ପ୍ରାଣୀପ୍ରେମୀଙ୍କୁ ନିର୍ଯାତନା

ମାର୍ଚ୍ଚ ୨୪ରେ ଲକ୍‌ଡାଉନ ଘୋଷଣା ହେବା ପରେ ଘରେ ରହିବା ଲାଗି କୁହାଗଲା । ଏହି ସମୟରେ କେଉଁ କାର୍ଯ୍ୟଟି ଭଲ ତାହା ଜାଣିବା ଓ କରିବା ପାଇଁ ପ୍ରତ୍ୟେକଙ୍କ ଲାଗି ଏକ ସୁଯୋଗ ଥିଲା । ବହି ପଢ଼ିବା,ଫୁଲକୁଣ୍ଡର ଯନତ୍ ନେବା, ଘରେ ପରିବାର ସହ ତାସ ଖେଳିବା, ମନ ଖୋଲି ହସିବା , ସ୍ବଚ୍ଛବାୟୁ ଗ୍ରହଣ କରିବା,ପିଲା ତଥା ପୋଷାପ୍ରାଣୀଙ୍କ ସହ ଖେଳିବା, ବାସହୀନ ଲୋକ ଓ ପ୍ରାଣୀମାନଙ୍କୁ ଖୁଆଇବା, ଫେସ୍‌ବୁକରେ ଜୋକ୍ସ ପୋଷ୍ଟ କରିବା, ଘରକାମ କରିବା, ରୋଷେଇ କରିବା, ମ୍ୟୁଜିକ ବଜାଇବା ଆଦି କାର୍ଯ୍ୟ ଲୋକମାନେ କରିବେ ବୋଲି ଭାବିଥିଲି। କିନ୍ତୁ ଏହା ହୋଇପାରିଲା ନାହିଁ। ଜେଲ୍‌ରେ ଥିବା ଲୋକମାନେ ପରସ୍ପର ମଧ୍ୟରେ ମାରପିଟ୍‌ ହେବା ଭଳି ଏହି ସମୟରେ ଅନେକ ଭାରତୀୟ ସେମାନଙ୍କ ଭଳି ହୋଇଗଲେ। ବିଶେଷକରି ଜେଲ୍‌ ତତ୍ତ୍ୱାବଧାରକମାନେ ସେଠାରେ ଯେଭଳି ସେମାନଙ୍କ କ୍ଷମତା ଉପଯୋଗ କରନ୍ତି ସେହିଭଳି ଲୋକମାନେ ଗାଁ ଓ ଗୋଷ୍ଠୀରେ କ୍ଷମତାଶାଳୀ ହୋଇଗଲେ। ଏମିତି କି ଆମକୁ ରାକ୍ଷସଙ୍କ ଅଧୀନରେ ରହିବା ଭଳି ମନେହେଲା। ‘ରେସିଡେଣ୍ଟ ଓ୍ବେଲ୍‌ଫେୟାର କମିଟି ’ର ମୁଖ୍ୟମାନେ ଫ୍ଲାଟ୍‌ରେ ପ୍ରାଣୀ ରଖିଥିବା ଲୋକମାନଙ୍କ ଘରେ ଜବରଦସ୍ତି ପଶିି ମାଡ ମାରିଲେ। ମୁମ୍ବାଇରେ ବିଲେଇଙ୍କୁ ଖୁଆଉଥିବା ପିଲାଟିକୁ ଜଣେ ଆକ୍ରମଣ କରିବା ଜାଣିବା ପରେ ମୁଁ ପିଲାଟିକୁ ଉଦ୍ଧାର କରି ଆକ୍ରମଣକାରୀକୁ ଜେଲ୍‌ ପଠାଇ ଦେଇଥିଲି। ପ୍ରାଣୀମାନଙ୍କ ପ୍ରତି ଦୟା ଭାବ ପ୍ରଦର୍ଶନ କରୁଥିବା ଏହି ପିଲାଟି ଭଳି ହଜାର ହଜାର ଲୋକ ଏଭଳି ଆକ୍ରମଣର ଶିକାର ହୋଇଛନ୍ତି। ଫିଡର୍‌ (ପ୍ରାଣୀମାନଙ୍କୁ ଖାଇବାକୁ ଦେଉଥିତ୍ବା ଲୋକ)ଙ୍କୁ ମାଡ ମାରିବାକୁ ଏହି ମୁଖିଆମାନେ ଫେସ୍‌ବୁକ୍‌ରେ ବି ଧମକ ଦେଉଥିଲେ। ସେମାନେ ଗେଟ୍‌ ବନ୍ଦ କରିଦେଇ ସୁରକ୍ଷାକର୍ମୀଙ୍କୁ ଲଗାଇ ପ୍ରାଣୀମାନଙ୍କୁ ହତା ମଧ୍ୟରେ ବାଡାଉଥିଲେ। ସୁପ୍ରିମ୍‌କୋର୍ଟ ଏଭଳି କାର୍ଯ୍ୟକୁ ବାରଣ କରିଥିଲେ ସୁଦ୍ଧା ସେମାନେ ଏହା କରିବାକୁ ପଛାଇ ନ ଥିଲେ। ସେମାନେ ବାହାରେ ପକ୍ଷୀ ଓ ପ୍ରାଣୀମାନଙ୍କ ପାଇଁ ବିଷ ରଖିଥିଲେ। ଫିଡର୍‌ମାନଙ୍କୁ ଫ୍ଲାଟ ବାହାରକୁ ଯିବାକୁ ମନା କରି ଦେଇଥିଲେ। କୀର୍ତ୍ତିନଗରରେ ଜଣେ ଅତିରିକ୍ତ ସଚିବ ୧୬ ବର୍ଷୀୟା ଝିଅ ଓ ତା’ ମାଙ୍କୁ ମାଡ଼ ମରବା ଘଟଣା ସାମ୍‌ନାକୁ ଆସିଥିଲା। ଆଉ ଜଣେ ଫିଡର୍‌ ବୁଲା ପ୍ରାଣୀମାନଙ୍କୁ ଖାଇବାକୁ ଦେବାକୁ ରାତିରେ ବାହାରକୁ ଯାଉଥିଲେ। କିନ୍ତୁ ସେ ଘରକୁ ଫେରିବାବେଳକୁ ସେଠାକାର ଜଣେ ପ୍ରଶାସକ ତାଙ୍କ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ଫଳରେ ସେ ରାତିସାରା ରାସ୍ତାରେ ହିଁ ରହିଥିତ୍ଲେ। ଏହି ସ୍ତମ୍ଭ ଲେଖିତ୍ବାବେଳକୁ କାଣ୍ଡିିଭିଲି(ମହାରାଷ୍ଟ୍ର)ରେ ଜଣେ ଗାର୍ଡ ପକ୍ଷାଘାତର ଶିକାର ହୋଇଥିବା ଗୋଟିଏ କୁକୁରକୁ ବାଡେଇବା ଓ ମଣ୍ଡାସୋର( ମଧ୍ୟପ୍ରଦେଶ)ରେ ମ୍ୟୁନିସିପାଲ କର୍ମଚାରୀମାନେ ଲୋକଙ୍କ ଆଗରେ ଗୋଟିଏ କୁକୁରକୁ ବାଡେଇ ବାଡେଇ ମାରିଦେଇଥିବା ଜାଣିବାକୁ ପାଇଥିଲି। କୁକୁର ମାଲିକ କରୋନା ସନ୍ଦିଗ୍ଧ ହୋଇଥିବାରୁ ସେମାନେ ଏଭଳି କାର୍ଯ୍ୟ କରିଥିଲେ ବୋଲି ଜଣାପଡିଲା।
ଦିଲ୍ଲୀର ଜଣେ ବିଚାରପତି ପ୍ରତିଦିନ ତାଙ୍କ କୁକୁରକୁ ନେଇ ବାହାରକୁ ଚାଲିବାକୁ ଯାଉଥିତ୍ଲେ । ସେ ମାସ୍କ ପିନ୍ଧିବାକୁ ମନା କରିଦେଇଥିଲେ। କିନ୍ତୁ ପୋଲିସଠାରୁ ଲିଗାଲ ପାସ୍‌ ନେଇ ଜଣେ ବ୍ୟକ୍ତି ମାଙ୍କଡ଼ଙ୍କୁ ଖାଇବାକୁ ଦେଉଥିଲେ ବି ଏହି ଜଜ୍‌ ଜଣକ ତାଙ୍କୁ ଚାପୁଡା ମାରିବାକୁ ଧମକ ଦେଇ ଘଟଣାକୁ ରେକର୍ଡ କରିଥିଲେ ଏବଂ ପୋଲିସ କମିଶନର୍‌ଙ୍କୁ କଲ୍‌ କରି ତାଙ୍କ ପାସ୍‌ ରଦ୍ଦ କରିଦେଇଥିଲେ। ମୁଁ ପୁଣି ଏହି ପାସ୍‌ କରାଇଥିଲି। ଲୁଧିଆନାରେ ଜଣେ ପୂଜକ ମନ୍ଦିର ନିକଟରେ କୁକୁରଙ୍କୁ ଖାଇବାକୁ ଦେଉଥିବା ଜଣେ ବୃଦ୍ଧାଙ୍କୁ ଦିଅଁଙ୍କ ଭାଲାରେ ମାଡ଼ ମାରିଥିଲେ। ଆସାମ ସରକାରଙ୍କ ଦ୍ୱାରା ପରିଚାଳିତ ଗୁଆହାଟୀସ୍ଥ ଏକ ମନ୍ଦିରର ପୂଜକ ଦାନରେ ମିଳିଥିବା ଗାଈମାନଙ୍କୁ ସୀମା ଆରପଟୁ ଆସିଥିବା ମେଘାଳୟର ଏକ କଂସେଇ ଗ୍ୟାଙ୍ଗ୍‌କୁ ବିକ୍ରି କରିଥିତ୍ବା ଧରାପଡିଥିତ୍ଲେ। ଜଣେ ବସ୍‌ଚାଳକ ଗୋଟିଏ ଗର୍ଭିଣୀ କୁକୁର ଉପରେ ବାରମ୍ବାର ଗାଡି ଚଢାଇ ରାସ୍ତାରେ ମିଶାଇ ଦେଇଥିଲେ। ଏପରି କି ତା ଗର୍ଭସ୍ଥ ଛୁଆଙ୍କୁ ମଧ୍ୟ। ଛଅଟି ଛୁଆର ମା’ କୁକୁରକୁ ଠାଣେର ଜଣେ ବ୍ୟକ୍ତି କ୍ରିକେଟ୍‌ ବ୍ୟାଟ୍‌ରେ ବାଡେଇ ମରିବା, ଜଣେ ଲୋକ ତାଙ୍କ କୁକୁରକୁ ନଅ ମହଲା ଉପରୁ ତଳକୁ ପକାଇଦେବା ଖବର ଏହି ସମୟରେ ଘଟିଥିଲା। କେବଳ ଏତିକି ନୁହେଁ , ଲୋକମାନେ ରାସ୍ତାରେ ଆନିମଲ ଫିଡର୍‌ଙ୍କ ଉପରକୁ ପଥର ଫିଙ୍ଗିଥିଲେ। ବେଟିମ୍‌ (ଗୋଆ)ରେ ଜଣେ ବ୍ୟକ୍ତି ଓ ତାଙ୍କ ପୁଅ ସେଠାରେ ୩୦ ବର୍ଷ ଧରି କୁକୁଙ୍କୁ ଖାଇବାକୁ ଦେଉଥିବା ଏକ ବୃଦ୍ଧ ଦମ୍ପତିଙ୍କୁ ଲାଠିରେ ବାଡ଼େଇବା ଖବର ପଦାକୁ ଆସିଥିଲା।
ଲୋକମାନେ ପ୍ରାଣୀପ୍ରେମୀ ଫିଡରମାନଙ୍କ ବିରୋଧରେ ଥାନାକୁ କଲ୍‌ କରି ଅଭିଯୋଗ କରିଥିଲେ। ପିଡର୍‌ମାନେ ମଧ୍ୟ ସେମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଅଭିଯୋଗ କରୁଥିତ୍ଲେ। ଏମିତି କି ଥାନାକୁ ଆସୁଥିବା ପ୍ରତି ଦୁଇଟି କଲ୍‌ ମଧ୍ୟରୁ ଏ ସମ୍ପର୍କିତି କଲ୍‌ ଗୋଟିଏ ରହିଥିଲା। ମୁଁ ନିଜେ ବି ପାଖାପାଖି ୭୦୦୦ କିମ୍ବା ଏହାଠାରୁ ଅଧିକ ଝଗଡ଼ାର ସମାଧାନ କରିଛି। ଗତ ଏକ ମାସ ହେବ ଏହା ଆହୁରି ଖରାପ ହେବାରେ ଲାଗିଛି। କିନ୍ତୁ ସମସ୍ୟା ହେଉଛି , ପୋଲିସ ଅଭିଯୋଗ ପାଇ କେବଳ ପରାମର୍ଶ ଦେବା ବ୍ୟତୀତ କୌଣସି ପଦକ୍ଷେପ ନେବା ଲକ୍ଷ୍ୟ କରାଯାଇନାହିଁ। ସେମାନଙ୍କ ଅଞ୍ଚଳକୁ ଅପରାଧ ଶୂନ୍ୟ କରିବାକୁ ଉଚ୍ଚ ଅଧିକାରୀମାନେ ସେମାନଙ୍କୁ କହିଥିବା ଜଣାଯାଇଛି। ଅର୍ଥାତ୍‌ ସମସ୍ତେ ଅପରାଧରେ ଲିପ୍ତ ରହିବାର ଏହା ଭଲ ସମୟ! ଯେଉଁମାନେ ସାହସୀ ସେମାନେ ମର୍ଡର କରିବେ ଆଉ ଯେଉଁମାନଙ୍କ ସାହସ ନ ଥିବା ସେମାନେ ନିରୀହ ପ୍ରାଣୀମାନଙ୍କୁ ହତ୍ୟା କରିବେ। ତୁମେ ଚୋରି ଏବଂ ବଳାତ୍କାର କଲେ ବି ସରକାରୀ ଭାବେ ଭାରତରେ କୌଣସି ଅପରାଧ ଘଟିନି ବୋଲି ଜଣାପଡିବ।
ଏହି ସମୟରେ ୯୦ ପ୍ରତିଶତ ମହିଳା ଆକ୍ରମଣର ଶିକାର ହୋଇଛନ୍ତି। ସେମାନେ ବାସ୍ତବରେ କେୟାର୍‌ଟେକର ଓ ଫିଡର୍‌ ଏବଂ ସାରା ଜୀବନ ଏଥିପାଇଁ ଉତ୍ସର୍ଗ କରିଦେଇଛନ୍ତି। ଏମାନେ ସେହି ମହିଳା ଯେଉଁମାନଙ୍କୁ ଏହି ଦୁର୍ଦ୍ଦିନରେ ହୀନ ତଥା ସ୍ବାର୍ଥାନ୍ବେଷୀ ବ୍ୟକ୍ତିମାନେ ଆକ୍ରମଣ କରୁଛନ୍ତି। ଜଣେ ବ୍ୟକ୍ତି ତାଙ୍କ ବିଲ୍ଡିଂରେ ସମସ୍ୟା ଉପୁଜୁଥିବାରୁ ଜଣେ ମହିଳା ଫିଡର୍‌ଙ୍କୁ ଏହି କାର୍ଯ୍ୟରୁ ବିରତ ରହିବା ଲାଗି ଧମକ ଦେଇଥିଲେ। ଏହାକୁ ନେଇ ଆମେ ତାଙ୍କୁ ଏକ ଲିଗାଲ ନୋଟିସ୍‌ ପଠାଇଥିଲୁ। ଏହି ପ୍ରବନ୍ଧଟି ଲେଖିବାର ଗୋଟିଏ ଘଣ୍ଟା ପୂର୍ବରୁ ସେହି ବ୍ୟକ୍ତି ଜଣକ ମୋତେ ଫୋନ କରି ମହିଳା ଫିଡରଙ୍କ ବିଷୟରେ ବହୁତ ଖରାପ କଥା କହିବା ସହ ମହିଳା ଜଣକ ବାହାରକୁ ଯିବାଦ୍ୱାରା ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି ପ୍ରକାଶ କରିଥିତ୍ଲେ। ପରେ ମୁଁ ସେହି ବ୍ୟକ୍ତିଙ୍କୁ ସୂଚାଇ ଦେଇଥିଲି ଯେ, ତୁମେ ତ ଫ୍ଲାଟ୍‌ରୁ ବାହାରକୁ ଆସୁନ ତେବେ ତୁମ ଜୀବନ ପ୍ରତି କିପରି ବିପଦ ସୃଷ୍ଟି ହେଲା । ଏହାପରେ ପରେ ସେ ପୁଣି ମହିଳା ଫିଡର୍‌ଙ୍କ ଉପରେ କ୍ରେଧ ପ୍ରକାଶ କରିଥିଲେ।
ଏସବୁ ଯେତେ ଘଟଣା ଘଟିଥିଲା ସେଥିରେ ଜଣେ ହେଲେ ବି ମୁସଲ୍‌ମାନଙ୍କର ସମ୍ପୃକ୍ତି ନାହିଁ। ସବୁଥିରେ ହିନ୍ଦୁମାନେ ହିଁ ହିନ୍ଦୁଙ୍କୁ ନିର୍ଯାତନା ଦେଇଛନ୍ତି। ଏମାନେ ସେହି ହିନ୍ଦୁ ଯେଉଁମାନେ ଉଚ୍ଚସ୍ବରରେ ମାଇକ୍‌ରେ ନମାଜ ପଢ଼ିବାକୁ ବିରୋଧ କରି ନିଜେ ତାଙ୍କ ପର୍ବକୁ ଧୁମ୍‌ଧାମ୍‌ରେ ମାଇକ୍‌ ବଜାଇ ପାଳନ କରନ୍ତି। ଲକ୍‌ଡାଉନ ସମୟରେ ଏପ୍ରିଲ ୯ରେ ପ୍ରଧାନମନ୍ତ୍ରୀ ଦୀପ ଜଳାଇବା ଲାଗି କହିଥିଲେ, କିନ୍ତୁ ଏମାନେ ସେହି ଲୋକ ଯେଉଁମାନେ ନିଜ ନିଜ ମଧ୍ୟରେ ପ୍ରତିଯୋଗିତା କରି ବାଣ ଫୁଟାଇ ଚାରିଆଡେ ଧୂଆଁମୟ କରି ସହରକୁ ପୁଣି ପ୍ରଦୂଷିତ କରିଦେଲେ। ମୁଁ ଏହି ପ୍ରକାର ହିନ୍ଦୁମାନଙ୍କ ମଧ୍ୟରେ ରହିଥିବା ଅଦୃଶ୍ୟ ବା ଶୁପ୍ତ ହିଂସାକୁ କେବେ ବି ବୁଝିପାରିନି। ଏବେ ମୁଁ ଡ. ମ୍ୟାକ୍ସିମିୟାନି ପୋର୍ଟାସ୍‌ଙ୍କ ଲିଖିତ୍ତ ‘ ଇମ୍ପିଚ୍‌ମେଣ୍ଟ ଅଫ୍‌ ମ୍ୟାନ୍‌ ’ ପୁସ୍ତକ ପଢିଥିଲି। ଓ୍ବାଲର୍‌ଡ ରିଲିଜିଅନ ଉପରେ ସେ ଗବେଷଣା କରି ୧୯୪୫-୪୬ରେ ସେ ଏହି ପୁସ୍ତକ ଲେଖିଥିଲେ। ସେ ଭାରତରେ ୩୦ ବର୍ଷ ଧରି ରହିଥିଲେ ଓ ତାଙ୍କ ନାଁ ପରିବର୍ତ୍ତନ କରି ସାବିତ୍ରୀ ଦେବୀ ରଖିଥିଲେ । ଭାରତର ସ୍ବାଧୀନତା ସଂଗ୍ରାମରେ ସକ୍ରିୟ ଅଂଶ ଗ୍ରହଣ କରିବା ସହ ସେ ମାହାତ୍ମା ଗାନ୍ଧୀଙ୍କୁ ବହୁବାର ସାକ୍ଷାତ କରିବାର ସୁଯୋଗ ପାଇଥିଲେ। ଚାଳିଶ ଦଶକରେ ସେ ଏହି ପୁସ୍ତକରେ ଲେଖିଛନ୍ତି, ‘ଅଧିକାଂଶ ଏହି ପ୍ରକାର ହିନ୍ଦୁ ଯେଉଁମାନେ ଶାକାହାରୀ ଭୋଜନକୁ ସାମଜିକ ପରମ୍ପରା ତଥା ଜାତି ନିୟମର ଏକ ଅଙ୍ଗ ଓ ଏହାଠାରୁ ଅଧିକ ବୋଲି ଭାବନ୍ତି ଏବଂ ଯେଉଁମାନେ ଶାକାହାରୀ ହୋଇ ନ ଥିବା ମୁସଲମାନ ଓ ଖ୍ରୀଷ୍ଟିଆନଙ୍କୁ ନିନ୍ଦା କରନ୍ତି, ସେମାନେ କେବେ ବି ପ୍ରାଣୀମାନଙ୍କୁ ଭଲ ପାଆନ୍ତିନି। ସେମାନେ ଗାଈକୁ ସବୁଠୁ ଭଲ ପାଆନ୍ତି ବୋଲି ଯାହା କହନ୍ତି ତାହା କେବଳ ତଥ୍ୟ ଆଧାରିତ। ସାଧାରଣତଃ ପ୍ରାଣୀମାନଙ୍କୁ ପୋଷା ଭାବେ ରଖିବାରେ ସେମାନେ ସତେ ଯେମିତି ଶେଷ ବ୍ୟକ୍ତି। ଆଉ ସୁଯୋଗ ପାଇଲେ ପ୍ରାଣୀଟିକୁ ସାରା ଜୀବନ ପୋଷନ୍ତି। କିନ୍ତୁ ଅତି ପାଖରେ ବୁଲା ବିଲେଇଟିଏ ସଂକଟରେ ପଡିଥିବାବେଳେ ସେମାନେ ଉଚ୍ଚ ଦାର୍ଶନିକ ବିଚାର ଓ ଦେଶ ବିଦେଶର ସମସ୍ୟା ଉପରେ ଆଲେଚନା କରିବା ଲକ୍ଷ୍ୟ କରାଯାଏ, ଯାହାକୁ ସମାଧାନ କରିବାର କ୍ଷମତା ତାଙ୍କ ପାଖରେ ନ ଥାଏ। ସେମାନେ ମାଂସ ଖାଉଥିବା ଲୋକମାନଙ୍କ ପାଖରେ ନିଜର ବଡିମା ଗପିବେ ,କିନ୍ତୁ ତାଙ୍କ ଆଡକୁ ଚାହିଁ ରହିଥିବା କୁକୁରଟିକୁ ଦେଖିତ୍ ବି ଖାଦ୍ୟ ଖାଇବେ। ତୁମେ ଯଦି ସେହି ଲୋକଟିକୁ ଏ ବିଷୟରେ କହିବ ତେବେ, ‘ ଲକ୍ଷ ଲକ୍ଷ ଭୋକିଲା ପିଲା ରହିଛନ୍ତି ଏବଂ ତୁମେ କୁକୁର ଓ ବିଲେଇଙ୍କ କଥା କ’ଣ କହୁଛ’ ବୋଲି ଉତ୍ତର ଦେବେ। । ଅନ୍ୟ ଧର୍ମର କେହି ହୁଏତ ଏଭଳି କହି ପାରନ୍ତି, କିନ୍ତୁ ଏକତା ଓ ଜୀବନର ପିବିତ୍ରତା ବଜାୟ ରଖିବା କଥା କହୁଥିବା ଏବଂ ଶାକାହାରୀବାଦକୁ ସେମାନଙ୍କ ବିଶ୍ୱାସର ଏକ ପ୍ରତୀକ ଭାବେ ବିଚାର କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ନୁହେଁ।’ ସାବିତ୍ରୀ ଦେବୀ ହିନ୍ଦୁତ୍ୱ ଉପରେ କ’ଣ ଲେଖିଛନ୍ତି ଓ ଏହାର ଗୁରୁତ୍ୱ ବୁଝି ନ ଥିତ୍ବା ଲୋକେ କିଭଳି ଏହାକୁ ଭୁଲ୍‌ ଅର୍ଥରେ ନେଇ କ୍ରୂର ପାଲଟିଛନ୍ତି ସେ ସମ୍ପର୍କରେ ପର ଲେଖାରେ ଉପସ୍ଥାପନ କରିବି।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?