ବରଗଡ଼ରେ ମାତିଛନ୍ତି ଚୋର: ଘରେ କେହି ନ ଥିବା ବେଳେ ନେଇଗଲେ ନଗଦ ଟଙ୍କା, ସୁନାଗହଣା; ଟାଉନ ଥାନା ପୋଲିସର ତନାଘନା

ବରଗଡ଼ ଅଫିସ୍‌,୨।୮- ବରଗଡ଼ ସହରରେ ଗତ କିଛିମାସ ହେଲା ଚୋରମାନେ ସକ୍ରିୟ ହୋଇପଡ଼ିଛନ୍ତି। ପୋଲିସକୁ ଚ୍ୟାଲେଞ୍ଜ କରି ସହରରେ ଗୋଟିଏ ପରେ ଗୋଟିଏ ଚୋରି ଘଟୁଛି । ଦିନ ଦ୍ୱିପ୍ରହରରେ ମହିଳାଙ୍କ ବେକରୁ ସୁନାଚେନ ଲୁଟ୍‌ ହେଉଥିବାବେଳେ ବିଳମ୍ବିତ ରାତ୍ରିରେ ଘରେ ପଶି ଚୋରମାନେ ନଗଦ ଟଙ୍କା, ସୁନା ଗହଣା, ଆସବାବପତ୍ର ଆଦି ଚୋରି କରି ନେଉଛନ୍ତି। ସହରର ୱାର୍ଡ଼ ନଂ-୯ ବାନ୍ଦୁଟିକ୍ରାରେ ଜଣଙ୍କ ଘରୁ ନଗଦ ଟଙ୍କା, ସୁନା ଗହଣା, ଆସବାବପତ୍ର ଚୋରି ହେବା ନେଇ ଶୁକ୍ରବାର ଅଭିଯୋଗ କରିବା ପରେ ସ୍ଥାନୀୟ ଟାଉନ ଥାନା ପୋଲିସ ଏହାର ତନାଘନା ଆରମ୍ଭ କରିଛି।

ପ୍ରକାଶ ଯେ, ୫ ଦିନ ତଳେ ବାନ୍ଦୁଟିକ୍ରା ନିବାସୀ ବିଷ୍ଣୁଚରଣ ସାହୁ ସପରିବାର ବାବାଧାମ ତୀର୍ଥରେ ଯାଇଥିଲେ। ଗୁରୁବାର ବିଳମ୍ବିତ ରାତ୍ରି ପ୍ରାୟ ୨ଟାରେ ଘରକୁ ଫେରିବା ପରେ ତାଙ୍କ ଘର କବାଟ ଓ ଆଲମିରା ତାଲା ଭାଙ୍ଗି ଚୋରମାନେ ୩ଟି ସୁନାମୁଦି, ୩ଟି ଘଣ୍ଟା, ନଗଦ ୧୫ହଜାର ଟଙ୍କା ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେ ଥାନାରେ ଏତଲା ଦେବା ପରେ ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାରୀଙ୍କ ନିର୍ଦ୍ଦେଶକ୍ରମେ ଏଏସ୍‌ଆଇ କ୍ଷୀରୋଦ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ,୫।୧୦(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟ ଜିଲାର ସୁନାବେଡ଼ା ଗସ୍ତରେ ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ଅ’ ମହୋତ୍ସବ-୨୦୨୬: ରାଜ୍ୟସ୍ତରୀୟ କବିତା..

କେସିଙ୍ଗା, ୫/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡିର ଚର୍ଚ୍ଚିତ ସାହିତ୍ୟ ଅନୁଷ୍ଠାନ ‘ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡିର ଷଷ୍ଠ ବାର୍ଷିକ ମହୋତ୍ସବ ‘ଅ’ ମହୋତ୍ସବ-୨୦୨୬ ଓ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?