Posted inଫୁରସତ

ବିଶ୍ୱ ପରିବେଶ ଦିବସ ଓ ଅନୁଚିନ୍ତା

ବିଶ୍ୱ ପରିବେଶ ଦିବସ ପ୍ରତିଶ୍ରୁତିବଦ୍ଧ ପରିବେଶ ସଂରକ୍ଷଣ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ। ବିଶ୍ୱ ପରିବେଶ ଦିବସ ୧୯୭୨ରୁ ଆରମ୍ଭ ହୋଇ ଅଦ୍ୟାବଧି ମିଳିତ ଜାତିସଂଘର ଏକ ଅଗ୍ରାଧିକାର କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱବ୍ୟାପୀ ପରିବେଶ ସଚେତନତା, ଦାୟିତ୍ୱବୋଧ ସୃଷ୍ଟି କରିବା ସହ ରାଜନୈତିକ ଦୃଷ୍ଟି ଆକର୍ଷଣ ଓ ଆଗାମୀ ପରିବେଶ ସୁରକ୍ଷା ଦିଗରେ ନେବାକୁ ଥିବା ବିଭିନ୍ନ ପଦକ୍ଷେପ ପାଇଁ ଉତ୍ସାହିତ କରାଯାଏ। ଏହି ଦିବସ ମାଧ୍ୟମରେ ମିଳିତ ଜାତିସଂଘ ପରିବେଶଭିତ୍ତିକ କାର୍ଯ୍ୟକ୍ରମ ତଥା ଆନୁଷଙ୍ଗିକ ସମସ୍ୟାଗୁଡ଼ିକୁ ଆଞ୍ଚଳିକସ୍ତରରେ ଚିହ୍ନଟ କରି ସମସ୍ତଙ୍କୁ ଅନୁଭବରେ କେବଳ ଦାୟିତ୍ୱ ସମ୍ପନ୍ନ କରାଇ ନାହିଁ, ବରଂ ପରିବର୍ତ୍ତନର ପ୍ରତିକାର ଭାବେ ଦୀର୍ଘସ୍ଥାୟୀ ତଥା ସମୟୋପଯୋଗୀ ବିକାଶ ପାଇଁ ଶକ୍ତିଶାଳୀ ପଦକ୍ଷେପ ନେବାକୁ ସମର୍ଥ କରାଯାଇଛି।
ଚଳିତ ବର୍ଷ ପାଇଁ ବିଶ୍ୱ ପରିବେଶ ଦିବସର ପ୍ରସଙ୍ଗ ହେଉଛି ”ଜୈବବିବିଧତା“। ଏହି ପ୍ରସଙ୍ଗଟି ଜୈବବିବିଧତାର ସୁରକ୍ଷା ବିଷୟରେ ସୂଚିତ କରୁଛି।
ଜୈବବିବିଧତା ହେଉଛି ପ୍ରାକୃତିକ ସମ୍ପଦର ଗନ୍ତାଘର। ମନୁଷ୍ୟ ସହିତ ପରିସଂସ୍ଥାରେ ଥିବା ସବୁ ଜୈବିକ ଓ ଅଜୈବିକ ପଦାର୍ଥ ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି। ସମଗ୍ର ପୃଥିବୀର ୧୨ଟି ଜୈବବିବିଧତା ଦେଶ ମଧ୍ୟରେ ଭାରତ ଅନ୍ତର୍ଭୁକ୍ତ। ଜୈବବିବିଧତା ବା ପ୍ରକୃତି ଏବଂ ମନୁଷ୍ୟ ପରସ୍ପରର ପରିପୂରକ। ପ୍ରାଣୀଜଗତର ଶ୍ରେଷ୍ଠଜୀବ ମନୁଷ୍ୟ ହିଁ ପ୍ରକୃତିର ସୁରକ୍ଷା କରିପାରିବ। ଜୀବଜଗତର ସ୍ଥିତି ତଥା ପରିବେଶ ସମୁଚିତ ପାଇଁ ଜୈବବିବିଧତାର ସଂରକ୍ଷଣ ଏକାନ୍ତ ଭାବେ ଆବଶ୍ୟକ।
ମଣିଷ ତା’ର ସୁଖ ପାଇଁ ପ୍ରକୃତିର କ୍ଷତି ନ କରିବା ଉଚିତ୍‌। ପ୍ରାକୃତିକ ସମ୍ପଦ ଓ ପରିବେଶର ସନ୍ତୁଳନ ପାଇଁ ଅଧିକ ଯତ୍ନବାନ ହୋଇ ସଂକଳ୍ପବଦ୍ଧ ଭାବରେ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ। ପ୍ରାକୃତିକ ସମ୍ପଦର ବହୁଳ ବ୍ୟବହାର ହେତୁ ବିବିଧତାର ଅବକ୍ଷୟ ଦେଖାଦେଇଛି। ତଦ୍ୱାରା ପ୍ରାୟ ୧୦୦ଗୁଣ ପକ୍ଷୀ, ପଶୁ, ସ୍ତନ୍ୟପାୟୀ, ଉଭୟଚର ପ୍ରାଣୀ ବଂଶ ନାଶ ହୋଇଗଲାଣି। ଏହି ପରିମାଣ ପ୍ରାକ୍‌-ଶିଳ୍ପ ସମୟଠାରୁ ପ୍ରାୟ ୧୦୦୦ଗୁଣ ଅଧିକ ପଡୁଛି। ଗରିବ ଜନସାଧାରଣ ପ୍ରାକୃତିକ ସମ୍ପଦ ଉପରେ ଅଧିକ ନିର୍ଭର କରୁଥିବାରୁ ସେମାନଙ୍କ ଉପରେ ଏହାର ପ୍ରଭାବ ଅଧିକ ପଡୁଛି। ପୃଥିବୀରେ ଅବକ୍ଷୟ ଧାରା ଅବିଶ୍ରାନ୍ତ ଭାବରେ ଚାଲୁ ରହିଲେ, ଏ ଗ୍ରହଟି ଅଧିକ ଦିନ ତିଷ୍ଠି ରହିପାରିବ ନାହିଁ। ଭବିଷ୍ୟତ ପିଢ଼ିର ଅଧିକାରକୁ ଦୃଷ୍ଟିରେ ରଖି ଆମକୁ ଦୀର୍ଘସ୍ଥାୟୀ ଜୀବନଯାପନ ଶୈଳୀ ଆପଣେଇବାକୁ ପଡ଼ିବ। ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସମସ୍ତେ ପରିବେଶ ସୁରକ୍ଷା ଓ ପ୍ରକୃତିର ସଂରକ୍ଷଣ ଦିଗରେ ପ୍ରତିଶ୍ରୁତିବଦ୍ଧତାକୁ ସହୃଦୟତାର ସହିତ କାର୍ଯ୍ୟ କରିବା ଲାଗି ନିଷ୍ପତ୍ତି ନେବା ଦରକାର।

ଡ. ଆଶୁତୋଷ ଦେବତା
– ନିର୍ଦ୍ଦେଶକ,
ସେଣ୍ଟର ଫର୍‌ ଏନ୍‌ଭାଇରନ୍‌ମେଣ୍ଟାଲ ଷ୍ଟଡିଜ୍‌,
ଜଙ୍ଗଲ ଓ ପରିବେଶ ବିଭାଗ, ଓଡ଼ିଶା ସରକାର


Enter your email to get our daily news in your inbox.

All Right Reserved By Dharitri.Com

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ।  ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri