Posted inଖେଳ

ଫିଦରଓ୍ବେଟ୍‌ ବେଲ୍ଟ ବଜାୟ ରଖିଲେ ଆମଣ୍ଡା ନନ୍ସ

ଲାସ ଭେଗାସ, ୮।୬: ବ୍ରାଜିଲର ମହିଳା ମିକ୍ସଡ ମାର୍ଶାଲ ଆଟର୍‌ସ ଫାଇଟର ଆମଣ୍ଡା ନନ୍ସ ପ୍ରଥମ ୟୁଏଫସି(ଅଲ୍‌ଟିମେଟ ଫାଇଟିଂ ଚାମ୍ପିୟନଶିପ୍‌) ଫାଇଟର ଭାବେ ଫିଦରଓ୍ବେଟ୍‌ ଚାମ୍ପିୟନଶିପ୍‌ ବେଲ୍ଟ ବଜାୟ ରଖିଛନ୍ତି। ଶନିବାର ରାତିରେ ଅନୁଷ୍ଠିତ ୟୁଏଫ୍‌ସି ୨୫୦ ଲଢ଼େଇରେ ପ୍ରତିଦ୍ୱନ୍ଦ୍ୱୀ କାନାଡ଼ାର ଫେଲିସିଆ ସ୍ପେନ୍ସରଙ୍କୁ ହରାଇ ସେ ନିର୍ବିବାଦରେ ଟାଇଟଲ ହାସଲ କରିଛନ୍ତି। ସେହିପରି ପୂର୍ବତନ ବାଣ୍ଟମଓ୍ବେଟ୍‌ ଚାମ୍ପିୟନ କୋଡି ଗାର୍‌ବ୍ରାଣ୍ଡ ଦ୍ୱିତୀୟ ରାଉଣ୍ଡ ବେଲ୍‌ ବାଜିବା ପୂର୍ବରୁ ପ୍ରତିପକ୍ଷ ରାଫାଲ ଆସୁନକାଓଙ୍କୁ ନକ୍‌ଆଉଟ କରିଛନ୍ତି। ଲାସ ଭେଗାସର ୟୁଏଫସି କର୍ପୋରେଟ କ୍ୟାମ୍ପସରେ ଥିବା ଦର୍ଶକ ବିହୀନ ଜିମ୍‌ରେ ଏହି ଦୁଇ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା।
କରୋନା ଭାଇରସ ସଂକ୍ରମଣ ଜନିତ ପ୍ରଭାବ ଯୋଗୁ ୟୁଏଫସି ଆପେକ୍ସ ଜିମ୍‌ରେ ପ୍ରତିଯୋଗିତା ଆରମ୍ଭ ପରେ ୟୁଏଫସି ୨୫୦ ହେଉଛି ଦ୍ୱିତୀୟ ଇଭେଣ୍ଟ। ମିକ୍ସଡ ମାର୍ଶାଲ ଆଟର୍‌ସ ଇତିହାସରେ ଜଣେ ସର୍ବଶ୍ରେଷ୍ଠ ମହିଳା ଫାଇଟରଭାବେ ପରିଚିତ ହେଉଥିବା ନନ୍ସ ବାଣ୍ଟମଓ୍ବେଟ ଏବଂ ଫିଦରଓ୍ବେଟ ଡିଭିଜନରେ ୟୁଏଫସି ଚାମ୍ପିୟନ ଅଛନ୍ତି। ଗତ ଡିସେମ୍ବରରେ ଅନୁଷ୍ଠିତ ବାଣ୍ଟମଓ୍ବେଟ ଫାଇଟରେ ନେଦରଲାଣ୍ଡ୍ସର ଜର୍ମେନ ଡି ରାନ୍ଦାମିଙ୍କୁ ସହଜରେ ହରାଇଥିବା ନନ୍ସ ଏଠାରେ ସ୍ପେନ୍ସରଙ୍କ ନିକଟରୁ କିଛିଟା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। ତେବେ ବାରମ୍ବାର ଆଘାତ କରି ସେ ସ୍ପେନ୍ସରଙ୍କ ମୁହଁକୁ ରକ୍ତାକ୍ତ କରି ଦେବାପରେ ବିଜୟୀ ଘୋଷିତ ହୋଇଥିଲେ। ନନ୍ସ ୨୦୧୮ ଡିସେମ୍ବରରେ ସାଇବର୍ଗ ନାମରେ ପରିଚିତ ଆମେରିକା/ବ୍ରାଜିଲିଆନ ଫାଇଟର କ୍ରିସ ଜଷ୍ଟିନୋଙ୍କୁ ହରାଇ ପ୍ରଥମଥରପାଇଁ ଫିଦରଓ୍ବେଟ ବେଲ୍ଟ ହାସଲ କରିଥିଲେ। ଏବେ ସେ ତାହାକୁ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି। ସେହିପରି ୨୦୧୬ରୁ ଏପଯ୍ୟନ୍ତ ସେ ୫ ଥର ବାଣ୍ଟମଓ୍ବେଟ ବେଲ୍ଟ ବଜାୟ ରଖିଛନ୍ତି।
ସେହିପରି ଆମେରିକାର ପ୍ରଫେଶନାଲ ମିକ୍ସଡ ମାର୍ଶାଲ ଆର୍ଟ ଫାଇଟର ଗାର୍‌ବ୍ରାଣ୍ଡ କ୍ରମାଗତ ୩ଟି ଫାଇଟ୍‌ ହାରିବା ପରେ ଏଥର ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲେ। ଏଠାରେ ଆରମ୍ଭରୁ ପ୍ରଭାବୀ ପ୍ରଦର୍ଶନ କରି ସେ ବ୍ରାଜିଲର ଆସୁନକାଓଙ୍କୁ ଦ୍ୱିତୀୟ ରାଉଣ୍ଡ ଶେଷରେ ଧରାଶାୟୀ କରିଥିଲେ। ଏକ ରାଇଟ୍‌ କ୍ରସ ମାଧ୍ୟମରେ ମୁହଁକୁ ପରଫେକ୍ଟ ଶୁଟ୍‌ କରି ସେ ଲଢ଼େଇର ଅନ୍ତ ଘଟାଇଥିଲେ। ୨୦୧୬ ଡିସେମ୍ବର ପରେ ଗାର୍‌ବ୍ରାଣ୍ଡଙ୍କର ଏହାଥିଲା ପ୍ରଥମ ବିଜୟ। ସେତେବେଳେ ସେ ୧୩୫-ପାଉଣ୍ଡ ଟାଇଟଲ ଲଢ଼େଇରେ ଆମେରିକାର ଡୋମିନିକ୍‌ କ୍ରୁଜ୍‌ଙ୍କୁ ପରାସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ

ଦିଗପହଣ୍ଡି,୮।୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ରେ ସୋମବାର ଅପରାହ୍ନ ପ୍ରାୟ ୪ଟାରୁ ସାଢ଼େ ୫ ଟା ଯାଏ କାଳବୈଶାଖୀର ତାଣ୍ଡବ ପ୍ରଭାବରେ…

ରଜକ ସମାଜ ନୂତନ କର୍ମକର୍ତ୍ତା ଚୟନ: ରାଧାମୋହନ-କହ୍ନେଇଙ୍କୁ ବଡ଼ ଦାୟିତ୍ୱ

ଭଞ୍ଜନଗର,୮।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଯୋଗୀମାରୀ ଠାରେ ରଜକ ସମାଜ ଉପରଅଣଗିରୀ ମୁଠାର ବାର୍ଷିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ସୋମବାର ଅନୁଷ୍ଠିତ ହୋଇଯାଇଛି।…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ସୁନାର ଖଣି : ପଞ୍ଚମ ଲକର୍‌ରୁ ମିଳିଲା ଏତେ ପରିମାଣର… ଦେଖିକି ଭିଜିଲାନ୍ସ ତାଜୁବ

ବାଲିଗୁଡା, ୮।୬:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ ବେକୁଣ୍ଠ ନାଥ ବେହେରାଙ୍କ ପଞ୍ଚମ ଲକରକୁ ଓଡ଼ିଶା…

ଯାତ୍ରୀବାହୀ ବସ୍ ସହ ଟ୍ରେଲର ମୁହାଁମୁହିଁ ଧକ୍କା, ଅନେକ ଯାତ୍ରୀ ଗୁରୁତର

ପାଟଣା, ୮।୬ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ବାଉଁଶୁଳି–ଉଖୁଣ୍ଡା ରାସ୍ତାର ଭଅଁରପୁର ନିକଟରେ ସୋମବାର ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ‘ସାହୁ’ ନାମକ ଏକ…

‘ଅଧିକ ଆଶା ରଖିବା ଭୁଲ’, ବୈଭବଙ୍କୁ ନେଇ କପିଲ ଦେବଙ୍କ ବଡ଼ ବୟାନ:, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ, ୮।୬: ଆଇପିଏଲ ୨୦୨୬ରେ ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ବୈଭବ ସୂର୍ଯ୍ୟବଂଶୀ ଭାରତୀୟ ଟି୨୦ ଦଳରେ ସ୍ଥାନ ପାଇଛନ୍ତି। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନଙ୍କୁ ଆୟର୍ଲାଣ୍ଡ-ଇଂଲଣ୍ଡ ଏବଂ…

ବଜ୍ରପାତରେ ଚାଲିଗଲା ଦିଅର ଭାଉଜଙ୍କ ଜୀବନ

ଢେଙ୍କାନାଳ,୮।୬; ଢେଙ୍କାନାଳ ଜିଲା ହିନ୍ଦୋଳ ବନ୍ଧାଭୂଇଁ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବଜ୍ରପାତରେ ଭାଉଜ-ଦିଅରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଭାଉଜ-ଦିଅର…

ଜାତୀୟ ରାଜପଥ ଉପରେ ପଡ଼ିଥିଲେ ଯୁବକ; ମାନବିକତା ଦେଖାଇଲେ ବିଧାୟକ କଲେ ଏମିତି…ଚାରିଆଡେ ଚର୍ଚ୍ଚା

ଛତ୍ରପୁର,୮।୬( ଦିଲ୍ଲୀପ ସାମଲ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ । ବିଧାୟକ ତାଙ୍କର କ୍ଷେତ୍ର ପରିଦର୍ଶନ ସାରି ଫେରୁଥିବା ବେଳେ ଗଞ୍ଜାମ ହୁମା…

ବଦଳିଗଲା ନିୟମ! ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ନେଇ ବଡ଼ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୬:  ଭାରତରେ, ଯଦି ଜଣେ ମହିଳା କିମ୍ବା ପୁରୁଷ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କରେ ଲିପ୍ତ ହୁଅନ୍ତି, ତେବେ ସମାଜରେ ତାଙ୍କୁ ଖରାପ ନଜରରେ ଦେଖାଯାଏ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri