ବିଭିନ୍ନ ଦାବି ନେଇ ଶ୍ରମିକଙ୍କ ପକ୍ଷରୁ ବିଶାଳ ସମାବେଶ: କାର୍ଯ୍ୟ ପାଇଁ ଆବେଦନ କଲେ ୪ ଶହ ଶ୍ରମିକ

କର୍ଲାମୁଣ୍ଡା,୬।୬(ଡି.ଏନ.ଏ.): ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ଓଡିଶା ଇନଫ୍ରାଷ୍ଟ୍ରକଚର୍‌ ୱାର୍କର କଳାହାଣ୍ଡି ଶାଖା ଓ ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ୧୪ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କର୍ଲାମୁଣ୍ଡା ବିଡିଓଙ୍କୁ ପ୍ରଦାନ କରାଯାଇଛି। ଏଥିରେ ଶତାଧିକ ଶ୍ରମିକ କର୍ଲାମୁଣ୍ଡା ସଦର ନିକଟସ୍ଥ ଚିନାବାଡି ଅଡଚାଟରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ଥିଲେ । ସେଠାରେ ଏକ ସଭା କରି ଶ୍ରମିକମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ଉପରେ ରାଜ୍ୟ ସମ୍ପାଦକ ବିରଞ୍ଚତ୍ ବିଶ୍ୱାଳ, ଜିଲା ସଭାପତି ଚୈତନ୍ୟ ସାହୁ, କୃଷକ କଲ୍ୟାଣ ମଞ୍ଚ ସଭାପତି ନରୋତ୍ତମ ସେଲମା, ବ୍ଲକ ଜାଗରଣ ମଞ୍ଚ ସଭାପତି ପ୍ରଦୀପ କୁମାର ସାହୁ, ଜିଲା ଭିନ୍ନକ୍ଷମ ସଭାପତି ସୁରେଶ ଚୌଧୁରୀ ଆଲୋକପାତ କରି କର୍ଲାମୁଣ୍ଡା ବିଡିଓ ପ୍ରିୟଦର୍ଶିନୀ ମିର୍ଦ୍ଧାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଦାବିଗୁଡିକ ମଧ୍ୟରେ ଶ୍ରମିକମାନଙ୍କୁ ବର୍ଷ ତମାମ କାମ ଯୋଗାଇ ଦିଆଯିବା, ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାମ କରୁଥିବା ଶ୍ରମିକମାନଙ୍କୁ ସପ୍ତାହ ଭିତରେ ମଜୁରୀ ପ୍ରଦାନକୁ ନିଶ୍ଚିତ କରାଯିବା, ଭିନ୍ନକ୍ଷମ ଶ୍ରମିକମାନଙ୍କୁ କାମ ଯୋଗାଇ ଦିଆଯିବା, ପ୍ରାକୃତିକ ସମ୍ବଳ ବିନିଯୋଗ ମାମରେ ପ୍ରକଳ୍ପ ମଞ୍ଜୁରୀ କରାଯାଇ, ଶ୍ରମିକମାନଙ୍କୁ କାମ ଯୋଗାଇ ଦିଆଯିବା, ଏମ୍‌ଜିଏନ୍‌ଆରଇଜିଏସ୍‌ରେ କୁଟୀର ଶିଳ୍ପ ସୃଷ୍ଟି କରାଯିବା, ଦାଦନ ଶ୍ରମିକ ଚିହ୍ନଟ ଓ ପଞ୍ଚାୟତସ୍ତରରେ ପଞ୍ଜୀକୃତ ବ୍ୟବସ୍ଥା କରାଯିବା, ପଞ୍ଜୀକୃତ ଶ୍ରମିକଙ୍କ ଝିଅ ବିବାହ ପାଇଁ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବା, ମାଟିଘର ଥିବା ଶ୍ରମିକମାନଙ୍କୁ ପକ୍କାଘର ଦିଆଯିବା, ଭୂମୀହୀନ ଶ୍ରମିକମାନଙ୍କୁ ଘରଡିହ ଯୋଗାଇ ଦିଆଯିବା, ତାଲିମ ନେଇଥିବା ନିର୍ମାଣ ଶ୍ରମିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବା ପ୍ରମୁଖ ଦାବି ଗୁଡିକ ରହିଥିଲା। ଏହି ଅବସରରେ ବିଭିନ୍ନ ଗଁାରୁ ଆସିଥିବା ୪ ଶହ ଶ୍ରମିକ କାର୍ଯ୍ୟ ପାଇଁ ଆବେଦନ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ବିଦ୍ୟାଧର ସାହୁ, ହେମନ୍ତ ସାହୁ, ଗୁରେଖ ସାହୁ, ଦେବରାଜ ଚୌଧୁରୀ, ଭକ୍ତ ସାହୁ, ବିନୋଦ ସାହୁ, ହିରାମଣି ସାହୁ, ଜିବରଧନ ସାହୁ ପ୍ରମୁଖ ସହଯୋଗ କରିଥିଲେ।

ଫଟୋ:


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri