ମାସକ ଭିତରେ ୩ ଗୁଳିକାଣ୍ଡ: ବସ୍‌ ମାଲିକଙ୍କୁ ଗୁଳିମାଡ଼ ପରେ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର,୯।୩(ବ୍ୟୁରୋ): କମିଶନରେଟ ପୋଲିସ ଚାହିଁ ରହିଛି, ହେଲେ ରାଜଧାନୀରେ ତୁହାକୁ ତୁହା ଗୁଳି ଫୁଟୁଛି। ଅପରାଧିମାନେ ଦିନଦ୍ୱିପ୍ରହରରେ ସଂଘବଦ୍ଧ ଭାବେ ଅପରାଧ ଘଟାଉଥିଲେ ମଧ୍ୟ ପୋଲିସ ସେମାନଙ୍କ ଟେର୍‌ ପାଉନି। ଫଳରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ିବାରେ ଲାଗିଛି। ବୁଧବାର ବାରଙ୍ଗ
କାଟେଣି ଛକସ୍ଥିତ ଜଙ୍ଗଲ ଭ୍ୟୁ ରେଷ୍ଟୁରାଣ୍ଟରେ ଗୁଳିମାଡ଼ରେ ଜଣେ ଛାତ୍ର ଗୁରୁତର ଆହତ ହୋଇଥିବାବେଳେ ରବିବାର ଖଣ୍ଡଗିରି ଥାନାଞ୍ଚଳରେ ଫୁଟିଛି ଗୁଳି। ଆଇଗିଣିଆ ଦୁର୍ଗା ମଣ୍ଡପ ନିକଟରେ ବସ୍‌ ମାଲିକ ବିମ୍ବାଧର ସୁନ୍ଦରାୟଙ୍କ ଉପରକୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି। ତେବେ ସୌଭାଗ୍ୟ ବଶତଃ ତାଙ୍କ ମୋବାଇଲ୍‌ ଫୋନ ଯୋଗୁ ସେ ବଞ୍ଚତ୍ୟାଇଥିଲେ ମଧ୍ୟ ୨୦ରୁ ୨୫ ଯୁବକ ସଂଘବଦ୍ଧ ଭାବେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଫଳରେ ବିମ୍ବାଧରଙ୍କ ହାତର ଗୋଟିଏ ଆଙ୍ଗୁଠି ସମ୍ପୂର୍ଣ୍ଣ ଛିଣ୍ଡିଯାଇଥିବାବେଳେ ଅନ୍ୟ ଏକହାତ ଓ ଶରୀରର
ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା (ନଂ.୧୬୭/୨୦) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ନେଇଛି। ଅଭିଯୁକ୍ତମାନେ ସିଜୁଆ ଅଞ୍ଚଳର ବୋଲି ପୋଲିସ ଜାଣିବାକୁ ପାଇଛି। ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ସୂଚନା ମିଳିଛି। ଶେଷ ରିପୋର୍ଟ ମୁତାବକ, ପୋଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଏକ ମାସରେ ୩ ଗୁଳିକାଣ୍ଡ

ଫେବୃୟାରୀ ୧୧ରେ ଇନ୍‌ଫୋସିଟିଥାନା ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କୁ ତାଙ୍କ ପ୍ରେମିକ ଗୁଳିମାଡ଼ କରିଥିଲେ। ଏହି ମାମଲାରେ ପୋଲିସ ୩ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବନ୍ଧୁକ ଜବତ ହୋଇପାରିନି। ସେହିପରି ଗତ ବୁଧବାର ଚନ୍ଦକା ଥାନା କାଟେଣି ଛକ ନିକଟ ଜଙ୍ଗଲ ଭ୍ୟୁ ରେଷ୍ଟୁରାଣ୍ଟରେ ଜଣେ ଛାତ୍ର ଉପରକୁ ଗୁଳିମାଡ଼ ହୋଇଥିଲା। ଏହି ଘଟଣାରେ ମଧ୍ୟ ପୋଲିସ କାହାକୁ ଗିରଫ କରିପାରି ନ ଥିବାବେଳେ ରବିବାର ଗୁଳିକାଣ୍ଡ ପୋଲିସର ଚିନ୍ତା ବଢାଇ ଦେଇଛି।

ମୋବାଇଲ ବଞ୍ଚାଇ ଦେଲା ଜୀବନ

ଦିନ ପ୍ରାୟ ସାଢ଼େ ଗୋଟାଏ। ବିମ୍ବାଧର ଆଇଗିଣିଆ ଦୁର୍ଗାମଣ୍ଡପ ନିକଟରେ ଠିଆ ହୋଇଥିଲେ। ହଠାତ୍‌ ୨୦ରୁ ୨୫ଜଣ ଯୁବକ ମୁହଁରେ କଳା କପଡ଼ା ବାନ୍ଧି ବାଇକ୍‌ରେ ଆସି ସେଠାରେ ପହଞ୍ଚତ୍ ତାଙ୍କୁ ଘେରି ଯାଇଥିଲେ। କାହା ହାତରେ ଖଣ୍ଡା, ଭୁଜାଲି, ହକି ଷ୍ଟିକ୍‌ ତ ଆଉ କାହା ହାତରେ ବନ୍ଧୁକ ଥିଲା। ବିମ୍ବାଧର କିଛି ବୁଝିବା ପୂର୍ବରୁ ଆରମ୍ଭ ହୋଇଯାଇଥିଲା ସଂଘବଦ୍ଧ ଆକ୍ରମଣ। ଦୁର୍ବୃତ୍ତଙ୍କ ମଧ୍ୟରୁ କେହିଜଣେ ବନ୍ଧୁକରୁ ବିମ୍ବାଧରଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି ଚାଳନା କରିଥିଲେ। ହେଲେ ନିଜକୁ ବଞ୍ଚାଇବା ପାଇଁ ବିମ୍ବାଧର ହାତ ଦେଖାଇଦେଇଥିଲେ। ହାତରେ ମୋବାଇଲ୍‌ ଫୋନ୍‌ ଥିବାରୁ ଗୁଳିଟି ସେଥିରେ ବାଜିବାରୁ ତାହା ଫାଟିଯିବା ସହ ହାତର ମଧ୍ୟ କ୍ଷତ ସୃଷ୍ଟି କରିଥିଲା। ତେବେ ଗୁଳିଟି ଲକ୍ଷ୍ୟଭ୍ରଷ୍ଟ ହେବା ପରେ ଓ ବିମ୍ବାଧର ବଞ୍ଚତ୍ୟିବାରୁ ସେମାନେ ତାଙ୍କୁ ଗୋଡାଇ ଗୋଡାଇ ରାସ୍ତାରେ ହାଣିଥିଲେ। ବିମ୍ବାଧର ଚିତ୍କାର କରି ଅନ୍ୟମାନଙ୍କୁ ଡାକିଥିଲେ। ହେଲେ ଦୁର୍ବୃତ୍ତମାନେ ଆତଙ୍କ ରଚାଇ ଆଖପାଖ ଦୋକାନୀ ଓ ଲୋକଙ୍କୁ ଧମକ ଦେବା ସହ କେତେଜଣ ଏକ ଜିମ୍‌ରେ ପଶି ଭଙ୍ଗାରୁଜା କରିଥିଲେ। ବିମ୍ବାଧର ରାସ୍ତାରେ ପଡି ଛଟପଟ ହେଉଥିବାବେଳେ ସେମାନେ ଘଟଣାସ୍ଥଳରେ ବହୁ ସମୟ ଧରି ଆତଙ୍କ ଖେଳାଇ ଚାଲିଯାଇଥିଲେ।
ତେବେ ଗୁଳି ଫୁଟିବା ଘଟଣାକୁ ଖଣ୍ଡଗିରି ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର ଖଣ୍ଡନ କରିଛନ୍ତି। ଗୁଳିମାଡ଼ରେ ମୋବାଇଲ୍‌ଟି ବିସ୍ଫୋରଣ ହୋଇନି, ଲୁହା ରଡ୍‌ରେ ମାଡ଼ ହୋଇ ତାହା ଫାଟିଯାଇଛି। ପ୍ରତ୍ୟକ୍ଷଦର୍ଶୀମାନେ ଅତିରଞ୍ଜିତ କରୁଛନ୍ତି ବୋଲି ସେ କହିଛନ୍ତି।

ପତିଆରା ପାଇଁ ଆକ୍ରମଣ, ଜିମ୍‌ରୁ ହୋଇଥିଲା ବିବାଦ

ବିମ୍ବାଧରଙ୍କ ଉପରକୁ ହୋଇଥିବା ଆକ୍ରମଣର କାରଣ ପୋଲିସ ଖୋଜୁଥିବାବେଳେ ଇତିମଧ୍ୟରେ ବହୁ ତଥ୍ୟ ହାସଲ କରିଛି। ପତିଆରାକୁ ନେଇ ଆକ୍ରମଣ ହୋଇଥିବା କୁହାଯାଉଛି। ରବିବାର ସକାଳୁ ଆଇଗଣିଆ ଦୁର୍ଗାମଣ୍ଡପ ନିକଟ ଜିମ୍‌ରୁ ହିଁ ଆରମ୍ଭ ହୋଇଥିଲା ବିବାଦ, ଯାହା ଅପରାହ୍ନରେ ଭୟଙ୍କର ରୂପ ନେଇଥିଲା। ବିମ୍ବାଧର ଜିମ୍‌କୁ ଯାଇଥିବାବେଳେ ସ୍ଥାନୀୟ ସିଜୁଆ ଅଞ୍ଚଳର କେତେଜଣ ଯୁବକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଜିମ୍‌ରେ ଥିବା ଅନ୍ୟମାନେ ସମସ୍ତଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ପରେ ବିମ୍ବାଧରଙ୍କ ପରିବାର ଲୋକେ ଘଟଣା ନେଇ ଥାନାରେ ଅଭିଯୋଗ କରିଥିଲେ। ଏହା ଜାଣିବା ପରେ ସିଜୁଆ ଅଞ୍ଚଳର ଉକ୍ତ ଯୁବକମାନେ ଉତ୍ତେଜିତ ହୋଇପଡିବା ସହ ଆକ୍ରମଣ ଯୋଜନା କରିଥିଲେ।
ସୂଚନାଯୋଗ୍ୟ, ଖଣ୍ଡଗିରି ଅଞ୍ଚଳରେ ବିମ୍ବାଧରଙ୍କ ପତିଆରା କିଛିଦିନ ହେବ ବଢିବାରେ ଲାଗିଥିଲା। ହେଲେ ପତିଆରା ଜାହିର କରିବାକୁ ଚେଷ୍ଟା କରୁଥିବା ସିଜୁଆର ଏକ ଗୋଷ୍ଠୀ ଏହାକୁ ସହ୍ୟ କରି ପାରୁ ନ ଥିଲା। ଉକ୍ତ ଗୋଷ୍ଠୀରେ ୨୫ରୁ ୩୦ ପିଲା ସାମିଲ୍‌ ରହିଥିବାବେଳେ ସେମାନେ ଏକ ଗ୍ୟାଙ୍ଗ୍‌ ଗଢ଼ିଛନ୍ତି। ସ୍ଥାନୀୟ ଜଣେ ଯୁବକ ଗ୍ୟାଙ୍ଗ ଲିଡର ଥିବାବେଳେ ତାଙ୍କ ନିର୍ଦ୍ଦେଶ ଅନୁସାରେ ଆକ୍ରମଣ ଓ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି।

ନୂଆ ଗ୍ୟାଙ୍ଗ୍‌ ପୋଲିସ ପାଇଁ ଚ୍ୟାଲେଞ୍ଜ ହେବ

ଗତ କିଛିମାସ ହେବ ପତିଆରାକୁ ନେଇ ଗୋଷ୍ଠୀ ସଂଘର୍ଷ ଓ ଅପରାଧ ଘଟୁଥିବା ନଜିର ରହିଛି। ବଡ଼ ବଡ଼ ଅପରାଧ ଘଟାଇ ନିଜର ପତିଆରା ଜାହିର କରିବାକୁ ସ୍ଥାନୀୟ ଅଞ୍ଚଳର ଅସାମାଜିକ ଯୁବକ ଅଣ୍ଟାଭିଡ଼ିଛନ୍ତି। ସେମାନେ ବାହାର ରାଜ୍ୟର ଅପରାଧୀଙ୍କୁ ଏଠାରେ ଆଶ୍ରୟ ଦେବା ସହ ସେମାନଙ୍କଠାରୁ ବନ୍ଧୁକ, ଗୁଳି ଓ ମାରଣାସ୍ତ୍ର ହାତଉଥିବା ସୂଚନା ମିଳିଛି। ଗତ ୩ମାସରେ ୪ଟି ବଡ଼ ବଡ଼ ସଂଘବଦ୍ଧ ଆକ୍ରମଣ କରାଯାଇଛି। କଟକରୋଡ଼ରେ ଜଣେ ଶିଖ୍‌ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ପରେ ମାର୍କେଟ ବିଲ୍ଡଂରେ ସଂଘବଦ୍ଧ ଆକ୍ରମଣ କରାଯାଇ ଦଙ୍ଗା ପରିସ୍ଥିତି ସୃଷ୍ଟି କରାଯାଇଥିଲା। ନିକଟରେ ଶହୀଦନଗର ଥାନା ୟୁନିଟ-୯ରେ ଜଣେ ଯୁବକଙ୍କୁ ଗୋଡାଇ ସର୍ବ ସମ୍ମୁଖରେ ହାଣିଥିଲେ ପ୍ରତିପକ୍ଷ ଗୋଷ୍ଠୀ। ସେହିଭଳି ପତିଆରା ପାଇଁ ଗତବର୍ଷ ଦୀପାବଳିରେ ଏୟାରଫିଲ୍ଡ ଥାନାଞ୍ଚଳରେ ଜଣେ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା କରାଯାଇଥିଲା। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରଙ୍ଗମାଟିଆରେ ଜଣେ ଯୁବକଙ୍କୁ ପ୍ରତିପକ୍ଷ ଗୋଷ୍ଠୀର ଯୁବକମାନେ ଗୋଡାଇ ଗୋଡାଇ ହାଣି ହତ୍ୟା କରିଥିଲେ। ତେଣୁ ଗଢ଼ିଉଠୁଥିବା ନୂଆ ନୂଆ ଗ୍ୟାଙ୍ଗ୍‌ ଓ ଗୋଷ୍ଠୀ ସଂଘର୍ଷ ରୋକିବା ଏବେ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri