ନୂଆଦିଲ୍ଲୀ,୧୭-୫: ଅର୍ଥ ଆୟୋଗ ବୁଧବାର ଏଠାରେ ଅର୍ଥ ମନ୍ତ୍ରଣାଳୟ ସହ ହୋଇଥିବା ବୈଠକରେ ବିତ୍ତୀୟ ତଥା ଆର୍ଥିକ ପରିଚାଳନା ନେଇ ଆଲୋଚନା କରିଛି। ଏଥିସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୋଜନାଗୁଡ଼ିକରେ ହେଉଥିବା ଖର୍ଚ୍ଚକୁ ତର୍କସଙ୍ଗତ କରିବା ଲାଗି ମଧ୍ୟ ଆଲୋଚନା ହୋଇଥିଲା। ଗୁରୁବାର ଏ ସମ୍ପର୍କରେ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଛି। ଅର୍ଥ ଆୟୋଗଙ୍କ ସୁପାରିସରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୋଜନାଗୁଡ଼ିିକୁ ଏକତ୍ର ଯୋଡିବା ଲାଗି ପରାମର୍ଶ ଦିଆଯାଇଛି। ଏଗୁଡ଼ିକୁ ନୂଆ ଜୀବନ ଚକ୍ର ସହ ଯୋଡାଯିବା ଆବଶ୍ୟକ ବୋଲି କୁହାଯାଇଛି। ସୂଚନାଥାଉ କି, କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ରାଜ୍ୟ ସରକାର ହିଁ ତୁଲାଇଥାନ୍ତି। ଏଥିପାଇଁ କେନ୍ଦ୍ର କେବଳ ଆର୍ଥିକ ସହାୟତା ଦେଇଥାଏ। ତେବେ କେନ୍ଦ୍ର ପ୍ରାୟୋଜିତ ଯୋଜନାଗୁଡ଼ିକରେ ହେଉଥିବା ଖର୍ଚ୍ଚର ଏକ ଅଂଶ ରାଜ୍ୟ ସରକାରଗୁଡ଼ିକୁ ମଧ୍ୟ ବହନ କରିବାକୁ ପଡେ। ପ୍ରତ୍ୟକ୍ଷ ଟିକସ ଆଦାୟକୁ ନେଇ ୧୫ତମ ଅର୍ଥ ଆୟୋଗ ସନ୍ତୋଷ ବ୍ୟକ୍ତ କରିଥିବା ବେଳେ ପରୋକ୍ଷ ଟିକସ ଆଦାୟକୁ ନେଇ ଅସନ୍ତୁଷ୍ଟ ଥିବା ଜଣାଇଛନ୍ତି। ଅନୁଷ୍ଠିତ ବୈଠକରେ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ, ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ, ବ୍ୟୟ ସଚିବ ଗିରୀଶ ଚନ୍ଦ୍ର ମୁର୍ମୁ, ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ, ସିବିଡିଟି ଅଧ୍ୟକ୍ଷ ପି.ସି.ମୁଡି ଏବଂ ସିବିଆଇସି ଅଧ୍ୟକ୍ଷ ପି.କେ. ଦାସ ସାମିଲ ହୋଇଥିଲେ। ତେବେ ଅର୍ଥ ଆୟୋଗ ପକ୍ଷରୁ ଏନ୍. ସିଂ ବୈଠକରେ ଅଧ୍ୟକ୍ଷତା କରିଥିଲେ।
ଡିସେମ୍ବର ୧ରୁ ବଦଳିବାକୁ ଯାଉଛି ଟଙ୍କା ପଇସା ସହ ଜଡ଼ିତ ଏହି ବଡ଼ ନିୟମ, ଆପଣଙ୍କ ପକେଟ୍ ଉପରେ ପଡ଼ିବ ସିଧାସଳଖ ପ୍ରଭାବ!
ନୂଆଦିଲ୍ଲୀ, ୨୭।୧୧: ନୂଆ ମାସ ଅର୍ଥାତ୍ ୧ ଡିସେମ୍ବର ୨୦୨୬ ନିଜ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିବର୍ତ୍ତନ ନେଇ ଆସୁଛି, ଯାହାର ସିଧାସଳଖ ପ୍ରଭାବ ସାଧାରଣ…
UPI ପେମେଣ୍ଟ କରୁଥିଲେ ଆସିଲା ବଡ଼ ଅପଡେଟ୍: ୧ ଜାନୁଆରୀରୁ ବନ୍ଦ ହେବ…
ନୂଆଦିଲ୍ଲୀ,୨୭।୧୧: ଆଜିକାଲି ଛୋଟରୁ ଛୋଟ କିଣାକିଣି ପାଇଁ ମଧ୍ୟ ଲୋକେ UPIରେ ପେମେଣ୍ଟ କରୁଛନ୍ତି। କେବେ ୫୦ ଟଙ୍କାର ଚା’ ତ କେବେ ୨୦୦ ଟଙ୍କାର ସାମଗ୍ରୀ…
ସୁନା ୭୨ ହଜାର, ରୁପା ୨.୭୫ ଲକ୍ଷ ଟଙ୍କା ଶସ୍ତା! ୨୦୧୩ ପରେ ସବୁଠାରୁ ବଡ଼ ହ୍ରାସ
ନୂଆଦିଲ୍ଲୀ,୨୭।୧୧: ୨୦୨୬ରେ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ରେକର୍ଡ ହୋଇଛି। ଜୁନ ୨୦୧୩ ପରଠାରୁ ଏହାକୁ ସବୁଠାରୁ ବଡ଼ ହ୍ରାସ ବୋଲି କୁହାଯାଉଛି।…
ବଜାର ପୁଞ୍ଜିକୁ ନେଇ ଏନ୍ଏସ୍ଇ ୩ୟ ବୃହତ୍ତମ ଷ୍ଟକ୍ ଏକ୍ସଚେଞ୍ଜ
ମୁମ୍ବାଇ,୨୭ା୧୧:ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ବଜାର ପୁଞ୍ଜି (ମାର୍କେଟ କ୍ୟାପିଟାଲାଇଜେଶନ) ଦୃଷ୍ଟିରୁ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟକ୍ ଏକ୍ସଚେଞ୍ଜ ଭାବେ ମାନ୍ୟତାଲାଭ କରିଛି । ଗତ ସେପ୍ଟେମ୍ବରରେ…
ଜମୁଛି ବାଲିଯାତ୍ରା, ଗ୍ରାହକଙ୍କୁ ଆକର୍ଷିତ କରୁଛି ଫାବୋ
କଟକ,୨୭।୧୧(କାର୍ତ୍ତିକ ସାହୁ): ବାଲିଯାତ୍ରାରେ ଗ୍ରାହକଙ୍କୁ ଆକର୍ଷିତ କଲା ଭଳି ଅଫର ପ୍ରଦାନ କରୁଛି ଫାବୋ। କମ୍ପାନୀର ବିଭିନ୍ନ ଉତ୍ପାଦ ଉପରେ ଗୋଟିଏ କିଣିଲେ ଗୋଟିଏ ମାଗଣା ସହ…
SBI କ୍ରେଡିଟ କାର୍ଡ ଗ୍ରାହକ ସାବଧାନ! ଡିସେମ୍ବର ୧ରୁ ବଦଳିବ ନିୟମ, ଦେବାକୁ ପଡ଼ିବ ଅତିରିକ୍ତ ଚାର୍ଜ
ନୂଆଦିଲ୍ଲୀ,୨୭।୧୧: ଯଦି ଆପଣ SBI କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି ଏବଂ ଯାତ୍ରା, ପରିବହନ କିମ୍ବା ପେଟ୍ରୋଲ-ଡିଜେଲ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି, ତେବେ ଡିସେମ୍ବର…
ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ଅପଡେଟ୍! ଡିସେମ୍ବରରୁ ନୂଆ ନିୟମ, ବୁକିଂ ପୂର୍ବରୁ ଜାଣିନିଅନ୍ତୁ…
ନୂଆଦିଲ୍ଲୀ,୨୭।୧୧: ପ୍ରତ୍ୟେକ ଘରର ରୋଷେଇ ଘରର ବଜେଟ ବହୁ ପରିମାଣରେ ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ନିର୍ଭର କରିଥାଏ। ଯଦି ଆପଣ ଇଣ୍ଡେନ (Indane), ଏଚ୍ପି ଗ୍ୟାସ…
ଚନ୍ଦ୍ରଶେଖରନ୍ଙ୍କ ପୁନଃ ନିଯୁକ୍ତିକୁ ଚ୍ୟାଲେଞ୍ଜ, ହାଇକୋର୍ଟ ଗଲା ଟାଟା ଟ୍ରଷ୍ଟ
ମୁମ୍ବାଇ,୨୭।୧୧(ପି.ଟି.): ଟାଟା ସନ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଏନ୍. ଚନ୍ଦ୍ରଶେଖରନ୍ଙ୍କୁ ତୃତୀୟ ୫ ବର୍ଷିଆ କାର୍ଯ୍ୟକାଳ ପାଇଁ ଦିଆଯାଇଥିବା ପୁନଃ ନିଯୁକ୍ତିକୁ ଚ୍ୟାଲେଞ୍ଜ କରାଯାଇ ‘ସାର୍ ଦୋରାବଜୀ…

