ମହାପରୀକ୍ଷାର ମନ୍ତ୍ରଧାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ଭାରତ ବହୁବିଧ ଭାଷା ବ୍ୟବହାର କରୁଥିବା ଦେଶ। ହେଲେ ‘ଏକ ରାଷ୍ଟ୍ର, ଏକ ଭାଷା’ ଲାଗୁ କରିବା ନିମିତ୍ତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ହିନ୍ଦୀ ଉପରେ ଜୋର ଦେବା ପରେ ଏବେ ବିବାଦ ସୃଷ୍ଟି ହୋଇଛି। ଦେଖିବାକୁ ଗଲେ ସଂସ୍କୃତ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ ଏବଂ ଓଡ଼ିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛନ୍ତି। ବୈଦିକ ଭାଷା ଭାବେ ସଂସ୍କୃତକୁ ଗୁରୁତ୍ୱ ଦିଆଯାଉଥିବାରୁ ଏଥିରେ ରୁଚି ରଖୁଥିବା ଛାତ୍ରଙ୍କ ସକାଶେ ତେନାଲି ମହାପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଅଭିଳଷିତ ରହିଆସିଛି। ଉଲ୍ଲେଖଯୋଗ୍ୟ, ପ୍ରାଚୀନ ଭାରତୀୟ ପଦ୍ଧତିରେ ୧୪ ମହାଗ୍ରନ୍ଥକୁ ମୁଖସ୍ଥ କରି ତା’ର ବ୍ୟାଖ୍ୟା କରିପାରୁଥିବା ଛାତ୍ର ଏଭଳି ଜଟିଳ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାଆନ୍ତି। ଅବଶ୍ୟ ସବୁ ଛାତ୍ରଙ୍କ ଭାଗ୍ୟରେ ଏହା ଜୁଟି ନ ଥାଏ। ହେଲେ ମାତ୍ର ୧୬ ବର୍ଷ ବୟସ୍କ ଗୋଆର ପ୍ରିୟବ୍ରତ ପାଟିଲ ଏପରି ସଫଳତା ଅର୍ଜନ କରି ଏବେ ଇତିହାସ ରଚିଛନ୍ତି। ଫଳରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାର ବିଷୟ ହୋଇଛି। ଏହି କୀର୍ତ୍ତି ସ୍ଥାପନ କରିପାରିଥିବାରୁ ପ୍ରିୟବ୍ରତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠୁ ଆରମ୍ଭ କରି ଦେଶର କୋଣଅନୁକୋଣରୁ ଶୁଭେଚ୍ଛା ମିଳିବାରେ ଲାଗିଛି।
କୁହାଯାଏ ‘ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିଥାଏ’। ଦୃଢ଼ ମନୋବଳ ପ୍ରିୟବ୍ରତଙ୍କୁ ଖୁବ୍‌ କମ୍‌ ବୟସରେ ପାଣ୍ଡିତ୍ୟ ଅର୍ଜନ କରିବାକୁ ସୁଯୋଗ ଦେଇଛି। ଗୋଆ ରାଜଧାନୀ ପଣଜୀଠାରୁ ୬୦ କିଲୋମିଟର ଦୂର ରିଭାନ୍‌ଠାରେ ପ୍ରିୟବ୍ରତଙ୍କ ଜନ୍ମ। ପରିବାରର ୪ ପିଢ଼ି ସଂସ୍କୃତ ବିଦ୍ୟାରେ ଅଗାଧ ଜ୍ଞାନ ଅର୍ଜନ କରିପାରିଥିବାରୁ ତାହାର ପ୍ରଭାବ ବାଳକଙ୍କ ଉପରେ ପଡ଼ିଥିଲା। ପିତା ଦେବଦତ୍ତ ଓ ମାତା ଅପର୍ଣ୍ଣାଙ୍କ ଏହି ସନ୍ତାନ ଖୁବ୍‌ କମ୍‌ ବୟସରେ ମହାପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ତାଙ୍କ ଗୁରୁମାନଙ୍କୁ ଆଚମ୍ବିତ କରିଦେଇଥିଲେ। ଯଦି ଦେଖାଯାଏ ପ୍ରତ୍ୟେକ ମହାଗ୍ରନ୍ଥରେ ୫୦୦ରୁ ୭୦୦ ଯାଏ ପୃଷ୍ଠା ରହିଛି। ୧୪ ମହାଗ୍ରନ୍ଥକୁ ସେ ମୁଖସ୍ଥ କରିବା ସହ ତାହାକୁ ବୁଝି ବ୍ୟାଖ୍ୟା କରିବାର ଦକ୍ଷତା ହାସଲ କରିପାରିଛନ୍ତି। ତାଙ୍କ ଜୀବନଚର୍ଯ୍ୟାକୁ ଦେଖିଲେ ସେ ଦୈନିକ ୧୨ରୁ ୧୪ ଘଣ୍ଟା ପଢ଼ିବାରେ ବିତାଇଥାଆନ୍ତି। ପିଲାବେଳ କଥା ମନେପକାଇ ସେ କହିଛନ୍ତି ଯେ, ଏଭଳି ସଫଳତା ପାଇବା ପାଇଁ ସେ ଗ୍ରନ୍ଥଗୁଡ଼ିକୁ ନିଜ ସାମ୍ନାରେ ରଖିଥାଆନ୍ତି। ଗତ ଦୁଇ ବର୍ଷ ଧରି ପ୍ରତ୍ୟେକ ଦିନ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ଯାଏ ଶ୍ଳୋକଗୁଡ଼ିକୁ ପ୍ରଥମେ ବଡ଼ ପାଟିରେ ଉଚ୍ଚାରଣ କରିଥାଆନ୍ତି। କେବଳ ସେତିକି ନୁହେଁ, ଋକ୍‌ ବେଦର ୮ ଅଷ୍ଟକ ମଧ୍ୟରୁ ୫ଟିକୁ ମନେ ରଖିପାରିଛନ୍ତି। ମାତା ଅପର୍ଣ୍ଣା ପ୍ରାଚୀନ ଗ୍ରନ୍ଥରେ ପାଣ୍ଡିତ୍ୟ ଅର୍ଜନ କରିଥିବା ବେଳେ ପିତା ଦେବଦତ୍ତ ୩ଟି ଶାସ୍ତ୍ରରେ ତେନାଲି ମହାପରୀକ୍ଷା ସମ୍ପୂର୍ଣ୍ଣ କରି ଏକ ଗୁରୁକୁଳ ପ୍ରତିଷ୍ଠା କରିଛନ୍ତି। ଗୋଆସ୍ଥିତ ଗୁରୁକୁଳମ୍‌ରୁ ୨୮ ବିଦ୍ୱାନ୍‌ ସୃଷ୍ଟି ହୋଇସାରିଲେଣି। ଦେବଦତ୍ତ ଛାତ୍ରମାନଙ୍କୁ ପଢ଼ାଉଥିବା ଦେଖି ପ୍ରିୟବ୍ରତ ଏହି ବିଦ୍ୟା ପ୍ରତି ଅନୁପ୍ରାଣିତ ହୋଇଥିଲେ ବୋଲି କହିଛନ୍ତି। ପ୍ରିୟବ୍ରତଙ୍କ ବ୍ୟାକରଣ ଗୁରୁ ମୋହନ ଲାଲ ଶର୍ମା। ସେ ଏକଦା ତାଙ୍କ ପିତାଙ୍କ ଛାତ୍ର ଥିଲେ। ମହାପରୀକ୍ଷାରେ ପ୍ରିୟବ୍ରତ ଉତ୍ତୀର୍ଣ୍ଣ ହେବା ପରେ ମୋହନ ଲାଲ ତାଙ୍କୁ ଉଚ୍ଚପ୍ରଶଂସା କରିଛନ୍ତି। ସେହିପରି ସଂସ୍କୃତକୁ ଗଣଙ୍କ ମଧ୍ୟରେ ପରିଚିତ କରାଇବା ଦିଗରେ କାର୍ଯ୍ୟ କରୁଥିବା ଅନ୍ୟତମ ବିଦ୍ୱାନ୍‌ ଛାମୁ କ୍ରିଷ୍ଣା ଶାସ୍ତ୍ରୀ କହିଛନ୍ତି ଯେ, ପ୍ରିୟବ୍ରତ ଏହି ସମୟର ଏକ ବିସ୍ମୟ ଓ କିମ୍ବଦନ୍ତୀ ପାଲଟି ଯାଇଛନ୍ତି।
ବ୍ୟାକରଣ, ନ୍ୟାୟ, ମୀମାଂସା (ଦର୍ଶନ) ବ୍ୟତୀତ ମହାପରୀକ୍ଷା ଏବେ ଛାତ୍ରଙ୍କ ଗଣିତ ପରୀକ୍ଷା କରୁଛି। ବ୍ୟାକରଣ ଶେଷ କରିଥିବା ପ୍ରିୟବ୍ରତ ନ୍ୟାୟ ଓ ମୀମାଂସା ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଖୁବ୍‌ କମ୍‌ ବର୍ଷ ବୟସରେ ଏହି ମନ୍ତ୍ରଧାରୀଙ୍କ ନିଷ୍ଠା ସାହିତ୍ୟ, ଚିକିତ୍ସା ହେଉ ବା ଶୁଦ୍ଧ ବିଜ୍ଞାନ ବିଦ୍ୟାର୍ଥୀଙ୍କ ପାଇଁ ନିଶ୍ଚିତ ପ୍ରେରଣାର ଉତ୍ସ ପାଲଟିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri