ପ୍ରଦୂଷଣ ବଳୟରେ ବ୍ରାହ୍ମଣୀ : କମୁଛନ୍ତି ଜଳଚର ଜୀବ

ଭୁବନ, ୬।୬(ଡି.ଏନ.ଏ.)- ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ପ୍ରଦୂଷଣ ବଳୟରେ। କଳକାରଖାନାର ବର୍ଜ୍ୟବସ୍ତୁ ସିଧାସଳଖ ନଦୀରେ ମିଶୁଥିବାବେଳେ ଏହାର ପାଣି ପ୍ରଦୂଷିତ ହେବାରେ ଲାଗିଛି। ଧୀରେ ଧୀରେ ନଦୀଜଳ ବିଷାକ୍ତ ହୋଇପଡୁଥିବା ବେଳେ ଜଳଚରଜୀବଙ୍କ ସଂଖ୍ୟା କମିବାରେ ଲାଗିଛି। ଏପରି ଧାରା ଜାରି ରହିଲେ ଆଉ କିଛି ବର୍ଷ ଭିତରେ ନଦୀଜଳ ବ୍ୟବହାର ଅନୁପଯୋଗୀ ହୋଇପଡ଼ିବ। ଏହାକୁ ନେଇ ବିଶ୍ୱ ପରିବେଶ ଦିବସରେ ଚିନ୍ତାବ୍ୟକ୍ତ କରିଛି ‘ଓଡ଼ିଶା ଲୋକଶକ୍ତି ଅଭିଯାନ’। ଢେଙ୍କାନାଳ ଜିଲାର ଜୀବନଧାରା କୁହାଯାଉଥିବା ବ୍ରାହ୍ମଣୀ ନଦୀର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏ ନେଇ ବୁଧବାର ଭୁବନସ୍ଥିତ ବୁଦ୍ଧେଶ୍ୱର ଶୈବପୀଠରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ପରିବେଶବିତ୍‌ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହ ସରକାର ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଦାବି କରିଥିଲେ।
ଭୁବନ କୃଷକ ସମାଜର ସଭାପତି ବାସୁଦେବ ଗୁରୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ଲୋକଶକ୍ତି ଅଭିଯାନର ରାଜ୍ୟ ଆବାହକ ପ୍ରଫୁଲ୍ଲ ସାମନ୍ତରାୟ, ମୁଖ୍ୟବକ୍ତା ଭାବେ ଦିଲ୍ଲୀ ୟୁନିଭରସିଟିର ପ୍ରଫେସର ମନୋରଞ୍ଜନ ମହାନ୍ତି ଯୋଗଦେଇ ବ୍ରାହ୍ମଣୀ ନଦୀ ସୁରକ୍ଷା ପାଇଁ ସରକାର ତୁରନ୍ତ ଆଖିଦୃଶିଆ ପଦକ୍ଷେପ ନେବାକୁ ଦାବି କରିଥିଲେ।
ବ୍ରାହ୍ମଣୀ ନଦୀ କୂଳରେ ଗଢ଼ିଉଠିଛି ଶତାଧିକ କଳକାରଖାନା। କମ୍ପାନୀ କର୍ତ୍ତୃପକ୍ଷ ସରକାରୀ ନିୟମ ଉଲ୍ଲଂଘନ କରି ବର୍ଜ୍ୟବସ୍ତୁ ନଦୀକୁ ଛାଡୁଛନ୍ତି। ଏବେ ନଦୀ ଉପରେ ବାଲି ମାଫିଆମାନେ ଆଖି ପଡ଼ିଛି। ଦୈନିକ ହଜାର ହଜାର ଟ୍ରକ୍‌ ବାଲି ଚୋରା ଚାଲାଣ ହେଉଛି। ନଦୀକୂଳରେ ଗଢ଼ି ଉଠିଥିବା ବେଆଇନ ଇଟାଭାଟିରେ ମୃତ୍ତିକା କ୍ଷୟର କାରଣ ପାଲଟିଛି। ଏହାଦ୍ୱାରା ନଦୀପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ସମସ୍ୟା ଦୂର କରିବାକୁ ଅଞ୍ଚଳବାସୀଙ୍କୁ ସଚେତନ କରାଇବା ଆବଶ୍ୟକ ହୋଇପଡ଼ିଛି ବୋଲି ମତପ୍ରକାଶ ପାଇଥିଲା।
ବରିଷ୍ଠ ନାଗରିକ ସଙ୍ଗଠନର ସଭାପତି ଶ୍ରୀଧର ବେହେରା, ମାନବାଧିକାର କର୍ମୀ ବିଶ୍ୱନାଥ ପାତ୍ର, ସାମାଜିକ କର୍ମୀ ସଞ୍ଜୀବ ପଟ୍ଟନାୟକ, ରାଜ୍ୟ ଲୋକଶକ୍ତି ଅଭିଯାନର ଉପସଭାନେତ୍ରୀ ଲକ୍ଷ୍ମୀପ୍ରିୟା ମହାନ୍ତି, ଲୋହିଆ ଏକାଡେମୀ ସମ୍ପାଦକ ଦେବପ୍ରସାଦ ରାଏ, ଖଣ୍ଡାଧାର ସୁରକ୍ଷା କମିଟି ସଭାପତି ବିଲୁଆ ନାଏକ, ଗଣମାଧ୍ୟମ ପ୍ରତିନିଧି ବିମଳ କୁମାର ଥମ୍ବ, ଓକିଲ ସଂଘ ସଭାପତି ବାବୁଲି ସେଠୀ, କୃଷକ ସମାଜ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇ ବ୍ରାହ୍ମଣୀ ନଦୀକୁ ପ୍ରଦୂଷଣ ମୁକ୍ତ କରିବାକୁ ଦାବି କରିଥିଲେ।
ଏହି ଅବସରରେ ନଟରାଜ କଳାବିକାଶ କେନ୍ଦ୍ରର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏଥିସହ ବ୍ଲକ ଏବଂ ଏନ୍‌ଏସି ଅଞ୍ଚଳର ଦଶମ ଶ୍ରେଣୀ ପରୀକ୍ଷାରେ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ। ମଳୟ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ପି ଅଫିସ ଆଗରେ ବାପା-ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଢେଙ୍କାନାଳ,୧୨ା୬(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ରାଣିପାଳ ଗ୍ରାମର ଆଇନ ଛାତ୍ର ସରୋଜ ରାଉତ ଓ ତାଙ୍କ ପିତା ପଦ୍ମନାଭ ରାଉତ ଶୁକ୍ରବାର…

ବଜ୍ରପାତରେ ଚାଲିଗଲା ଦିଅର ଭାଉଜଙ୍କ ଜୀବନ

ଢେଙ୍କାନାଳ,୮।୬; ଢେଙ୍କାନାଳ ଜିଲା ହିନ୍ଦୋଳ ବନ୍ଧାଭୂଇଁ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବଜ୍ରପାତରେ ଭାଉଜ-ଦିଅରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଭାଉଜ-ଦିଅର…

ହାତୀକୁ ଫାର୍ମହାଉସରେ ପୋତିଥିଲେ: ପଡ଼ିଗଲେଧରା, ଗଲେ ଜେଲ୍

ଢେଙ୍କାନାଳ,୨।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ଅଞ୍ଚଳରେ ଏକ ହାତୀ ମୃତଦେହକୁ ଫାର୍ମହାଉସ ଭିତରେ ପୋତିଦେଇଥିବା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି ଜେଲ୍‌ ପଠାଇଛି।…

ଇଟାଭାଟିକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡ଼ିଗଲେ ଯୁବକ, ତାପରେ ଯାହା ଘଟିଲା……

ପରଜଙ୍ଗ,୨।୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଡମୋଳ ଝରା ସାହି ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।ଗୋଟିକିଆ ଦନ୍ତା…

ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ, ମାଲିକଙ୍କ ସମେତ ୩ ଅଟକ

ଢେଙ୍କାନାଳ,୧।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ତଥା ହିନ୍ଦୋଳ ବିଜ୍ଞାପିତ ପରିଷଦ ଅଞ୍ଚଳ ରାଜମୋହନପୁର କାନ୍ଦରାଶୁଣି ସ୍ଥିତ ଏକ ଘରୋଇ ଫାର୍ମ ହାଉସରୁ ସୋମବାର ମାଟି…

ପାରିବାରିକ କଳହ ହେଲା କାଳ, ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ସ୍ବାମୀ

ଢେଙ୍କାନାଳ,୧।୬(ରତନ ନାୟାର): ଢ଼େଙ୍କାନାଳ ଜିଲା ସଦରଥାନା ଝାରଗାଡ଼ିଆ ଫାଣ୍ଡି ବଳରାମପୁର ଗ୍ରାମ ଜୁଆଙ୍ଗ ସାହିରୁ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ।ସୋମବାର ଦିନ ସ୍ତ୍ରୀଙ୍କୁ ପିଟିପିଟି…

ଚାକିରି ନାଁରେ ଓଡ଼ିଆ ନାବାଳିକାଙ୍କୁ ୟୁପିରେ ବିକ୍ରି: ଦୁଇବର୍ଷ ଧରି ଯୌନ ନିର୍ଯାତନା

କାମାକ୍ଷାନଗର,୨୮।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏକ ଚାଞ୍ଚଳ୍ୟକର ଘଟଣା ସାମ୍ନାକୁ ଆସିଛି। ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ରୋଜଗାର କରିବାକୁ ଆସି ଯୌନ…

ଢେଙ୍କାନାଳରେ ଅଭାବନୀୟ ଘଟଣା; ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ

ପରଜଙ୍ଗ,୧୯।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ବଶୁରଙ୍କ ଉପରେ ଗରମ ତେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri