ମହାପରୀକ୍ଷାର ମନ୍ତ୍ରଧାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ଭାରତ ବହୁବିଧ ଭାଷା ବ୍ୟବହାର କରୁଥିବା ଦେଶ। ହେଲେ ‘ଏକ ରାଷ୍ଟ୍ର, ଏକ ଭାଷା’ ଲାଗୁ କରିବା ନିମିତ୍ତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ହିନ୍ଦୀ ଉପରେ ଜୋର ଦେବା ପରେ ଏବେ ବିବାଦ ସୃଷ୍ଟି ହୋଇଛି। ଦେଖିବାକୁ ଗଲେ ସଂସ୍କୃତ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ ଏବଂ ଓଡ଼ିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛନ୍ତି। ବୈଦିକ ଭାଷା ଭାବେ ସଂସ୍କୃତକୁ ଗୁରୁତ୍ୱ ଦିଆଯାଉଥିବାରୁ ଏଥିରେ ରୁଚି ରଖୁଥିବା ଛାତ୍ରଙ୍କ ସକାଶେ ତେନାଲି ମହାପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଅଭିଳଷିତ ରହିଆସିଛି। ଉଲ୍ଲେଖଯୋଗ୍ୟ, ପ୍ରାଚୀନ ଭାରତୀୟ ପଦ୍ଧତିରେ ୧୪ ମହାଗ୍ରନ୍ଥକୁ ମୁଖସ୍ଥ କରି ତା’ର ବ୍ୟାଖ୍ୟା କରିପାରୁଥିବା ଛାତ୍ର ଏଭଳି ଜଟିଳ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାଆନ୍ତି। ଅବଶ୍ୟ ସବୁ ଛାତ୍ରଙ୍କ ଭାଗ୍ୟରେ ଏହା ଜୁଟି ନ ଥାଏ। ହେଲେ ମାତ୍ର ୧୬ ବର୍ଷ ବୟସ୍କ ଗୋଆର ପ୍ରିୟବ୍ରତ ପାଟିଲ ଏପରି ସଫଳତା ଅର୍ଜନ କରି ଏବେ ଇତିହାସ ରଚିଛନ୍ତି। ଫଳରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାର ବିଷୟ ହୋଇଛି। ଏହି କୀର୍ତ୍ତି ସ୍ଥାପନ କରିପାରିଥିବାରୁ ପ୍ରିୟବ୍ରତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠୁ ଆରମ୍ଭ କରି ଦେଶର କୋଣଅନୁକୋଣରୁ ଶୁଭେଚ୍ଛା ମିଳିବାରେ ଲାଗିଛି।
କୁହାଯାଏ ‘ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିଥାଏ’। ଦୃଢ଼ ମନୋବଳ ପ୍ରିୟବ୍ରତଙ୍କୁ ଖୁବ୍‌ କମ୍‌ ବୟସରେ ପାଣ୍ଡିତ୍ୟ ଅର୍ଜନ କରିବାକୁ ସୁଯୋଗ ଦେଇଛି। ଗୋଆ ରାଜଧାନୀ ପଣଜୀଠାରୁ ୬୦ କିଲୋମିଟର ଦୂର ରିଭାନ୍‌ଠାରେ ପ୍ରିୟବ୍ରତଙ୍କ ଜନ୍ମ। ପରିବାରର ୪ ପିଢ଼ି ସଂସ୍କୃତ ବିଦ୍ୟାରେ ଅଗାଧ ଜ୍ଞାନ ଅର୍ଜନ କରିପାରିଥିବାରୁ ତାହାର ପ୍ରଭାବ ବାଳକଙ୍କ ଉପରେ ପଡ଼ିଥିଲା। ପିତା ଦେବଦତ୍ତ ଓ ମାତା ଅପର୍ଣ୍ଣାଙ୍କ ଏହି ସନ୍ତାନ ଖୁବ୍‌ କମ୍‌ ବୟସରେ ମହାପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ତାଙ୍କ ଗୁରୁମାନଙ୍କୁ ଆଚମ୍ବିତ କରିଦେଇଥିଲେ। ଯଦି ଦେଖାଯାଏ ପ୍ରତ୍ୟେକ ମହାଗ୍ରନ୍ଥରେ ୫୦୦ରୁ ୭୦୦ ଯାଏ ପୃଷ୍ଠା ରହିଛି। ୧୪ ମହାଗ୍ରନ୍ଥକୁ ସେ ମୁଖସ୍ଥ କରିବା ସହ ତାହାକୁ ବୁଝି ବ୍ୟାଖ୍ୟା କରିବାର ଦକ୍ଷତା ହାସଲ କରିପାରିଛନ୍ତି। ତାଙ୍କ ଜୀବନଚର୍ଯ୍ୟାକୁ ଦେଖିଲେ ସେ ଦୈନିକ ୧୨ରୁ ୧୪ ଘଣ୍ଟା ପଢ଼ିବାରେ ବିତାଇଥାଆନ୍ତି। ପିଲାବେଳ କଥା ମନେପକାଇ ସେ କହିଛନ୍ତି ଯେ, ଏଭଳି ସଫଳତା ପାଇବା ପାଇଁ ସେ ଗ୍ରନ୍ଥଗୁଡ଼ିକୁ ନିଜ ସାମ୍ନାରେ ରଖିଥାଆନ୍ତି। ଗତ ଦୁଇ ବର୍ଷ ଧରି ପ୍ରତ୍ୟେକ ଦିନ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ଯାଏ ଶ୍ଳୋକଗୁଡ଼ିକୁ ପ୍ରଥମେ ବଡ଼ ପାଟିରେ ଉଚ୍ଚାରଣ କରିଥାଆନ୍ତି। କେବଳ ସେତିକି ନୁହେଁ, ଋକ୍‌ ବେଦର ୮ ଅଷ୍ଟକ ମଧ୍ୟରୁ ୫ଟିକୁ ମନେ ରଖିପାରିଛନ୍ତି। ମାତା ଅପର୍ଣ୍ଣା ପ୍ରାଚୀନ ଗ୍ରନ୍ଥରେ ପାଣ୍ଡିତ୍ୟ ଅର୍ଜନ କରିଥିବା ବେଳେ ପିତା ଦେବଦତ୍ତ ୩ଟି ଶାସ୍ତ୍ରରେ ତେନାଲି ମହାପରୀକ୍ଷା ସମ୍ପୂର୍ଣ୍ଣ କରି ଏକ ଗୁରୁକୁଳ ପ୍ରତିଷ୍ଠା କରିଛନ୍ତି। ଗୋଆସ୍ଥିତ ଗୁରୁକୁଳମ୍‌ରୁ ୨୮ ବିଦ୍ୱାନ୍‌ ସୃଷ୍ଟି ହୋଇସାରିଲେଣି। ଦେବଦତ୍ତ ଛାତ୍ରମାନଙ୍କୁ ପଢ଼ାଉଥିବା ଦେଖି ପ୍ରିୟବ୍ରତ ଏହି ବିଦ୍ୟା ପ୍ରତି ଅନୁପ୍ରାଣିତ ହୋଇଥିଲେ ବୋଲି କହିଛନ୍ତି। ପ୍ରିୟବ୍ରତଙ୍କ ବ୍ୟାକରଣ ଗୁରୁ ମୋହନ ଲାଲ ଶର୍ମା। ସେ ଏକଦା ତାଙ୍କ ପିତାଙ୍କ ଛାତ୍ର ଥିଲେ। ମହାପରୀକ୍ଷାରେ ପ୍ରିୟବ୍ରତ ଉତ୍ତୀର୍ଣ୍ଣ ହେବା ପରେ ମୋହନ ଲାଲ ତାଙ୍କୁ ଉଚ୍ଚପ୍ରଶଂସା କରିଛନ୍ତି। ସେହିପରି ସଂସ୍କୃତକୁ ଗଣଙ୍କ ମଧ୍ୟରେ ପରିଚିତ କରାଇବା ଦିଗରେ କାର୍ଯ୍ୟ କରୁଥିବା ଅନ୍ୟତମ ବିଦ୍ୱାନ୍‌ ଛାମୁ କ୍ରିଷ୍ଣା ଶାସ୍ତ୍ରୀ କହିଛନ୍ତି ଯେ, ପ୍ରିୟବ୍ରତ ଏହି ସମୟର ଏକ ବିସ୍ମୟ ଓ କିମ୍ବଦନ୍ତୀ ପାଲଟି ଯାଇଛନ୍ତି।
ବ୍ୟାକରଣ, ନ୍ୟାୟ, ମୀମାଂସା (ଦର୍ଶନ) ବ୍ୟତୀତ ମହାପରୀକ୍ଷା ଏବେ ଛାତ୍ରଙ୍କ ଗଣିତ ପରୀକ୍ଷା କରୁଛି। ବ୍ୟାକରଣ ଶେଷ କରିଥିବା ପ୍ରିୟବ୍ରତ ନ୍ୟାୟ ଓ ମୀମାଂସା ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଖୁବ୍‌ କମ୍‌ ବର୍ଷ ବୟସରେ ଏହି ମନ୍ତ୍ରଧାରୀଙ୍କ ନିଷ୍ଠା ସାହିତ୍ୟ, ଚିକିତ୍ସା ହେଉ ବା ଶୁଦ୍ଧ ବିଜ୍ଞାନ ବିଦ୍ୟାର୍ଥୀଙ୍କ ପାଇଁ ନିଶ୍ଚିତ ପ୍ରେରଣାର ଉତ୍ସ ପାଲଟିବ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?