ମ୍ୟାଲେରିଆ ନିରାକରଣ

ସୁନୀତା ଶତପଥୀ
ଭାରତ ମ୍ୟାଲେରିଆ ବିରୋଧରେ ଯୁଦ୍ଧ ଜିତି ଆସୁଛି, କିନ୍ତୁ ଯୁଦ୍ଧ ଶେଷ ହେବାର ନାଁ ଧରୁନି। ଅନେକ ରୋଗ ମଶା ଦ୍ୱାରା ସଂକ୍ରମିତ ହୋଇଥାଏ। କିନ୍ତୁ ସେଗୁଡ଼ିକ ମଧ୍ୟରେ ମ୍ୟାଲେରିଆ ସବୁଠାରୁ ବିପଜ୍ଜନକ। ଏହି ରୋଗର ନିରାକରଣ ପାଇଁ ଭାରତ ନିୟତ ପଦକ୍ଷେପ ନେଉଥିବାରୁ ମ୍ୟାଲେରିଆଜନିତ ମୃତ୍ୟୁ ଦୁଇତୃତୀୟାଂଶ ହ୍ରାସ ପାଇବା ସହ ଏହି ରୋଗ ସଂକ୍ରମଣ ୫୦ ପ୍ରତିଶତ ହ୍ରାସ ପାଇଛି। ଭାରତ ହେଉଛି ଏକମାତ୍ର ଦେଶ ଯିଏ ମ୍ୟାଲେରିଆଜନିତ ବୋଝ ୨୪ ପ୍ରତିଶତ କମାଇପାରିଛି ଏବଂ ଏହାର ସ୍ଥାନ ଆଉ ସବୁଠୁ ଅଧିକ ମ୍ୟାଲେରିଆପୀଡ଼ିତ ତିନୋଟି ଦେଶ ଭିତରେ ନାହିଁ। ଓଡ଼ିଶା ସରକାର ମଧ୍ୟ ଉଲ୍ଲେଖନୀୟ ଭାବେ ଏହି ରୋଗର ନିରାକରଣ, ନିଦାନ ଓ ଚିକିତ୍ସାରେ ସଫଳ ହୋଇପାରିଛି।
୨୦୧୭ରେ ଭାରତରେ ମ୍ୟାଲେରିଆ ରୋଗୀ ସଂଖ୍ୟା ଡେଙ୍ଗୁ ତୁଳନାରେ ଚାରିଗୁଣ ଅଧିକ ଥିଲା ଏବଂ ଓଡ଼ିଶାରେ ୪୧ ପ୍ରତିଶତ ସଂକ୍ରମଣ ଘଟିଥିବା ବେଳେ ୧୨ ପ୍ରତିଶତ ମୃତ୍ୟୁବରଣ କରିଥିଲେ। ଅଧିକାଂଶ ମ୍ୟାଲେରିଆ ସଂକ୍ରମଣ ଘଟିଥାଏ କେନ୍ଦ୍ର ଓ ଉତ୍ତରପୂର୍ବ ଭାରତର ଆଦିବାସୀ ଅଞ୍ଚଳ, ଜଙ୍ଗଲ ଅଞ୍ଚଳ ଓ ଗ୍ରାମାଞ୍ଚଳରେ। ଚିକିତ୍ସା ପାଇଁ ଏହିସବୁ ଅଞ୍ଚଳର ଗରିବ ଲୋକମାନଙ୍କ ଉପରେ ମଧ୍ୟ ଅନେକ ଆର୍ଥିକ ବୋଝ ପଡ଼େ। ମ୍ୟାଲେରିଆବିରୋଧୀ ଯୁଦ୍ଧରେ ଭାରତ ଅନେକ ସଫଳତା ହାସଲ କରିଥିଲେ ମଧ୍ୟ ଏ ଯୁଦ୍ଧର ପରିସମାପ୍ତି ଘଟିପାରୁ ନାହିଁ। ଭାରତ ଯେମିତି ପୋଲିଓମୁକ୍ତ ଦେଶ ହୋଇପାରିଛି, ସେମିତି ପ୍ରଧାନମନ୍ତ୍ରୀ ମୋଦି ୨୦୧୫ରେ ୧୭ଟି ଆଞ୍ଚଳିକ ନେତାଙ୍କ ସହ ସାମିଲ ହୋଇ ୨୦୩୦ ସୁଦ୍ଧା ସମଗ୍ର ଏସିଆ ମହାଦେଶକୁ ମ୍ୟାଲେରିଆମୁକ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ମ୍ୟାଲେରିଆ ନିରାକରଣ ପାଇଁ ୨୦୧୭ରେ ଏକ ପାଞ୍ଚବର୍ଷିଆ ଯୋଜନା କରି ୨୦୨୨ ସୁଦ୍ଧା ଦେଶର ୫୭୧ଟି ଜିଲାକୁ ମ୍ୟାଲେରିଆମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ଦେଶ ମ୍ୟାଲେରିଆବିରୋଧୀ ଲଢ଼େଇରେ ସାମିଲ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ପାଇଁ ଆମେ ମଧ୍ୟ ଏଥିରେ ସରକାରଙ୍କୁ ସହଯୋଗ କରିବା ଆବଶ୍ୟକ। ଏଥିପାଇଁ ଆମକୁ ନିଜର ଅଭ୍ୟାସ ବଦଳାଇବାକୁ ହେବ, ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବାକୁ ହେବ, ମଶା-ନିବାରକ ବ୍ୟବହାର କରି ସନ୍ଧ୍ୟା ସମୟରେ ଘରେ ରହିବାକୁ ହେବ, ଫୁଲ୍‌ ପ୍ୟାଣ୍ଟ, ଶାର୍ଟ ଓ ଜୋତା ପିନ୍ଧିବାକୁ ହେବ, ରାତିରେ ମଶାରି ଟାଣି ଶୋଇବାକୁ ହେବ।
ମୋ-୯୮୧୯୦୯୩୭୬୯, sunita@thinktankmsc.com


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?