କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍ ନଂ ଓ ୦୩-ଏନ, ୬୯୪୫ରେ ଏକ ୫ ଫୁଟର ନାଗ ସାପ ରହିଥିଲା। ସ୍କୁଲ ଛୁଟି ହେବାପରେ କେସିଙ୍ଗା ବ୍ଲକର ନୁନମାଠ, ତୁର୍ଳାଖମାନ ଓ ତୁଣ୍ଡଳା ଗ୍ରାମର ପ୍ରାୟ ୪୦-୫୦ଜଣ ଛାତ୍ରୀଛାତ୍ର ବସ୍ରେ ବସି ଘରୁ ଡ୍ରାଇଭର ଛାଡ଼ିବା ପାଇଁ ନେଉଥିଲେ। ପ୍ରତ୍ୟେକ ଗ୍ରାମରେ ଛାତ୍ରୀଛାତ୍ରଙ୍କୁ ଜଣଙ୍କ ପରେ ଜଣଙ୍କୁ ବସ୍ରୁ ଓହ୍ଲାଇ ଖାଲି ବସ୍ ସହ ଡ୍ରାଇଭର ଲବ ବାଗ ଓ ଜଣେ ଶିକ୍ଷକ ବେଲଗାଁ ଫେରୁଥିବା ସମୟରେ ତୁର୍ଲାଖମନ ଗ୍ରାମର ବଜ୍ରଗଡ଼ ଜଙ୍ଗଲର ଜାତୀୟ ରାଜପଥ ୪୯ ନିକଟସ୍ଥ ଉପ ପ୍ରାଣୀ ଚିକିତ୍ସାଳୟ ନିକଟରେ ଡ୍ରାଇଭରଙ୍କ ପାଦରେ ନାଗସାପ ଥିବାର ଦେଖି ଡ୍ରାଇଭର ଜଣକ ପ୍ରାଣ ବିକଳରେ ବସ ଅଟକାଇ ବସ୍ରୁ ଡେଇଁପଡ଼ିଥିଲେ। ନାଗସାପ ମଧ୍ୟ ଇଞ୍ଜିନ ଗରମ ଯୋଗୁ ପଦାକୁ ଡେଇଁପଡି ବସ୍ ତଳେ ରହିଥିଲା। ପ୍ରାୟ ୪୦ ମିନିଟ୍ ଧରି ଡ୍ରାଇଭର ନାଗସାପକୁ ମାରିବା ପାଇଁ ଉଦ୍ୟମ କରିଥିଲେ। ବସ୍କୁ ପଛକୁ ଘୁଞ୍ଚାଇ ସାପକୁ ମାରି ଦିଆ ଯାଇଥିଲା। ସୌଭାଗ୍ୟବଶତଃ କୌଣସି ଛାତ୍ରୀଛାତ୍ରଙ୍କ କ୍ଷତି ଘଟି ନ ଥିଲା। ଯିବା ବାଟରେ ଅନେକ ଲୋକଙ୍କ ଭିଡ଼ ମଧ୍ୟ ଜମି ଥିଲା।
ଏ ସଂକ୍ରାନ୍ତରେ ବସ୍ ଡ୍ରାଇଭର ଲବ ବାଗଙ୍କୁ ପଚାରିବାରୁ ବସ୍ ଆଗରୁ ଥିଲା ମୁଁ ଜାଣି ପାରି ନ ଥିଲି। ଆଜି ମୋ’ ସହ ସମସ୍ତ ଛାତ୍ରୀଛାତ୍ରଙ୍କୁ ଭଗବାନ ବଞ୍ଚାଇ ଦେଲେ ବୋଲି ପ୍ରକାଶ କରିଥିଲେ।

