ବାତ୍ୟା ପାଇଁ ହାଇଆଲର୍ଟ: ଡହ-ଭଞ୍ଜନଗର ଜଳଭଣ୍ଡାର ପରିଦର୍ଶନ ସ୍ଥିତି ପରଖିଲେ ପରିବହନ ମନ୍ତ୍ରୀ

ଭଞ୍ଜନଗର, ୧୯।୧୧ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଗୁରୁବାର ରାତିରେ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସମ୍ଭାବ୍ୟ ଭୂସ୍ଖଳନ ଓ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାତ୍ୟାର ସଫଳ ମୁକାବିଲା ଏବଂ ଜିରୋ କାଜୁଆଲିଟି (ଶୂନ୍ୟ ମୃତାହତ) ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀରେ ବରିଷ୍ଠ ଅଧିକାରୀମାନଙ୍କ ସହ ଘନଘନ ସମୀକ୍ଷା ବୈଠକ କରୁଛନ୍ତି। ଏହାସହ ପ୍ରଭାବିତ ହେବାକୁ ଥିବା ଜିଲାଗୁଡ଼ିକର ମନ୍ତ୍ରୀ ଓ ବିଧାୟକଙ୍କ ସହ ଆଲୋଚନା କରି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଗଞ୍ଜାମ ଜିଲାରେ ଯେପରି କୌଣସି ଧନଜୀବନ ହାନି ନ ଘଟେ, ସେଥିପାଇଁ ଜିଲା ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବାତ୍ୟା ପୂର୍ବ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଭଞ୍ଜନଗର ଉପଖଣ୍ଡର ସମସ୍ତ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଅପରାହ୍ନରେ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଭଞ୍ଜନଗର ଗସ୍ତ କରି ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ମନ୍ତ୍ରୀ ଜେନା ଡହ ଏବଂ ଭଞ୍ଜନଗର ଜଳଭଣ୍ଡାର ପରିଦର୍ଶନ କରି ସେଠାକାର ଜଳସ୍ତର ଓ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।

ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର ବେହେରା, ବିଡିଓ ଭାରତୀ ଦେବୀ, ଭଞ୍ଜନଗର ସାଂଗଠନିକ ଜିଲା ଭାଜପା ସଭାପତି ନୀଳମାଧବ ପାତ୍ର, ଆସିକା ସାଂଗଠନିକ ଜିଲା ଭାଜପା ସଭାପତି ଏବଂ ବରିଷ୍ଠ ଭାଜପା ନେତା ବିଷ୍ଣୁ ପ୍ରସାଦ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଓ ନେତୃବୃନ୍ଦ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମଧ୍ୟ ବାତ୍ୟା ପ୍ରସ୍ତୁତି ନେଇ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗରେ ରହି ଆଲୋଚନା କରୁଛନ୍ତି। ବାତ୍ୟା ସମୟରେ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ସହ ଲୋକଙ୍କୁ ସହାୟତା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ରହିବାକୁ ସେ ଦଳୀୟ ନେତା ଓ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ଅକ୍ୱାନ’ ପାଇଁ ବଡ଼ ନିଷ୍ପତ୍ତି: ଗଞ୍ଜାମରେ ଆସନ୍ତାକାଲି ଗଡ଼ିବନି ବସ୍ କି ଟ୍ରକ୍

ଛତ୍ରପୁର, ୧୯।୧୧ (ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ଏବଂ ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ…

ମାଡ଼ି ଆସୁଛି ବାତ୍ୟା ‘ଅକ୍ୱାନ’: ଆତଙ୍କିତ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳବାସୀ

ଗଞ୍ଜାମ,୧୯।୧୧(ବିଦ୍ୟାଧର ସାହୁ ): ବାତ୍ୟା ଅର୍ଣ୍ଣବର ତାଣ୍ଡବ ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ବାତ୍ୟା ଅକ୍ୱାନକୁ ନେଇ ଚିନ୍ତାରେ ଅଞ୍ଚଳବାସୀ l ବାତ୍ୟା ଅକ୍ୱାନ…

ବାତ୍ୟା ମୁକାବିଲା ପାଇଁ କୋରାପୁଟ ପ୍ରଶାସନ ପ୍ରସ୍ତୁତ:  ୧୬ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଉପରେ ରହିଛି ନଜର…

କୋରାପୁଟ,୧୯ା୧୧(ଅମିତାଭ ବେହେରା ) ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ନେଇ ସଜାଗ ହୋଇଛି କୋରାପୁଟ ଜିଲା ପ୍ରଶାସନ। ବାତ୍ୟା ମୁକାବିଲା, ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ପାଇଁ ସମସ୍ତ…

ଅଶାନ୍ତ ସମୁଦ୍ରରେ ଫସିଲେ ଆନ୍ଧ୍ର ମତ୍ସ୍ୟଜୀବୀ, ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୧୯।୧୧(ଦିଲ୍ଲୀପି ସାମଲ): ସମ୍ଭାବ୍ୟ ବାତ୍ୟା ଓ ସମୁଦ୍ରର ଅଶାନ୍ତ ପରିସ୍ଥିତି ଯୋଗୁ ନିଜ ଅଞ୍ଚଳକୁ ଫେରି ନ ପାରି ଓଡ଼ିଶା ଉପକୂଳରେ ଆଶ୍ରୟ ନେଇଛନ୍ତି ଆନ୍ଧ୍ରପ୍ରଦେଶର ମତ୍ସ୍ୟଜୀବୀ।…

ବାତ୍ୟା ଅକ୍ବାନ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ମହାକାଳପଡ଼ା ବିଧାୟକ, ଆଶ୍ରୟସ୍ଥଳୀରେ ଲୋକଙ୍କୁ ଭେଟି ଦେଲେ ସାହସ

ମହାକାଳପଡ଼ା,୧୯ା୧୧(ପ୍ରତାପ ଚନ୍ଦ୍ର ସ୍ୱାଇଁ): ମାଡ଼ି ଆସୁଛି ବାତ୍ୟା ଅକ୍ବାନ । ଏହାକୁ ମୁକାବିଲା ପାଇଁ ରାଜ୍ୟ ସରକାର ଉପକୂକ ଅଞ୍ଚଳରେ ଆଲର୍ଟ ଜାରି କରିଛନ୍ତି । ଏ…

ବାତ୍ୟା ଅକ୍ବାନ, ୯ ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ନେଲା ପ୍ରଶାସନ

ରାଜନଗର,୧୯ା୧୧ (ଭାସ୍କର ରାଉତରାୟ ): ବଙ୍ଗୋପସାଗରରେ ସୃଷ୍ଟି ସମ୍ଭାବ୍ୟ ବାତ୍ୟା ଅକ୍ବାନକୁ ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କେନ୍ଦ୍ରାପଡ଼ା ଜିଲାପାଳ…

ବାତ୍ୟା ‘ଅକ୍ୱାନ’ ମୁକାବିଲା ପ୍ରସ୍ତୁତି: ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖିଲେ ବରିଷ୍ଠ ଆଇଏଏସ ଅଧିକାରୀ

ଦାରିଙ୍ଗବାଡ଼ି, ୧୯।୧୧ (ଅରୁଣ ସାହୁ): ବାତ୍ୟା ‘ଅକ୍ୱାନ’ର ପ୍ରଭାବରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଅଞ୍ଚଳରେ ଗୁରୁବାର ସକାଳଠାରୁ କୋହଲା ପାଗ ସହ ଝିପିଝିପି ବର୍ଷା ଲାଗିରହିଛି। ଫଳରେ…

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଖୋର୍ଦ୍ଧା ଅଗ୍ନିଶମ ବିଭାଗ ସଜାଗ

ଖୋର୍ଦ୍ଧା,୧୯ା୧୧(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ପାଇଁ ଖୋର୍ଦ୍ଧା ଜିଲା ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଜିଲା ଅଧୀନରେ ଥିବା ୭ଟି ଅଗ୍ନିଶମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?