ବାତ୍ୟା ‘ଅକ୍ୱାନ’ ପାଇଁ ବଡ଼ ନିଷ୍ପତ୍ତି: ଗଞ୍ଜାମରେ ଆସନ୍ତାକାଲି ଗଡ଼ିବନି ବସ୍ କି ଟ୍ରକ୍

ଛତ୍ରପୁର, ୧୯।୧୧ (ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ଏବଂ ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୨୦ ତାରିଖ (ଶୁକ୍ରବାର) ଦିନ ସମଗ୍ର ଜିଲାରେ ସମସ୍ତ ପ୍ରକାର ଯାତ୍ରୀବାହୀ ଓ ମାଲବାହୀ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।

ପ୍ରଶାସନିକ ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ଜିଲାରେ ସମସ୍ତ ଘରୋଇ ବସ୍, ଟ୍ରକ୍, କ୍ରୁଟ୍ (CRUT) ଏବଂ ଓଏସ୍‌ଆର୍‌ଟିସି (OSRTC) ବସ୍ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ଆଖି ଆଗରେ ରଖି ଏହି କଟକଣାକୁ ଗୋଟିଏ ଦିନ ପାଇଁ ବଳବତ୍ତର ରଖାଯାଇଛି।

ତେବେ ଜରୁରୀକାଳୀନ ସେବା ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପାଇଁ ବାତ୍ୟା ମୁକାବିଲା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତଥା ପ୍ରଶାସନିକ କାର୍ଯ୍ୟରେ ନିୟୋଜିତ ଗାଡ଼ିଗୁଡ଼ିକୁ ଏହି କଟକଣାରୁ ବାଦ୍ ଦିଆଯାଇଛି। ବାତ୍ୟା ସମୟରେ ଅନାବଶ୍ୟକ ଯାତାୟାତରୁ ଦୂରେଇ ରହିବା ସହ ପ୍ରଶାସନର ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜନସାଧାରଣ ଏବଂ ଯାନବାହନ ମାଲିକମାନଙ୍କୁ ଅନୁରୋଧ କରାଯାଇଛି। ବିପର୍ଯ୍ୟୟ ମୁକାବିଲାରେ ପ୍ରଶାସନକୁ ସହଯୋଗ କରିବା ସହ ସଚେତନ ଓ ସୁରକ୍ଷିତ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଭାରତୀୟଙ୍କ କଟା ଘା’ରେ ଲୁଣ ଛିଞ୍ଚିଛନ୍ତି ଟ୍ରାଭିସ ହେଡ

ନୂଆଦିଲ୍ଲୀ,୧୯।୧୧: ତିନି ବର୍ଷ ପୂର୍ବେ, ଠିକ ଆଜିର ଦିନରେ ଅର୍ଥାତ ନଭେମ୍ବର ୧୯ରେଟିମ ଇଣ୍ଡିଆ ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା। ଫାଇନାଲ…

ବାତ୍ୟା ପାଇଁ ହାଇଆଲର୍ଟ: ଡହ-ଭଞ୍ଜନଗର ଜଳଭଣ୍ଡାର ପରିଦର୍ଶନ ସ୍ଥିତି ପରଖିଲେ ପରିବହନ ମନ୍ତ୍ରୀ

ଭଞ୍ଜନଗର, ୧୯।୧୧ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଗୁରୁବାର ରାତିରେ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ…

ମାଡ଼ି ଆସୁଛି ବାତ୍ୟା ‘ଅକ୍ୱାନ’: ଆତଙ୍କିତ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳବାସୀ

ଗଞ୍ଜାମ,୧୯।୧୧(ବିଦ୍ୟାଧର ସାହୁ ): ବାତ୍ୟା ଅର୍ଣ୍ଣବର ତାଣ୍ଡବ ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ବାତ୍ୟା ଅକ୍ୱାନକୁ ନେଇ ଚିନ୍ତାରେ ଅଞ୍ଚଳବାସୀ l ବାତ୍ୟା ଅକ୍ୱାନ…

୧୦୦ ରନ ପୂର୍ବରୁ ୫ ୱିକେଟ ପଡ଼ିଲା, ତା’ପରେ ଟିମ ଇଣ୍ଡିଆ ଉପରେ ଜୋରଦାର ପ୍ରେସର; ୬୮୦ ରନରେ ଇନିଂସ ଘୋଷଣା କଲା ନ୍ୟୁଜିଲ୍ୟାଣ୍ଡ

ନୂଆଦିଲ୍ଲୀ,୧୯।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ‘ବେସିନ ରିଜର୍ଭ’ (Basin Reserve) ଠାରେ ଚାଲିଛି। ଗୁରୁବାର (ନଭେମ୍ବର ୧୯) ଆରମ୍ଭ ହୋଇଥିବା…

ବାତ୍ୟା ମୁକାବିଲା ପାଇଁ କୋରାପୁଟ ପ୍ରଶାସନ ପ୍ରସ୍ତୁତ:  ୧୬ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଉପରେ ରହିଛି ନଜର…

କୋରାପୁଟ,୧୯ା୧୧(ଅମିତାଭ ବେହେରା ) ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ନେଇ ସଜାଗ ହୋଇଛି କୋରାପୁଟ ଜିଲା ପ୍ରଶାସନ। ବାତ୍ୟା ମୁକାବିଲା, ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ପାଇଁ ସମସ୍ତ…

ଅଶାନ୍ତ ସମୁଦ୍ରରେ ଫସିଲେ ଆନ୍ଧ୍ର ମତ୍ସ୍ୟଜୀବୀ, ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୧୯।୧୧(ଦିଲ୍ଲୀପି ସାମଲ): ସମ୍ଭାବ୍ୟ ବାତ୍ୟା ଓ ସମୁଦ୍ରର ଅଶାନ୍ତ ପରିସ୍ଥିତି ଯୋଗୁ ନିଜ ଅଞ୍ଚଳକୁ ଫେରି ନ ପାରି ଓଡ଼ିଶା ଉପକୂଳରେ ଆଶ୍ରୟ ନେଇଛନ୍ତି ଆନ୍ଧ୍ରପ୍ରଦେଶର ମତ୍ସ୍ୟଜୀବୀ।…

ବାତ୍ୟା ଅକ୍ବାନ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ମହାକାଳପଡ଼ା ବିଧାୟକ, ଆଶ୍ରୟସ୍ଥଳୀରେ ଲୋକଙ୍କୁ ଭେଟି ଦେଲେ ସାହସ

ମହାକାଳପଡ଼ା,୧୯ା୧୧(ପ୍ରତାପ ଚନ୍ଦ୍ର ସ୍ୱାଇଁ): ମାଡ଼ି ଆସୁଛି ବାତ୍ୟା ଅକ୍ବାନ । ଏହାକୁ ମୁକାବିଲା ପାଇଁ ରାଜ୍ୟ ସରକାର ଉପକୂକ ଅଞ୍ଚଳରେ ଆଲର୍ଟ ଜାରି କରିଛନ୍ତି । ଏ…

ଭାରତକୁ ଧମକ ଦେଇଥିବା ପାକିସ୍ତାନୀ ମନ୍ତ୍ରୀ ମୁସାଦିକ ଆସୁଛନ୍ତି ଦିଲ୍ଲୀ, ଜାଣନ୍ତୁ ସେ କ’ଣ କହିଥିଲେ…

ଇସଲାମାବାଦ/ନୂଆଦିଲ୍ଲୀ,୧୯।୧୧: ପାକିସ୍ତାନ ମନ୍ତ୍ରୀ ମୁସାଦିକ ମଲିକ, ଯିଏ ପୂର୍ବରୁ ଭାରତ ବିରୋଧରେ ଧମକ ଦେଇଥିଲେବର୍ତ୍ତମାନ ତାଙ୍କର ଆଗାମୀ ଭାରତ ଗସ୍ତ ଆଲୋଚନାର ବିଷୟ ପାଲଟିଛି। ସେ ପଡ଼ୋଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?