ମହୁଲ ଫୁଲ ବିକ୍‌ରି ଲାଗି ଗୁଟାଲିକର ଚିନ୍‌ତା

ଭବାନୀପାଟଣା, ୧୮।୩ (ଡି.ଏନ୍‌.ଏ.)-
ଏହେଦ୍‌କା ମହୁଲ ଫୁଲ ଗୁଟାବାର ସମିଆ। ଫିଦିନ ପହଁଟିଆରୁ ଜଂଗଲ ଅଂଚଲରେ ଥିବାର ଗଁ।ଗଁଡ଼ାର ଲୋକ୍‌ମାନେ ମହୁଲ ଫୁଲ ଗୁଟେଇ ଯାଉଛନ୍‌। ସେନ୍‌ତା ଇ ମହୁଲ ଫୁଲ ଗୁଟେଇ ଆଦିବାସୀ ସମାଜର ଲୋକ୍‌ ବନେ ଦୁଇ ପଏସା ରୁଜଗାର କରସନ୍‌। ଯେନ୍‌ଟା କି ତାକର ୩ରୁ ୪ ମାସର ଘର ଖରଚା ବାହାରି ପଡ଼ସି। ହେଲେ ଅନେକ୍‌ ସମିଆରେ ଅଭାବି ବିକ୍‌ରି ଲାଗି ଆଦିବାସୀମାନେ ଶୋଷନ୍‌ର ଶିକାର ହେଉଥିବାର ଅଭିଯୋଗ ହେଉଛେ।
ସୂଚନା ଅନ୍‌ସାରେ କଳାହାଣ୍ଡି ଜିଲା ହେଉଛେ ପାହାଡ଼ ପରବତ୍‌, ଝାର ଜଂଗଲ ଘେରା ଗୁଟେ ଆଦିବାସୀ ବହୁଲ ଜିଲା। ଆଏଜ୍‌ ବି ଜିଲାର ଅନେକ ଆଦିବାସୀ ପରିବାର ଜଂଗଲଜାତ ଦରବ୍‌ ଉପରେ ନିରଭର କରି ନିଜର ଜୀବନ୍‌ ଜିବ୍‌କାର ଡଂଗା ବାହି ନେଉଛନ୍‌। ଜିଲାର ଭିନେ ଭିନେ ଜଂଗଲ, ଲୁକ୍‌କର ଖେତଖଲାରେ ବହୁତ୍‌ ମହୁଲ ଗଛ୍‌ ରହିଛେ। ଫଗୁନ୍‌ ପୁନି ସରତେ ସରତେ ଲୋକ୍‌ ମହୁଲ ଫୁଲ ଗୁଟାବାର ଆରମ୍‌ କରସନ। ଇ ସମିଆରେ ଆଦିବାସୀ ପରିବାରର ଛୁଆପୁତାନୁ ବୁଢ଼ାତକ୍‌ ମହୁଲ ଗୁଟାବାରେ ବାଇ ରହେସନ୍‌। ହେଲେ ଅନେକ୍‌ ସମିଆରେ ଇମାନେ ମହୁଲ ଫୁଲର ଅଭାବି ବିକ୍‌ରି ଲାଗି ଶୋଷନ୍‌ର ଶିକାର ହେଉଛନ୍‌। ଇଥିରଲାଗି ସେମାନେ ସରକାରକଁର ନୀତି ନିୟମକେ ଦାଇ କରିଛନ୍‌। ସେନ୍‌ତା ରାଏଜ୍‌ ସରକାର ଅବକାରୀ ନୀତିରେ ସଂଶୋଧନ କରି ମହୁଲରୁ ଭିନେ ଭିନେ ଦରବ୍‌ ତିଆର କରବାର ଯୋଜନା କଲେ ମଦ୍‌ଠାନୁ ଅଧ୍‌କା ରାଜସ୍ବ ମିଲତା ବଲି ଅନେକ ବୁଧିଜୀବୀ ମତ୍‌ ଦେଇଛନ୍‌। ପଶ୍ଚିମ ଓଡ଼ିଶାରେ କେଁଦୁ ପତର ଉତାରୁ ମହୁଲ ଫୁଲ ହେଉଛେ ଆଦିବାସୀ, ଗରିବ୍‌ ଦୁଖିକର ଗୁଟେ ମୁଖିଆ ରୁଜଗାରର। ଇ ପଏସାରେ ସେମାନେ ବଛରକ ୩ରୁ ୪ ମାସ ନିଜର କୁଟୁମ ପୁଷୁଛନ୍‌। ହେଲେ ଆଏଜ୍‌ ବି ଅଭାବି ବିକ୍‌ରିଟା ଇଥ୍‌ର ମୁଖିଆ ସମସିଆ ହେଇ ରହିଛେ। କାଣିଗୁମା ଅଂଚଲର ସମାଜିକ କରମୀ ଦିଲୀପ ଦାସ କହିଛନ୍‌ ଯେ ଗଲା ବଛର ଅନେକ ଲୋକ୍‌ ମହୁଲ ଫୁଲ କିଲୋ ୧୫ ଟଁକାରେ ବିକିଛନ୍‌। ହେଲେ ବେପାରୀମାନେ ସେଟାକେ ଛତିଶଗଡ଼, ଝାଡ଼ଖଣ୍ଡ ରାଏଜର ମଦ୍‌ ବେପାରୀକୁ ୧୮ରୁ ୨୦ ଟଁକାରେ ବିକ୍‌ରି କିଛନ୍‌ ବଲି ସେ କହିଛନ୍‌। ସେନ୍‌ତା ଗୁଟେ ଉଷୋ କମ୍ପାନୀରେ କାଯ୍‌ କରୁଥିବାର ବିଶ୍ୱନାଥ ହୋତା ମହୁଲ ଫୁଲ ଉପରେ ଗବେଷନା କରି କହିଛନ୍‌ ଯେ, ମହୁଲ ଫୁଲରୁ କିସ୍‌ମିସ୍‌ ଲେଖେଁ ଦରବ୍‌ ତିଆର କରି ହେବା। ଯେନ୍‌ଟା ବଜାରରେ ବି ଚାହିଦା ରହିବା। ହେଲେ ଇଥ୍‌ର ବାସ୍‌ନା ଆର ଆଲ୍‌କହଲକେ ବାଦ୍‌ ଦେବାକେ ପଡ଼ବା। ରାଏଜ୍‌ ସରକାର ମଦ୍‌ ଜାଗାରେ ମହୁଲରୁ ନୂତନ୍‌ ଦରବ୍‌ ତିଆର ଦିଗେ ଧିଆନ୍‌ ଦେବାର କଥା। ଇଥ୍‌ରୁ ମଦ୍‌ନୁ ଅଧ୍‌କା ରାଜସ୍ବ ମିଲବା। ଗଁାଗଁଲିରେ ଲୋକ୍‌ ବି ମହୁଲ ଫୁଲ କେ.ଜି. ପିଛା ଅତି କମ୍‌ରେ ୧ଶହ ଟଁକା ପାଇପାରବେ ବଲି ସେ ମତ୍‌ ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

ମତଦାନ କେନ୍ଦ୍ର ନ ହେଲେ ଭୋଟ୍‌ ବର୍ଜନ କରିବେ ଗ୍ରାମବାସୀ

କୋକସରା,୨୦ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ସିର୍ଲିଗୁଡା ହେଉଛି ଏକ ରାଜସ୍ବ ଗ୍ରାମ। ତେବେ ଏହି ଗ୍ରାମର ଭୋଟର ପ୍ରତିବର୍ଷ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ତ୍ରିମୁଖୀ ଟକ୍କର ସମ୍ଭାବନା

ଗୋଲାମୁଣ୍ଡା,୧୭।୪(ବଟକୃଷ୍ଣ ପଣ୍ଡା):କଳାହାଣ୍ଡି ଜିଲା ଜୁନାଗଡ଼ ବିଧାନସଭା କ୍ଷେତ୍ରରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଛି। ଏହି ବିଧାନସଭା କ୍ଷେତ୍ର ପାଇଁ ୩ ପ୍ରମୁଖ ଦଳ...

ବିଜେଡିରୁ ଇସ୍ତଫା ଦେଲେ ଚିତ୍ତରଞ୍ଜନ

ଭବାନୀପାଟଣା/ନର୍ଲା,୧୫।୪(ଉତ୍ତମ କୁମାର ଦାଶ/ ସନ୍ତୋଷ ପାତ୍ର): ସାଧାରଣ ନିର୍ବାଚନ ପୂର୍ବରୁ କଳାହାଣ୍ଡି ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ସୋମବାର ବିଜେଡିରୁ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ...

ଶଙ୍ଖ ଛାଡି ପଦ୍ମ ଧରିଲେ ଶର୍ମିଷ୍ଠା

ଭବାନୀପାଟଣା,୧୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟସ୍ଥ ସିଂଝରଣଠାରେ ରବିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି, କଂଗ୍ରେସର ଅନେକ କାର୍ଯ୍ୟକର୍ତ୍ତା...

ଅଧିଷ୍ଠାତ୍ରୀ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

କୋକସରା,୧୫।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀଙ୍କ ଚୈତ୍ରଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଦାଣ୍ଡ। ସୋମବାର ସକାଳୁ...

୫ରୁ ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ଲାଞ୍ଜିଗଡ଼,୧୫।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତରେ ସମନ୍ବିତ ଶିଶୁ ବିକାଶ ଯୋଜନା ଫେଲ୍‌ ହୋଇଥିବା ଅଭିଯୋଗ ହେଉଛି। ତ୍ରିଲୋଚନପୁର ପଞ୍ଚାୟତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri