ମରାମତି ଅଭାବ: ମୁଖିଆ ରାସ୍‌ତାରେ ଦଉଡୁଛେ କେନାଲ ପାଏନ୍‌

ବିନିକା,୧୮ା୩ (ଡି.ଏନ୍‌.ଏ.)-
ଚାଷ୍‌ ଆର ଚାଷୀର ବିକାଶ ଲାଗି କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଜଲ୍‌ସେଚନର ବେବସ୍‌ତା କରୁଛନ୍‌। ଚାଷୀର ଖେତ୍‌କେ ପାଏନ୍‌ ପୁହୁଁଚାବାର ଲାଗି କେନାଲ କୁଡ଼ବାର ଲାଗି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ସେନ୍‌ତା କେନାଲର ଦେଖ୍‌ଭାଲ, ମରାମତି ଲାଗି ବି ଫିବଛର କୋଟି କୋଟି ଟଁକା ଖରଚ୍‌ ହେଉଛେ। ହେଲେ ଅନେକ ଜାଗାରେ ବିଭାଗୀୟ ଅଧ୍‌କାରୀମାନକର ଖାମଖିଆଲି ମନଭାବ ଲାଗି ସରକାର, ଚାଷୀର କ୍ଷତି ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ରାମପୁର କେନାଲ ବିଭାଗ ଅଧୀନ ସିଂଘିଯୁବାରେ।
ସୂଚନା ଅନ୍‌ସାରେ ରାମପୁର-ସିଂଘିଯୁବା ହାଇସ୍କୁଲ ଛକ୍‌ ମୁଖିଆ ରାସ୍‌ତାରେ ରହିଛେ କେନାଲ ବିଭାଗର ଗୁଟେ ମାଇନର ପୁଲିଆ। ଆଏଜ୍‌କେ ୫ ବଛର ତଲେ ଇ ପୁଲିଆ ପାଇପ୍‌ ଖରାପ ହେଇଯାଇଥିଲା। ଥାନୀଅ ଲୋକ ଆର ଚାଷୀ ଅଭିଯୋଗ କଲାରୁ ବିଡବ୍ଲୁଡି ବିଭାଗ ତରଫୁ ତାର ମରାମତି କରାଯାଇଥିଲା। ହେଲେ ପୁଲିଆ ମରାମତି ବେଲେ ଲଗାଯାଇଥିବାର ଦୁଇଟା ସିମେଟ ପାଇପ୍‌ ଠିକ୍‌ ହିସାବେ ଖଁଜା ନାଇଁ ହେଇ। ଯେନ୍‌ଥିରଲାଗି ଗୁଟେ ଫାଲୁ ଆରଗୁଟେ ଫାଲକେ ପାଏନ୍‌ ଠିକ୍‌ ହିସାବେ ନାଇଁ ଯାଇପାରୁଥାଇ। ଏନ୍‌ତାଥି ମାସକେତେ ହେଲା କେନାଲ ପାଏନ୍‌ ରାସ୍‌ତା ଉପରେ ଯାଉଛେ। ଯେନ୍‌ଥିରଲାଗି ଥାନୀଅ ଅଂଚଲବାସୀ, ହାଇସ୍କୁଲର ଛାତ୍ରୀଛାତ୍ର, ଛକେ ଥିବାର ଦୁକାନୀ, ଗାଡ଼ିମଟରବାଲେ ଗଲାଆଏଲା ବେଲେ ବହୁତ୍‌ ହଇରାନ ହରକତ ହେଉଛନ୍‌। ସେନ୍‌ତା କେନାଲ ପାଏନ୍‌ ଚାଷୀର ଖେତ୍‌କେ ଯିବାର ଜାଗାରେ ରାସ୍‌ତାରେ ବୁହି ନାଲ୍‌ ନଲିଆକେ ଯାଉଛେ। ବିଭାଗୀୟ କତୁରପକ୍ଷ ଇ ଦିଗେ ଦୁରୁଷ୍‌ଟି ଦେଇ ପୁଲିଆର ମରାମତି କରବାକେ ଅଂଚଲବାସୀ ଆର ଚାଷୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମଦଭାଟି ବିରୋଧରେ ମହିଳାଙ୍କ ମହାବିଦ୍ରୋହ: ଭାଙ୍ଗିଲେ ଭାଟି

ଅମରପାଲି, ୧୦।୧୦ (ପୀତାମ୍ବର ସାହୁ): ମଦମୁକ୍ତ ଗାଁ ଗଠନ ଦାବିରେ ତେଜିଲା ଜନଆକ୍ରୋଶ। ମଦର କୁପ୍ରଭାବରେ ଗ୍ରାମର ସାମାଜିକ ପରିବେଶ ନଷ୍ଟ ହେଉଥିବା ଅଭିଯୋଗ କରି ଶେଷରେ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?