ବନ ବିଭାଗ ହାତରେ ପୁଟିପାଳ ଭବିଷ୍ୟତ

ଢେଙ୍କାନାଳ ଅଫିସ, ୧୮।୫ (ରତନ ନାୟାର) :  ଜଙ୍ଗଲ ଭିତରେ ଜୀବନ। ପାହାଡ଼ିଆ ରାସ୍ତା, ବିପଦସଙ୍କୁଳ ନାଳ, ହିଂସ୍ର ବନ୍ୟଜନ୍ତୁଙ୍କ ସହ ନିତି ସଂଘର୍ଷ। ବଣଜଙ୍ଗଲର ପ୍ରତିକୂଳ ପରିବେଶରୁ ସେମାନେ ଶିଖିଛନ୍ତି ଜିଇବାର ରାହା। ତଥାପି ସେମାନେ ଛାଡ଼ିନାହାନ୍ତି ଆଶା। ଆଜି ନ ହେଲେ କାଲି ସେମାନଙ୍କ ଯନ୍ତ୍ରଣାର ସ୍ବର ସରକାରଙ୍କ କାନରେ ବାଜିବ। ପାହାଡ଼ ଉପରେ ଥିବା ଗଁାକୁ ତିଆରି ହେବ ସବୁଦିନିଆ ରାସ୍ତା। ବିଜୁଳି ଆଲୁଅ ଜଳିବ। ପିଲାମାନେ ଦେଖିବେ ବିକାଶର ଚିତ୍ର। ପ୍ରତିଶ୍ରୁତିର ପାହାଡ଼ ତଳେ ଛିଡ଼ା ହୋଇ ବର୍ଷବର୍ଷ ଧରି ଏମିତି ସ୍ବପ୍ନ ଦେଖି ଚାଲିଛନ୍ତି ଢେଙ୍କାନାଳ ଜିଲାର ଉପାନ୍ତ ପୁଟିପାଳବାସୀ। ଜଟିଳ ଜଙ୍ଗଲ ଆଇନ ଆଗରେ ଉନ୍ନୟନ କାର୍ଯ୍ୟ ଶିଥିଳ ପଡ଼ିଥିବାବେଳେ ପୁଟିପାଳର ଭବିଷ୍ୟତ ଝୁଲିଛି ବନ ବିଭାଗ ହାତରେ।
କଙ୍କଡ଼ାହାଡ଼ ବ୍ଲକ କାନ୍ତୋଲ ପଞ୍ଚାୟତର ଆଦିବାସୀ ବହୁଳ ପୁଟିପାଳ, ଏକୁଲ, ସେକୁଲ, କୋଟ ଗ୍ରାମବାସୀ ସ୍ବାଧୀନତାର ଦୀର୍ଘବର୍ଷ ପରେ ବାରିନାହାନ୍ତି ବିକାଶର ସ୍ବାଦ। ସବୁଠାରୁ ଅଧିକ ଦୟନୀୟ ଅବସ୍ଥାରେ ଅଛନ୍ତି ପୁଟିପାଳବାସୀ। କେନ୍ଦୁଝର ସୀମାନ୍ତ ଏହି ଗ୍ରାମକୁ ସବୁଦିନିଆ ରାସ୍ତାନାହିଁ। ଦୁର୍ଗମ ପାହାଡ଼ ରାସ୍ତା, ବିପଦପୂର୍ଣ୍ଣ ନାଳ ସାଜିଛି ଯାତାୟାତରେ ପ୍ରମୁଖ ପ୍ରତିବନ୍ଧକ। ବର୍ଷାଦିନେ ଏହି ଅଞ୍ଚଳ ମୁଖ୍ୟସ୍ରୋତରୁ ବିଚ୍ଛିନ୍ନ ହୋଇପଡ଼େ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ୩୦ରୁ ଊର୍ଦ୍ଧ୍ୱ ପରିବାର ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚତ୍ ପାରେନାହିଁ। ଜଙ୍ଗଲ ଭିତରେ ଏହି ଗ୍ରାମର ବିକାଶର ପଥରୋଧ କରୁଛି ଜଙ୍ଗଲ ଆଇନ। ଅନ୍ୟ ବିଭାଗର ଟଙ୍କାଟିଏ ଅନୁଦାନ ଖର୍ଚ୍ଚ ହେବା ବି ଅସମ୍ଭବ। ନାଲିଫିତା ତଳୁ ଯୋଜନା ଉଠିପାରୁ ନ ଥିବାବେଳେ ଶିଳ୍ପସମୃଦ୍ଧ ଜିଲା ପାଇଁ ଅଭିଶାପ ପାଲଟିଛି ଏହି ଗ୍ରାମ। ୨୦୨୦ ଏପ୍ରିଲ ୨୮ରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଗ୍ରାମ ପରିଦର୍ଶନ କରି ସମସ୍ୟା ଦେଖିଥିଲେ। ଏ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଫେବୃୟାରୀରେ ଅଞ୍ଚଳ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟ ତ୍ୱରାନ୍ବିତ କରିବା ଲାଗି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ହେଲେ ଏ ଯାଏ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ଅପରପକ୍ଷେ କରୋନା ଲକ୍‌ଡାଉନ ସମୟରେ ପୁଣିଥରେ ଚର୍ଚ୍ଚାକୁ ଆସିଛି ପୁଟିପାଳ। ଏପରି ସଙ୍କଟ ସମୟରେ ଅଞ୍ଚଳର ଲୋକେ କ’ଣ ଖାଉଛନ୍ତି, କିପରି ଅଛନ୍ତି, ସେକଥା ଅନୁଧ୍ୟାନ କରିବାକୁ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ରାଜନେତାମାନେ ବାଇକ୍‌ରେ ଗଁାକୁ ସହାୟତା ଧରି ଯାଉଛନ୍ତି। ତେବେ ଏଭଳି ସହାୟତା କେତେଦିନ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ କୁହନ୍ତି, ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ପୁଟିପାଳ, ଏକୁଲ, ସେକୁଲ, କୋଟ ଗ୍ରାମକୁ ରାସ୍ତା ନିର୍ମାଣ ସମ୍ପର୍କରେ ଆଲୋଚନା କରିଥିଲେ। ବିଭାଗ ପକ୍ଷରୁ ଅଞ୍ଚଳର ରାସ୍ତାରେ ପ୍ରବାହିତ ୩ ନାଳରେ ପୋଲ ନିର୍ମାଣ କରାଯିବ। ଏ ନେଇ ଜିଲାପାଳ କୁହନ୍ତି, ଜଙ୍ଗଲ ଆଇନ ଯୋଗୁ ସେଠାରେ ଉନ୍ନୟନ କାର୍ଯ୍ୟ କରିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ବନ ବିଭାଗ ତର୍ଜମା କରି ଜଣାଇଲେ ଯାହାକିଛି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଚିନି ପରେ ଏବେ ଗୁଡ଼ ହେଲା ମହଙ୍ଗା, ଦୁଇଗୁଣା ବଢିଲା ଦର; ଜାଣନ୍ତୁ ଦାମ ବଢ଼ିବାର କାରଣ

ନୂଆଦିଲ୍ଲୀ,୨୫।୮: ଗତ କିଛି ଦିନ ଧରି ଚିନିର ବଢ଼ୁଥିବା ଦାମ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୁଡ଼ ମଧ୍ୟ ମହଙ୍ଗା ହୋଇଛି। ଚିନି ପରେ ଗୁଡ଼ର…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri