ବିଏମ୍‌ସି କମିଶନରଙ୍କ ଅଚାନକ ସହର ପରିମଳ ବ୍ୟବସ୍ଥା ଯାଞ୍ଚ: ସ୍ବଚ୍ଛତା ନ ରଖିଲେ ଭଙ୍ଗାହେବ ଦୋକାନ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ସହରକୁ ପରିଷ୍କାର, ସ୍ବଚ୍ଛତା ରଖ, ଦୋକାନ ସାମ୍ନାରେ ଡଷ୍ଟବିନ୍‌ ରଖ। ଲୋକଙ୍କୁ ସେଥିରେ ବ୍ୟବହୃତ ସାମଗ୍ରୀ ପକାଇବା ପାଇଁ କୁହ ନଚେତ୍‌ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଫାଇନ୍‌ କାଟିବ। ଆବଶ୍ୟକ ପଡ଼ିଲେ ଦୋକାନକୁ ଭଙ୍ଗାଯିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। କମିଶନର ଚୌଧାରୀ ଗୁରୁବାର କଳ୍ପନା ଛକରୁ ରବି ଟକିଜ୍‌ ଛକ ଯାଏ ଅଚାନକ୍‌ କରିଥିବା ଷ୍ଟ୍ରିଟ୍‌ ଅପରେଶନରେ ଏହା କହିବା ସହ ନିୟମ ପାଳନ କରୁ ନ ଥିବା ଓ ପରିବେଶକୁ ପ୍ରଦୂଷଣ କରୁଥିବା ୨୦ରୁ ଊର୍ଦ୍ଧ୍ୱ ଅସ୍ଥାୟୀ ଦୋକାନକୁ ଭାଙ୍ଗିଛନ୍ତି ଓ ପାଖାପାଖି ୪୦ ହଜାର ଟଙ୍କାର ଫାଇନ୍‌ ଆଦାୟ କରିଥିବା ବିଏମ୍‌ସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ ସୂଚନା ଦଇଛନ୍ତି।
ଦେକାନୀମାନେ ସହରକୁ କେତେ ମାତ୍ରାରେ ପ୍ରଦୂଷିତ କରୁଛନ୍ତି ତାକୁ ତଦାରଖ କରିବା ପାଇଁ ବିଏମ୍‌ସି ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବାବେଳେ ଏହା ସପ୍ତାହରେ ଦୁଇଦିନ କରାଯିବ। ଏହି ଦୁଇ ଦିନରେ ପରିମଳ ଦାୟିତ୍ୱରେ ଥିବା ଡେପୁଟି କମିଶନର ଶୁଭେନ୍ଦୁ ସାହୁ ଅଥବା କମିଶନର ଚୌଧାରୀ ସହରର ବିଭିନ୍ନ ସ୍ଥାନ ବୁଲିବା ସହ ଦୋକାନୀମାନଙ୍କ କାର୍ଯ୍ୟକଳାପ ପ୍ରତି ଧ୍ୟାନ ଦେବେ ବୋଲି ଜଣାପଡ଼ିଛି। ଏହି ମର୍ମରେ କମିଶନର ଚୌଧାରୀ ଗୁରୁବାର ଦେକାନୀମାନଙ୍କୁ ତାଗିଦ୍‌ କରିଥିବା ବିଏମ୍‌ସି ପକ୍ଷରୁ ପ୍ରକାଶ ପାଇଛି।
ଉଲ୍ଲେଖଯୋଗ୍ୟ, ଏହି ଯାଞ୍ଚ ପ୍ରକ୍ରିୟାରେ ବେଆଇନ ଭାବେ ରାସ୍ତା ଅବରୋଧ କରିଥିବା ବ୍ୟବସାୟୀଙ୍କୁ ତୁରନ୍ତ ହଟାଇବା ସହ ରାସ୍ତାକଡ଼ରେ ପଡ଼ିଥିବା ଆବର୍ଜନାକୁ ସଫେଇ କରାଯିବ। କିଛିଦିନ ତଳେ ମୁଁ ସଫେଇବାଲା କାର୍ଯ୍ୟକ୍ରମ ଜରିଆରେ କମିଶନର ଲୋକଙ୍କୁ ସ୍ବଚ୍ଛତା ଆପଣାଇବା ପାଇଁ ସଚେତନ କରିଥିଲେ। ଏପରିକି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଜଣେ ଲୋକ ବାହାରେ ଘରର ନିର୍ମାଣଧୀନ ବର୍ଜ୍ୟ ପକାଇଥିବାରୁ ତାକୁ ରାସ୍ତାରୁ ଉଠାଇ ତାଙ୍କ ଘର ଭିତରକୁ ଫୋପାଡି ଦେଇଥିଲେ। ଏବେ ସହରକୁ ସ୍ବଚ୍ଛ ରଖିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ପ୍ରକାଶ ପାଇଛି।
୨ ପୃଥକ୍‌ ସ୍ଥାନରୁ ଜବରଦଖଲ ହଟାଇଲା ମିଳିତ ଉଚ୍ଛେଦ ଟିମ୍‌
ଗୁରୁବାର ବିଏମ୍‌ସି, ବିଡିଏ ଓ କମିଶନରେଟ ପୋଲିସ୍‌ର ମିଳିତ ଉଚ୍ଛେଦ ଟିମ୍‌ ପକ୍ଷରୁ ଦୁଇଟି ପୃଥକ ସ୍ଥାନରେ ଜବରଦଖଲ ଉଚ୍ଛେଦ କରାଯାଇଛି। ପ୍ରଥମ ଉଚ୍ଛେଦରେ ନୟାପଲ୍ଲୀସ୍ଥିତ ପାଇକ ନଗର ଅଞ୍ଚଳର ପ୍ଲଟ ନଂ ୧୮୪ରେ ଥିବା ଜବରଦଖଲକୁ ହଟାଯାଇଛି। ଉଚ୍ଛେଦରେ ୨ ଦୋକାନ ଓ ୮ ସ୍ଥାନରେ ଘରର ଆଗକୁ ବାହାରିଥିବା ଟିଣ ଅଂଶକୁ ଭଙ୍ଗାଯାଇଛି। ସେହିପରି ଦ୍ୱିତୀୟ ଉଚ୍ଛେଦ ୟୁନିଟ୍‌-୧ ମାର୍କେଟରେ କରାଯାଇଛି। ଉଚ୍ଛେଦରେ ୧୯ କ୍ୟାବିନ୍‌, ୮୫ ବାଉଁଶ ବନ୍ଧା ଦୋକାନ, ୫୭ ଦେକାନର ଆଗକୁ ବଢ଼ିଥିବା ଅଂଶ, ୭ ଟିଫିନ୍‌ ଷ୍ଟଲ ସହ ୭ ବାଉଁଶ ବନ୍ଧା ହୋଟେଲକୁ ଭଙ୍ଗାଯାଇଛି। ଏଥିରେ ଗୋଟିଏ ଲେଖାଏ ଜେସିବିର ବ୍ୟବହାର ହୋଇଥିବାବେଳେ ସମସ୍ତ ଉଚ୍ଛେଦ ଦଳର କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦାବିରେ ଅଟଳ ସିଜେପି, ସକାଳୁ ସକାଳୁ କଲା ବଡ଼ ଘୋଷଣା; ସରକାର ଛାନିଆ!

ନୂଆଦିଲ୍ଲୀ,୧୧।୧୦: କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ରବିବାର ସକାଳ ୧୦ଟାରେ ଜନ୍ତରମନ୍ତରଠାରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆହୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ…

ଆଜିଠୁ ନବରାତ୍ରି ଆରମ୍ଭ: ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଦଶହରା ସୁଦ୍ଧା ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ମା’ ଦୁର୍ଗାଙ୍କ ଆରାଧନାର ପବିତ୍ର ପର୍ବ ଶାରଦୀୟ ନବରାତ୍ରିକୁ ନେଇ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥାଏ। ଚଳିତ ବର୍ଷ ୨୦୨୬ ଅକ୍ଟୋବର ୧୧ ତାରିଖରୁ…

ମାନବ ଅଧିକାର ଶାନ୍ତିଦୂତ

ହନ ଦାସ କରମଚାନ୍ଦ ଗାନ୍ଧୀ ମହାତ୍ମା ଗାନ୍ଧୀରେ ପରିଣତ ହେବା ପାଇଁ ଯେଉଁ କର୍ମଭୂମି ତାଙ୍କୁ ଆଦ୍ୟ ସୁଯୋଗ ଦେଇଥିଲା, ତାହା ଥିଲା ଦକ୍ଷିଣ ଆଫ୍ରିକା। ଜଣେ…

ଆଜି ଯନ୍ତରମନ୍ତର ଘେରାଉ ପାଇଁ ସିଜେପିର ଆହ୍ୱାନ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ରେ ବ୍ୟାପକ ଅନିୟମିତତା ଏବଂ ୧୩ କୋଟି ଭୋଟରଙ୍କ ନଁା କାଟିବା ଅଭିଯୋଗରେ ମୁଖ୍ୟ ନିର୍ୱାଚନ…

ସିସେଲ୍ସରେ ମଣିଷକୁ ଟପିଲେଣି କଇଁଛ

ଭିକ୍ଟୋରିଆ,୧୧ା୧୦: ଦିନେ ବିଲୁପ୍ତ ହେବାକୁ ବସିଥିବା ଆଲଡାବ୍ରା କଇଁଛଙ୍କ ସଂଖ୍ୟା ବର୍ତ୍ତମାନ ମଣିଷଙ୍କୁ ମଧ୍ୟ ଟପିଗଲାଣି। ବ୍ୟାପକ ଶୋଷଣ ଏବଂ ଅତ୍ୟଧିକ ଶିକାର ଯୋଗୁଁ ଆଲଡାବ୍ରାର କଇଁଛ…

Odisha SIR Voter List Row: ୩ ଦିନରେ ୩୩,୫୧୫ ଫର୍ମ-୬ ଆବେଦନପତ୍ର ଗ୍ରହଣ

ଭୁବନେଶ୍ୱର,୧୧ା୧୦(ସୁନିତ୍‌ ମିଶ୍ର): ଭାରତର ନିର୍ୱାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ଭୋଟର ତାଲିକାରେ ନାମ ସାମିଲକରିବା ଉଦ୍ଦେଶ୍ୟରେ ଗତ ୭ରୁ ୯ ତାରିଖ ଯାଏ ରାଜ୍ୟବ୍ୟାପୀ ଏକ…

ଆଇପିଏଲ ୨୦୨୭ ପୂର୍ବରୁ ବଡ଼ ହଲଚଲ! ବିଦା ହୋଇପାରନ୍ତି ୧୦ ବଡ଼ ବ୍ୟାଟର୍‌, ତାଲିକାରେ ସୂର୍ଯ୍ୟଙ୍କ ସମେତ…

ନୂଆଦିଲ୍ଲୀ,୧୧।୧୦: ଆଇପିଏଲ ୨୦୨୭କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଆଗାମୀ ସିଜନ ପାଇଁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ନିଜ ଦଳକୁ ମଜଭୁତ କରିବାର ଯୋଜନା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ରେଭେନ୍‌ଶାରେ ଉତ୍ତେଜନା

କଟକ,୧୧ା୧୦(କାର୍ତ୍ତିକ ସାହୁ): ଛାତ୍ର ସଂସଦ ନିର୍ୱାଚନ ପାଇଁ ଏଆଇଡିଏସ୍‌ଓ ସଭାପତି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ ଘଟଣାକୁ ନେଇ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରାର୍ଥିପତ୍ର ଖାରଜକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?