ବୈଦିକ ଜ୍ୟୋତିଷରେ ଶନିଙ୍କୁ ନ୍ୟାୟର ଦେବତା ଏବଂ କର୍ମଫଳଦାତା ବୋଲି ବିବେଚନା କରାଯାଇଥାଏ। କୁହାଯାଏ ଯେଉଁମାନେ ଯେପରି କର୍ମ କରନ୍ତି, ଶନି ସେମାନଙ୍କୁ ସେହି ଅନୁସାରେ ଫଳ ପ୍ରଦାନ କରନ୍ତି। ଶନି ପ୍ରତ୍ୟେକ ରାଶିରେ ପ୍ରାୟ ଅଢ଼େଇ ବର୍ଷ ପର୍ଯ୍ୟନ୍ତ ବିରାଜମାନ କରନ୍ତି। ଏହିପରି ଭାବରେ ସେମାନଙ୍କୁ ନିଜର ରାଶି ଚକ୍ର ପୂରଣ କରିବାକୁ ପ୍ରାୟ 30 ବର୍ଷ ସମୟ ଲାଗିଥାଏ। ଶନି ଏହି ସମୟରେ ମୀନ ରାଶିରେ ବିରାଜମାନ ଅଛନ୍ତି, କିନ୍ତୁ 2027 ମସିହାରେ ସେମାନେ ରାଶି ପରିବର୍ତ୍ତନ କରି ମେଷ ରାଶିରେ ଗୋଚର ଆରମ୍ଭ କରିବେ। ଜାଣନ୍ତୁ ଶନିଙ୍କ ଏହି ଗୋଚର ଯୋଗୁଁ କେଉଁ ରାଶିକୁ ସାଢ଼େ ସାତୀରୁ ମୁକ୍ତି ମିଳିବ ଏବଂ କେଉଁ ରାଶି ଉପରେ ଏହାର କଷ୍ଟଦାୟକ ପର୍ଯ୍ୟାୟ ଆରମ୍ଭ ହୋଇଯିବ।
ଶନିଙ୍କ ସାଢ଼େ ସାତୀ କ’ଣ ଅଟେ?
ଯେତେବେଳେ ଶନି ଗ୍ରହ କୌଣସି ଜାତକଙ୍କ ଜନ୍ମ ରାଶିର ଦ୍ୱାଦଶ (ବାହାର), ପ୍ରଥମ ଏବଂ ଦ୍ୱିତୀୟ ଭାବରେ ଗୋଚର କରନ୍ତି, ସେତେବେଳେ ଶନି ସାଢ଼େ ସାତୀ ଲାଗିଥାଏ। ସୂଚନାଯୋଗ୍ୟ ଯେ ସାଢ଼େ ସାତୀର ମୋଟ ତିନୋଟି ପର୍ଯ୍ୟାୟ ରହିଛି:
1. ପ୍ରଥମ ପର୍ଯ୍ୟାୟ: ଏହି ପର୍ଯ୍ୟାୟରେ ମାନସିକ ଏବଂ ଆର୍ଥିକ ଅସୁବିଧାଗୁଡ଼ିକର ସମ୍ମୁଖୀନ ହେବାକୁ ପଡ଼ିଥାଏ।
2. ଦ୍ୱିତୀୟ ପର୍ଯ୍ୟାୟ: ଏହାକୁ ସାଢ଼େ ସାତୀର ସବୁଠାରୁ କଷ୍ଟଦାୟକ ପର୍ଯ୍ୟାୟ ବୋଲି ବିବେଚନା କରାଯାଏ। ଏହି ପର୍ଯ୍ୟାୟରେ ଶାରୀରିକ କଷ୍ଟ, ପାର୍ୱରିକ କଳହ ଏବଂ କ୍ୟାରିୟରରେ ବାଧାବିଘ୍ନ ଆସିବାର ସମ୍ଭାବନା ରହିଥାଏ।
3. ତୃତୀୟ ପର୍ଯ୍ୟାୟ: ଏହି ପର୍ଯ୍ୟାୟରେ ଧନ ହାନି, ସମ୍ପର୍କରେତିକ୍ତତା ଏବଂ ସୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟା ଦେଖାଦେଇଥାଏ।
ଶନିଙ୍କ ଗୋଚର ସହିତ ହିଁ ମେଷ ରାଶିର ଲୋକଙ୍କ ଉପରେ ସାଢ଼େ ସାତୀର ସବୁଠାରୁ କଷ୍ଟଦାୟକ ପର୍ଯ୍ୟାୟ ଆରମ୍ଭ ହୋଇଯିବ। ଏହି ଅବଧିରେ ଆପଣଙ୍କୁ କ୍ୟାରିୟର, ବ୍ୟାପାର ଏବଂ ସୱାସ୍ଥ୍ୟ ମାମଲାରେ ବିଶେଷ ସତର୍କତା ଅବଲମ୍ୱନ କରିବାକୁ ପରାମର୍ଶ ଦିଆଯାଉଛି। ତଥାପି, ଯେଉଁ ଜାତକମାନଙ୍କ କୁଣ୍ଡଳୀରେ ଶନିଙ୍କ ସ୍ଥିତି ଦୃଢ଼ ଅଛି ବା ଯେଉଁ ଜାତକମାନେ ସମ୍ପୂର୍ଣ୍ଣ ସଚ୍ଚୋଟତାର ସହିତ ନିଜର କର୍ମ କରୁଛନ୍ତି, ସେମାନଙ୍କୁ ଏଥିରେ ଆଦୌ ଭୟଭୀତ ହେବାର ଆବଶ୍ୟକତା ନାହିଁ, କାରଣ ଶନି ଏଭଳି ଲୋକଙ୍କୁ ଅଧିକ କଷ୍ଟ ଦିଅନ୍ତି ନାହିଁ।
ବର୍ଷ 2027 ରେ ଶନିଙ୍କ ମେଷ ରାଶିରେ ଗୋଚର ଆରମ୍ଭ ହେବା ମାତ୍ରେ କୁମ୍ଭ ରାଶିର ଲୋକଙ୍କୁ ସାଢ଼େ ସାତୀରୁ ମୁକ୍ତି ମିଳିଯିବ। ଯାହାଫଳରେ ଆପଣଙ୍କର ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ଦ୍ରୁତ ଗତିରେ ହେବାକୁ ଲାଗିବ।
2027 ରେ ବୃଷ ରାଶିର ଲୋକଙ୍କ ଉପରେ ସାଢ଼େ ସାତୀର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ। ଅନ୍ୟପକ୍ଷରେ ମେଷ ରାଶି ଉପରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ଏବଂ ମୀନ ରାଶି ଉପରେ ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏହି ତିନୋଟି ମଧ୍ୟରୁ ଦ୍ୱିତୀୟ ପର୍ଯ୍ୟାୟକୁ ସବୁଠାରୁ କଷ୍ଟଦାୟକ ବୋଲି ବିବେଚନା କରାଯାଏ।

