ମଣିଷଠାରୁ ବୁଦ୍ଧିଆ ଡଲ୍‌ଫିନ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ଏଇ ନିକଟରେ ମୁଁ ୧୦୦ ଦୂରଦୃଷ୍ଟିସମ୍ପନ୍ନ ଜ୍ଞାନୀ, ଗବେଷକ ଓ ଉଦ୍ଭାବକମାନଙ୍କ ସମ୍ମିଳନୀରୁ ଫେରିଛି। ଡେଲ୍‌ଫି, ଗ୍ରୀସ୍‌ଠାରେ ଅନୁଷ୍ଠିତ ସମ୍ମିଳନୀକୁ ମୁଁ ଆଲେକ୍‌ଜାଣ୍ଡର ଓ ନିକୋଲ ଗ୍ରାଟୋଭସ୍କିଙ୍କ ଅନୁରୋଧରେ ଯାଇଥିଲି। ଗ୍ରାଟୋଭସ୍କିମାନେ ହେଉଛନ୍ତି ରୁଷିଆର ଆନ୍ଥ୍ରୋପୋଲୋଜିଷ୍ଟ, ଯେଉଁମାନେ ଚୈତନ୍ୟମୟ ବିଶ୍ୱକୁ ଆବିଷ୍କାର କରିବା ପାଇଁ ନିଜର ଧନ ଓ ଶ୍ରମ ବ୍ୟୟ କରିଆସୁଛନ୍ତି। ସେମାନେ ନିଜ ଗବେଷଣା ଭିତ୍ତିରେ ବିଶ୍ୱାସ କରନ୍ତି ଯେ, ଏ ପୃଥିବୀରେ ବଞ୍ଚିରହିବା ପାଇଁ ହେଲେ ତା’ର ଚାବିକାଠି ହେଉଛନ୍ତି ଡଲ୍‌ଫିନ୍‌ ଓ ତିମି। ଆମେ ସେମାନଙ୍କୁ ଯେତେ ଅଧିକ ସଂଖ୍ୟାରେ ମାରିବା ସେତେ ଶୀଘ୍ର ଏ ପୃଥିବୀର ଶେଷଦିନ ଆସିଯିବ।
ସେମାନଙ୍କ ଯୁକ୍ତିନିଷ୍ଠ ଭାଷଣ ଶୁଣିବା ପରେ ମୁଁ ବି ତାଙ୍କ କଥା ବିଶ୍ୱାସ କରୁଛି। ସେମାନେ ସ୍ବପ୍ନବିଳାସୀ ନୁହନ୍ତି ବରଂ ବାସ୍ତବ ବୈଜ୍ଞାନିକ। ସେମାନେ ସ୍ପେନୀୟ ଦ୍ୱୀପ ଟେନେରିଫ୍‌ରେ ବାସ କରନ୍ତି, ଯାହା ହେଉଛି ସିଟେଶନ (ତିମି, ଡଲ୍‌ଫିନ୍‌ ଜାତୀୟ ସାମୁଦ୍ରିକ ପ୍ରାଣୀ)ଙ୍କ ସଂଗମ ସ୍ଥଳ। ସେମାନେ ବିଶ୍ୱାସ କରନ୍ତି ଯେ ଡଲ୍‌ଫିନ ହେଉଛି ମଣିଷଠାରୁ ଅଧିକ ବୁଦ୍ଧିମାନ୍‌। ସେମାନେ ସାରା ବିଶ୍ୱରେ ଡଲ୍‌ଫିନ ଦୂତାବାସମାନ ଖୋଲିଛନ୍ତି। ସେମାନଙ୍କ ଓ୍ବେବ୍‌ସାଇଟ୍‌ ହେଉଛି www.dolphinembassy.org. ମୋର ବନ୍ଧୁ ଡ. ଅଶୋକ ଖୋସଲା, ଯିଏ କି ସଫଳ ଗ୍ରାମୀଣ ଅର୍ଥନୀତି ପାଇଁ ବାସ୍ତବ ସମାଧାନ ବାହାର କରିବାରେ ନିଜର ଜୀବନ ବିତାଇ ଦେଇଛନ୍ତି, ସେ ହେଉଛନ୍ତି ଭାରତର ଡଲ୍‌ଫିନ ଆମ୍ବାସାଡ଼ର। ମୁଁ ଏହି ଦୂତାବାସରେ କାମ କରିବାକୁ ଚାହୁଁଛି ଏବଂ ଆପଣ ବି ଏଥିପାଇଁ ଆବେଦନ କରିପାରନ୍ତି। ସେମାନେ ଏକ ଡଲ୍‌ଫିନିଟି ଓ୍ବାର୍ଲଡ ଫେଷ୍ଟିଭାଲ୍‌ର ଆୟୋଜନ କରନ୍ତି ଯେଉଁଥିରେ ସେମାନେ ସିଟେଶନ୍‌ମାନଙ୍କ ମନ ଓ ଭାଷା ବିଷୟରେ ଶିକ୍ଷା ଦିଅନ୍ତି ଓ ଡକ୍ୟୁମେଣ୍ଟାରୀ ପ୍ରଦର୍ଶନ କରନ୍ତି। ମୁଁ ଏପରି ଏକ ଡକ୍ୟୁମେଣ୍ଟାରୀ ଦେଖିଛି।
ମୁଁ ଏଥିରୁ ଯାହା ଶିଖିଛି ତାହା ନିମ୍ନରେ ଉଲ୍ଲେଖ କରୁଛି। ୫୦ ନିୟୁତ ବର୍ଷ ତଳୁ ଏ ପୃଥିବୀର ଜଳଭାଗରେ ସିଟେଶନ୍‌ମାନେ ବାସ କରିଆସୁଛନ୍ତି। ତା’ର ଅନେକ ନିୟୁତ ବର୍ଷ ପରେ ହ୍ୟୁମ୍ୟାନଏଡ୍‌ (ମାନବସଦୃଶ ପ୍ରାଣୀ)ଙ୍କ ଆବିର୍ଭାବ ହେଲା। ମଣିଷ ଓ ଡଲ୍‌ଫିନମାନଙ୍କ ମଧ୍ୟରେ ଅନେକ ସାଦୃଶ୍ୟ ଅଛି। ଉଭୟେ ବାୟୁ ସାହାଯ୍ୟରେ ଶ୍ୱାସକ୍ରିୟା କରନ୍ତି। ଡଲ୍‌ଫିନମାନେ ପାଣିରୁ ଉପରକୁ ଉଠି ଶ୍ୱାସକ୍ରିୟା କରନ୍ତି। ଆମର ସବୁଠାରୁ ବଡ଼ ଓ ସୁସଙ୍ଗଠିତ ମସ୍ତିଷ୍କ ଅଛି, କିନ୍ତୁ ଡଲ୍‌ଫିନମାନଙ୍କର ତା’ଠାରୁ ବଡ଼। ଉଭୟଙ୍କ ନିର୍ଦ୍ଦିଷ୍ଟ ବ୍ୟକ୍ତିତ୍ୱ ଓ ସ୍ବତନ୍ତ୍ର ଗୁଣ ରହିଛି। ଆତ୍ମସଚେତନତାର ବୈଜ୍ଞାନିକ ମିରର ଟେଷ୍ଟରେ ଉଭୟ ମଣିଷ ଓ ଡଲ୍‌ଫିନ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଡଲ୍‌ଫିନମାନେ ଜନ୍ମ ପରେ ପରେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରନ୍ତି। କିନ୍ତୁ ମଣିଷମାନେ ପ୍ରାୟ ୧.୬ ବର୍ଷର ହେବା ପରେ ହିଁ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରନ୍ତି। ଡଲ୍‌ଫିନମାନେ ଗୀତ ଗାଆନ୍ତି, ତାଙ୍କର କୌତୁକ ରସବୋଧ ଅଛି, ଅନୁସନ୍ଧିତ୍ସା ଅଛି, ବିସ୍ମୟ ପ୍ରକାଶ କରନ୍ତି, ସ୍ମୃତିଶକ୍ତି ଅଛି, ଏବଂ ଭାଷା ଶିକ୍ଷା କରିବାର କ୍ଷମତା ଅଛି । ମଣିଷ ଓ ଡଲ୍‌ଫିନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୁଦ୍ଧି ପରୀକ୍ଷାରେ ସଫଳ ହୋଇଛନ୍ତି। ଉଭୟେ ବାହ୍ୟ କାରଣ ଦ୍ୱାରା ନୁହେଁ, ବରଂ ବିବେକ ଦ୍ୱାରା ଚାଳିତ ହୋଇ ନିଷ୍ପତ୍ତି ନିଅନ୍ତି। ଉଭୟ ପ୍ରେମ, ବନ୍ଧୁତା, ସମବେଦନାରେ ବିଶ୍ୱାସ କରନ୍ତି, ଯାହା କ୍ଷଣିକ ଆତ୍ମସ୍ବାର୍ଥଠାରୁ ଦୂରରେ।
କିନ୍ତୁ ମଣିଷମାନେ ଆଶ୍ଚର୍ଯ୍ୟଜନକ ହାରରେ ବଂଶବୃଦ୍ଧି କଲେ। ସେତେବେଳେ ସେମାନଙ୍କ ଦ୍ୱାରା ପୃଥିବୀର କ୍ଷତି କରିବା ହାର ମନ୍ଥର ଥିଲା। ଗତ ଦୁଇ ଶତାବ୍ଦୀ ଭିତରେ ପ୍ରଯୁକ୍ତିବିଦ୍ୟାର ବିକାଶ ହେଲା, ଯାହାଦ୍ୱାରା ପରୋକ୍ଷରେ ପୃଥିବୀ ଧ୍ୱଂସଦିଗରେ ଚାଳିତ ହେଉଛି। ମଣିଷ ଚାହିଁଲା ପ୍ରକୃତିକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଓ ତା’ ଉପରେ ଶାସନ କରିବା ପାଇଁ, ଯାହା ବିନାଶର କାରଣ। କିନ୍ତୁ ଡଲ୍‌ଫିନମାନେ ପ୍ରକୃତିକୁ ଭଲ ପାଇଲେ ଓ ତା’ ସହ ସଦ୍‌ଭାବ ରଖିବାକୁ ଚାହିଁଲେ। ସେମାନେ କେବେ ଶୁଅନ୍ତି ନାହିଁ ଏବଂ ବିଶ୍ରାମ ନେଲାବେଳେ ବି ସଚେତନ ଥାନ୍ତି। ସେମାନଙ୍କର ତିନୋଟି ମୁଖ୍ୟ ଗୁଣ ରହିଛି: ଖେଳ ସେମାନଙ୍କ ସୂଚନାର ଆଦାନପ୍ରଦାନର ମାଧ୍ୟମ, ପ୍ରେaମ ବା ଭଲପାଇବା ସେମାନଙ୍କ ସମସ୍ତ କାର୍ଯ୍ୟର ନିୟାମକ ଏବଂ ପରିପାର୍ଶ୍ୱ ପ୍ରତି ସେମାନଙ୍କ ସମ୍ମାନ ଓ ଆଲିଙ୍ଗନ। ଆମେ ଯଦି ସେମାନଙ୍କ ପରି ହୋଇଥାନ୍ତେ କେତେ ଭଲ ହୋଇ ନ ଥାନ୍ତା! ମଣିଷ ଚାହିଦାଠାରୁ ଅଧିକ ଉତ୍ପାଦନ କରିବା ଓ ଉପଭୋଗ କରିବା ଚାହେଁ ଏବଂ ତାହାକୁ ନିଜର ସଫଳତା ବୋଲି ଭାବେ। କିନ୍ତୁ ଡଲ୍‌ଫିନ ସଂସ୍କୃତିରେ କୌଣସି କିଛିର ମାଲିକ ହେବା ନାହିଁ ବରଂ ପରସ୍ପର ସହ ଓ ପ୍ରକୃତି ସହ ଆନନ୍ଦ ଉପଭୋଗ କରିବା ଅଛି। ଡଲ୍‌ଫିନମାନଙ୍କ ସାମାଜିକ ଭାବବିନିମୟ ଅତ୍ୟନ୍ତ ଜଟିଳ ଏବଂ ଭାବ ପ୍ରକାଶ କରିବା ଓ ଗ୍ରହଣ କରିବା ଲାଗି ସେମାନେ ନିଜର ମସ୍ତିଷ୍କ, ହୃଦୟ ଓ ସୁବିକଶିତ ଜ୍ଞାନେନ୍ଦ୍ରିୟର ବ୍ୟବହାର କରନ୍ତି। ଆଉ ଏକ ବଡ଼ କଥା ହେଉଛି ସେମାନେ ନିଜର ଜ୍ଞାନକୁ ସନ୍ତାନସନ୍ତତିଙ୍କଠାରେ ସଂଚାରିତ କରିବା ସ୍ଥାୟୀ ପ୍ରକ୍ରିୟା, ଯାହା ମଣିଷଙ୍କଠାରୁ ଯଥେଷ୍ଟ ଉନ୍ନତ। ଜ୍ଞାନର ଆଉ ଏକ ଦିଗ ହେଲା ଭାଷା। ଆମର ଭାଷା ଅସ୍ଥିର, ସାଙ୍କେତିକ ଓ ମିଥ୍ୟା ପ୍ରବଞ୍ଚନାଯୁକ୍ତ ହୋଇଥିବା ବେଳେ ସେମାନଙ୍କ ଭାଷା ସେମାନଙ୍କ ମାନସିକ ଓ ଆବେଗିକ ଅବସ୍ଥାର ସିଧାସଳଖ ପରିପ୍ରକାଶ।
ଆମେ ପ୍ରକୃତିଠାରୁ ଦୂରେଇ ଯାଉଥିବା ବେଳେ ଡଲ୍‌ଫିନ ତାହାର ବିପରୀତ। ଆମେ ଆମ ଜନ୍ମର ଉଦ୍ଦେଶ୍ୟ ଭୁଲିଯାଇଛୁ ଏବଂ କେଉଁଥିରେ ଆମେ ଖୁସି ହେବୁ ତାହା ଆମକୁ ଜଣାନାହିଁ। ଆମେ ପ୍ରକୃତିର ଅଧା ପ୍ରାଣୀଙ୍କୁ୍‌ ଧ୍ୱଂସ କରିସାରିଲୁଣି ଏବଂ ପୃଥିବୀର ନବଦଶମାଂଶ ଆମ ଦ୍ୱାରା ପ୍ରଦୂଷିତ ହୋଇସାରିଲାଣି। ଅଧିକାଂଶ ନବୀକରଣ-ଅଯୋଗ୍ୟ ସମ୍ପଦକୁ ଆମେ ଶେଷ କରିସାରିଲୁଣି। ଆମେ ଆଜି ପ୍ରକୃତିର ସବୁଠାରୁ ଦୁଃଖୀ ପ୍ରାଣୀ। ସ୍ଥାନୀୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନାନା ପ୍ରକାର ଯୁଦ୍ଧରେ ଆମେ ସଦା ବ୍ୟାପୃତ। ଏକଲାପଣ ଓ ରୋଗ ହେତୁ ପ୍ରତିବର୍ଷ ୨୦ ନିୟୁତ ଆତ୍ମହତ୍ୟା ବା ଆତ୍ମହତ୍ୟା ଉଦ୍ୟମ ଘଟଣା ଘଟୁଛି। ଏପରିସ୍ଥଳେ ଡଲ୍‌ଫିନ ଓ ତିମିମାନଙ୍କ ପ୍ରକୃତ ଆନନ୍ଦ ଦେଖି ମୋତେ ମଣିଷ ଜନ୍ମ ନେଇଥିବାରୁ ଦୁଃଖ ଲାଗୁଛି। ସେମାନେ ବି ମାନସିକ ଚାପଗ୍ରସ୍ତ ହୁଅନ୍ତି, କିନ୍ତୁ ତାହା ବାହ୍ୟ କାରଣରୁ ଯେମିତି ସାଥୀକୁ ହରାଇବା ବା ସ୍ବାଧୀନତାର ଅଭାବ। ଏବେ ଡଲ୍‌ଫିନମାନଙ୍କ ଭିତରେ ବି ଗଣଆତ୍ମହତ୍ୟା ଦେଖିବାକୁ ମିଳୁଛି, କିନ୍ତୁ ତାହା ଅସହ୍ୟ ଜଳପ୍ରଦୂଷଣ ଯୋଗୁ ଯାହା ମନୁଷ୍ୟ ଦ୍ୱାରା ସୃଷ୍ଟ। ସବୁଠାରୁ ବଡ଼କଥା ହେଲା ସେମାନେ ଏବେ ଜଳ ଓ ବାୟୁକୁ ପ୍ରଦୂଷଣମୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି। ସମୁଦ୍ର ଗର୍ଭରୁ ସେମାନେ ରାସାୟନିକ ଯୌଗିକଗୁଡ଼ିକୁ ବାହାରକୁ ଆଣୁଛନ୍ତି, ଯାହାଦ୍ୱାରା ବାୟୁମଣ୍ଡଳର ଦୁଇତୃତୀୟାଂଶ ଗଢ଼ା ହୋଇଛି। ଜୀବବିଜ୍ଞାନୀମାନେ ଏହାକୁ କହୁଛନ୍ତି ବାୟୋଲୋଜିକାଲ ପମ୍ପ। ତିମିମାନଙ୍କ ସଂଗୀତ ପ୍ରଦୂଷିତ ଜଳକୁ୍‌ ସ୍ବଚ୍ଛ କରିବାରେ ସାହାଯ୍ୟ କରୁଛି। ଡ. ମାସାରୁ ଇମୋଟା ପ୍ରଥମେ ଏ କଥାକୁ ହସି ଉଡ଼ାଇ ଦେଉଥିଲେ କିନ୍ତୁ ପରେ ସେ ଏହା ସତ ବୋଲି ପ୍ରମାଣ କରିଛନ୍ତି। ୟୁଟ୍ୟୁବ୍‌ରେ ଗ୍ରାଟୋଭସ୍କିଙ୍କ ଟେଡ୍‌ ଟକ୍‌ (TEDxSadovoeRing YouTube) ଦେଖନ୍ତୁ। ତାହା ଆପଣଙ୍କ ଦୃଷ୍ଟିଭଙ୍ଗୀ ବଦଳାଇଦେବ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?