Posted inଫୁରସତ

ବିଶ୍ୱ ପରିବେଶ ଦିବସ ଓ ଅନୁଚିନ୍ତା

ବିଶ୍ୱ ପରିବେଶ ଦିବସ ପ୍ରତିଶ୍ରୁତିବଦ୍ଧ ପରିବେଶ ସଂରକ୍ଷଣ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ। ବିଶ୍ୱ ପରିବେଶ ଦିବସ ୧୯୭୨ରୁ ଆରମ୍ଭ ହୋଇ ଅଦ୍ୟାବଧି ମିଳିତ ଜାତିସଂଘର ଏକ ଅଗ୍ରାଧିକାର କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱବ୍ୟାପୀ ପରିବେଶ ସଚେତନତା, ଦାୟିତ୍ୱବୋଧ ସୃଷ୍ଟି କରିବା ସହ ରାଜନୈତିକ ଦୃଷ୍ଟି ଆକର୍ଷଣ ଓ ଆଗାମୀ ପରିବେଶ ସୁରକ୍ଷା ଦିଗରେ ନେବାକୁ ଥିବା ବିଭିନ୍ନ ପଦକ୍ଷେପ ପାଇଁ ଉତ୍ସାହିତ କରାଯାଏ। ଏହି ଦିବସ ମାଧ୍ୟମରେ ମିଳିତ ଜାତିସଂଘ ପରିବେଶଭିତ୍ତିକ କାର୍ଯ୍ୟକ୍ରମ ତଥା ଆନୁଷଙ୍ଗିକ ସମସ୍ୟାଗୁଡ଼ିକୁ ଆଞ୍ଚଳିକସ୍ତରରେ ଚିହ୍ନଟ କରି ସମସ୍ତଙ୍କୁ ଅନୁଭବରେ କେବଳ ଦାୟିତ୍ୱ ସମ୍ପନ୍ନ କରାଇ ନାହିଁ, ବରଂ ପରିବର୍ତ୍ତନର ପ୍ରତିକାର ଭାବେ ଦୀର୍ଘସ୍ଥାୟୀ ତଥା ସମୟୋପଯୋଗୀ ବିକାଶ ପାଇଁ ଶକ୍ତିଶାଳୀ ପଦକ୍ଷେପ ନେବାକୁ ସମର୍ଥ କରାଯାଇଛି।
ଚଳିତ ବର୍ଷ ପାଇଁ ବିଶ୍ୱ ପରିବେଶ ଦିବସର ପ୍ରସଙ୍ଗ ହେଉଛି ”ଜୈବବିବିଧତା“। ଏହି ପ୍ରସଙ୍ଗଟି ଜୈବବିବିଧତାର ସୁରକ୍ଷା ବିଷୟରେ ସୂଚିତ କରୁଛି।
ଜୈବବିବିଧତା ହେଉଛି ପ୍ରାକୃତିକ ସମ୍ପଦର ଗନ୍ତାଘର। ମନୁଷ୍ୟ ସହିତ ପରିସଂସ୍ଥାରେ ଥିବା ସବୁ ଜୈବିକ ଓ ଅଜୈବିକ ପଦାର୍ଥ ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି। ସମଗ୍ର ପୃଥିବୀର ୧୨ଟି ଜୈବବିବିଧତା ଦେଶ ମଧ୍ୟରେ ଭାରତ ଅନ୍ତର୍ଭୁକ୍ତ। ଜୈବବିବିଧତା ବା ପ୍ରକୃତି ଏବଂ ମନୁଷ୍ୟ ପରସ୍ପରର ପରିପୂରକ। ପ୍ରାଣୀଜଗତର ଶ୍ରେଷ୍ଠଜୀବ ମନୁଷ୍ୟ ହିଁ ପ୍ରକୃତିର ସୁରକ୍ଷା କରିପାରିବ। ଜୀବଜଗତର ସ୍ଥିତି ତଥା ପରିବେଶ ସମୁଚିତ ପାଇଁ ଜୈବବିବିଧତାର ସଂରକ୍ଷଣ ଏକାନ୍ତ ଭାବେ ଆବଶ୍ୟକ।
ମଣିଷ ତା’ର ସୁଖ ପାଇଁ ପ୍ରକୃତିର କ୍ଷତି ନ କରିବା ଉଚିତ୍‌। ପ୍ରାକୃତିକ ସମ୍ପଦ ଓ ପରିବେଶର ସନ୍ତୁଳନ ପାଇଁ ଅଧିକ ଯତ୍ନବାନ ହୋଇ ସଂକଳ୍ପବଦ୍ଧ ଭାବରେ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ। ପ୍ରାକୃତିକ ସମ୍ପଦର ବହୁଳ ବ୍ୟବହାର ହେତୁ ବିବିଧତାର ଅବକ୍ଷୟ ଦେଖାଦେଇଛି। ତଦ୍ୱାରା ପ୍ରାୟ ୧୦୦ଗୁଣ ପକ୍ଷୀ, ପଶୁ, ସ୍ତନ୍ୟପାୟୀ, ଉଭୟଚର ପ୍ରାଣୀ ବଂଶ ନାଶ ହୋଇଗଲାଣି। ଏହି ପରିମାଣ ପ୍ରାକ୍‌-ଶିଳ୍ପ ସମୟଠାରୁ ପ୍ରାୟ ୧୦୦୦ଗୁଣ ଅଧିକ ପଡୁଛି। ଗରିବ ଜନସାଧାରଣ ପ୍ରାକୃତିକ ସମ୍ପଦ ଉପରେ ଅଧିକ ନିର୍ଭର କରୁଥିବାରୁ ସେମାନଙ୍କ ଉପରେ ଏହାର ପ୍ରଭାବ ଅଧିକ ପଡୁଛି। ପୃଥିବୀରେ ଅବକ୍ଷୟ ଧାରା ଅବିଶ୍ରାନ୍ତ ଭାବରେ ଚାଲୁ ରହିଲେ, ଏ ଗ୍ରହଟି ଅଧିକ ଦିନ ତିଷ୍ଠି ରହିପାରିବ ନାହିଁ। ଭବିଷ୍ୟତ ପିଢ଼ିର ଅଧିକାରକୁ ଦୃଷ୍ଟିରେ ରଖି ଆମକୁ ଦୀର୍ଘସ୍ଥାୟୀ ଜୀବନଯାପନ ଶୈଳୀ ଆପଣେଇବାକୁ ପଡ଼ିବ। ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସମସ୍ତେ ପରିବେଶ ସୁରକ୍ଷା ଓ ପ୍ରକୃତିର ସଂରକ୍ଷଣ ଦିଗରେ ପ୍ରତିଶ୍ରୁତିବଦ୍ଧତାକୁ ସହୃଦୟତାର ସହିତ କାର୍ଯ୍ୟ କରିବା ଲାଗି ନିଷ୍ପତ୍ତି ନେବା ଦରକାର।

ଡ. ଆଶୁତୋଷ ଦେବତା
– ନିର୍ଦ୍ଦେଶକ,
ସେଣ୍ଟର ଫର୍‌ ଏନ୍‌ଭାଇରନ୍‌ମେଣ୍ଟାଲ ଷ୍ଟଡିଜ୍‌,
ଜଙ୍ଗଲ ଓ ପରିବେଶ ବିଭାଗ, ଓଡ଼ିଶା ସରକାର


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କ ପରେ ଜୋର୍‌ ଧରିଲା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି, ୭ ଦିନରେ ନ ଦେଲେ…

ଭୁବନେଶ୍ୱର, ୨୭।୭: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରସଙ୍ଗକୁ ନେଇ ରାଜରାସ୍ତା ସରଗରମ ହୋଇଥିବାବେଳେ ବର୍ତ୍ତମାନ ରାଜ୍ୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି ଜୋର୍‌…

ଶନି ବଳୟର କଣିକା ସଂଗ୍ରହ କରିବ ଏଆଇ ରୋବୋଟିକ୍‌ ସିଷ୍ଟମ୍‌

ୱାଶିଂଟନ,୨୭ା୭: ଶନି ଗ୍ରହର ସୃଷ୍ଟି, ଏହାର ଚାରିପାଖରେ ଥିବା ବିଶାଳ ବଳୟ ଏବଂ ବ୍ରହ୍ମାଣ୍ଡରେ ଗ୍ରହଗୁଡ଼ିକର ବିକାଶ ସମ୍ପର୍କରେ ଲୁଚି ରହିଥିବା ଅନେକ ରହସ୍ୟର ପର୍ଦ୍ଦାଫାଶ କରିବା…

ସୃଷ୍ଟି ହେଲା ଗଭୀର ଅବପାତ: ଏଇଠି ଲ୍ୟାଣ୍ଡଫଲ ସମ୍ଭାବନା, ଭୀଷଣ ବର୍ଷା ନେଇ ଏହି ସବୁ ଜିଲାକୁ…

ଭୁବନେଶ୍ୱର, ୨୭।୭: ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ। ବାଲେଶ୍ବରରୁ ୧୨୦ କି.ମି. ଦୂରରେ ରହିଛି ଅବପାତ। ଆଜି ଅପରାହ୍ନରେ ବାଲେଶ୍ବର-କ୍ୟାନିଂ ମଧ୍ୟରେ ଲ୍ୟାଣ୍ଡଫଲ ସମ୍ଭାବନା। ଉତ୍ତର…

ଆଜିଠାରୁ +୩ ପ୍ରଥମ ବର୍ଷ ପାଠପଢ଼ା

ଭୁବନେଶ୍ୱର,୨୭ା୭(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ମହାବିଦ୍ୟାଳୟରେ ସୋମବାରଠାରୁ +୩ ପ୍ରଥମ ବର୍ଷର ନିୟମିତ ପାଠପଢ଼ା ଆରମ୍ଭ ହେବ। ନାମଲେଖା ପ୍ରକ୍ରିୟା…

CJP ପ୍ରଦର୍ଶନ ଶେଷ ହେବା ପରେ ଆଉ ଜଣେ ନିଟ୍‌ ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଜାଣିଲେ…

ନୂଆଦିଲ୍ଲୀ, ୨୭॥୭: ମହରାଷ୍ଟ୍ରର ଅହିଲ୍ୟାନଗର ଜିଲାର କର୍ଜତ ତାଲୁକା ଅନ୍ତର୍ଗତ ଜଲାଲପୁର ଗ୍ରାମରୁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସେଠାରେ ରହୁଥିବା ଛାତ୍ରୀ ଅଙ୍କିତା…

ଶୋଇଥିବାବେଳେ ଘରେ ପଶିଲା ବନ୍ୟାଜଳ, ଗାଁରେ ଉତ୍ତେଜନା

ବଲାଙ୍ଗୀର, ୨୭ା୭(ବୀରେନ୍ଦ୍ର କୁମାର ଝାଙ୍କର): ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଲୋୟର ସୁକ୍‌ତେଲ ଜଳଭଣ୍ଡାର ଭିତରେ ଥିବା କୁମିଆପାଲି ଗାଁରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି।…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ୩ ରାଜ୍ୟରେ ବଢିଲା ରାଜନୈତିକ ଆଲୋଚନା; ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୭।୭: NEET ପେପର ଲିକ ନେଇ ବିରୋଧୀଙ୍କ ବିରୋଧ ପରେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ପ୍ରହ୍ଲାଦ ଜୋଷୀଙ୍କୁ ଶିକ୍ଷା…

ସୁଶାନ୍ତଙ୍କ ପରଲୋକରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼,୨୭।୭(ପ୍ରେମାନନ୍ଦ ଖମାରୀ)- ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri