ମହୁଲ ଫୁଲ ବିକ୍‌ରି ଲାଗି ଗୁଟାଲିକର ଚିନ୍‌ତା

ଭବାନୀପାଟଣା, ୧୮।୩ (ଡି.ଏନ୍‌.ଏ.)-
ଏହେଦ୍‌କା ମହୁଲ ଫୁଲ ଗୁଟାବାର ସମିଆ। ଫିଦିନ ପହଁଟିଆରୁ ଜଂଗଲ ଅଂଚଲରେ ଥିବାର ଗଁ।ଗଁଡ଼ାର ଲୋକ୍‌ମାନେ ମହୁଲ ଫୁଲ ଗୁଟେଇ ଯାଉଛନ୍‌। ସେନ୍‌ତା ଇ ମହୁଲ ଫୁଲ ଗୁଟେଇ ଆଦିବାସୀ ସମାଜର ଲୋକ୍‌ ବନେ ଦୁଇ ପଏସା ରୁଜଗାର କରସନ୍‌। ଯେନ୍‌ଟା କି ତାକର ୩ରୁ ୪ ମାସର ଘର ଖରଚା ବାହାରି ପଡ଼ସି। ହେଲେ ଅନେକ୍‌ ସମିଆରେ ଅଭାବି ବିକ୍‌ରି ଲାଗି ଆଦିବାସୀମାନେ ଶୋଷନ୍‌ର ଶିକାର ହେଉଥିବାର ଅଭିଯୋଗ ହେଉଛେ।
ସୂଚନା ଅନ୍‌ସାରେ କଳାହାଣ୍ଡି ଜିଲା ହେଉଛେ ପାହାଡ଼ ପରବତ୍‌, ଝାର ଜଂଗଲ ଘେରା ଗୁଟେ ଆଦିବାସୀ ବହୁଲ ଜିଲା। ଆଏଜ୍‌ ବି ଜିଲାର ଅନେକ ଆଦିବାସୀ ପରିବାର ଜଂଗଲଜାତ ଦରବ୍‌ ଉପରେ ନିରଭର କରି ନିଜର ଜୀବନ୍‌ ଜିବ୍‌କାର ଡଂଗା ବାହି ନେଉଛନ୍‌। ଜିଲାର ଭିନେ ଭିନେ ଜଂଗଲ, ଲୁକ୍‌କର ଖେତଖଲାରେ ବହୁତ୍‌ ମହୁଲ ଗଛ୍‌ ରହିଛେ। ଫଗୁନ୍‌ ପୁନି ସରତେ ସରତେ ଲୋକ୍‌ ମହୁଲ ଫୁଲ ଗୁଟାବାର ଆରମ୍‌ କରସନ। ଇ ସମିଆରେ ଆଦିବାସୀ ପରିବାରର ଛୁଆପୁତାନୁ ବୁଢ଼ାତକ୍‌ ମହୁଲ ଗୁଟାବାରେ ବାଇ ରହେସନ୍‌। ହେଲେ ଅନେକ୍‌ ସମିଆରେ ଇମାନେ ମହୁଲ ଫୁଲର ଅଭାବି ବିକ୍‌ରି ଲାଗି ଶୋଷନ୍‌ର ଶିକାର ହେଉଛନ୍‌। ଇଥିରଲାଗି ସେମାନେ ସରକାରକଁର ନୀତି ନିୟମକେ ଦାଇ କରିଛନ୍‌। ସେନ୍‌ତା ରାଏଜ୍‌ ସରକାର ଅବକାରୀ ନୀତିରେ ସଂଶୋଧନ କରି ମହୁଲରୁ ଭିନେ ଭିନେ ଦରବ୍‌ ତିଆର କରବାର ଯୋଜନା କଲେ ମଦ୍‌ଠାନୁ ଅଧ୍‌କା ରାଜସ୍ବ ମିଲତା ବଲି ଅନେକ ବୁଧିଜୀବୀ ମତ୍‌ ଦେଇଛନ୍‌। ପଶ୍ଚିମ ଓଡ଼ିଶାରେ କେଁଦୁ ପତର ଉତାରୁ ମହୁଲ ଫୁଲ ହେଉଛେ ଆଦିବାସୀ, ଗରିବ୍‌ ଦୁଖିକର ଗୁଟେ ମୁଖିଆ ରୁଜଗାରର। ଇ ପଏସାରେ ସେମାନେ ବଛରକ ୩ରୁ ୪ ମାସ ନିଜର କୁଟୁମ ପୁଷୁଛନ୍‌। ହେଲେ ଆଏଜ୍‌ ବି ଅଭାବି ବିକ୍‌ରିଟା ଇଥ୍‌ର ମୁଖିଆ ସମସିଆ ହେଇ ରହିଛେ। କାଣିଗୁମା ଅଂଚଲର ସମାଜିକ କରମୀ ଦିଲୀପ ଦାସ କହିଛନ୍‌ ଯେ ଗଲା ବଛର ଅନେକ ଲୋକ୍‌ ମହୁଲ ଫୁଲ କିଲୋ ୧୫ ଟଁକାରେ ବିକିଛନ୍‌। ହେଲେ ବେପାରୀମାନେ ସେଟାକେ ଛତିଶଗଡ଼, ଝାଡ଼ଖଣ୍ଡ ରାଏଜର ମଦ୍‌ ବେପାରୀକୁ ୧୮ରୁ ୨୦ ଟଁକାରେ ବିକ୍‌ରି କିଛନ୍‌ ବଲି ସେ କହିଛନ୍‌। ସେନ୍‌ତା ଗୁଟେ ଉଷୋ କମ୍ପାନୀରେ କାଯ୍‌ କରୁଥିବାର ବିଶ୍ୱନାଥ ହୋତା ମହୁଲ ଫୁଲ ଉପରେ ଗବେଷନା କରି କହିଛନ୍‌ ଯେ, ମହୁଲ ଫୁଲରୁ କିସ୍‌ମିସ୍‌ ଲେଖେଁ ଦରବ୍‌ ତିଆର କରି ହେବା। ଯେନ୍‌ଟା ବଜାରରେ ବି ଚାହିଦା ରହିବା। ହେଲେ ଇଥ୍‌ର ବାସ୍‌ନା ଆର ଆଲ୍‌କହଲକେ ବାଦ୍‌ ଦେବାକେ ପଡ଼ବା। ରାଏଜ୍‌ ସରକାର ମଦ୍‌ ଜାଗାରେ ମହୁଲରୁ ନୂତନ୍‌ ଦରବ୍‌ ତିଆର ଦିଗେ ଧିଆନ୍‌ ଦେବାର କଥା। ଇଥ୍‌ରୁ ମଦ୍‌ନୁ ଅଧ୍‌କା ରାଜସ୍ବ ମିଲବା। ଗଁାଗଁଲିରେ ଲୋକ୍‌ ବି ମହୁଲ ଫୁଲ କେ.ଜି. ପିଛା ଅତି କମ୍‌ରେ ୧ଶହ ଟଁକା ପାଇପାରବେ ବଲି ସେ ମତ୍‌ ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି

କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…

ମହିଳା ସୁପରଭାଇଜରଙ୍କ ଅବହେଳା ଅଭିଯୋଗ: ଅଙ୍ଗନବାଡ଼ି କେନ୍ଦ୍ରରେ ବଢ଼ୁଛି ସମସ୍ୟା

କେସିଙ୍ଗା, ୧୦।୧୦ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଥିବା ତୁଣ୍ଡଳା ସେକ୍ଟରର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପରିଚାଳନାକୁ ନେଇ ଅସନ୍ତୋଷ ପ୍ରକାଶ…

ପ୍ରକାଶ ପାଇଲା ପ୍ରାର୍ଥୀ ତାଲିକା: ମୌଳିକ ସୁବିଧା ଅଭାବକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୦।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ସରକାରୀ ସ୍ନାତକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ବିଭିନ୍ନ ସଂସଦର…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?