ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ

ବୋଡେନ,୨୨।୯(ଡି.ଏନ.ଏ.)
ନୂଆପଡା ଜିଲା ବୋଡେନ ବ୍ଲକ ରାଜିବ ଗାନ୍ଧୀ ସେବା କେନ୍ଦ୍ରଠାରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ବିଜୁ ଜନତା ଦଳ ଜିଲା ପର୍ଯ୍ୟବେକ୍ଷକ ଶୋଭାଗ୍ୟ ନାଏକ ଉପସ୍ଥିତ ହୋଇ ସଭ୍ୟ ସଂଗ୍ରହ ଉପରେ କର୍ମକର୍ତ୍ତାମାନଙ୍କୁ ବୁଝାଇଥିଲେ। ଅନ୍ୟତମ ଅତିଥି ଭାବେ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଜିଲା ପରିଷଦ ସଭ୍ୟ ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଲମ୍ବୋଦର ନିଆଲ, ବିଜୁ ଜନତା ଦଳ ବରିଷ୍ଠ କାର୍ଯ୍ୟକର୍ତ୍ତା ଅବନି ରଞ୍ଜନ ଯୋଷୀ, ଯୁବ କାର୍ଯ୍ୟକର୍ତ୍ତା ଟିଟୁ ପଣ୍ଡା, ବରିଷ୍ଠ କର୍ମକର୍ତ୍ତା ଶ୍ରୀକାନ୍ତ ମାଝି, ଶ୍ୟାମ ସୁନ୍ଦର ବେହେରା, ନୃପରାଜ ତାଣ୍ଡି, ଯୁବ ସଭାପତି ମହମ୍ମଦ ଇମ୍ରାନ ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ସଭାପତି ଗୌତମ ନିଆଲଙ୍କ ପରିଚାଳନା କରିଥିଲେ। ଏଥିରେ ଲୋକନାଥ ଛତ୍ରିଆ, ଯୋଗିନ୍ଦ୍ର ମାଝି, ଇନ୍ଦ୍ରମଣି ମାଝି ସହଯୋଗ କରିଥିବାବେଳେ ବହୁ କର୍ମୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାପକାମୁଡ଼ାରେ ଗଲା କକା-ପୁତୁରାଙ୍କ ଜୀବନ: ଶ୍ରମିକ ଗୁରୁତର

ଖଡ଼ିଆଳ, ୨୨।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ ସାପକାମୁଡ଼ାରେ କକା-ପୁତୁରାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଥିବା…

ଶୌଚାଳୟ ନାହିଁ, ନାଳ ପାଣି ପିଉଛନ୍ତି ଛାତ୍ରୀଛାତ୍ର: ଅବ୍ୟବସ୍ଥା ଘେରରେ ସରକାରୀ ଉଚ୍ଚ ବିଦ୍ୟାଳୟ

ନୂଆପଡ଼ା,୨୨ା୮(ମକାରୁ ବେମାଲ):ସରକାର ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ବିଦ୍ୟାଳୟ ପରିସରରେ ସମସ୍ତ ବ୍ୟବସ୍ଥା କରୁଛନ୍ତି। ହେଲେ ନୂଆପଡ଼ା ଜିଲା ବୋଡେନ ବ୍ଲକର ଉପାନ୍ତ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri