ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା ଯୋଜନାରେ ପାଇପ ଯୋଗେ ଜଳଯୋଗାଣ ବନ୍ଦ ରହିଥିବାରୁ ଶହ ଶହ ଲୋକ ଜଳକଷ୍ଟରେ ଛଟପଟ ହେଉଛନ୍ତି। ଗୋଟିଏ ପଟେ ବିଦ୍ୟୁତ ବିଭାଗ ଓ ଜଳଯୋଗାଣ ବିଭାଗ ମଧ୍ୟରେ ଦୋଷାରୋପ, ଅନ୍ୟପଟେ ପଞ୍ଚାୟତର ବକେୟା ବିଲ୍‌କୁ ନେଇ ଅଚଳାବସ୍ଥା ଲାଗି ରହିଛି। ଏହାର ପରିଣାମ ଭୋଗୁଛନ୍ତି ସାଧାରଣ ଲୋକେ।
ସରକାରଙ୍କ ‘ହର ଘର ଜଳ’ ଓ ‘ବସୁଧା’ ଯୋଜନା ମାଧ୍ୟମରେ ପ୍ରତି ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥା ଉପରେ ଥୁଆମୂଳ ରାମପୁର ସଦର ମହକୁମାର ଅନେକ ପରିବାର ନିର୍ଭର କରୁଥିଲେ। କିନ୍ତୁ ଗତ ୧୦ ଦିନ ଧରି ଜଳଯୋଗାଣ ବନ୍ଦ ରହିବାରୁ ଦୈନନ୍ଦିନ ଜୀବନଯାତ୍ରା ପ୍ରଭାବିତ ହୋଇଛି। ତାଲବନ୍ଧ ପଡ଼ା, ତଳପଡ଼ା, ଜାମଝୋଲ ପଡ଼ା, ବସ୍ତି ଅଞ୍ଚଳର କିଛି ଭାଗ, ତହସିଲ ପଡ଼ା, ଜଗନ୍ନାଥ କଲୋନି ଓ ସ୍କୁଲ ପଡ଼ାର ବାସିନ୍ଦା ଏହି ସମସ୍ୟାରେ ଅଧିକ ପ୍ରଭାବିତ ହୋଇଛନ୍ତି। ପାଇପ୍‌ରେ ପାଣି ଆସୁନଥିବାରୁ ଲୋକେ ଏବେ ନଳକୂପ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ତାଲବନ୍ଧ ପଡ଼ା, ତଳପଡ଼ା ଓ ଜାମଝୋଲ ପଡ଼ାର ୪୦ରୁ ଅଧିକ ପରିବାର ପାଇଁ ମାତ୍ର ଦୁଇଟି ନଳକୂପ ଥିବାରୁ ପାଣି ସଂଗ୍ରହ କରିବାକୁ ପ୍ରବଳ ଭିଡ଼ ହେଉଛି। ମହିଳାମାନେ ବାଲ୍ଟି, ଡେକ୍‌ଚି ଓ ଗରା ଧରି ଘଣ୍ଟା ଘଣ୍ଟା ଧାଡ଼ିରେ ଠିଆ ହେଉଛନ୍ତି।

ପାଣି ସଂଗ୍ରହରେ ବିଳମ୍ବ ଯୋଗୁ ଛାତ୍ରୀଛାତ୍ରୀମାନେ ଠିକ ସମୟରେ ସ୍କୁଲ୍‌ରେ ପହଞ୍ଚିବାରେ ଅସୁବିଧା ଭୋଗୁଛନ୍ତି। ସେହିପରି ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ସମେତ ଦିନମଜୁରିଆମାନେ ମଧ୍ୟ କର୍ମକ୍ଷେତ୍ରକୁ ଯିବାରେ ସମସ୍ୟାର ସାମ୍ନା କରୁଛନ୍ତି। ସ୍ନାନ, ଶୌଚ, ରୋଷେଇ, ବାସନ ଓ ଲୁଗା ସଫା ଭଳି ଦୈନନ୍ଦିନ କାର୍ଯ୍ୟ ପାଇଁ ପାଣି ଯୋଗାଡ଼ କରିବା ଏବେ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ସ୍ଥାନୀୟ ଅଞ୍ଚଳରେ ଥିବା ଦୁଇଟି ପୋଖରୀର ପଙ୍କୋଦ୍ଧାର ନାମରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ସତ୍ତ୍ୱେ ଏଗୁଡ଼ିକ ଏବେ ମଧ୍ୟ ବ୍ୟବହାର ଉପଯୋଗୀ ହୋଇପାରିନଥିବା ଅଭିଯୋଗ ହୋଇଛି। ପୋଖରୀର ପାଣି ଦୂଷିତ ରହିଥିବାରୁ ଚର୍ମରୋଗ ହେବା ଆଶଙ୍କାରେ ଲୋକେ ସେଠାରେ ଗାଧୋଇବା କିମ୍ବା ଲୁଗାପଟା ସଫା କରିବାକୁ ଯିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଫଳରେ ପାଇପ ଜଳଯୋଗାଣ ବନ୍ଦ ହେବା ପରେ ଲୋକଙ୍କ ପାଖରେ ସୀମିତ ବିକଳ୍ପ ରହିଛି।

ପାଇପ ଜଳଯୋଗାଣ ବନ୍ଦ ରହିବାର କାରଣ ସମ୍ପର୍କରେ ଜଳ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ମନ୍ମଥ ମୁର୍ମୁଙ୍କୁ ପଚରାଯିବାରୁ ସେ କହିଛନ୍ତି, ପମ୍ପ ହାଉସ୍‌ର ବିଦ୍ୟୁତ ଫ୍ୟୁଜ ଜଳିଯାଇଛି। ଏହାକୁ ମରାମତି କରିବା ପାଇଁ ବିଦ୍ୟୁତ୍‌ ବିଭାଗକୁ ବାରମ୍ବାର ଜଣାଯାଇଥିଲେ ମଧ୍ୟ କେହି ଆସୁ ନ ଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବିଦ୍ୟୁତ ବିଭାଗର ଯନ୍ତ୍ରୀ ସୁଭଜିତ୍‌ ଜେନା କହିଛନ୍ତି, ପଞ୍ଚାୟତ ପକ୍ଷରୁ ପାଣି ବିଲ ବକେୟା ରହିଛି। ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଫ୍ୟୁଜ ଲଗାଯାଉନାହିଁ। ବକେୟା ବିଲ ପରିଶୋଧ ହେଲେ ହିଁ ବିଦ୍ୟୁତ୍ ସଂଯୋଗ ପୁନଃସ୍ଥାପନ କରାଯିବ ବୋଲି ସେ କହିଛନ୍ତି।

ସେହିପରି ପଞ୍ଚାୟତ ନିର୍ବାହୀ ଅଧିକାରୀ ମୁକେଶ କୁମାର ପଟେଲଙ୍କ କହିବା ଅନୁଯାୟୀ, ପଞ୍ଚାୟତ ପକ୍ଷରୁ ବକେୟା ଅର୍ଥର ଅଧା ବିଲ ପରିଶୋଧ କରିବାକୁ ବ୍ୟବସ୍ଥା କରାଯାଉଛି। ବ୍ଲକ ସଦର ମହକୁମାରେ ଏଭଳି ଜଳ ସଙ୍କଟ ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ଜନପ୍ରତିନିଧି ଓ ବିଡିଓଙ୍କ ନିରବତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ପାଇପ ଜଳଯୋଗାଣ ସୱାଭାବିକ କରିବା ସହ ତାଲବନ୍ଧ ପଡ଼ା ଓ ଜାମଝୋଲ ପଡ଼ା ଅଞ୍ଚଳରେ ଏକ ନୂତନ ନଳକୂପ ଖନନ କରିବାକୁ ସ୍ଥାନୀୟ ସଚେତନ ଯୁବକମାନେ ଦାବି କରିଛନ୍ତି।

ସରକାରୀ ଯୋଜନାରେ ପାଇପ ଜଳଯୋଗାଣ ବ୍ୟବସ୍ଥା ଥିବା ସତ୍ତ୍ୱେ ଲୋକେ ୧୦ ଦିନ ଧରି ପାଣି ପାଇଁ ହଇରାଣ ହେବା ଘଟଣା ପ୍ରଶାସନିକ ତତ୍ପରତା ଉପରେ ପ୍ରଶ୍ନ ଉଠାଇଛି। ଏବେ ଜଳଯୋଗାଣ ସମସ୍ୟାର ସମାଧାନ ପାଇଁ ବ୍ଲକ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ କେବେ ପଦକ୍ଷେପ ନେଉଛନ୍ତି, ତାହାକୁ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

ଦାରିଙ୍ଗବାଡ଼ିରେ ଶୀତର ଆଗମନ: ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୯।୧୦(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଅଞ୍ଚଳରେ ହାଲୁକା…

ସୁନ୍ଦରଗଡ଼ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବାସଭବନରେ ଭିଜିଲାନ୍ସ ରେଡ୍‌

ସୁନ୍ଦରଗଡ,୯।୧୦(ଜୟ ନାରାୟଣ ମେଣ୍ଡୁଳି): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ର ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?