Posted inଫୁରସତ

ବିଶ୍ୱ ପରିବେଶ ଦିବସ ଓ ଅନୁଚିନ୍ତା

ବିଶ୍ୱ ପରିବେଶ ଦିବସ ପ୍ରତିଶ୍ରୁତିବଦ୍ଧ ପରିବେଶ ସଂରକ୍ଷଣ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ। ବିଶ୍ୱ ପରିବେଶ ଦିବସ ୧୯୭୨ରୁ ଆରମ୍ଭ ହୋଇ ଅଦ୍ୟାବଧି ମିଳିତ ଜାତିସଂଘର ଏକ ଅଗ୍ରାଧିକାର କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱବ୍ୟାପୀ ପରିବେଶ ସଚେତନତା, ଦାୟିତ୍ୱବୋଧ ସୃଷ୍ଟି କରିବା ସହ ରାଜନୈତିକ ଦୃଷ୍ଟି ଆକର୍ଷଣ ଓ ଆଗାମୀ ପରିବେଶ ସୁରକ୍ଷା ଦିଗରେ ନେବାକୁ ଥିବା ବିଭିନ୍ନ ପଦକ୍ଷେପ ପାଇଁ ଉତ୍ସାହିତ କରାଯାଏ। ଏହି ଦିବସ ମାଧ୍ୟମରେ ମିଳିତ ଜାତିସଂଘ ପରିବେଶଭିତ୍ତିକ କାର୍ଯ୍ୟକ୍ରମ ତଥା ଆନୁଷଙ୍ଗିକ ସମସ୍ୟାଗୁଡ଼ିକୁ ଆଞ୍ଚଳିକସ୍ତରରେ ଚିହ୍ନଟ କରି ସମସ୍ତଙ୍କୁ ଅନୁଭବରେ କେବଳ ଦାୟିତ୍ୱ ସମ୍ପନ୍ନ କରାଇ ନାହିଁ, ବରଂ ପରିବର୍ତ୍ତନର ପ୍ରତିକାର ଭାବେ ଦୀର୍ଘସ୍ଥାୟୀ ତଥା ସମୟୋପଯୋଗୀ ବିକାଶ ପାଇଁ ଶକ୍ତିଶାଳୀ ପଦକ୍ଷେପ ନେବାକୁ ସମର୍ଥ କରାଯାଇଛି।
ଚଳିତ ବର୍ଷ ପାଇଁ ବିଶ୍ୱ ପରିବେଶ ଦିବସର ପ୍ରସଙ୍ଗ ହେଉଛି ”ଜୈବବିବିଧତା“। ଏହି ପ୍ରସଙ୍ଗଟି ଜୈବବିବିଧତାର ସୁରକ୍ଷା ବିଷୟରେ ସୂଚିତ କରୁଛି।
ଜୈବବିବିଧତା ହେଉଛି ପ୍ରାକୃତିକ ସମ୍ପଦର ଗନ୍ତାଘର। ମନୁଷ୍ୟ ସହିତ ପରିସଂସ୍ଥାରେ ଥିବା ସବୁ ଜୈବିକ ଓ ଅଜୈବିକ ପଦାର୍ଥ ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି। ସମଗ୍ର ପୃଥିବୀର ୧୨ଟି ଜୈବବିବିଧତା ଦେଶ ମଧ୍ୟରେ ଭାରତ ଅନ୍ତର୍ଭୁକ୍ତ। ଜୈବବିବିଧତା ବା ପ୍ରକୃତି ଏବଂ ମନୁଷ୍ୟ ପରସ୍ପରର ପରିପୂରକ। ପ୍ରାଣୀଜଗତର ଶ୍ରେଷ୍ଠଜୀବ ମନୁଷ୍ୟ ହିଁ ପ୍ରକୃତିର ସୁରକ୍ଷା କରିପାରିବ। ଜୀବଜଗତର ସ୍ଥିତି ତଥା ପରିବେଶ ସମୁଚିତ ପାଇଁ ଜୈବବିବିଧତାର ସଂରକ୍ଷଣ ଏକାନ୍ତ ଭାବେ ଆବଶ୍ୟକ।
ମଣିଷ ତା’ର ସୁଖ ପାଇଁ ପ୍ରକୃତିର କ୍ଷତି ନ କରିବା ଉଚିତ୍‌। ପ୍ରାକୃତିକ ସମ୍ପଦ ଓ ପରିବେଶର ସନ୍ତୁଳନ ପାଇଁ ଅଧିକ ଯତ୍ନବାନ ହୋଇ ସଂକଳ୍ପବଦ୍ଧ ଭାବରେ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ। ପ୍ରାକୃତିକ ସମ୍ପଦର ବହୁଳ ବ୍ୟବହାର ହେତୁ ବିବିଧତାର ଅବକ୍ଷୟ ଦେଖାଦେଇଛି। ତଦ୍ୱାରା ପ୍ରାୟ ୧୦୦ଗୁଣ ପକ୍ଷୀ, ପଶୁ, ସ୍ତନ୍ୟପାୟୀ, ଉଭୟଚର ପ୍ରାଣୀ ବଂଶ ନାଶ ହୋଇଗଲାଣି। ଏହି ପରିମାଣ ପ୍ରାକ୍‌-ଶିଳ୍ପ ସମୟଠାରୁ ପ୍ରାୟ ୧୦୦୦ଗୁଣ ଅଧିକ ପଡୁଛି। ଗରିବ ଜନସାଧାରଣ ପ୍ରାକୃତିକ ସମ୍ପଦ ଉପରେ ଅଧିକ ନିର୍ଭର କରୁଥିବାରୁ ସେମାନଙ୍କ ଉପରେ ଏହାର ପ୍ରଭାବ ଅଧିକ ପଡୁଛି। ପୃଥିବୀରେ ଅବକ୍ଷୟ ଧାରା ଅବିଶ୍ରାନ୍ତ ଭାବରେ ଚାଲୁ ରହିଲେ, ଏ ଗ୍ରହଟି ଅଧିକ ଦିନ ତିଷ୍ଠି ରହିପାରିବ ନାହିଁ। ଭବିଷ୍ୟତ ପିଢ଼ିର ଅଧିକାରକୁ ଦୃଷ୍ଟିରେ ରଖି ଆମକୁ ଦୀର୍ଘସ୍ଥାୟୀ ଜୀବନଯାପନ ଶୈଳୀ ଆପଣେଇବାକୁ ପଡ଼ିବ। ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସମସ୍ତେ ପରିବେଶ ସୁରକ୍ଷା ଓ ପ୍ରକୃତିର ସଂରକ୍ଷଣ ଦିଗରେ ପ୍ରତିଶ୍ରୁତିବଦ୍ଧତାକୁ ସହୃଦୟତାର ସହିତ କାର୍ଯ୍ୟ କରିବା ଲାଗି ନିଷ୍ପତ୍ତି ନେବା ଦରକାର।

ଡ. ଆଶୁତୋଷ ଦେବତା
– ନିର୍ଦ୍ଦେଶକ,
ସେଣ୍ଟର ଫର୍‌ ଏନ୍‌ଭାଇରନ୍‌ମେଣ୍ଟାଲ ଷ୍ଟଡିଜ୍‌,
ଜଙ୍ଗଲ ଓ ପରିବେଶ ବିଭାଗ, ଓଡ଼ିଶା ସରକାର


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ଅଙ୍କିତ ଘୋଷ ଗୁରୁତର

ବ୍ରଜରାଜନଗର, ୨୭।୭ (ବିଜୟ କୁମାର ବରାଡ): ବ୍ରଜରାଜ ନଗର ଥାନା ଅନ୍ତର୍ଗତ ଇବ ଶ୍ମଶାନ ଘାଟ ନିକଟରେ ଥିବା ମଡପଣ୍ଡ ପାଖରେ ରବିବାର ବିଳମ୍ବିତ ରାତ୍ରୀରେ ପୋଲିସ…

ସୁଶାନ୍ତଙ୍କ ପରଲୋକରେ ଶୋକ ପ୍ରକାଶ କଲେ ନବୀନ

ଭୁବନେଶ୍ୱର/ବରଗଡ଼,୨୭ା୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ…

ଆଜି ଦାରୁବିଗ୍ରହଙ୍କ ନୀଳାଦ୍ରିବିଜେ: ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଦେବେ ମହାପ୍ରଭୁ

ପୁରୀ,୨୭ା୭ (ଅଜିତ୍‌ କୁମାର ମହାନ୍ତି): ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ଦାରୁଦିଅଁ। ଭଉଣୀ ଭାଇଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ତିନିରଥ ଉପରେ ଏବେ…

ସମୁଦ୍ର ପଥ ପୁଣି ଅଶାନ୍ତ! ଜାହାଜ ଉପରେ ଆକ୍ରମଣ ପରେ, ଇରାନର ବଡ଼ ଚେତାବନୀ

ତେହରାନ,୨୭।୭: କାସ୍ପିଆନ ସାଗରରେ ଏକ ଇରାନୀ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଇରାନ ଏବଂ ୟୁକ୍ରେନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନ ୟୁକ୍ରେନକୁ କଡ଼ା…

ଆଜି ଜିଲାରେ ସବୁ ସ୍କୁଲ ଛୁଟି, ଜିଲାପାଳ ନିର୍ଦ୍ଦେଶ ଦେଇ କହିଲେ…

କେନ୍ଦ୍ରାପଡା,୨୭ା୭(ଜଗନ୍ନାଥ ଧଳ): ବଙ୍ଗୋପସାଗରରେ ଲଘୁଚାପ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପାଣିପାଗ ବିଶେଷଜ୍ଞଙ୍କ ପୂର୍ବ ଅନୁମାନଯେ ଆସନ୍ତା ସୋମବାର କେନ୍ଦ୍ରାପଡା ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଅଛି।…

ଋଣ ନେଇ ଅପେକ୍ଷା କରିଛନ୍ତି ଗ୍ରାହକ, ମିଳୁନି ବିଦ୍ୟୁତ ସଂଯୋଗ, କାମ୍ପା ଇନ୍ଫ୍ରା ସୋଲାର କମ୍ପାନୀ ବିରୋଧରେ ଗ୍ରାହକଙ୍କ ଠକେଇ ଅଭିଯୋଗ

କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କେନ୍ଦ୍ର ସରକାରଙ୍କ ସୋଲାର ଶକ୍ତି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ, ବିଦ୍ୟୁତ ଉପଭୋକ୍ତାଙ୍କୁ ସ୍ବଳ୍ପ ଖର୍ଚ୍ଚରେ ବିଦ୍ୟୁତ ସୁବିଧା ଯୋଗାଇ ଦେବା ପାଇଁ, ଘରକୁ ଘର…

‘ମୁଁ ପୋଷ୍ଟ ଡିଲିଟ କରିବି ନାହିଁ’… ଦୃଢ଼ ଭାବରେ ଠିଆ ହେଲେ ଭାଜପା ଏମପିଙ୍କ ଝିଅ; ହଇଚଇ ସୃଷ୍ଟି କରିଥିଲା ଏହି ପୋଷ୍ଟ, ଏବେ ଇନଷ୍ଟାଗ୍ରାମ ଆକାଉଣ୍ଟ ନିଷ୍କ୍ରିୟ!

ନୂଆଦିଲ୍ଲୀ,୨୭।୭: NEET ପେପର୍‌ ଲିକ ପ୍ରସଙ୍ଗରେ ଛାତ୍ରମାନଙ୍କ ଦୀର୍ଘ ସମୟ ଧରି ଆନ୍ଦୋଳନ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେଷରେ ଚାପରେ ଆସି ଇସ୍ତଫା…

‘ମୋତେ ଫୋନ କରନାହିଁ…’ – ତାଙ୍କ ପରିବାରକୁ ଏମିତି କାହିଁକି କହିଥିଲେ ଅଭିଜିତ ଦୀପକେ? ବଡ଼ କାରଣ କହିଲେ ବାପା

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରଙ୍କ ବିଶାଳ ପ୍ରତିବାଦ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଥିଲେ। ପ୍ରହ୍ଲାଦ ଜୋଷୀ ବର୍ତ୍ତମାନ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri