ମହାନଗରରେ ଟ୍ରାଫିକ ସମସ୍ୟା

ବ୍ରହ୍ମପୁର ଅଫିସ,୧୩ା୫-ବ୍ରହ୍ମପୁର ମହାନଗର ନିଗମରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହେଉଛି। ବିଭିନ୍ନ ସମୟରେ ପ୍ରଶାସନିକସ୍ତରରେ ଆଲୋଚନା ହୋଇ ଟ୍ରାଫିକ୍‌ ସମସ୍ୟା ସୁଧାରିବାକୁ ନିଷ୍ପତ୍ତି ହେଉଥିଲେ ମଧ୍ୟ ତାହା କେବଳ ଆଲୋଚନା ଓ ସମୀକ୍ଷାରେ ସୀମିତ ରହିଛି । ଏପରିକି ରାଜ୍ୟ ବାହାରର ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥାକୁ ସହର ଆପଣେଇବା ପାଇଁ ଅନେକଥର ପୋଲିସ ପ୍ରଶାସନ ସୂଚନା ଦେଇଥିଲେ ମଧ୍ୟ ସେ ଦିଗରେ କିଛି ଅଗ୍ରଗତି ଘଟି ନ ଥିବା ଲକ୍ଷ୍ୟ କରାଯାଇଛି। ବ୍ରହ୍ମପୁରର ଟ୍ରାଫିକ ସମସ୍ୟା ନେଇ ସମସ୍ତଙ୍କର ଅଳ୍ପ ବହୁତ ଧାରଣା ରହିଛି। ଜନସଂଖ୍ୟା ତୁଳନାରେ ସହର ଅତି ସଂକୀର୍ଣ୍ଣ ଓ ସେହି ତୁଳନାରେ ରାସ୍ତାଘାଟ ମଧ୍ୟ ଆହୁରି ସଂକୀର୍ଣ୍ଣ ହୋଇପଡ଼ିଲାଣି । ଗାଡ଼ି ମୋଟର ସଂଖ୍ୟା ଗତ ୫/୭ ବର୍ଷ ମଧ୍ୟରେ ଯଥେଷ୍ଟ ବୃଦ୍ଧି ପାଇଛି। ସହର ଓ ଉପକଣ୍ଠରେ ଛତୁ ଫୁଟିଲା ଭଳି ଘରୋଇ ସ୍କୁଲ ଓ କଲେଜ ଗଢ଼ି ଉଠିଥିବାରୁ ବିଦ୍ୟାର୍ଥୀଙ୍କୁ ନେବା ଆଣିବା ପାଇଁ ପ୍ରତିଦିନ ଶହ ଶହ ଗାଡ଼ି ସହର ବାହାରକୁ ଓ ଭିତରକୁ ଯିବା ଆସିବା କରୁଛି। ଫଳରେ ମହାନଗରର ଟ୍ରାଫିକ ବ୍ୟବସ୍ଥା ଏବେ ବିଗିଡ଼ି ଯାଇଛି। ମହାନଗରର ଅନେକ ସ୍ଥାନରେ ଦିନ ରାତି ବସ୍‌ଗୁଡ଼ିକ ଛିଡ଼ା ହୋଇ ରହୁଛି । ଏଠି ଟ୍ରାଫିକ ବ୍ୟବସ୍ଥା କେବଳ ଧର୍ମକୁ ଆଖିଠାର ସଦୃଶ ଚାଲିଥିବା ବେଳେ କେଉଁଠି ନା କେଉଁଠି ପ୍ରତିିଦିନ ଛୋଟବଡ ଦୁର୍ଘଟଣା ଘଟୁଛି । ବିଭିନ୍ନ  ଛକରେ ଥିବା ଟ୍ରାଫିକ ପୋଲିସ ହାତ ଦେଖାଇ ଗୋଟିଏ ପଟେ ରହିବା ପାଇଁ କହୁଥିବା ବେଳେ ଅନ୍ୟପଟେ ଯାନବାହନ ଛାଡ଼ୁଛନ୍ତି। ଏଭଳି ଟ୍ରାଫିକ ବ୍ୟବସ୍ଥାରେ ଅଧିକାଂଶ ସମୟରେ ଲୋକମାନେ ନିୟମ ଉଲ୍ଲଂଘନ କରୁଥିବା ବେଳେ ଉଭୟ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଝଗଡ଼ା ହେଉଥିବା ନଜିର ରହିଛି ।

ପୂର୍ବରୁ ଟାଟାବେଞ୍ଜ ଛକ, ପିଭିଏନ୍‌ ରାଓ ପେଟ୍ରୋଲ ପମ୍ପ ଛକରେ ଇଲେକ୍ଟ୍ରୋନିକ୍‌ ସିଗ୍‌ନାଲ ଖଞ୍ଜା ଯାଇଥିବା ବେଳେ ଏବେ ତାହା କାର୍ଯ୍ୟକ୍ଷମ ହେଉନାହିଁ । ସହରରେ ଖୁବଶୀଘ୍ର ୫ଟି ସ୍ଥାନରେ ଇଣ୍ଟିଗ୍ରେଟେଡ୍‌ ଟ୍ରାଫିକ ସିଗ୍‌ନାଲ୍‌ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଥିଲେ। ସେହି ପ୍ରକ୍ରିୟା ଏବେ ଟେଣ୍ଡର ହୋଇ ପଡ଼ିରହିଛି। ସହରର କେତେକ ସ୍ଥାନକୁ ଛାଡ଼ି ଦେଲେ ଅନ୍ୟ କେଉଁଠି ବି ରାସ୍ତାରେ ସଙ୍କେତ ନାହିଁ। କେଉଁଠି ଅଟକିବ  ପାଦଚଲା ରାସ୍ତା କିମ୍ବା ଛକରେ ଗାଡ଼ି ରହିବ ସେନେଇ ସିଗନାଲ ନାହିଁ। ଫଳରେ ଟ୍ରାଫିକ କର୍ମଚାରୀ ହାତ ଦେଖାଇ ଯାନବାହନ ରଖିବା ପାଇଁ କହୁଥିଲେ ମଧ୍ୟ ଲୋକେ ଟ୍ରାଫିକ ଟାୱାର ନିକଟକୁ ଯାଇ ଅଟକୁଛନ୍ତି।

ପ୍ରତିବର୍ଷ ଜାନୁୟାରୀ ପହିଲାରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି ଜାତୀୟ ସଡ଼କ ସୁରକ୍ଷା ସପ୍ତାହ। ଲୋକଙ୍କୁ ଟ୍ରାଫିକ ନିୟମ ମାନିବା ସହ ଧନଜୀବନ ରକ୍ଷା କରିବା ପାଇଁ ସଚେତନ କରାଯାଉଛି। ଜନସଚେତନତାର ଅଭାବ ସାଙ୍ଗକୁ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏନେଇ ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି କୁହନ୍ତି, ଆମେ ପ୍ରତ୍ୟେକ ସମୟରେ ଯାନବାହନ ଚାଳକ ଓ ସାଧାରଣ ଲୋକ ଟ୍ରାଫିକ ନିୟମ ମାନିବାକୁ କହୁଛୁ।

ହେଲେ ଲୋକେ ଅଧିକ ସଚେତନ ହେବା ଦରବାର ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ମହୋତ୍ସବର ତୃତୀୟ ସନ୍ଧ୍ୟା: ଦୀପ୍ତିରେଖା-କୁଲଦୀପଙ୍କ ଗୀତରେ ବିଭୋର ହେଲେ ଶ୍ରୋତା

ଛତ୍ରପୁର,୩ା୬(ଦିଲ୍ଲୀପ ସାମଲ): ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅବସରରେ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ଗରିମାମୟ ଐତିହ୍ୟକୁ ଉଦ୍‌ଜୀବିତ କରିବା ଲକ୍ଷ୍ୟ…

ଖେମୁଣ୍ଡି ଉନ୍ନୟନ ମଞ୍ଚ ପକ୍ଷରୁ ନିଷ୍ପତ୍ତି, ଦିଗପହଣ୍ଡିକୁ ରେଳ ଲାଇନ ଓ ଛେଳିଗଡ ସେଚ ପ୍ରକଳ୍ପ କାର୍ଯ୍ୟକ୍ଷମ ଦାବିରେ ଗଣ ଆନ୍ଦୋଳନ

ଦିଗପହଣ୍ଡି,୩।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁ ଶ୍ରୀ ଉଜ୍ଜଳେଶ୍ୱର ଶୈବପୀଠ ସଭା ମଣ୍ଡପରେ ଦକ୍ଷିଣ ଓଡ଼ିଶା ବିକାଶ ସମିତି ଆନୁକୁଲ୍ୟରେ…

ପ୍ରତିଷ୍ଠିତ ଜାତୀୟ ପଞ୍ଚାୟତ ପୁରସ୍କାର ସମାରୋହରେ ଚମକିଲା ଗଞ୍ଜାମ, ପୁରସ୍କାର ଗ୍ରହଣ କଲେ ଜିଲାପାଳ…

ଛତ୍ରପୁର,୩ା୬(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ତଥା ସମଗ୍ର ଓଡ଼ିଶା ରାଜ୍ୟ ପାଇଁ ଏକ ଗର୍ବ ଓ ଆନନ୍ଦର ବିଷୟ । ବୁଧବାର ନୂଆଦିଲ୍ଲୀର ସ୍କୋପ୍ କନଭେନସନ…

ଛତ୍ରପୁର ଗସ୍ତରେ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ, ବୁଲି ଦେଖିଲେ…

ଛତ୍ରପୁର,୩ା୬(ଦିଲ୍ଲୀପ ସାମଲ): ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ) ବସନ୍ତ କୁମାର ପ୍ରଧାନ ଆଜି ଛତ୍ରପୁର ସ୍ଥିତ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ…

ବସଷ୍ଟାଣ୍ଡକୁ ଯାଉଥିବାବେଳେ ଧକ୍କା ଦେଇଥିଲା ବାଇକ, ଆଜି ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଯୁଧିଷ୍ଠିରଙ୍କ ଜୀବନ

ଦିଗପହଣ୍ଡି,୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ବ୍ୟକ୍ତି ଏଚ.ଯୁଧିଷ୍ଠିର ରେଡ୍ଡୀ(୫୪) ଗତ ମେ ୨୪ ତାରିଖ ସନ୍ଧ୍ୟାରେ ବାଇକ ଧକ୍କାରେ ଗୁରୁତର…

ହଜିଯାଉଛି ‘ବୋଉ’ ଶବ୍ଦ: ଆନ୍ତରିକତାକୁ ପୁନର୍ଜୀବିତ କରିବାକୁ ପ୍ରୟାସ

ଭଞ୍ଜନଗର,୩।୬(ବାବୁଲା ପ୍ରଧାନ):ଆଧୁନିକ ଜୀବନଧାରା ପ୍ରବାହରେ ବୋଉ ଶବ୍ଦଟି କ୍ରମଶଃ ହଜିବାରେ ଲାଗିଛି। ଏହି ପଛରେ ଥିବା ଆତ୍ମୀୟ ପରମ୍ପରା ଓ ସମର୍ପିତ ଆନ୍ତରିକତାକୁ ପୁନର୍ଜୀବିତ ଉଦ୍ଦେଶ୍ୟରେ ଲୋହରାଖଣ୍ଡି…

ଛତ୍ରପୁର ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ପପୁ ପମପମଙ୍କ କମେଡି-ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ

ଛତ୍ରପୁର, ୨।୫:(ଦିଲ୍ଲୀପ ସାମଲ): ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅବସରରେ ମହାଆଡମ୍ବରରେ ଚାଲିଛି ‘ଛତ୍ରପୁର ମହୋତ୍ସବ’। ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର…

ଦିଗପହଣ୍ଡିରେ ୭,୧୩୫ ହିତାଧିକାରୀଙ୍କୁ ମିଳୁନି ଭତ୍ତା: ପ୍ରତିବାଦରେ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚଙ୍କ ଧାରଣା

ଦିଗପହଣ୍ଡ,୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅଧୀନସ୍ଥ ୨୫ ଟି ପଞ୍ଚାୟତରେ ଦେଖାଦେଇଛି ଭତ୍ତା ସମସ୍ୟା। ଇନ୍ଦିରାଗାନ୍ଧୀ ଜାତୀୟ ପେନସନ ଯୋଜନାରେ ପଞ୍ଜୀକୃତ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri