ଜିଓର ବଡ଼ ଧମାକା! ମାତ୍ର ୧୫ ଟଙ୍କାରେ ଆଣିଲା ଅନ୍‌ଲିମିଟେଡ୍ ୫G ଡାଟା ପ୍ୟାକ୍, ମିଳିବ ହାଇ-ସ୍ପିଡ୍…

ନୂଆଦିଲ୍ଲୀ,୪।୧୧: ରିଲାଏନ୍ସ ଜିଓ ନିଜର କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ଶସ୍ତା ଓ ଆକର୍ଷଣୀୟ ଅଫର ନେଇ ଆସିଛି। କମ୍ପାନୀ ମାତ୍ର ୧୫ ଟଙ୍କାରେ ଅନ୍‌ଲିମିଟେଡ୍ ୫G ଡାଟା ପ୍ୟାକ୍ ଲଞ୍ଚ କରିଛି। ଏହି ପ୍ୟାକ୍‌ର ବୈଧତା (ଭାଲିଡିଟି) ୨୪ ଘଣ୍ଟା ଅର୍ଥାତ୍ ଗୋଟିଏ ଦିନ ପାଇଁ ରହିବ। କମ୍ପାନୀ ଅନୁସାରେ, ଏଥିରେ ଗ୍ରାହକମାନେ ପୂରା ୨୪ ଘଣ୍ଟା ପର୍ଯ୍ୟନ୍ତ ଅନ୍‌ଲିମିଟେଡ୍ ହାଇ-ସ୍ପିଡ୍ ୫G ଇଣ୍ଟରନେଟ୍‌ର ସୁବିଧା ପାଇପାରିବେ। ଯେଉଁ ବ୍ୟବହାରକାରୀଙ୍କୁ କମ୍ ସମୟ ପାଇଁ ଅଧିକ ଡାଟାର ଆବଶ୍ୟକତା ପଡ଼ିଥାଏ, ସେମାନଙ୍କୁ ଆଖିଆଗରେ ରଖି ଏହି ସ୍ୱତନ୍ତ୍ର ପ୍ୟାକ୍ ଅଣାଯାଇଛି।

ଜିଓର ଏହି ନୂଆ ଡାଟା ପ୍ୟାକ୍‌ର ମୂଲ୍ୟ ୧୫ ଟଙ୍କା ରଖାଯାଇଥିବା ବେଳେ ଏହାର ମିଆଦ ୨୪ ଘଣ୍ଟା ରହିଛି। କମ୍ପାନୀ ଏହାକୁ ସାରା ଦେଶର ସମସ୍ତ ଟେଲିକମ୍ ସର୍କଲରେ ଉପଲବ୍ଧ କରାଇଛି। ଏହି ପ୍ୟାକ୍ ଜରିଆରେ ଗ୍ରାହକମାନେ ଡାଟା ସରିବାର ଭୟ ନରଖି ଅନ୍‌ଲାଇନ୍ ଭିଡିଓ ଷ୍ଟ୍ରିମିଂ, ଗେମିଂ, ବଡ଼ ଫାଇଲ୍ ଡାଉନ୍‌ଲୋଡ୍ ଏବଂ କ୍ଲାଉଡ୍ ବ୍ୟାକଅପ୍ ପରି କାମ ସହଜରେ କରିପାରିବେ। ଏହାବ୍ୟତୀତ, ୫G ସ୍ମାର୍ଟଫୋନ୍‌କୁ ହଟ୍‌ସ୍ପଟ୍ କରି ଲାପଟପ୍ କିମ୍ବା ଟ୍ୟାବଲେଟ୍‌ରେ ମଧ୍ୟ ଇଣ୍ଟରନେଟ୍ ବ୍ୟବହାର କରାଯାଇପାରିବ।

କମ୍ପାନୀର ସୂଚନା ଅନୁଯାୟୀ, ଏହି ପ୍ୟାକ୍ ସାହାଯ୍ୟରେ ଗ୍ରାହକମାନେ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ଏବଂ 4K ଭିଡିଓ ଷ୍ଟ୍ରିମିଂର ମଜା ନେଇପାରିବେ। ଅନ୍‌ଲାଇନ୍ ଗେମ୍ ଖେଳୁଥିବା ଗ୍ରାହକଙ୍କ ପାଇଁ ଏହା ବେଶ୍ ଲାଭଦାୟକ ହେବ। ଏହାସହ ବଡ଼ ଫାଇଲ୍, ଗେମ୍ ଏବଂ ସଫ୍ଟୱେୟାର୍ ଅପଡେଟ୍ ଡାଉନ୍‌ଲୋଡ୍ କରିବା ପାଇଁ ଏହା ଉପଯୋଗୀ ପ୍ରମାଣିତ ହେବ। ‘ୱର୍କ ଫ୍ରମ୍ ହୋମ୍’ କରୁଥିବା ୟୁଜର୍ସମାନେ ମଧ୍ୟ ହଟ୍‌ସ୍ପଟ୍ ମାଧ୍ୟମରେ ସହଜରେ ନିଜ ଲାପଟପ୍‌ରେ କାମ କରିପାରିବେ।

କେଉଁଠାରୁ କରିପାରିବେ ରିଚାର୍ଜ?

ଜିଓର ଏହି ୧୫ ଟଙ୍କିଆ ଅନ୍‌ଲିମିଟେଡ୍ ୫G ଡାଟା ପ୍ୟାକ୍ ଏବେ ସାରା ଦେଶରେ ଉପଲବ୍ଧ। ଗ୍ରାହକମାନେ MyJio ଆପ୍, Jio.com, ରିଲାଏନ୍ସ ରିଟେଲ୍ ଷ୍ଟୋର୍ ଏବଂ ଅନ୍ୟାନ୍ୟ ରିଟେଲ୍ ଆଉଟ୍‌ଲେଟ୍‌ରୁ ଏହି ରିଚାର୍ଜ କରିପାରିବେ। ଏହାଛଡ଼ା ଥାର୍ଡ-ପାର୍ଟି ରିଚାର୍ଜ ପ୍ଲାଟଫର୍ମ (ଯେପରିକି PhonePe, Google Pay) ଏବଂ କମ୍ପାନୀର ଏଣ୍ଟରପ୍ରାଇଜ୍ ପୋର୍ଟାଲ୍ ମାଧ୍ୟମରେ ମଧ୍ୟ ଏହାକୁ ଆକ୍ଟିଭେଟ୍ କରାଯାଇପାରିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ସ୍ତ୍ରୀ ପାଗଳ…’, କାହିଁକି ଏଭଳି କହିଲେ ଓୱାଇସି, କାରଣ ଜାଣିିଲେ…

ନୂଆଦିଲ୍ଲୀ,୪।୧୧: ‘ପଗଳୁ’ ଶବ୍ଦକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟରେ ନିଜ ଅନ୍ଦାଜରେ ଜବାବ ରଖିଛନ୍ତି AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି। ସେ କହିଛନ୍ତି, “ମୁଁ ସ୍ତ୍ରୀ ପାଗଳ।…

୨୦୨୭ରେ ଏହି ୩ ରାଶିଙ୍କ ପିଛା ଛାଡିବେନି ଶନି; ସାଢ଼େ ସାତୀରେ ଛଟପଟ ହେବେ!

ବୈଦିକ ଜ୍ୟୋତିଷରେ ଶନିଙ୍କୁ ନ୍ୟାୟର ଦେବତା ଏବଂ କର୍ମଫଳଦାତା ବୋଲି ବିବେଚନା କରାଯାଇଥାଏ। କୁହାଯାଏ ଯେଉଁମାନେ ଯେପରି କର୍ମ କରନ୍ତି, ଶନି ସେମାନଙ୍କୁ ସେହି ଅନୁସାରେ ଫଳ…

ଋଷିକୁଲ୍ୟା ବନ୍ୟା କ୍ଷୟକ୍ଷତି ପରଖିଲା ୮ ଜଣିଆ କେନ୍ଦ୍ରୀୟ ଟିମ୍: ପୁରୁଷୋତ୍ତମପୁରରେ ବୁଲି ଦେଖିଲେ ବିପର୍ଯ୍ୟୟର ବାସ୍ତବ ଚିତ୍ର

ପୁରୁଷୋତ୍ତମପୁର,୪।୧୧(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ଋଷିକୁଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟାରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଏହି ବନ୍ୟା ବିପର୍ଯ୍ୟୟର ବାସ୍ତବ…

ମୋହନଙ୍କୁ ଚିଠି ଲେଖିଲେ ନବୀନ, ଓଡ଼ିଶାର ଅଖଣ୍ଡତା ପାଇଁ ତୁରନ୍ତ…

ଭୁବନେଶ୍ୱର,୪ା୧୧: କୋଟିଆକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳନେତା ନବୀନ ପଟ୍ଟନାୟକ। ୨୦୨୪ ଭାଜପାର ଇସ୍ତାହାର ମନେ…

ଟ୍ରମ୍ପଙ୍କ ପରାଜୟରେ ଭାରତରେ ବଡ଼ ପ୍ରଭାବ: ପେଟ୍ରୋଲ ଠାରୁ ଆରମ୍ଭ କରି ସୁନା ପର୍ଯ୍ୟନ୍ତ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ?

ନୂଆଦିଲ୍ଲୀ,୪।୧୧: ସୁପରପାୱାର ଆମେରିକାର ରାଜନୀତିରେ ଏକ ବଡ଼ଧରଣର ଭୂକମ୍ପ ସୃଷ୍ଟି ହୋଇଛି। ଆମେରିକୀୟ (ମଧ୍ୟବର୍ତ୍ତୀକାଳୀନ) ନିର୍ୱାଚନର ଯେଉଁ ଫଳାଫଳ ସାମ୍ନାକୁ ଆସିଛି, ତାହା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ…

ଆଉଟ୍ ହେବା ପରେ ଏଭଳି ଇସାରା ଦେଲେ ବିରାଟ, ଅବସର ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୪।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ବିରାଟ କୋହଲିଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ଭାରତ ୫ ୱିକେଟ୍‌ରେ ବିଜୟୀ ହୋଇଛି । ମାତ୍ର ୫୧ ବଲ୍‌ରେ ୧୩ଟି…

ଦୀପାବଳି ପୂର୍ବରୁ ଝଟକା; ମହଙ୍ଗା ହେଲା ଚିନି, ମାସକରେ ବଢ଼ିଲା ଏତିକି ଟଙ୍କା

ନୂଆଦିଲ୍ଲୀ,୪।୧୧: ପାର୍ବଣ ଋତୁରେ ଚିନିର ଯୋଗାଣ ବଢ଼ାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଥିଲେ ମଧ୍ୟ ଖୁଚୁରା ଓ ପାଇକାରୀ ବଜାରରେ ଚିନି ଦର ବୃଦ୍ଧି ପାଇଛି…

ଡଲାବାଡ଼ିକୁ ପାନୀୟ ଜଳ ଯୋଗାଣ ଦାବିରେ ଏକାଠି ହେଲେ ଗ୍ରାମବାସୀ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଲେ…

ଦାରିଙ୍ଗବାଡ଼ି,୪ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଡଲାବାଡ଼ି ଗ୍ରାମରେ ସୋଲାର ଚାଳିତ ବୋରିଂ ଓ ପାଣି ଟାଙ୍କି ନିର୍ମାଣ କରି ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?