ଭରତପୁର ଖଣିରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ତାଳଚେର, ୬ା୮(ନି.ପ୍ର.)

ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ବେଳେ ସୋମବାର ଏକ ମୁଣ୍ଡବିହୀନ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ଜଣାପଡି ନାହିଁ। ବଲଣ୍ଡା ପୋଲିସ ମୃତଦେହ ଜବତ କରି ତାଳଚେର ଉପଖଣ୍ଡ ଡାକ୍ତରଖାନା ଶବାଗାରରେ ରଖିଛି ା ଚିହ୍ନଟ ପରେ ତାହାକୁ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି।
ପ୍ରକାଶ ଯେ, ଏମ୍‌ସିଏଲ୍‌ ପକ୍ଷରୁ ଘରୋଇ କମ୍ପାନୀ ସିକଲକୁ ଭରତପୁର ଖଣିରୁ କୋଇଲା ଉତ୍ତୋଳନ ଦାୟିତ୍ୱ ଦିଆଯାଇଛି। ଗତ ମାସ ୨୩ ତାରିଖ ରାତିରେ କୋଇଲା ଖନନ ଚାଲିଥିବା ବେଳେ ଖଣି ଭିତରକୁ ବିରାଟ ମାଟି ଓ କୋଇଲା ଅତଡ଼ା ଖସି ପଡ଼ିବାରୁ ଡ୍ରାଇଭର ପିପୁନ ବିଶ୍ୱାଳ, ସୁପରଭାଇଜର ରଶ୍ମିରଞ୍ଜନ ବେହେରା, ସିକ୍ୟୁରିଟି ଗାର୍ଡ ରମେଶ ଦାସ ଓ ପମ୍ପ ଖଲାସୀ ରାଜକିଶୋର ମହାପାତ୍ର ପୋତି ହୋଇଯାଇଥିଲେ। ଅନ୍ୟ ୯ଜଣ ଦୂରକୁ ଛିଟିକି ପଡ଼ିବାରୁ ସେମାନଙ୍କୁ ପ୍ରଥମେ ଉଦ୍ଧାର କରାଯାଇ ସେଣ୍ଟ୍ରାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ୨୪ ତାରିଖ ଅପରାହ୍ନରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ପିପୁନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହାପରେ ୨୬ ତାରିଖରେ ଖଲାସୀ ରାଜକିଶୋର ମହାପାତ୍ର ଓ ସୁପରଭାଇଜର ରଶ୍ମିରଞ୍ଜନ ବେହେରାଙ୍କ ମୃତଦେହ ମିଳିଥିଲା। ହେଲେ ସିକ୍ୟୁରିଟି ଗାର୍ଡ ରମେଶଙ୍କ ମୃତଦେହ ମିଳି ନ ଥିଲା। ପରେ ଖଣି ଭିତରୁ ଗୋଟିଏ ହାତ ଓ ଗୋଡ଼ ସହ ପେଟର କିଛି ଅଂଶ ଉଦ୍ଧାର କରାଯାଇଥିଲେ ବି ତାହା କାହାର ଜଣାପଡ଼ି ନ ଥିଲା। ପରେ ରମେଶଙ୍କ ପରିବାର ଲୋକେ ତାହାକୁ ଚିହ୍ନଟ କରିବାରୁ ବ୍ୟବଚ୍ଛେଦ କରାଯାଇଥିଲା। ସୋମବାର ମୁଣ୍ଡବିହୀନ ଗଳିତ ମୃତଦେହ ଉଦ୍ଧାର ହୋଇଥିଲେ ବି ଖଣିରୁ ମାଟି କାଢ଼ିବା କାର୍ଯ୍ୟ ଜାରି ରହିଛି।
ଅପରପକ୍ଷରେ ଦୁର୍ଘଟଣା ପରଠାରୁ ଖଣି ବନ୍ଦ ଆନ୍ଦୋଳନ ଚାଲିଛି। ପ୍ରଥମେ ଭାଜପା ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ହେଲେ ତାହା ପ୍ରତ୍ୟାହାର ପରେ ମୃତକଙ୍କ ପରିବାର ଓ ଗ୍ରାମବାସୀ ଆନ୍ଦୋଳନ ଚଳାଇଛନ୍ତି। ଏଥିଯୋଗୁ କୋଲ୍‌ ଫିଲ୍‌ଡସରେ ଥିବା ସମସ୍ତ କୋଇଲା ଖଣି ବନ୍ଦ ରହିଛି। ଖଣି ଚାଲୁ କରିବାକୁ ଏମ୍‌ସିଏଲ୍‌ ପକ୍ଷରୁ ଅନୁରୋଧ କରାଯାଇଥିଲେ ମଧ୍ୟ ସେ ଦିଗରେ କିଛି ଅଗ୍ରଗତି ହୋଇ ନ ଥିବା ବେଳେ ଆଜି ତାଳଚେର କୋଲ ଫିଲ୍ଡସ୍‌ର ସମସ୍ତ କର୍ମଚାରୀ ବନ୍ଦ ରହିଥିବା ଖଣି ଚାଲୁ କରାଯିବା, ମୃତକଙ୍କ ପରିବାରକୁ ନିଯୁକ୍ତି, କ୍ଷତିପୂରଣ ପ୍ରଦାନ ଦାବିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶ୍ରମିକ ନେତା ସୌଭାଗ୍ୟ ପ୍ରଧାନ, ଶଙ୍କର ବେହେରା, ସଞ୍ଜୟ ମାଝି, ଚର୍ତୁଭୂଜ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri