ପ୍ରଦୂଷଣ ବଳୟରେ ବ୍ରାହ୍ମଣୀ : କମୁଛନ୍ତି ଜଳଚର ଜୀବ

ଭୁବନ, ୬।୬(ଡି.ଏନ.ଏ.)- ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ପ୍ରଦୂଷଣ ବଳୟରେ। କଳକାରଖାନାର ବର୍ଜ୍ୟବସ୍ତୁ ସିଧାସଳଖ ନଦୀରେ ମିଶୁଥିବାବେଳେ ଏହାର ପାଣି ପ୍ରଦୂଷିତ ହେବାରେ ଲାଗିଛି। ଧୀରେ ଧୀରେ ନଦୀଜଳ ବିଷାକ୍ତ ହୋଇପଡୁଥିବା ବେଳେ ଜଳଚରଜୀବଙ୍କ ସଂଖ୍ୟା କମିବାରେ ଲାଗିଛି। ଏପରି ଧାରା ଜାରି ରହିଲେ ଆଉ କିଛି ବର୍ଷ ଭିତରେ ନଦୀଜଳ ବ୍ୟବହାର ଅନୁପଯୋଗୀ ହୋଇପଡ଼ିବ। ଏହାକୁ ନେଇ ବିଶ୍ୱ ପରିବେଶ ଦିବସରେ ଚିନ୍ତାବ୍ୟକ୍ତ କରିଛି ‘ଓଡ଼ିଶା ଲୋକଶକ୍ତି ଅଭିଯାନ’। ଢେଙ୍କାନାଳ ଜିଲାର ଜୀବନଧାରା କୁହାଯାଉଥିବା ବ୍ରାହ୍ମଣୀ ନଦୀର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏ ନେଇ ବୁଧବାର ଭୁବନସ୍ଥିତ ବୁଦ୍ଧେଶ୍ୱର ଶୈବପୀଠରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ପରିବେଶବିତ୍‌ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହ ସରକାର ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଦାବି କରିଥିଲେ।
ଭୁବନ କୃଷକ ସମାଜର ସଭାପତି ବାସୁଦେବ ଗୁରୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ଲୋକଶକ୍ତି ଅଭିଯାନର ରାଜ୍ୟ ଆବାହକ ପ୍ରଫୁଲ୍ଲ ସାମନ୍ତରାୟ, ମୁଖ୍ୟବକ୍ତା ଭାବେ ଦିଲ୍ଲୀ ୟୁନିଭରସିଟିର ପ୍ରଫେସର ମନୋରଞ୍ଜନ ମହାନ୍ତି ଯୋଗଦେଇ ବ୍ରାହ୍ମଣୀ ନଦୀ ସୁରକ୍ଷା ପାଇଁ ସରକାର ତୁରନ୍ତ ଆଖିଦୃଶିଆ ପଦକ୍ଷେପ ନେବାକୁ ଦାବି କରିଥିଲେ।
ବ୍ରାହ୍ମଣୀ ନଦୀ କୂଳରେ ଗଢ଼ିଉଠିଛି ଶତାଧିକ କଳକାରଖାନା। କମ୍ପାନୀ କର୍ତ୍ତୃପକ୍ଷ ସରକାରୀ ନିୟମ ଉଲ୍ଲଂଘନ କରି ବର୍ଜ୍ୟବସ୍ତୁ ନଦୀକୁ ଛାଡୁଛନ୍ତି। ଏବେ ନଦୀ ଉପରେ ବାଲି ମାଫିଆମାନେ ଆଖି ପଡ଼ିଛି। ଦୈନିକ ହଜାର ହଜାର ଟ୍ରକ୍‌ ବାଲି ଚୋରା ଚାଲାଣ ହେଉଛି। ନଦୀକୂଳରେ ଗଢ଼ି ଉଠିଥିବା ବେଆଇନ ଇଟାଭାଟିରେ ମୃତ୍ତିକା କ୍ଷୟର କାରଣ ପାଲଟିଛି। ଏହାଦ୍ୱାରା ନଦୀପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ସମସ୍ୟା ଦୂର କରିବାକୁ ଅଞ୍ଚଳବାସୀଙ୍କୁ ସଚେତନ କରାଇବା ଆବଶ୍ୟକ ହୋଇପଡ଼ିଛି ବୋଲି ମତପ୍ରକାଶ ପାଇଥିଲା।
ବରିଷ୍ଠ ନାଗରିକ ସଙ୍ଗଠନର ସଭାପତି ଶ୍ରୀଧର ବେହେରା, ମାନବାଧିକାର କର୍ମୀ ବିଶ୍ୱନାଥ ପାତ୍ର, ସାମାଜିକ କର୍ମୀ ସଞ୍ଜୀବ ପଟ୍ଟନାୟକ, ରାଜ୍ୟ ଲୋକଶକ୍ତି ଅଭିଯାନର ଉପସଭାନେତ୍ରୀ ଲକ୍ଷ୍ମୀପ୍ରିୟା ମହାନ୍ତି, ଲୋହିଆ ଏକାଡେମୀ ସମ୍ପାଦକ ଦେବପ୍ରସାଦ ରାଏ, ଖଣ୍ଡାଧାର ସୁରକ୍ଷା କମିଟି ସଭାପତି ବିଲୁଆ ନାଏକ, ଗଣମାଧ୍ୟମ ପ୍ରତିନିଧି ବିମଳ କୁମାର ଥମ୍ବ, ଓକିଲ ସଂଘ ସଭାପତି ବାବୁଲି ସେଠୀ, କୃଷକ ସମାଜ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇ ବ୍ରାହ୍ମଣୀ ନଦୀକୁ ପ୍ରଦୂଷଣ ମୁକ୍ତ କରିବାକୁ ଦାବି କରିଥିଲେ।
ଏହି ଅବସରରେ ନଟରାଜ କଳାବିକାଶ କେନ୍ଦ୍ରର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏଥିସହ ବ୍ଲକ ଏବଂ ଏନ୍‌ଏସି ଅଞ୍ଚଳର ଦଶମ ଶ୍ରେଣୀ ପରୀକ୍ଷାରେ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ। ମଳୟ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri