ମୃଦୁ ପାନୀୟରେ ନିଶା ଦେଇ ଯୁବକଙ୍କଠାରୁ ମୋବାଇଲ, ଟଙ୍କା ଲୁଟ୍‌; ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର

ଅନୁଗୋଳ ଅଫିସ,୨୦।୬: ଅନୁଗୋଳ ଜାମୁଣ୍ଡା ଜଙ୍ଗଲ ଅଞ୍ଚଳର ଜଣେ ଯୁବକଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଲୁଟ୍‌ କରାଯାଇଥିବା ଗୁରୁବାର ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ଯୁବକ ହେଲେ ରାକେଶ କୁମାର ପ୍ରଧାନ। ଦୁଇ ଜଣ ଦୁର୍ବୃତ୍ତ ତାଙ୍କଠାରୁ ୨ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପ୍ରକାଶଯୋଗ୍ୟ, ରାକେଶ କଟକରୁ ଅନୁଗୋଳ ଫେରୁଥିବା ବେଳେ ଦୁଇଜଣ ଯୁବକ ଅନୁଗୋଳ ଛେଣ୍ଡିପଦା ଯିବେ ବୋଲି କହିଥିଲେ। ଏଣୁ ରାକେଶ ସେମାନଙ୍କ ଗାଡ଼ିରେ ବସିଥିଲେ। ସେମାନେ ତାଙ୍କୁ ଚଣ୍ଡିଖୋଲ ରାସ୍ତାରେ ନେଇଥିଲେ। ଏହାପରେ ଛତିଆ ଗୋବିନ୍ଦପୁରଠାରେ ତାଙ୍କଠାରୁ ଲୁଟ କରିଥିଲେ। ତେବେ ଚେତାଶୂନ୍ୟ ଅବସ୍ଥାରେ ରାକେଶ ପଡ଼ିଥିବା ବେଳେ ପରିବାରଲୋକେ ଖବର ପାଇ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଫିଲ୍ମ ଷ୍ଟାଇଲ୍‌ ଲୁଟ୍‌ ପରେ ପୋଲିସର ଏନ୍‌କାଉଣ୍ଟର, ୨ ସୁନା ଲୁଟେରା ଗୁରୁତର

ଅନୁଗୋଳ,୧୮।୬( ଜ୍ୟୋତି ରଞ୍ଜନ ସାହୁ ): ତାଳଚେରରେ ଏକ ସୁନା ରିଫାଇନେରୀ ଦୋକାନରେ ଫିଲ୍ମ ଷ୍ଟାଇଲରେ ଲୁଟ୍‌ ଘଟଣା ପରେ ଅନୁଗୋଳ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସୁବର୍ଣ୍ଣପୁର ପରେ ଏହି ଜିଲାରେ ସ୍କୁଲ ଛୁଟି, ୨୨ରେ ଖୋଲିବ ସ୍କୁଲ

ଭୁବନେଶ୍ୱର,୧୭।୬: ପ୍ରବଳ ଖରା ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଓଡ଼ିଶାର ଅନେକ ଜିଲାରେ ପାରଦ ୪୦ରୁ ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ଉଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri