ବନ ବିଭାଗ ହାତରେ ପୁଟିପାଳ ଭବିଷ୍ୟତ

ଢେଙ୍କାନାଳ ଅଫିସ, ୧୮।୫ (ରତନ ନାୟାର) :  ଜଙ୍ଗଲ ଭିତରେ ଜୀବନ। ପାହାଡ଼ିଆ ରାସ୍ତା, ବିପଦସଙ୍କୁଳ ନାଳ, ହିଂସ୍ର ବନ୍ୟଜନ୍ତୁଙ୍କ ସହ ନିତି ସଂଘର୍ଷ। ବଣଜଙ୍ଗଲର ପ୍ରତିକୂଳ ପରିବେଶରୁ ସେମାନେ ଶିଖିଛନ୍ତି ଜିଇବାର ରାହା। ତଥାପି ସେମାନେ ଛାଡ଼ିନାହାନ୍ତି ଆଶା। ଆଜି ନ ହେଲେ କାଲି ସେମାନଙ୍କ ଯନ୍ତ୍ରଣାର ସ୍ବର ସରକାରଙ୍କ କାନରେ ବାଜିବ। ପାହାଡ଼ ଉପରେ ଥିବା ଗଁାକୁ ତିଆରି ହେବ ସବୁଦିନିଆ ରାସ୍ତା। ବିଜୁଳି ଆଲୁଅ ଜଳିବ। ପିଲାମାନେ ଦେଖିବେ ବିକାଶର ଚିତ୍ର। ପ୍ରତିଶ୍ରୁତିର ପାହାଡ଼ ତଳେ ଛିଡ଼ା ହୋଇ ବର୍ଷବର୍ଷ ଧରି ଏମିତି ସ୍ବପ୍ନ ଦେଖି ଚାଲିଛନ୍ତି ଢେଙ୍କାନାଳ ଜିଲାର ଉପାନ୍ତ ପୁଟିପାଳବାସୀ। ଜଟିଳ ଜଙ୍ଗଲ ଆଇନ ଆଗରେ ଉନ୍ନୟନ କାର୍ଯ୍ୟ ଶିଥିଳ ପଡ଼ିଥିବାବେଳେ ପୁଟିପାଳର ଭବିଷ୍ୟତ ଝୁଲିଛି ବନ ବିଭାଗ ହାତରେ।
କଙ୍କଡ଼ାହାଡ଼ ବ୍ଲକ କାନ୍ତୋଲ ପଞ୍ଚାୟତର ଆଦିବାସୀ ବହୁଳ ପୁଟିପାଳ, ଏକୁଲ, ସେକୁଲ, କୋଟ ଗ୍ରାମବାସୀ ସ୍ବାଧୀନତାର ଦୀର୍ଘବର୍ଷ ପରେ ବାରିନାହାନ୍ତି ବିକାଶର ସ୍ବାଦ। ସବୁଠାରୁ ଅଧିକ ଦୟନୀୟ ଅବସ୍ଥାରେ ଅଛନ୍ତି ପୁଟିପାଳବାସୀ। କେନ୍ଦୁଝର ସୀମାନ୍ତ ଏହି ଗ୍ରାମକୁ ସବୁଦିନିଆ ରାସ୍ତାନାହିଁ। ଦୁର୍ଗମ ପାହାଡ଼ ରାସ୍ତା, ବିପଦପୂର୍ଣ୍ଣ ନାଳ ସାଜିଛି ଯାତାୟାତରେ ପ୍ରମୁଖ ପ୍ରତିବନ୍ଧକ। ବର୍ଷାଦିନେ ଏହି ଅଞ୍ଚଳ ମୁଖ୍ୟସ୍ରୋତରୁ ବିଚ୍ଛିନ୍ନ ହୋଇପଡ଼େ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ୩୦ରୁ ଊର୍ଦ୍ଧ୍ୱ ପରିବାର ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚତ୍ ପାରେନାହିଁ। ଜଙ୍ଗଲ ଭିତରେ ଏହି ଗ୍ରାମର ବିକାଶର ପଥରୋଧ କରୁଛି ଜଙ୍ଗଲ ଆଇନ। ଅନ୍ୟ ବିଭାଗର ଟଙ୍କାଟିଏ ଅନୁଦାନ ଖର୍ଚ୍ଚ ହେବା ବି ଅସମ୍ଭବ। ନାଲିଫିତା ତଳୁ ଯୋଜନା ଉଠିପାରୁ ନ ଥିବାବେଳେ ଶିଳ୍ପସମୃଦ୍ଧ ଜିଲା ପାଇଁ ଅଭିଶାପ ପାଲଟିଛି ଏହି ଗ୍ରାମ। ୨୦୨୦ ଏପ୍ରିଲ ୨୮ରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଗ୍ରାମ ପରିଦର୍ଶନ କରି ସମସ୍ୟା ଦେଖିଥିଲେ। ଏ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଫେବୃୟାରୀରେ ଅଞ୍ଚଳ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟ ତ୍ୱରାନ୍ବିତ କରିବା ଲାଗି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ହେଲେ ଏ ଯାଏ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ଅପରପକ୍ଷେ କରୋନା ଲକ୍‌ଡାଉନ ସମୟରେ ପୁଣିଥରେ ଚର୍ଚ୍ଚାକୁ ଆସିଛି ପୁଟିପାଳ। ଏପରି ସଙ୍କଟ ସମୟରେ ଅଞ୍ଚଳର ଲୋକେ କ’ଣ ଖାଉଛନ୍ତି, କିପରି ଅଛନ୍ତି, ସେକଥା ଅନୁଧ୍ୟାନ କରିବାକୁ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ରାଜନେତାମାନେ ବାଇକ୍‌ରେ ଗଁାକୁ ସହାୟତା ଧରି ଯାଉଛନ୍ତି। ତେବେ ଏଭଳି ସହାୟତା କେତେଦିନ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ କୁହନ୍ତି, ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ପୁଟିପାଳ, ଏକୁଲ, ସେକୁଲ, କୋଟ ଗ୍ରାମକୁ ରାସ୍ତା ନିର୍ମାଣ ସମ୍ପର୍କରେ ଆଲୋଚନା କରିଥିଲେ। ବିଭାଗ ପକ୍ଷରୁ ଅଞ୍ଚଳର ରାସ୍ତାରେ ପ୍ରବାହିତ ୩ ନାଳରେ ପୋଲ ନିର୍ମାଣ କରାଯିବ। ଏ ନେଇ ଜିଲାପାଳ କୁହନ୍ତି, ଜଙ୍ଗଲ ଆଇନ ଯୋଗୁ ସେଠାରେ ଉନ୍ନୟନ କାର୍ଯ୍ୟ କରିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ବନ ବିଭାଗ ତର୍ଜମା କରି ଜଣାଇଲେ ଯାହାକିଛି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ତରୁ ସକ୍ରିୟ ହେଲା କଂଗ୍ରେସ

ସମ୍ବଲପୁର,୧୯ା୩(ପ୍ରମୋଦ ବହିଦାର):ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କୌଣସି ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ନିଶ୍ଚିତ ହୋଇ ପାରିନାହିଁ। ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଓ...

ଆମ୍ବକୁ ବିପଦ ରେଡ୍‌ବ୍ୟାଣ୍ଡ୍‌ ପୋକ

ଢେଙ୍କାନାଳ,୧୯ା୩(ରତନ ନାୟାର):ଆମ୍ବ ଚାଷରେ ଢେଙ୍କାନାଳ ଜିଲା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଜିଲାର ଜଳବାୟୁ ଫଳଚାଷ ପାଇଁ ଉପଯୁକ୍ତ ହୋଇଥିବାରୁ ପ୍ରତିବର୍ଷ ପ୍ରାୟ ୪୦ରୁ...

ମାଂସ ପାଇଁ ୩ଦିନ ପଡ଼ିରହିଲା ମୃତଦେହ

ବାରିପଦା,୧୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଗାଁର ସମସ୍ତଙ୍କ ଭୋଜି ଭାତରେ ସାମିଲ ହେଉଥିଲେ। ହେଲେ ଜାତିଭାଇଙ୍କୁ ନିଜ ବାହାଘର ଭୋଜି ଦେଲେନି। ଏନେଇ ଗାଁ ଲୋକଙ୍କ ସହ ଲାଗି...

ରିଲ୍ସ କରୁଥିବାବେଳେ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ବାଲେଶ୍ୱର,୧୮।୩: (ଜନ୍ମେଜୟ ମିଶ୍ର)-ସୋର ଥାନା ସବିରା ରେଳଷ୍ଟେଶନ ନିକଟରେ ରହଣିଆ ଗ୍ରାମ ନିକଟରେ ଟ୍ରେନ ଲାଇନରେ ଜଣେ ଯୁବକ ଇନଷ୍ଟାଗ୍ରାମରେ ରିଲସ କରୁଥିବା ବେଳେ ଟ୍ରେନ୍‌...

ଗାଁରେ ଚାଲିଥିଲା ଦେହ ବ୍ୟବସାୟ: ଧରାପଡ଼ିଲେ ମହିଳାଙ୍କ ସହ ୪ ଯୁବତୀଯୁବକ

ନୀଳଗିରି,୧୮ା୩(ପ୍ରଶାନ୍ତ କୁମାର ବିଶ୍ବାଳ): ଗାଁ ମଝିରେ ସମସ୍ତଙ୍କ ଅଗୋଚରରେ ଚାଲିଥିଲା ଦେହବ୍ୟବସାୟ। ଗ୍ରାମବାସୀ ଏହା ଜାଣିପାରି ଜଣେ ମହିଳାଙ୍କ ସହ ୪ଜଣ ଯୁବତୀଯୁବକଙ୍କୁ କାବୁ କରିଛନ୍ତି।...

ବ୍ୟାଙ୍କ ଷ୍ଟ୍ରଙ୍ଗ ରୁମ୍‌ କାଟିବାରେ ବିଫଳ, ହତାଶ ହୋଇ ଫେରିଗଲେ ଲୁଟେରା

ବଡ଼ବିଲ,୧୮ା୩(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ସବ୍‌ଡିଭିଜନ୍‌ ଅଫିସରଙ୍କ କାର୍ଯ୍ୟାଳୟରୁ ମାତ୍ର ୧ଶହ ମିଟର ଦୂର ଏଲଆଇସି ବିଲ୍ଡିଂର ତଳ ମହଲାରେ ଥିବା ୟୁକୋ...

ମା’ ମଝିଘରିଆଣୀ ହୁଣ୍ଡି ଟଙ୍କା ଗଣତି ଶେଷ: ବାହାରିଲା ୮୯ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ରାୟଗଡ଼ା,୧୮।୩(ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ଟଙ୍କା ଗଣତି ସୋମବାର ଶେଷ ହୋଇଛି। ମା’ ମଝିଘରିଆଣୀଙ୍କ ଚୈତ୍ର ଯାତ୍ରା...

ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ ପଦ୍ମଶ୍ରୀ କମଳା ପୂଜାରୀ

କଟକ, ୧୮।୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବିରୁ ସୁସ୍ଥ ହୋଇ ସୋମବାର ଡିସ୍‌ଚାର୍ଜ ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ । ଗତ ୧୨ ତାରିଖରେ ତାଙ୍କୁ ଚିକିତ୍ସା ଲାଗି...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri