ବର୍ଜନ ଗର୍ଜନ

କରୋନା ଭାଇରସ୍‌ ବ୍ୟାପିବା ଯୋଗୁ ଭାରତୀୟ ଅର୍ଥନୀତି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ଏହା ପୂର୍ବରୁ ଦେଶର ଅର୍ଥନୈତିକ ବ୍ୟବସ୍ଥା ଭାଙ୍ଗିପଡ଼ିିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୈତିକ ଫାଇଦା ପାଇଁ ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ଭଳି କଠୋର ଆର୍ଥିକ ଅସ୍ତ୍ର ପ୍ରୟୋଗ କରିବା ପରେ ଦେଶର ପ୍ରତ୍ୟେକ ବର୍ଗ ପ୍ରଭାବିତ ହୋଇଆସୁଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ତାହାକୁ ନିୟନ୍ତ୍ରଣ କରିବା ଲାଗି ପର୍ଯ୍ୟାପ୍ତ ଅର୍ଥ ବ୍ୟୟ ହେଉଛି ବୋଲି କୁହାଯାଉଛି। କିନ୍ତୁ ତାହା କିଭଳି ଓ କ’ଣ ପାଇଁ ଖର୍ଚ୍ଚ ହେଉଛି ସାଧାରଣ ନାଗରିକ ଜାଣିପାରୁ ନାହାନ୍ତି। ଅନ୍ୟପଟେ ଖର୍ଚ୍ଚ କାଟ କରିବା ଲାଗି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବର୍ଷେ ପାଇଁ କୌଣସି ନୂଆ ଯୋଜନା ଆରମ୍ଭ ହେବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ଘୋଷଣା କରାଯାଇଛି। ଏପରି କି ବଜେଟରେ ଅନୁମୋଦିତ ହୋଇଥିବା ଯୋଜନା ମଧ୍ୟ ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି କୁହାଯାଇଛି। ସମ୍ଭବତଃ ସ୍ବାଧୀନ ଭାରତ ଇତିହାସରେ ଏଭଳି ନିଷ୍ପତ୍ତି ନିଆଯାଇ ବଜେଟ୍‌କୁ ଅକାମୀ କରିଦିଆଯିବାର ଦୃଷ୍ଟାନ୍ତ କେବେହେଲେ ଦେଖାଯାଇ ନ ଥିଲା। କେବଳ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଏବଂ ଆତ୍ମନିର୍ଭର ଭାରତ ପ୍ୟାକେଜରେ ଘୋଷଣା ହୋଇଥିବା ଯୋଜନାରେ ଅର୍ଥ ବ୍ୟୟ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚାଇ ଦିଆଯାଇଛି।
କରୋନା ସଂକ୍ରମଣଜନିତ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଯୋଗୁ ନିର୍ମାଣ କାର୍ଯ୍ୟଠାରୁ ଆରମ୍ଭ କରି କଳକାରଖାନା ଦୀର୍ଘଦିନ ଧରି ବନ୍ଦ ରହିଆସିଛି। ନିୟମ କୋହଳ କରାଯାଇଥିବାରୁ କିଛି ଦିନ ହେବ ଅଳ୍ପ କେତୋଟି କ୍ଷେତ୍ର ଧୀରେସୁସ୍ଥେ କାର୍ଯ୍ୟ ଆରମ୍ଭ କରିଛନ୍ତି। ହେଲେ ଶ୍ରମିକଙ୍କ ଅଭାବ ଉତ୍ପାଦ ବୃଦ୍ଧିରେ ପ୍ରତିବନ୍ଧକ ସାଜିଛି। ଲୋକଙ୍କ ହାତରେ ଅର୍ଥ ନ ଥିବାରୁ ବଜାର ବ୍ୟବସ୍ଥା ସ୍ଥାଣୁ ହୋଇଯାଇଛି। ଏହାଦ୍ୱାରା ଗରିବ ଓ ଦିନ ମଜୁରିଆ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଖଟିଖିଆଙ୍କୁ କାମ ଯୋଗାଇଥାଏ। ଏବେ ବିପଦ ଥିବା ବେଳେ ଏହିଭଳି ଅତ୍ୟାବଶ୍ୟକ ଯୋଜନାକୁ ଯଦି ବନ୍ଦ କରିଦିଆଯିବ ତା’ହେଲେ ସିଧାସଳଖ ଗରିବଙ୍କୁ ମୃତ୍ୟୁମୁଖକୁ ଠେଲି ଦିଆଯିବା ପରି ମନେହେବ। ଅନେକ ଯୋଜନା ମଧ୍ୟରେ ଏହା ଗୋଟିଏ ମାତ୍ର ଦୃଷ୍ଟାନ୍ତ। ୨୦୨୦ କରୋନା ଭାଇରସ୍‌ ମହାମାରୀ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ରିଲିଫ୍‌ ପ୍ୟାକେଜ ଦେଇଥିବା ବିଷୟ ସମସ୍ତଙ୍କୁ ଜଣାଅଛି। ସେହିପରି ଆତ୍ମନିର୍ଭର ଭାରତ ପ୍ୟାକେଜରେ ୨୦ ଲକ୍ଷ କୋଟି ଟଙ୍କା ବିଭିନ୍ନ କ୍ଷେତ୍ରକୁ ଦିଆଯିବା ପାଇଁ କୁହାଯାଇଛି। ଆଶ୍ଚର୍ଯ୍ୟର ବିଷୟ ଯେ, ଏହି ଦୁଇଟି ଆର୍ଥିକ ପ୍ୟାକେଜ ମଧ୍ୟରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୧୯ କୋଟି ୮୬ ଲକ୍ଷ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫୦୦ ଟଙ୍କା ଲେଖାଏ ପଠାଇବାକୁ କୁହାଯାଇଛି। ଆସନ୍ତା ୩ ମାସ ପାଇଁ ୮ କୋଟି ପରିବାରକୁ ବନାମୂଲ୍ୟରେ ଏଲ୍‌ପିଜି ଯୋଗାଣ ଏବଂ ୩୨ କୋଟି ହିତାଧିକାରୀଙ୍କୁ ୨୮ ହଜାର ୨୫୬ କୋଟି ଟଙ୍କା ଦିଆଯାଇଛି ବୋଲି ସରକାର ଦାବି କରୁଛନ୍ତି। କିନ୍ତୁ ପରିସ୍ଥିତି ସମ୍ପର୍କରେ ଜାଣିବା ଅସମ୍ଭବ। ଅନୁରୂପ ଭାବେ ଆତ୍ମନିର୍ଭର ଭାରତରେ ବ୍ୟୟବରାଦ କରାଯାଇଥିବା ଅର୍ଥର ଆକାର ଦେଖିଲେ ସେତେଟା କମ୍‌ ନୁହେଁ ବୋଲି କୁହାଯାଇପାରେ। କିନ୍ତୁ ଅର୍ଥନୀତି ବିଶାରଦଙ୍କ ମତରେ ଏହି ଯୋଜନାରେ ସାଧାରଣ ବର୍ଗଙ୍କୁ ଲାଭ ପହଞ୍ଚାଇବାର କୌଣସି ସୁଯୋଗ ନାହିଁ। କାରଣ ସର୍ତ୍ତ ଅନୁଯାୟୀ ସଂସ୍କାର ଓ ଋଣ ବ୍ୟବସ୍ଥାକୁ ଏଥିରେ ଅଗ୍ରାଧିକାର ଦିଆଯାଇଛି। ଏହାଦ୍ୱାରା ସରକାରଙ୍କ ରାଜକୋଷରୁ ଅର୍ଥ ଖର୍ଚ୍ଚ କରାଯିବା ଅପେକ୍ଷା ଲୋକଙ୍କୁ ଋଣ ଆଣି ଆତ୍ମନିର୍ଭର ହେବା ପାଇଁ ପରାମର୍ଶ ଦିଆଯାଇଛି।
ଏଠାରେ ‘ଆତ୍ମନିର୍ଭର’ ଶବ୍ଦକୁ ତର୍ଜମା କଲେ ଆଜିର ବିଶ୍ୱାୟନ ଯୁଗରେ ଏକାକୀ ତିଷ୍ଠିବା ସମ୍ଭବ ନୁହେଁ। ପ୍ରତ୍ୟେକେ ପ୍ରତ୍ୟେକଙ୍କ ଉପରେ ନିର୍ଭର ରହିବାକୁ ବାଧ୍ୟ। ଚାଇନା ସାମଗ୍ରୀ ବର୍ଜନ ପାଇଁ ଦେଶର ମୁଷ୍ଟିମେୟ ଲୋକ ଅଭିଯାନ ଆରମ୍ଭ କରିଛନ୍ତି। ସ୍ବଦେଶୀ ଦ୍ରବ୍ୟ ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି। ଦୁଃଖର ବିଷୟ ଯେ, ଭାରତରେ ପ୍ରସ୍ତୁତ ସାମଗ୍ରୀର କଞ୍ଚାମାଲ କିମ୍ବା ଉପାଦାନଗୁଡ଼ିକ ଚାଇନାରୁ ଆମଦାନୀ କରାଯାଉଛି। ଏହା ବ୍ୟତୀତ ବିଗତ ବର୍ଷଗୁଡ଼ିକରେ ଭାରତର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ସମ୍ପୂର୍ଣ୍ଣ ଭାବେ ପଙ୍ଗୁ କରିଦିଆଯାଇଛି। ସେହି ପ୍ରେକ୍ଷାପଟରୁ ଦେଖିଲେ ଭୋର୍‌ ହେବା ମାତ୍ରକେ ଚାଇନା ସାମଗ୍ରୀ ବନ୍ଦ କରିଦେବା ସମ୍ଭବପର ନୁହେଁ। ଏହା ବ୍ୟତୀତ ଚାଇନା ମଧ୍ୟ ଚୁପ୍‌ ବସିନାହିଁ। ତାହାର ସାମରିକ ଶକ୍ତିକୁ ବ୍ୟବହାର କରି ପୂର୍ବ ଲଦାଖରେ ଯେଉଁ କସରତ କରୁଛି ତାହା ଦ୍ୱାରା ଭାରତର ସମସ୍ୟା ବୃଦ୍ଧି ପାଉଛି। ହୁଏତ ଯୁଦ୍ଧ କରିବା ପାଇଁ ଚାଇନାର ଉଦ୍ଦେଶ୍ୟ ନ ଥାଇପାରେ। ତାହାର ଆଭ୍ୟନ୍ତରୀଣ ଅର୍ଥନୈତିକ ଦୁରବସ୍ଥା ଯୋଗୁ ଚାଇନା ଏବେ ନିଜର ମୁଦ୍ରା ‘ୟୁଆନ୍‌’କୁ ଆମେରିକାର ‘ଡଲାର’ ଭଳି ପୃଥିବୀର ବ୍ୟବସାୟିକ ମୁଦ୍ରାରେ ପରିବର୍ତ୍ତନ କରିବାକୁ ଚାହୁଁଥାଇପାରେ। ସେଥିପାଇଁ ଭାରତକୁ ଧମକାଇ ଏହି ଦେଶରେ ତାହାର ‘ବ୍ୟାଙ୍କ୍‌ ଅଫ୍‌ ଚାଇନା’କୁ ପ୍ରବେଶ କରାଇବାରେ ଚାପ ପ୍ରୟୋଗ କରିଛି। ସେହି ଚାପ ସମ୍ମୁଖରେ ମୋଦି ସରକାର ଭାଙ୍ଗିପଡ଼ିଲେ। ଏହା ଯୋଗୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ତରଫରୁ ବ୍ୟାଙ୍କ୍‌ ଅଫ୍‌ ଚାଇନାକୁ ଭାରତ ମାଟିରେ ବ୍ୟବସାୟ କରିବାକୁ ଅନୁମତି ମିଳି ଗଲାଣି।
ଏଥିରୁ ବୁଝିବାକୁ ହେବ ଯେ ଚାଇନା ସାମଗ୍ରୀ ବର୍ଜନ କରିବାର ଗର୍ଜନ କେବଳ ମାତ୍ର ନାଗରିକଙ୍କ ଦୃଷ୍ଟି ହଟାଇବା ଉଦ୍ଦେଶ୍ୟରେ କରାଯାଉଛି। ମୋଦି ସରକାର ତାହାର ନୀତି ନିୟମରେ ଚାଇନା ସାମଗ୍ରୀ ଓ ସେବା ରୋକିବା ଲାଗି କୌଣସି ଉଦ୍ଦେଶ୍ୟ ରଖିଥିବା ଭଳି ମନେ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫।…

ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ…

ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ…

ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ…

ପଖିଆ

‘ପଖିଆ’ କହିଲେ କ’ଣ ଓ କାହାକୁ ବୁଝାଏ, ଏ କଥା ଆଜି କାଲିର ପିଲାମାନେ ଜାଣିପାରିବେନି କି କହିପାରିବେନି l କିନ୍ତୁ ଏହା ଏକ ଅତ୍ୟାବଶ୍ୟକ ବସ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri