ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ

ବୋଡେନ,୨୨।୯(ଡି.ଏନ.ଏ.)
ନୂଆପଡା ଜିଲା ବୋଡେନ ବ୍ଲକ ରାଜିବ ଗାନ୍ଧୀ ସେବା କେନ୍ଦ୍ରଠାରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ବିଜୁ ଜନତା ଦଳ ଜିଲା ପର୍ଯ୍ୟବେକ୍ଷକ ଶୋଭାଗ୍ୟ ନାଏକ ଉପସ୍ଥିତ ହୋଇ ସଭ୍ୟ ସଂଗ୍ରହ ଉପରେ କର୍ମକର୍ତ୍ତାମାନଙ୍କୁ ବୁଝାଇଥିଲେ। ଅନ୍ୟତମ ଅତିଥି ଭାବେ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଜିଲା ପରିଷଦ ସଭ୍ୟ ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଲମ୍ବୋଦର ନିଆଲ, ବିଜୁ ଜନତା ଦଳ ବରିଷ୍ଠ କାର୍ଯ୍ୟକର୍ତ୍ତା ଅବନି ରଞ୍ଜନ ଯୋଷୀ, ଯୁବ କାର୍ଯ୍ୟକର୍ତ୍ତା ଟିଟୁ ପଣ୍ଡା, ବରିଷ୍ଠ କର୍ମକର୍ତ୍ତା ଶ୍ରୀକାନ୍ତ ମାଝି, ଶ୍ୟାମ ସୁନ୍ଦର ବେହେରା, ନୃପରାଜ ତାଣ୍ଡି, ଯୁବ ସଭାପତି ମହମ୍ମଦ ଇମ୍ରାନ ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ସଭାପତି ଗୌତମ ନିଆଲଙ୍କ ପରିଚାଳନା କରିଥିଲେ। ଏଥିରେ ଲୋକନାଥ ଛତ୍ରିଆ, ଯୋଗିନ୍ଦ୍ର ମାଝି, ଇନ୍ଦ୍ରମଣି ମାଝି ସହଯୋଗ କରିଥିବାବେଳେ ବହୁ କର୍ମୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧିକାରୀ

ନୂଆପଡ଼ା,୨୯ା୩(ମକାରୁ ବେମାଲ):ନୂଆପଡା ଜିଲା ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧିକାରୀ ନରେନ୍ଦ୍ର କୁମାର ଚନ୍ଦ୍ରକାର ଜମିଜମା ମାମଲାର ସମାଧାନ ପାଇଁ ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ...

ଟ୍ରକକୁ ପିଟିଲା ଟ୍ରକ: ଜୀବନ୍ତ ଜଳିଗଲେ ଡ୍ରାଇଭର

ନୂଆପଡ଼ା,୨୨।୩: ନୂଆପଡ଼ା ଜିଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେ ଚଟିଆଗୁଡ଼ା ଗାଁ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଗରେ ଯାଉଥିବା ଏକ...

ବସୁଧାରୁ ମିଳୁନି ପାଣି, ଖୋଲାକୂଅ ଭରସା

ନୂଆପଡ଼ା,୨୨।୩(ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ପଞ୍ଚାୟତ ଗାତିବେଡା ଗାଁରେ ଜଳ ସଙ୍କଟ ଦେଖାଦେଇଥିବା ବେଳେ କୂଅ ପାଣି ଉପରେ ଲୋକେ...

ବସ୍‌ଷ୍ଟାଣ୍ଡ ଭିତରକୁ ଯାଉନି ଘରୋଇ ବସ୍‌, ଯାତ୍ରୀ ହନ୍ତସନ୍ତ

ନୂଆପଡ଼ା,୨୫।୨(ମକାରୁ ବେମାଲ)ନୂଆପଡା ସଦର ମହକୁମାଠାରେ ନୂତନ ଭାବେ ଅତ୍ୟାଧୁନିକ ମଡେଲ ବସଷ୍ଟାଣ୍ଡ ଗତ ୧୫ ତାରିଖରେ ଉଦଘାଟିତ ହୋଇଯାଇଛି। ସରକାର ୯ କୋଟି ୭୨ ଲକ୍ଷ...

କରଙ୍ଗାଭଟା ଗାଁରେ ଏବେଠୁ ପାନୀୟ ଜଳ ସଙ୍କଟ

ନୂଆପଡ଼ା,୯।୨(ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଗ୍ରୀଷ୍ମ ଋତୁ ନ ଆସିବା ପୂର୍ବରୁ ପାଣିର ଘୋର ସଙ୍କଟ ଦେଖା...

ରୋଷେଇ କରୁଥିବା ବେଳେ ଚୁଲିରେ ପଡ଼ିଗଲେ ମହିଳା

ନୂଆପଡ଼ା,୨୯।୧(ମକାରୁ ବେମାଲ): ନୂଆପଡ଼ା ଜିଲା ଲଖନା ଥାନା ସିଲଭା ପଞ୍ଚାୟତ ପଟପରପାଲି ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚୁଲିରେ ପଡି ଯାଇ ଜଣେ ମହିଳା...

ମଧ୍ୟାହ୍ନଭୋଜନ ପରେ ହେଉଛି ବିଦ୍ୟାଳୟ ଛୁଟି

ସିନାପାଲି,୨୫।୧(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର ପଞ୍ଚାୟତ ଚଉରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରେ ଛୁଟି କରାଯାଉଥିବା...

ରାମ ମନ୍ଦିର ପ୍ରତିଷ୍ଠା ଦିନ ମଦ, ମାଂସ ବିକ୍ରି ବନ୍ଦ ହେଉ

ନୂଆପଡ଼ା,୨୦।୧(ମକାରୁ ବେମାଲ): ୨୨ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ହେବ। ଏହି ଦିନ ନୂଆପଡ଼ା ଜିଲାରେ ମଦ, ମାଂସ ବିକ୍ରି ଉପରେ ରୋକ ଲଗାଇବାକୁ ନୂଆପଡା ସଦର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri