲାବେଲେ ସେ ପହଁତିଆରୁ ଚାଲବାର ଆରମ୍‌ କରୁଛନ୍‌। ସେ ଯୁବକ ଝନକ ହେଉଛନ୍‌ ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅଧୀନ ଭଗବାନସିନ୍ଧୋଳ ଗଁାର ସତ୍ୟବ୍ରତ ଦାଶ(୨୮)। ତାକର କହିବାର ହିସାବେ ସେ ଗଲା ଜୁଲାଇ ମାସର ୧୦ ତାରିଖରୁ ଯାଜପୁର ଜିଲା ବଡ଼ଚଣା ବ୍ଲକରୁ ନିଜର ପଦଯାତ୍‌ରା ଆରମ୍‌ କରିଛନ୍‌। ସେ ଆଏଜ୍‌ତକ ୧୬୨ ଦିନ୍‌ରେ ୧୧୫ଟା ବ୍ଲକର ବିଡିଓକୁଁ ଭେଟି ରାଷ୍ଟ୍ରପତିକଁର ଉଦେଶ୍‌ରେ ଓଡ଼ିଶାକେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ମହାନଦୀ ଜଲ ବିବାଦର ତୁରିତ୍‌ ସମାଧାନ ଆର ପୋଲାଭରମ ପ୍ରକଳ୍ପକେ ପୂରା ବଁଦ୍‌ କରବାର ଦାବିରେ ଦାବିପତର ଦେଉଛନ୍‌। ଇ ହିସାବେ ସତ୍ୟବ୍ରତ ଗୁରୁବାର ଭଟଲି ବିଡିଓ ଧୀରେନ୍ଦ୍ର କୁମାର ସେଠୀକୁଁ ଭେଟି ଦାବିପତର ଦେଇଛନ୍‌। ତାକର ଇ ମହତ୍‌ ଉଦେଶ ଆର ପଦଯାତ୍‌ରାକେ ସମରଥନ କରି ଜନସାଧାରନ ସମେତ ଭଟଲି ସାମ୍ବାଦିକ ସଂଘ, ମାରଓ୍ବାଡି ୟୁବାମଞ୍ଚ, ଶ୍ୟାମ ବିହାରୀ ମନ୍ଦିର କରମ୍‌କରତା ଆର ଭିନେ ଭିନେ ଅନୁଷ୍‌ଠାନ ତରଫୁ ସମରଧିତ୍‌ କରାଯାଇଥିଲା। ସତ୍ୟବ୍ରତ ଇ ପଦଯାତ୍‌ରାକେ ନିଜର ବ୍ଲକ ବାଲିକୁଦାରେ ଶେଷ କରବେ ବଲି କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…

ବ୍ରିଟିଶ ଗଣ୍ଡ ପୋତିବା ପାଇଁ ଗଦା ହୋଇଛି ଆସ୍‌ପଣ୍ଡ: ଜମିରେ ମାଡ଼ୁଛି ବିଷାକ୍ତ ପାଣି

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ – ମାର୍ଶାଘାଇ ମୁଖ୍ୟ କେନାଲ ବ୍ରିଟିଶ ଗଣ୍ଡ ପୋତିବା ପାଇଁ ପାହାଡ଼ ଭଳି…

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri