ବରା ଉପରେ ପିଆଜ ପ୍ରଭାବ

ଢେଙ୍କାନାଳ ଅଫିସ, ୭।୧୨ – ପିଆଜ ଦରକୁ ନେଇ ସବୁଠି ଏବେ ଚର୍ଚ୍ଚା। ରୋଷେଇ ଘରେ ସବୁଠାରୁ ବେଶି ଖୋଜା ପଡୁଥିବା ଏହି ଅତ୍ୟାବଶ୍ୟକ ପରିବା ଶୁକ୍ରବାର ୧୬୦ ଛୁଇଁଛି। ଏହାର ପ୍ରଭାବ ପଡିଛି ଦୈନନ୍ଦିନ ଜୀବନଚର୍ଯ୍ୟା ଉପରେ। ଫାଷ୍ଟଫୁଡ୍‌ଠାରୁ ଆରମ୍ଭ କରି ଜଳଖିଆ ଦୋକାନରେ ପିଆଜ ଗାଏବ ହୋଇଯାଇଛି। କେବଳ ଏତିକି ନୁହେଁ, ପିଆଜର ଦରବୃଦ୍ଧିର ପ୍ରଭାବଠୁ ବାଦ୍‌ ପଡ଼ିନି ଢେଙ୍କାନାଳର ପ୍ରସିଦ୍ଧ ବରା। ବ୍ୟବସାୟୀମାନେ ବରାରେ ନାମକୁ ମାତ୍ର ପିଆଜ ବ୍ୟବହାର କରୁଛନ୍ତି। ଫଳରେ ଏହାର ଗୁଣାତ୍ମକମାନ କମିଯାଇଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି।
ଢେଙ୍କାନାଳ ବଜାରରେ ଭଲ ପିଆଜ ମଧ୍ୟ ମିଳୁନାହିଁ। ବିରି ମଧ୍ୟ ୧୨୦ ଟଙ୍କା ଟପିଛି। ଫଳରେ ବ୍ୟବସାୟୀମାନେ ଯେନତେନ ପ୍ରକାରେ ଜଳଖିଆ ପ୍ରସ୍ତୁତ କରି କାମ ଚଳାଇବାକୁ ବାଧ୍ୟ ହେଉଛନ୍ତି। କେତେକ ଦୋକାନୀ ବରା ତିଆରି ପରିମାଣ କମାଇ ଦେଇଥିବା କହିଛନ୍ତି, ଏହା ସେମାନଙ୍କ ବ୍ୟବସାୟକୁ ପ୍ରଭାବିତ କରିଛି। ପର୍ଯ୍ୟଟନ ଋତୁରେ ଜିଲାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆଉ ମନପସନ୍ଦର ସୁଆଦିଆ ବରା ମିଳୁନାହିଁ।
ଏ ନେଇ ସ୍ଥାନୀୟ ଗଣେଶ ବଜାରସ୍ଥିତ ପ୍ରସିଦ୍ଧ ବରା ଦୋକାନର ମାଲିକ ପ୍ରସିତ କୁମାର ସାହୁ କୁହନ୍ତି, ପିଆଜରେ ହାତ ମାରି ହେଉନି। ବରାରେ ନାମକୁ ମାତ୍ର ପିଆଜ ପକାଯାଉଛି। ଏହାର ସାଇଜ୍‌ ଛୋଟ କରିଦିଆଯାଇଛି। ପୂର୍ବ ଅପେକ୍ଷା କମ୍‌ ବରା ଛଣାଯାଉଛି। ୪୦% ବେପାର କମିଛି। ସେହିପରି ବିରି ଦର କେଜିପିଛା ୧୨୦ ଟଙ୍କା ରହିବା ଅଧିକ ଚିନ୍ତାଜନକ ହୋଇଥିବା ସେ କହିଛନ୍ତି। ଏ ନେଇ ଜିଲା ଖାଦ୍ୟ ଯୋଗାଣ ବିଭାଗ ଅଧିକାରୀ ସଞ୍ଜୀବ ସାହୁ କୁହନ୍ତି, ବିଭାଗ ହାତରେ କିଛି ନାହିଁ। ନିୟମିତ ରିଟେଲର ପଏଣ୍ଟ ଯାଞ୍ଚ କରାଯାଉଛି। ୧୫ ତାରିଖ ମଧ୍ୟରେ ଦର ଖସିବ ବୋଲି ଶୁଣିବାକୁ ମିଳୁଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri