ବିନା ଆକ୍ସନ ପ୍ଲାନରେ ଚାଲିଛି ପୌରପାଳିକା: ଉନ୍ନୟନ ଅର୍ଥ ଭରଣା ନେଇ ପ୍ରଶ୍ନବାଚୀ

ଅନୁଗୋଳ ଅଫିସ, ୨୦।୭ – ବିନା ଆକ୍ସନ ପ୍ଲାନରେ ଚାଲିଛି ଅନୁଗୋଳ ପୌରପାଳିକା। ୪ମାସ ତଳୁ ଆୟ ବ୍ୟୟ ଖସଡ଼ା ସହ ଆକ୍ସନ ପ୍ଲାନ ପ୍ରସ୍ତୁତ ହେବା କଥା। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ହୋଇପାରି ନାହିଁ। ଫଳରେ ବିନା ଆକ୍ସନ ପ୍ଲାନରେ କରାଯାଉଥିବା ମରାମତି କାର୍ଯ୍ୟ ପାଇଁ ଅର୍ଥ କେଉଁ ସୂତ୍ରରୁ ଭରଣା କରାଯିବ ତାହାକୁ ନେଇ ଉଠିଛି ପ୍ରଶ୍ନବାଚୀ।
ଅନୁଗୋଳ ପୌରପାଳିକା ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ କରାଯାଇଥିବା ଆକ୍ସନ ପ୍ଲାନ ଅବଧି ଗତ ମାର୍ଚ୍ଚରୁ ଶେଷ ହୋଇସାରିଛି। ୨୦୧୯-୨୦ ଆର୍ଥତ୍କ ବର୍ଷ ଆରମ୍ଭ ପୂର୍ବରୁ ଏଥିପାଇଁ ନୂଆ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବା କଥା। କିନ୍ତୁ ଏଯାଏ ପୌରପାଳିକା ପକ୍ଷରୁ ଆକ୍ସନ ପ୍ଲାନ ସହ ଆୟ ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇ ନାହିଁ। ବିନା ଆକ୍ସନ ପ୍ଲାନରେ ପୌରପାଳିକାରେ କୌଣସି ଉନ୍ନୟନ କାର୍ଯ୍ୟ ହୋଇପାରିବ ନାହିଁ। କିନ୍ତୁ ସହରରେ ବିଭିନ୍ନ ସ୍ଥାନରେ ଏବେ ରାସ୍ତା, ଡ୍ରେନ ଆଦି ମରାମତି କାର୍ଯ୍ୟ ଜାରି ରହିଛି। ତେବେ ଏ ନେଇ କିଏ ଅନୁମତି ଦେଇଛି ଓ ଅର୍ଥ କେମିତି ଭରଣା କରାଯିବା ତାହା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ପୌରପାଳିକାର ନିୟମ ଅନୁଯାୟୀ ଆର୍ଥିକ ବର୍ଷ ଶେଷ ହେବାର ଗୋଟିଏ ମାସ ପୂର୍ବରୁ ଅର୍ଥାତ ଫେବୃୟାରୀ ଶେଷ ସୁଦ୍ଧା ଆୟ ବ୍ୟୟ ଅଟକଳ ପ୍ରସ୍ତୁତ କରାଯିବା କଥା। ଏହାପରେ ଉକ୍ତ ଫାଇଲ ନିର୍ବାହୀ ଅଧିକାରୀ, କାଉନସିଲର ଓ ପୌର ପ୍ରଶାସକଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯିବ। ପୌର ପ୍ରଶାସକଙ୍କ ଅନୁମୋଦନ ପରେ ତାହାକୁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ପଠାଯିବା କଥା। ସେଠାରେ ମଞ୍ଜୁରି ହେବା ପରେ ପୌରପାଳିକା ପାଣ୍ଠିରୁ ଟଙ୍କା ଖର୍ଚ୍ଚ ହେବା ଭଳି ନିୟମ ରହିଛି। କିନ୍ତୁ ଚଳିତ ଆର୍ଥତ୍କ ବର୍ଷ ଆରମ୍ଭ ହେବାର ୪ ମାସ ପରେ ବି ପୌରପାଳିକା ପକ୍ଷରୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇ ନାହିଁ। ୨୦୧୮-୧୯ ଆର୍ଥିକ ବର୍ଷରେ ପୌରପାଳିକାର ଆକ୍ସନପ୍ଲାନରେ ମୋଟ୍‌ ୫ କୋଟି ୬୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ଏହି ଅର୍ଥରେ ସହରାଞ୍ଚଳରେ ଆଲୋକୀକରଣ ଓ ଉନ୍ନୟନ କାର୍ଯ୍ୟ ହୋଇଥିଲା। ଚଳିତବର୍ଷ ଏହା ହୋଇ ନ ଥିବାରୁ ସହରର ବିକାଶ ତ ଦୂରର କଥା ପରିମଳ ବ୍ୟବସ୍ଥା ପରିଚାଳନା ମଧ୍ୟ ଠିକ୍‌ ଭାବେ ହୋଇପାରୁନାହିଁ। ବିନା ଆକ୍ସନପ୍ଲାନରେ ଅଦ୍ୟାବଧି ବିଭିନ୍ନ କାର୍ଯ୍ୟରେ ୫୦ରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଆୟ ବ୍ୟୟ ଅଟକଳ ହୋଇ ନ ଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇପାରୁ ନାହିଁ। ଅନ୍ୟପକ୍ଷରେ ଅନୁଗୋଳ ଜିଲାପାଳ ତଥା ପୌର ପ୍ରଶାସକ ମନୋଜ କୁମାର ମହାନ୍ତି କହିଛନ୍ତି, ଘଟଣା ସମ୍ପର୍କରେ ପୌର ପ୍ରଶାସନ ସହ ଆଲୋଚନା କରିବି। କାହିଁକି ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇନାହିଁ ସେ ନେଇ ଅନୁଧ୍ୟାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri