ମହାନଗରରେ ଟ୍ରାଫିକ ସମସ୍ୟା

ବ୍ରହ୍ମପୁର ଅଫିସ,୧୩ା୫-ବ୍ରହ୍ମପୁର ମହାନଗର ନିଗମରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହେଉଛି। ବିଭିନ୍ନ ସମୟରେ ପ୍ରଶାସନିକସ୍ତରରେ ଆଲୋଚନା ହୋଇ ଟ୍ରାଫିକ୍‌ ସମସ୍ୟା ସୁଧାରିବାକୁ ନିଷ୍ପତ୍ତି ହେଉଥିଲେ ମଧ୍ୟ ତାହା କେବଳ ଆଲୋଚନା ଓ ସମୀକ୍ଷାରେ ସୀମିତ ରହିଛି । ଏପରିକି ରାଜ୍ୟ ବାହାରର ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥାକୁ ସହର ଆପଣେଇବା ପାଇଁ ଅନେକଥର ପୋଲିସ ପ୍ରଶାସନ ସୂଚନା ଦେଇଥିଲେ ମଧ୍ୟ ସେ ଦିଗରେ କିଛି ଅଗ୍ରଗତି ଘଟି ନ ଥିବା ଲକ୍ଷ୍ୟ କରାଯାଇଛି। ବ୍ରହ୍ମପୁରର ଟ୍ରାଫିକ ସମସ୍ୟା ନେଇ ସମସ୍ତଙ୍କର ଅଳ୍ପ ବହୁତ ଧାରଣା ରହିଛି। ଜନସଂଖ୍ୟା ତୁଳନାରେ ସହର ଅତି ସଂକୀର୍ଣ୍ଣ ଓ ସେହି ତୁଳନାରେ ରାସ୍ତାଘାଟ ମଧ୍ୟ ଆହୁରି ସଂକୀର୍ଣ୍ଣ ହୋଇପଡ଼ିଲାଣି । ଗାଡ଼ି ମୋଟର ସଂଖ୍ୟା ଗତ ୫/୭ ବର୍ଷ ମଧ୍ୟରେ ଯଥେଷ୍ଟ ବୃଦ୍ଧି ପାଇଛି। ସହର ଓ ଉପକଣ୍ଠରେ ଛତୁ ଫୁଟିଲା ଭଳି ଘରୋଇ ସ୍କୁଲ ଓ କଲେଜ ଗଢ଼ି ଉଠିଥିବାରୁ ବିଦ୍ୟାର୍ଥୀଙ୍କୁ ନେବା ଆଣିବା ପାଇଁ ପ୍ରତିଦିନ ଶହ ଶହ ଗାଡ଼ି ସହର ବାହାରକୁ ଓ ଭିତରକୁ ଯିବା ଆସିବା କରୁଛି। ଫଳରେ ମହାନଗରର ଟ୍ରାଫିକ ବ୍ୟବସ୍ଥା ଏବେ ବିଗିଡ଼ି ଯାଇଛି। ମହାନଗରର ଅନେକ ସ୍ଥାନରେ ଦିନ ରାତି ବସ୍‌ଗୁଡ଼ିକ ଛିଡ଼ା ହୋଇ ରହୁଛି । ଏଠି ଟ୍ରାଫିକ ବ୍ୟବସ୍ଥା କେବଳ ଧର୍ମକୁ ଆଖିଠାର ସଦୃଶ ଚାଲିଥିବା ବେଳେ କେଉଁଠି ନା କେଉଁଠି ପ୍ରତିିଦିନ ଛୋଟବଡ ଦୁର୍ଘଟଣା ଘଟୁଛି । ବିଭିନ୍ନ  ଛକରେ ଥିବା ଟ୍ରାଫିକ ପୋଲିସ ହାତ ଦେଖାଇ ଗୋଟିଏ ପଟେ ରହିବା ପାଇଁ କହୁଥିବା ବେଳେ ଅନ୍ୟପଟେ ଯାନବାହନ ଛାଡ଼ୁଛନ୍ତି। ଏଭଳି ଟ୍ରାଫିକ ବ୍ୟବସ୍ଥାରେ ଅଧିକାଂଶ ସମୟରେ ଲୋକମାନେ ନିୟମ ଉଲ୍ଲଂଘନ କରୁଥିବା ବେଳେ ଉଭୟ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଝଗଡ଼ା ହେଉଥିବା ନଜିର ରହିଛି ।

ପୂର୍ବରୁ ଟାଟାବେଞ୍ଜ ଛକ, ପିଭିଏନ୍‌ ରାଓ ପେଟ୍ରୋଲ ପମ୍ପ ଛକରେ ଇଲେକ୍ଟ୍ରୋନିକ୍‌ ସିଗ୍‌ନାଲ ଖଞ୍ଜା ଯାଇଥିବା ବେଳେ ଏବେ ତାହା କାର୍ଯ୍ୟକ୍ଷମ ହେଉନାହିଁ । ସହରରେ ଖୁବଶୀଘ୍ର ୫ଟି ସ୍ଥାନରେ ଇଣ୍ଟିଗ୍ରେଟେଡ୍‌ ଟ୍ରାଫିକ ସିଗ୍‌ନାଲ୍‌ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଥିଲେ। ସେହି ପ୍ରକ୍ରିୟା ଏବେ ଟେଣ୍ଡର ହୋଇ ପଡ଼ିରହିଛି। ସହରର କେତେକ ସ୍ଥାନକୁ ଛାଡ଼ି ଦେଲେ ଅନ୍ୟ କେଉଁଠି ବି ରାସ୍ତାରେ ସଙ୍କେତ ନାହିଁ। କେଉଁଠି ଅଟକିବ  ପାଦଚଲା ରାସ୍ତା କିମ୍ବା ଛକରେ ଗାଡ଼ି ରହିବ ସେନେଇ ସିଗନାଲ ନାହିଁ। ଫଳରେ ଟ୍ରାଫିକ କର୍ମଚାରୀ ହାତ ଦେଖାଇ ଯାନବାହନ ରଖିବା ପାଇଁ କହୁଥିଲେ ମଧ୍ୟ ଲୋକେ ଟ୍ରାଫିକ ଟାୱାର ନିକଟକୁ ଯାଇ ଅଟକୁଛନ୍ତି।

ପ୍ରତିବର୍ଷ ଜାନୁୟାରୀ ପହିଲାରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି ଜାତୀୟ ସଡ଼କ ସୁରକ୍ଷା ସପ୍ତାହ। ଲୋକଙ୍କୁ ଟ୍ରାଫିକ ନିୟମ ମାନିବା ସହ ଧନଜୀବନ ରକ୍ଷା କରିବା ପାଇଁ ସଚେତନ କରାଯାଉଛି। ଜନସଚେତନତାର ଅଭାବ ସାଙ୍ଗକୁ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏନେଇ ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି କୁହନ୍ତି, ଆମେ ପ୍ରତ୍ୟେକ ସମୟରେ ଯାନବାହନ ଚାଳକ ଓ ସାଧାରଣ ଲୋକ ଟ୍ରାଫିକ ନିୟମ ମାନିବାକୁ କହୁଛୁ।

ହେଲେ ଲୋକେ ଅଧିକ ସଚେତନ ହେବା ଦରବାର ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri